ଦେଖିବା ଚାଲ
ଦେଖିବା ଚାଲ
ହୁମାୟୁନଙ୍କ ପୁତ୍ର ଓ ମୋଗଲ ସାମ୍ରାଜ୍ୟର ଜଣେ ସୁଦକ୍ଷ ଶାସକ ଥିଲେ । ଭାରତରେ ମୁସଲମାନ ସମ୍ରାଟଙ୍କ ମଧ୍ୟରେ ଆକବର ସର୍ବପେକ୍ଷା ଉଦାର ଥିଲେ । ତାଙ୍କ ଶାସନ କାଳରେ ଭାରତରେ ସୁଫୀ ମତବାଦ ଓ ଭକ୍ତିଧର୍ମରପ୍ରଭାବରେ ହିନ୍ଦୁ ଓ ମୁସଲମାନମାନେ ପରସ୍ପର ପ୍ରତି ଘୃଣାଭାବ ପରିତ୍ୟାଗ କରିଥିଲେ ।
ସେଠାରେ ୧୫୪୨ ଖ୍ରୀଷ୍ଟାବ୍ଦରେ ଆକବର ଜନ୍ମ ଗ୍ରହଣ କରିଥିଲେ । ଜନ୍ମର ବର୍ଷକ ପରେ ପିତାମାତାଙ୍କ ଠାରୁ ବିଚ୍ଛିନ୍ନ ହୋଇ ପ୍ରାୟ ଦୁଇ ବର୍ଷ କାଳ ଆକବର ତାଙ୍କର ପିତୃବ୍ୟ ଆସ୍କାରୀ ଓ କାମରାନଙ୍କ ପାଖରେ ରହିଥିଲେ । ସେମାନେ ହୁମାୟୁଅନଙ୍କୁ ଆଶ୍ରୟ ନଦେବାରୁ ସେ ପାରସ୍ୟକୁ ପଳେଇଗଲେ । ପାରସ୍ୟ ସମ୍ରାଟଙ୍କ ଠାରୁ ସାହାଯ୍ୟ ପାଇ ହୁମାୟୁନ କାନ୍ଦାହାର ଓ କାବୁଲ ଅଧିକାର କଲେ ଏବଂ ୧୫୪୫ରେ ଆକବରଙ୍କୁ ଉଦ୍ଧାର କଲେ ।
ଆକବର ବାଲ୍ୟକାଳରେ ପୁସ୍ତକ ଅଧ୍ୟୟନ ଅପେକ୍ଷା ଅଶ୍ୱାରୋହଣ, ଅସ୍ତ୍ରଚାଳନା ପ୍ରଭୃତିରେ ବେଶି ମନଦେଇଥିଲେ । ୧୫୫୧ ଖ୍ରୀଷ୍ଟାବ୍ଦରେ ଆକବର ଗଜନୀର ଶାସକ ନିଯୁକ୍ତି ହେଲେ । ୧୫୫୪ ଖ୍ରୀଷ୍ଟାବ୍ଦରେ ହୁମାୟୁନ ପଞ୍ଜାବ ଅଧିକାର କଲେ ଏବଂ ୧୫୫୫ରେ ଦିଲ୍ଲୀ ଅଧିକାର କଲେ । ସେ ଆକବରଙ୍କୁ ପଞ୍ଜାବର ଶାସନକର୍ତ୍ତା ଓ ବୈରାମ ଖାଁଙ୍କୁ ତାଙ୍କର ଅଭିଭାବକ ନିଯୁକ୍ତି କଲେ ।
ଏ ଥିଲା ଆକବର ଙ୍କ ସମ୍ପର୍କରେ।
ଏଥର
ଆକବର ନିଜ ଦରବାରରେ ଶ୍ରେଷ୍ଠ ନଅଜଣ ବିଦ୍ଵାନ ବ୍ୟକ୍ତିଙ୍କୁ ରଖିଥିଲେ ସମସ୍ତ କାର୍ଯ୍ୟ, କଥାର ସୁପରାମର୍ଶ ନିମନ୍ତେ ।
ଏକଦା ଆକବର ନିଜ ଆସନରେ ଉପବେସନ କରିଥିଲେ, ରାଜସଭା ଚାଲିଥିବା ବେଳେ ,ଆକବରଙ୍କ ମନରେ ଦ୍ଵନ୍ଦ ଥିବା କଥା ଉପରେ ପ୍ରଶ୍ନଟିଏ ବୀରବଲ ତଥା ନବରତ୍ନ ପଣ୍ଡିତ ମଣ୍ଡଳୀ,ସଭାସଦ୍ ,ପରିଷଦବର୍ଗ ଇତ୍ୟାଦି ସମସ୍ତଙ୍କୁ ଉପଲକ୍ଷ୍ୟ କରି ଦ୍ଵନ୍ଦ ଥିବା କଥାକୁ,
ଆକବର ବୀରବଲଙ୍କୁ ପଚାରିଲେ, ‘ମୁଁ ତ’ ହେଉଛି ଏକ ମୁସଲମାନ । ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରେ । ତୁମେ ଜଣେ ହିନ୍ଦୁ ହୋଇଥିବାରୁ ତୁମ ଧର୍ମ ଅନୁସାରେ ଦେବା ଦେବୀଙ୍କୁ ଉପାସନା କର । ସେହିପରି ଖ୍ରୀଷ୍ଟିଆନମାନେ ଯୀଶୁଖ୍ରୀଷ୍ଟଙ୍କୁ ଉପାସନା କରିଥାଆନ୍ତି । କିନ୍ତୁ ହିନ୍ଦୁମାନଙ୍କର କାହିଁକି ଅନେକ ଦେବା ଦେବୀ ଅଛନ୍ତି?” ଆକବରଙ୍କ କଥା ଶୁଣି ବୀରବଲ କହିଲେ – “ମହାରାଜ! ଈଶ୍ୱର ହେଉଛନ୍ତି ଏକ କେବଳ ସେମାନଙ୍କର ନାମ ଅଲଗା ଅଲଗା ।” ଆକବର କିନ୍ତୁ ବିରବଲଙ୍କ କଥାରେ ଏକମତ ହେଲେ ନାହିଁ ।
ଏହାପରେ ବୀରବଲ ପାଖରେ ଠିଆହୋଇଥିବା ଜଣେ କର୍ମଚାରୀଙ୍କୁ କହିଲେ, “ତୁମେ ତୁମର ମୁଣ୍ଡରେ କଣ ପିନ୍ଧିଛ? କର୍ମଚାରୀ ଜଣକ କହିଲା, ‘ମୁଁ ଏକ ପଗଡି ବାନ୍ଧିଛି?’ ବୀରବଲ କହିଲେ ସେହି ପଗଡିକୁ ଖୋଲିଦେଇ ଯଦି ଆମେ ଅଂଟାରେ ବାନ୍ଧିଦେବା ତା’ହେଲେ ତାହାଏକ ଗାମୁଛାର କାମ ଦେବ । ତାକୁ ଯଦି ଆମେ ଅଂଟାରୁ ଖୋଲିଦେଇ ପିନ୍ଧିଦେବା ତା’ହେଲେ ତାକୁ ଆମେ ଧୋତି କହିବା । ମହାରାଜ! ପଗଡି, ଗାମୁଛା ଏବଂ ଧୋତି ସେହି ଏକା କପଡାରୁ ସୃଷ୍ଟି ହେଲା । ଗୋଟିଏ ଜିନିଷ ତାକୁ ଆମେ ଭିନ୍ନ ଭିନ୍ନ ରୂପରେ ପରିଧାନ କରୁଛୁ, ଓ ତା’ର ଭିନ୍ନ ଭିନ୍ନ ନାମକରଣ କରିଛୁ ।
ସେହିପରି ଜଳ ପ୍ରଥମେ ବାଷ୍ପୀଭୂତ ହୋଇ ମେଘଖଣ୍ଡରେ ପରିଣତ ହୁଏ । ତାହାକୁ ଆମେ ବାଦଲ କହିଥାଉ । ଏହା ଯେତେ ବେଳେ ପୃଥିବୀ ପୃଷ୍ଠରେ ବର୍ଷିଯାଏ ତାହାକୁ ଆମେ ବର୍ଷା କହିଥାଉ । ବର୍ଷା ପାଣି ବୋହିଗଲେ ତାହା ନାଳ, ପୋଖରୀ, ନଦୀ ଇତ୍ୟାଦି ବିଭିନ୍ନ ନାମରେ ନାମିତ ହୋଇଥାଏ । ଯେତେବେଳେ ଏହି ଜଳ ଘନୀଭୂତ ହୁଏ ତାହା ବରଫରେ ପରିଣତ ହୋଇଥାଏ । ତେଣୁ ଏଠାରେ ଜଳ ହେଉଛି ଗୋଟିଏ ଉପାଦାନ । ବାଦଲ, ବର୍ଷା, ନଦୀ, ବରଫ ସବୁ ସେଇ ଜଳକୁ ନେଇ ସୃଷ୍ଟି ହୋଇଥାଏ । ତେଣୁ ଭଗବାନ ଏକ । ବିଭିନ୍ନ ବ୍ୟକ୍ତି ତାଙ୍କୁ ବିଭିନ୍ନ ନାମରେ ଆରାଧନା କରିଥାଆନ୍ତି ।ଆକବର ତ ଏକବାରେ ଖୁସି ବୀରବଲଙ୍କ ଉପରେ।
ଏଥର ବୀରବଲ କହିଲେ ,ମୁଁ ଗୋଟିଏ କଥା ପଚାରିବି ଜାହାଁପନା ।ଯଦି ଆପଣଙ୍କ ଅନୁମତି ମିଳେ ତ ...
ଆକବର ତ ଖୁସି ଥିଲେ, ତେଣୁ ସେ ବୀରବଲଙ୍କୁ ଅନୁମତି ଦେଲେ।
ବୀରବଲ କହିଲେ ଜାହାଁପନା- ମୁଁ ଆଜି ଶୁଣିଲି ଜଣେ କହୁଛନ୍ତି କି,
ଭାସୁଛି ପଥର ବୁଡୁଛି ସୋଲ ,
ନ ଦେଖିବା ଦେଖିବ ଚାଲ।
ଏହାର ଅର୍ଥ କଣ?
ଉପସ୍ଥିତ ସଭାସଦ୍ କାଲୁବାଲୁ କରି ଜଣେ ଆନକୁ ଚାହାଁ ଚାହିଁ ହେଉଛନ୍ତି।
