STORYMIRROR

puspalata samantary

Others

2  

puspalata samantary

Others

ଧର୍ମକୁ ଆଖିଠାର

ଧର୍ମକୁ ଆଖିଠାର

2 mins
420

ସ୍ୱାଧୀନ ଦେଶର ନାଗରିକ ଭାବରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତଳନ କରିବାର ଅଧିକାର ସମସ୍ତଙ୍କର ଅଛି । ଯଦି ଆମେ ଭାବିବା ଆମରି ସମ୍ପର୍କୀୟଟି ତ ଅନ୍ୟାୟ କରିଛି, ସେଇଟିକୁ କ'ଣ ଅନ୍ୟାୟ ବୋଲି ଭାବିବା? ଏ କଥା ମନେ ରଖିବା ଉଚିତ ଯେ ଛୋଟ ହେଉ କି ବଡ଼ ହେଉ ଅନ୍ୟାୟକୁ ଅନ୍ୟାୟ ବୋଲି ଭାବିବା ଉଚିତ । ଛୋଟ ଅନ୍ୟାୟ ଟିଏରେ ମହାଦ୍ରୃମର ବୀଜ ଟିଏ ଥାଏ,ସୁବିଧା ପାଇ କାଲି ସେ ବଦ୍ଧିତ ଦୃମଟି ସମ୍ପର୍କୀୟ ତଥା ସମାଜକୁ କଳୁଷିତ କରିବ । ଏ କଥାକୁ ବିଚାର କରିବାକୁ ତ ସମସ୍ତେ ସ୍ୱାଧୀନ । ଏଇଥିପାଇଁ ଲେଖୁଛି ,ମୁଁ ଜଣେ ସ୍ୱାଧୀନ ନାଗରିକ ହିସାବରେ ମୋ ମନକୁ ଆସୁଛି, ନୂଆ ମୋଟର ଯାନ ଅଧିନିୟମ ସ୍ଙଶୋଧନ ଆଇନ ସର୍ବ ଭାରତୀୟ ସ୍ତରରେ ଲାଗୁହେବା ପରେ, ରାସ୍ତାରେ ଯାଉଥିବା ଖିଲାପ କାରୀଙ୍କୁ ଯେଉଁ ଅର୍ଥ ଦଣ୍ଡ ଦଣ୍ଡିତ କରାଯାଉଛି, ସେମାନେ ତାର ବିରୋଧ କରି ଅତ୍ୟଧିକ ଅର୍ଥଦଣ୍ଡ ବୋଲି ଅଭିଯୋଗ ଆଣୁଛନ୍ତି । ତନ୍ମଧ୍ୟରେ'ମଦ' ପିଇଥିବା ଚାଳକ ମାନଙ୍କୁ ସର୍ବାଧିକ ବୋଲି ଯାହା ଅଭିଯୋଗ ଖବର କାଗଜରୁ ଜାଣିବାକୁ ମିଳୁଛି । ତେବେ ଏଇଠି ଗୋଟିଏ କଥା ମନକୁ ଆସୁଛି, ଏପରି ଅପରାଧ ମନଷ୍କତା ଅନ୍ତରାଳରେ ରହିଛି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସତ୍ୟ । ତାହା ହେଉଛି ଆକୁମାରୀ ହିମାଚଳରେ ପ୍ରବଳ ନିଶା ଦ୍ରବ୍ୟର ପ୍ରସାର ଯାହା ବହୁ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧିରେ ମୂଖ୍ୟ ଭୂମିକା ନେଉଛି । ଅନେକ ମହିଳା ସ୍ଙଗଠନ ତଥା ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ନିଶା ନିବାରଣର ସ୍ୱର ତୀବ୍ର ହେଉଥିଲେ ସୁଦ୍ଧା ରାଜସ୍ୱର ଆଳ ଦେଖାଇ ସରକାର ଅପରାଧର ବୀଜ ବପନ କରି ନିଶା ସେବନକାରୀଙ୍କର ମନ ଓମସ୍ତିଷ୍କ ସେମାନଙ୍କ ପରିବାର ଓ ସମାଜର ଅପୁରଣୀୟ କ୍ଷତି ପ୍ରତି ଆଖି ବୁଜି ଦେଉଛନ୍ତି । ମଦ୍ୟପ ଅପରାଧୀଙ୍କ କର୍ମରେ କ୍ଷତି ଗ୍ରସ୍ତ ମାନଙ୍କୁ ଆର୍ଥିକ ସାହାଯ୍ୟ ଦେଇ ଦାୟିତ୍ୱ ସମ୍ପୂର୍ଣ୍ଣ କରିଦେଇ କାର୍ଯ୍ୟ ଶେଷ କରୁଥିବା ସରକାରଙ୍କର ମଦ୍ୟପ ଗାଡ଼ି ଚାଳକଙ୍କୁ ଅଧିକ ଅର୍ଥ ଦଣ୍ଡ କଣ ଧର୍ମକୁ ଆଖି ଠାର ପରି ଲାଗୁନି କି?


Rate this content
Log in