ଦୀପାବଳୀ
ଦୀପାବଳୀ
ସେ ଦିନ ଥିଲା ଦୀପାବଳୀ। ଚାରିଆଡେ଼ ଆନନ୍ଦର ମାହୋଲ। ସଭିଙ୍କ ପରି ମୋତେ ବି ଦୀପାବଳୀ ପର୍ବ ପାଳନ କରିବାକୁ ହେବ। ମୁଁ ସିଦ୍ଧାନ୍ତ ନେଲି ଓ ମାଆ'ଙ୍କୁ ଯାଇ ଅଭିଳାଷ ଜଣେଇଲି। ମୋର କଥାକୁ ମାଆଙ୍କର ମନ ଓ ହୃଦୟରେ ସନ୍ତୋଷର ବାତ୍ତାବରଣ ଖେଳିଗଲା। ମାଆ ମୋତେ କୋଳକୁ ନେଇ ମୁଖରେ ଚୁମାଟିଏ ଆଙ୍କିଦେଇ କହିଲେ,"ଦିନେଶ ! ତୋର ଇଚ୍ଛା ଓ ଆଶାକୁ ସଫଳ କରିବା ପାଇଁ ମୁଁ ଓ ତୋର ବାପା ତୁମେ କହିବା ପୂର୍ବରୁ ହିଁ କାମ ସାରି ଦେଇଛୁ। ତୋର ପାଇଁ ବାଣ,ଦୀପ ଓ ନୂଆ ଡ୍ରେସ ମଧ୍ୟ ଆଣି ଏ ଘରେ ସାଇତି ରଖିଛୁ।"
ଏ କଥା ଶୁଣି ମୋର ଆନନ୍ଦ ଦେଖେ କିଏ? ମୁଁ ମାଆଙ୍କୁ ଧନ୍ୟବାଦ ଦେଇ ଚାଲି ଯାଉଥିଲି ତ ମାଆ ପଛରୁ ଡାକି କହିଲେ,"ଦିନେଶ ! ଏବେ ତୁମେ କୁଆଡେ଼ ଯାଉଛ? ଯାଅ ବାପାଙ୍କୁ କାମରେ ସାହାଯ୍ଯ କର। ବାପା ପୟାକାଠିରେ ଶଗଡ଼ ଗାଡି଼ ତିଆରି କରୁଥିଲେ। ମୁଁ ପାଖରେ ବସି କେମିତି ତିଆରି ହୁଏ ଦେଖି ଶିଖୁଥିଲି। ସଞ୍ଜହୋଇ ଯାଇଥିଲା ମାଆ ରଙ୍ଗୋଲି କରି ତାରି ପାଖରେ ଅରୁଆ ଚାଉଳ,ସିନ୍ଦୂର,ଫୁଲ ଓ ମାଟି ଦୀପଟିଏ ଲେଖାଏଁ ବି ଜଳେଇଲେ। ଚାରିଆଡେ଼ ମାଟିଦୀପର ଆସର। ଭାରି ସୌନ୍ଦର୍ଯ୍ଯ ମଣ୍ଡିତ ହୋଇଗଲା ଘର ପରିବେଶ। ଏହାରି ଭିତରେ ମାଆ ଖାଣ୍ଟି ଗୁଆଘିଅରେ ତିଆରି କଲେ ଆରିଷା ପିଠା ଯାହା ଦେଖିଲା ମାତ୍ରକେ ହିଁ ପାଟିରୁ ଲାଳ ବାହାରି ପଡୁଥିଲା। ମୁଁ କିଛି ବି ନ କହି କେବଳ ବଲବଲ କରି ଅନେଇ ରହୁଥିଲି। ମୋର ବ୍ଯସ୍ତତା ଦେଖି ମାଆ ଯଥାଶୀଘ୍ର ବାପାଙ୍କୁ ନିର୍ଦ୍ଦେଶ ଦେଲେ କି ଗତ ଶୁକ୍ଳପକ୍ଷରେ ଯେଉଁ ପିତୃପକ୍ଷରେ ଶ୍ରାଦ୍ଧ ହୋଇଥିଲା ସେମାନଙ୍କୁ ତ ଠାକୁର ଘରେ ରଖି ନୈବେଦ୍ୟ ଅର୍ପଣ କରା ଯାଉଥିଲା ଆଜି ସେମାନଙ୍କୁ ସ୍ୱର୍ଗକୁ ପଠାଯିବ ତେଣୁ ଡେରି କରୁଛ କାହିଁକି?"
ଏ କଥା ଶୁଣି ବାପା ଯଥାଶୀଘ୍ର ଆଜ୍ଞା ପାଳନ କଲେ। ପୟାକାଠିରେ ତିଆରି ପୁଣି ଆରିଷା ପିଠାରେ ଚକଲଗା ଶଗଡ଼ ଗାଡି଼ରେ କୃଷ୍ଣପକ୍ଷରେ ବିଷର୍ଜନ କରିବାକୁ ସମସ୍ତ ପିତୃ ଓ ମାତୃଗଣଙ୍କୁ ପୂଜା,ପ୍ରାର୍ଥନା ଓ ନେବେଦ୍ଯ ଅର୍ପଣ କରି ଶଗଡ଼ ଗାଡି଼ରେ ବସାଇ ରୋଷଣି ସଜେଇ ଯାଥା ଶଙ୍ଖ,ହୁଳହୁଳି,ମାଟିଦୀପ ଓ ବାଣରେ ପ୍ରକମ୍ପିତ ସହ ଦାଣ୍ଡକୁ ଶଗଡ଼ ଗାଡି଼ରେ ନେଇ ତିନି ପୁରୁଷଙ୍କୁ ସ୍ୱର୍ଗକୁ ପଠାଇ ଦେଲୁ।
ଗଲାବେଳେ ସଭିଙ୍କର ଆଖିରେ ଆନନ୍ଦର ଲୁହ ଥିଲା ହେଲେ ମୋର ଆଖିରେ ଦୁଃଖର ଝର କାରଣ ଜେଜେବାପା କି ଜେଜେମାଆ ଆଉ ପାଖରେ ନାହାନ୍ତି। ସେମାନେ ସ୍ୱର୍ଗକୁ ପଳେଇଲେ ଏ ଘରେ ଆଉ କି ନିତିଦିନ ପିଠାପଣା ହେବ? ଏ କଥା ମାଆ ଜାଣନ୍ତେ କହିଲେ,"ଦିନେଶ ! ଠିକ ଅଛି ଏବେଠାରୁ ହିଁ ନିତି ଦିନ ଖାସ ତୋର ପାଇଁ ମନ ପସନ୍ଦର ପାୟସ ତା ସଙ୍ଗେ ଘାଣ୍ଟ ତରକାରୀ ହେବ ଏଥର ଖୁସି ତ?"
ଏ କଥା ଶୁଣି ମୁଁ ମାଆଙ୍କୁ କୁଣ୍ଢାଇ ଧରିଲି ତ ବାପା ମଧ୍ୟ ଆସି ଯୋଗ ଦେଲେ। ଘର ପରିବାର ଆନନ୍ଦର ମାହୋଲ ଅଥଚ ସବୁ ମାଟିଦୀପ ନିର୍ବାକାର ଭାବରେ ଜଳୁଥିଲେ ଅନ୍ଧାରକୁ ନାଶ କରି ଆଲୋକର ବୀଜ ବୁଣିବା ସକାଶେ।
***
