The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sangeeta Barik

Others

3  

Sangeeta Barik

Others

ଦେବଦୂତ

ଦେବଦୂତ

4 mins
518


        

  

ବାଲକୋନୀରେ ଏକ ଚେୟାର ଉପରେ ବସି ରାସ୍ତାକୁ ଅନେଇ ଥିଲା ସୀମା । କାହାକୁ ଖୋଜୁଥିଲା ବୋଧହୁଏ ସେହି ରାସ୍ତାରେ ଯିବା ଆସିବା ଲୋକଙ୍କ ଭିତରୁ । ହଁ ଦୀର୍ଘ ପନ୍ଦର ବର୍ଷ ହେଲାଣି ତା ଆଖି ଯୋଡିକ ଜଣକୁ ଖୋଜି ବୁଲୁଛି ଅତ୍ୟନ୍ତ ବିକଳ ହୋଇ । ଏହା ତାର ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ହୄଦୟରେ ସାଇତା ହୋଇଛି ଅତି ଗୋପନରେ ଯାହାକି ଆଜି ପର୍ଯ୍ୟନ୍ତ ଦ୍ଵିତୀୟ କେହି ଜାଣି ନାହାଁନ୍ତି । ନାରୀ ଜାତିଟା ବୋଧେ ଏମିତି ବହୁତ କିଛି ସାଇତା ହୋଇ ରହିଥାଏ ହୄଦୟରେ କିଛି ସ୍ନେହ,ଶ୍ରଦ୍ଧା ଓ ଭଲପାଇବାର କୋମଳ ପୁଷ୍ପାବରଣ ଭିତରେ ତ ଆଉ କିଛି ବିରକ୍ତି ଓ ଘୄଣାର କଫିନ୍ ଭିତରେ । 


ଷୋହଳ ବର୍ଷ ତଳେ ସେ ସମୀରଙ୍କୁ ବିବାହ କରିଥିଲା ପିତାମାତାଙ୍କ ଇଛାରେ ।ଆଉ ବର୍ଷେ ନପୁରୁଣୁ ତାଙ୍କର ପ୍ରେମର ସନ୍ତକ ଭାବେ ତୄତୀୟ ସଦସ୍ୟଟି ସଜ ହେଉଥିଲା ପରିବାରକୁ ଆସିବାକୁ ।ସେଥିପାଇଁ ସମୀର ଦିନେ ସୀମା କୁ ନେଇ ଡାକ୍ତରାଣୀଙ୍କ ପାଖକୁ ଚେକ୍ ଅପ୍ ପାଇଁ ଯାଇଥିଲେ । ସେତେବେଳେ ସୀମାର ନଅ ମାସ ପୁରି ଯାଇଥାଏ ।ସନ୍ଧ୍ୟା ଛଅଟାରେ ସେମାନେ କ୍ଲିନିକ୍ ରେ ପହଞ୍ଚିଲେ ଆଠ ଜଣଙ୍କ ପରେ ତାଙ୍କର ନମ୍ବର ଥାଏ ।କିଛି ସମୟ ଅପେକ୍ଷା କଲାପରେ ସମୀର ଙ୍କର ଏକ ଫୋନ ଆସିଲା । ତେଣୁ ସେ ଅଳ୍ପ ସମୟ ଭିତରେ ଫେରି ଆସିବେ କହି ଚାଲି ଗଲେ । ଛଅରୁ ସାତ, ସାତରୁ ଆଠ,ପୁଣି ଆଠରୁ ନଅ ବାଜିଗଲା କିନ୍ତୁ ସମୀରଙ୍କର ଦେଖା ନଥିଲା । କ୍ଲିନିକ୍ ଟି ବେଶୀ ବଡ ନଥିଲା ।ଡାକ୍ତରାଣୀ ଓ ତାଙ୍କ ସହାୟିକା ନଅଟା ବେଳେ କ୍ଲିନିକ୍ ବନ୍ଦ କରି ଚାଲି ଯାଇଥିଲେ । ଶୀତ ଦିନ ହୋଇ ଥିବାରୁ ମାର୍କେଟ ମଧ୍ୟ ନୀରବି ଯାଇ ଜନଶୂନ୍ୟ ହୋଇ ଆସୁଥାଏ । ଅତି ଅସହାୟା ଭାବେ ରାସ୍ତାକୁ ଆସି ଛିଡା ହୋଇଥିଲା ସୀମା । ଆଖିରୁ ତାର ଧାର ଧାର ଲୁହ ବହିଯାଉଥାଏ ।ସେ ଭାବି ଚାଲିଥିଲା ସମୀରଙ୍କ କଥା । ସତରେ କଣ ଏତେ ନିର୍ଦ୍ଦୟ ହୋଇ ପାରନ୍ତି ମଣିଷ । ପୁଣି ନିଜର ସ୍ଵାମୀ । । ସ୍ତ୍ରୀ କଥା ନ ଭାବିଲେ ନାହିଁ ଅତି କମ୍ ରେ ଦୁନିଆକୁ ଆସିବା ପାଇଁ ଉଦ୍ୟକ୍ତ ହେଉ ଥିବା ତାଙ୍କ ନିଜ ରକ୍ତ କଥାତ ଥରୁଟିଏ ଚିନ୍ତା କରିଥାନ୍ତେ । ବୋଧହୁଏ ସେଦିନ ଦ୍ଵିପ୍ରହରରେ ହୋଇଥିବା ଝଗଡା ବେଳେ ସମୀର ଯେଉଁ ପାନେ ଚଖେଇବାର ଧମକ ଦେଇଥିଲେ, ତାହା କାର୍ଯ୍ୟ ରେ କରି ଦେଖଉଛନ୍ତି ।ଓଃ ତା ମୁଣ୍ଡ କଣ ହେଇଯାଉଥାଏ । ସହରଟି ଏବେ ଜନଶୂନ୍ୟ ହୋଇ ନୀରବତାର ଚାଦର ଘୋଡେ଼ଇ ହୋଇ ଶୋଇ ଯିବାକୁ ବସିଛି । ସନ୍ଧ୍ୟାରେ ଲାଗୁଥିବା ଭୋକ ଶୋଷ କୁଆଡ଼େ ମିଳାଇ ଗଲାଣି । ପେଟ ଭିତରର ଶିଶୁଟି ବୋଧେ ମାଆର ପରିସ୍ଥିତି ବୁଝି ଦୁଃଖୀ ହୋଇ ପଡିଲାଣି ।ହଠାତ୍ ଏକ ବାଇକ୍ ଆସି ପାଖରେ ଅଟକି ଗଲା । ଆରୋହୀ ଜଣକ ଥିଲେ ସୁନ୍ଦର ସୁଠାମ ଯୁବକଟିଏ । ଯେ କେହି ଦେଖିଲେ ଆକର୍ଷିତ ହେବା ସ୍ଵାଭାବିକ । ଆଶ୍ଚର୍ଯ୍ୟ ଜନକ ମୂଖଭଙ୍ଗୀରେ ପ୍ରଶ୍ନ କଲେ

 .....ଆପଣ ଏପରି ଅବସ୍ଥାରେ ଏଠାରେ ଏକୁଟିଆ ?କୁଆଡେ ଯିବେ ? ଘର କେଉଁଠି ? ଯଦି କିଛି ମନେ ନ କରନ୍ତି ମୁଁ କିଛି ସାହାଯ୍ୟ କରି ପାରିବି କି ? ମାନେ ଘରେ ଛାଡି ଦିଅନ୍ତି।


......ନା । ଧନ୍ୟବାଦ । ଆପଣ ଯାଇ ପାରନ୍ତି ।

.....ଦେଖନ୍ତୁ ଆପଣଙ୍କୁ ଆଉ କେହି ସାହାଯ୍ୟ ଯାଚି ନ ପାରନ୍ତି । ହୁଏତ ଆଉ କାହାରି ଭିନ୍ନ ଦୄଷ୍ଟିରେ ଶିକାର ହୋଇ ପାରନ୍ତି । ତେଣୁ ଆପଣଙ୍କୁ ଏକୁଟିଆ ଏପରି ଅବସ୍ଥାରେ ଛାଡି ଗଲେ ମୋ ବିବେକ ମୋତେ ଧିକ୍କାର କରିବ । 


ପୁଣି ଥରେ ଚାହିଁଲା ସୀମା ସେହି ଅଚିହ୍ନା ମଣିଷର ମୁହଁଟିକୁ । କଣ କରିବ କିଛି ଭାବି ପାରୁ ନଥାଏ । ବିଶ୍ୱାସ ଓ ଅବିଶ୍ୱାସ ର ଚଟାଣ ଉପରେ ଅଣନିଶ୍ଵାସୀ ହୋଇ ପଡୁଥିଲା ସେ । କାହାକୁ ବା ବିଶ୍ୱାସ କରିବ ? ଯାହାକୁ ହାତ ଧରି ବାହା ହୋଇଥିଲା, ଏହି ଏକ ବର୍ଷ ମଧ୍ୟରେ ଅନେକ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଛି ତାଙ୍କଠାରୁ । ତଥାପି ସାହସ କରି ସ୍ଵାମୀଙ୍କୁ ଏକ ଫୋନ କରିବାକୁ କହିଲା ସେହି ଅଚିହ୍ନା ଯୁବକଙ୍କୁ । ଥରେ ନୁହେଁ ପାଞ୍ଚ ପାଞ୍ଚ ଥର ନମ୍ବର ଲଗେଇଲେ କିନ୍ତୁ ସବୁଥର ସେହି ସୁଇଚ୍ ଅଫ୍ ।ଭୋ ଭୋ ହୋଇ କାନ୍ଦି ପକେଇଲା ସୀମା । ନୀରବରେ ଅନେଇ ଥିଲେ ଯୁବକ ଜଣକ ଯେପରି ତାର ତାଳୁରୁ ତଳିପା ଯାଏ ଗୋଟି ଗୋଟି କରି ପଢି ଯାଉଥିଲେ ସମସ୍ତ ଯନ୍ତ୍ରଣାକୁ । ପୁଣି ଥରେ ଅନୁରୋଧ କଲେ ତାଙ୍କ ସହ ଯିବାକୁ । ଏଥର ଆଉ ସୀମା ମନା କରି ପାରିଲା ନାହିଁ । ସମ୍ମତି ଜଣାଇଲା । ଯୁବକ ଜଣକ ଗାଡି ଡିକିରୁ ଏକ ବିସ୍କୁଟ୍ ପ୍ୟାକେଟ୍ ଓ ଛୋଟ ପାଣି ବୋତଲ ବାହାର କରି ଦେଲେ ସୀମାକୁ । ବାଧ୍ୟ ଶିଶୁ ଭଳି ସେ ବିସ୍କୁଟ୍ ଖାଇଥିଲା । ଯୁବକ ଗାଡି ସ୍ଟାର୍ଟ କଲେ । ସୀମାର ଏପରି ଅବସ୍ଥା ଯୋଗୁଁ ସେ ଅସୁବିଧା ଅନୁଭବ କରୁଥିଲା ଗାଡିକୁ ଉଠିବାକୁ । ତେଣୁ ଯୁବକ ଜଣକ ଡାହାଣ ହାତରେ ଗାଡିର ହ୍ୟାଣ୍ଡଲ୍ ଧରି ବାମ ହାତରେ ସାହାଯ୍ୟ କରିଥିଲେ ସୀମାକୁ । କିଛି ଦୂର ଗଲା ପରେ ହଠାତ୍ ବାଇକ୍ ଟି ଅଟକି ଗଲା ଏକ ନିଛାଟିଆ ରାସ୍ତାରେ । ସୀମା ଚମକି ପଡିଲା । ଯୁବକ ଜଣକ ନିଜ ଦେହରୁ ଜାକେଟ୍ ଖୋଲିଲେ । ସୀମା ଥରିବାକୁ ଲାଗିଲା । ଜାକେଟ୍ ଟିକୁ ସୀମା ଆଡକୁ ବଢେଇ ଦେଇ ଅତି ନମ୍ର ଗଳାରେ ଯୁବକ କହିଲେ


......ଘୋଡି ପଡନ୍ତୁ । ଭୀଷଣ ଶୀତ । 

.....ନା ନା । ମୁଁ ଠିକ୍ ଅଛି । ଆପଣଙ୍କୁ ତ ଶୀତ ଲାଗିବ ।

..... ମୁଁ ଶୀତ ସହି ପାରିବି । ମୋ ଅପେକ୍ଷା ଜାକେଟ୍ ଟି ଆପଣଙ୍କୁ ବେଶୀ ଦରକାର କାରଣ ମୁଁ ଏକୁଟିଆ ଆଉ ଆପଣ ଦୁଇ ଜଣ ।


ସୀମାର ଘରର ଶହେ ମିଟର ଦୂରରେ ଗାଡି ରଖିବାକୁ କହିଥିଲା ସୀମା । ଯୁବକ ଜଣକ ମଧ୍ୟ ଆଜ୍ଞା ପାଳନ କଲା ଭଳି ଗାଡି ରଖିଦେଲେ । ଜାକେଟ୍ ଟି ଫେରେଇ ଦେଇ ଦୁଇ ହାତ ଯୋଡି ଅଶ୍ରୁଳ ନୟନରେ ଅନେଇଲା ସୀମା ଯୁବକଙ୍କ ମୁଖମଣ୍ଡଳକୁ ଆଉ ହୄଦୟରୁ ବାଢି ଦେଉଥିଲା କୄତଜ୍ଞତାର ନୈବେଦ୍ୟ ନୀରବରେ । ଆଉ ଯୁବକ ଜଣକ ତା ଆଖିକୁ ଦେଖା ଯାଉଥିଲେ ଖୁବ୍ ସୁନ୍ଦର ଏକ ଦେବଦୂତ ଭଳି । ଘରକୁ ଫେରି ସୀମା ଦେଖିଲା ସ୍ଵାମୀ ଟିଭି ଦେଖୁଛନ୍ତି । ଘୄଣା ଓ ବିରକ୍ତି ତାକୁ ଯେପରି କ୍ଷତାକ୍ତ କରି ପକଉଥିଲେ । ନିର୍ଦ୍ଦୟ ସ୍ଵାମୀଙ୍କର କୌଣସି ଅନୁଶୋଚନା ନଥିଲା ।ବିଦୄପ ହସ ହସି ପଚାରିଲେ "ଚାଲି ଚାଲି ଆସିଲ ବୋଧେ । ମୋ ମୁହଁରେ ଜବାବ ଦେବାର ପରିଣାମ ପାଇଲତ ? ଏଇଟା ଥିଲା ତମ ପାଇଁ ଏକ ଶାସ୍ତି ।" ନିଜକୁ ସମ୍ଭାଳି ନୀରବରେ ସୀମା ଚାଲି ଯାଇଥିଲା ନିଜ ଶୋଇବା ଘରକୁ ।


   × ×. ×. ×. ×. × ×


ୟା ଭିତରେ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ସୀମା ଭୁଲି ପାରୁନାହିଁ ସେହି ରାତ୍ରିକୁ, ସେହି ଯୁବକଙ୍କୁ । ବୋଧହୁଏ ତା ହୄଦୟ ପ୍ରାନ୍ତରରେ ଏକ ମନ୍ଦିରଟିଏ ତୋଳି ସେ ତାଙ୍କୁ ଦେବତାର ସ୍ଥାନରେ ସ୍ଥାନିତ କରି ସାରିଛି । ଆଜିବି ସୀମାର ଆଖି ଦୁଇଟି ଖୋଜି ବୁଲେ ସେହି ଅଚିହ୍ନା ମଣିଷର ମୁହଁଟିକୁ ପ୍ରତ୍ୟେକ ଗଳିକନ୍ଦିରେ, ରାସ୍ତା ଘାଟରେ ଓ ଲୋକାରଣ୍ୟରେ ।


  


Rate this content
Log in