Sonali Garnayak

Others

3  

Sonali Garnayak

Others

ଦେବଦାସୀ

ଦେବଦାସୀ

4 mins
285


ସଜେଇ ଦେ ମୋତେ ଦେବଦାସୀ କରି, ନିତି ନାଚିବି ତୋ ନାଟ ମଣ୍ଡପରେ ।ପୁରାତନ ଯୁଗର ଏ ପରମ୍ପରା ଆଜିବି ଦୃଷ୍ଟାନ୍ତ ସାଜିଛି ଇତିହାସର, ପ୍ରତ୍ୟେକ ସ୍ତ୍ରୀ ନିଜକୁ ଭାଗ୍ୟବାନ ମନେ କରେ ଯଦି ଦେବଦାସୀର ଆଖ୍ୟାନ ପାଏ, ଏମିତିକି ସେମାନେ ବିଧବା ହେଲେ ବି ଆଜୀବନ ସଧବା କାରଣ ସେମାନେ ସେ ନଟିଆ ଠାକୁରଙ୍କୁ ହୃଦୟରେ ରଖି ସିନ୍ଦୁର ନାଆନ୍ତି ।ସେଥିପାଇଁ ଜୟଦେବଙ୍କ ସଖି କେତକୀ ମଧ୍ୟ ଏ ଉପାଧି ପାଇଁ ବହୁତ ତପସ୍ୟା କରିଥିଲେ ।ଏମିତି ଏକ ସ୍ୱାମୀ ପରିତ୍ୟକ୍ତ୍ୱା ସ୍ତ୍ରୀ ଲୋକ ଦେବଦାସୀ ସାଜିଛି ଏବଂ କିଛି ଲୋକ ଷଡଯନ୍ତ୍ର କରି ତାଙ୍କୁ ମନ୍ଦିରରୁ ବିତାଡିତ କରିଛନ୍ତି ହେଲେ ସେଦିନ ଆଉ ଜଗନ୍ନାଥଙ୍କ ପହଡ଼ ଖୋଲିନି ।


        ଏ ପ୍ରେମା ନାନୀ ଟିକିଏ ହାତ ଚଞ୍ଚଳ କର ଲୋ ସେପଟେ ବଡ଼ଦିଅଁଙ୍କର ନିତିରେ ବିଳମ୍ବ ହେଉଛି ବୋଲି ମନ୍ଦିରର ବାଡ଼ଗ୍ରାହୀ କହୁଥାନ୍ତି ।ନିତି ପ୍ରେମା ବଡ଼ଦିଅଁଙ୍କର ସବୁନିତି ନିମନ୍ତେ ବ୍ୟବହୃତ ସାମଗ୍ରୀ ପ୍ରସ୍ତୁତ କରିଥାଏ, ତା ହାତରେ କାମ ନହେଲେ ବଡ଼ଦିଅଁଙ୍କର ସବୁ କାମ ଅଧୁରା ।ଏ ଦୁଇବର୍ଷ ହେବ ସେ ଶ୍ରୀମଦିରକୁ ଏମିତି ନିଜର କରିନେଇଛି ଯେ ତାକୁ ନ ଡାକିଲେ କାହାରି କୌଣସି କାମ ହୁଏନି ।ଏମିତି ଲାଗେ ବେଳେ ବେଳେ ଯଦି ସେ ଜଗନ୍ନାଥ ଦାରୁମୂରତି ବେଶରେ ଅଧର ଖୋଲିପାରିଥାନ୍ତେ ତାହେଲେ ସେ ବି ତାଙ୍କର ସମସ୍ତ କାର୍ଯ୍ୟ ପାଇଁ ଏ ପ୍ରେମା ନାନୀକୁ ଡାକି ଥାନ୍ତେ ।


ମନ୍ଦିର ପାଖରେ ଥିବା ଏକ ଛୋଟିଆ କୁଡ଼ିଆ ଘରେ ରୁହେ ପ୍ରେମାନାନୀ, ସକାଳୁ ଧାଇଁଆସେ ମନ୍ଦିର ଏବଂ ସଞ୍ଜପରେ ଠାକୁରଙ୍କ ନିତି ସରିଲେ ଚାଲିଯାଏ ତା ଘରକୁ ।ସେଦିନ ଦର୍ପଣରେ ଜଗନ୍ନାଥଙ୍କୁ ଦେଖି ସିନ୍ଦୁର ନାଉ ନାଉ ବାହାରୁ ଡାକ ଶୁଭିଲା ପ୍ରେମା ଦାସୀ ଘରେ ଅଛ କି? ପ୍ରେମା ବାହାରକୁ ଆସି ଜାଣିବାକୁ ପାଇଲା ମନ୍ଦିରରେ ଡାକରା ପଡ଼ିଲାଣି ଜଲ୍ଦି ଯିବା ନିମନ୍ତେ ସେପଟେ ଭକ୍ତ ଗହଳି ଲାଗିଗଲାଣି ଆଉ ଏ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ମଇଲମ ନିତି ହୋଇନି ।ଓହୋ !ପ୍ରେମା ନଥିଲେ କିଛି ହବନି ମୁଁ ମରିଗଲେ ଏମାନେ କେମିତି କେଜାଣି ମନ୍ଦିର ଚଳାଇବେ ଏମିତି ଗରଗର ହୋଇ ପ୍ରେମାନାନୀ ଚାଲିଥାଏ ମନ୍ଦିର ଆଡେ ।ସବୁ କାମ ସାରି ପ୍ରେମାନାନୀ ମନ୍ଦିର ବାହାରେ ବସି ଫୁଲହାର ଗୁନ୍ଥିଛି ତା ମନ ମୋହନ ପାଇଁ ଠିକ୍ ସେତିକିବେଳେ ନାଟମଣ୍ଡପ ପାଖରୁ କିଛି ପାଟି ତୁଣ୍ଡ ଶୁଭିଲା ପ୍ରେମାନାନୀ ଦୌଡ଼ିଯାଇ ଦେଖିଲା ଗୋଟେ ଲୋକ ଆସି ଗଣ୍ଡଗୋଳ କରୁଛି "ମୋ ସ୍ତ୍ରୀ କୁଆଡେ ଗଲା ଡାକ ତାକୁ, ଏଠି ତାକୁ ରଖି ଗୋଟେ ଧନ୍ଦା ଚଳେଇଛ "ମନ୍ଦିରର ନନା କହୁଥାନ୍ତି ନା ସେ ଏଠୁ ଯିବନି ସେ ଏବେ ଏ ମନ୍ଦିରର ଦେବଦାସୀ, ସେ ପୂର୍ଣ୍ଣରୂପରେ ଏବେ ସେ ବଡ଼ଠାକୁରଙ୍କର ତମେ ତାକୁ ତମ ସ୍ତ୍ରୀ ବୋଲି କହିପାରିବିନି ।ଦଇତାପତି ଇସାରାକରିବାରୁ ପ୍ରେମାନାନୀ ସେ ଲୋକସାମନାକୁ ଆସିନଥିଲା ଏବଂ ଲୋକମାନେ କଳେବଳେ କୌଶଳେ ତାଙ୍କୁ ମନ୍ଦିର ବାହାରେ ଛାଡି ଆସିଲେ ।


      ପ୍ରେମାନାନୀ ବାରଣ୍ଡାରେ ବସି ଆଖିରୁ ଅଶ୍ରୁ ନୀଗାଡୁ ଥିଲା ମନେ ପଡିଯାଇଥିଲା ଗୋଟି ଗୋଟି କରି ତାର ସେହି ପୂର୍ବଦିନର କଥାଗୁଡାକ, ଏ ସ୍ୱାମୀ ଯିଏ ଆସି ତାକୁ ତା ସ୍ତ୍ରୀର ପରିଚୟ ଦେଉଛି ଦିନେ ତାକୁ ପିଟି ଲହୁଲୁହାଣ କରି ଘରୁ ତଡ଼ିଦେଇଥିଲା ।ଦିନେ ପ୍ରେମାର ହାତ ଧରିଥିଲା ନନ୍ଦ ତାର ଦଶ ଦୋଷ କ୍ଷମା କରିବ ବୋଲି କଥା ଦେଇଥିଲା, କିନ୍ତୁ ଗୋଟାଏ ଭୁଲ୍ ବି ତା ପାଇଁ ଅକ୍ଷମଣୀୟ ଥିଲା ।ପ୍ରତି କଥାରେ ତା ଉପରେ ରାଗି ଉପରେ ରାଗି ଅକଥନୀୟ ଅତ୍ୟାଚାର କରୁଥିଲା, କେବେ ମାରିକି ଦେହହାତ ସିଝେଇ ଦେଉଥିଲା ତ କେବେ ମାରିକି ମୁଣ୍ଡହାତରୁ ରକ୍ତ ବାହାର କରିଦେଉଥିଲା, ଦିନେ ତ ନୃଶଂସତାର ପୁରା ସୀମା ପାର କରିଦେଇଥିଲା, ମଦ ପିଇ ଆସି ପ୍ରେମାର ଚୁଟିକୁ ଘୋଷାରି ଘୋଷାରି ଆଣି ଘରୁ ବାହାର କରିଦେଲା ।


ସେହିଦିନଠୂ ଚାଲିଆସିଛି ପ୍ରେମାନାନୀ ମହାବାହୁଙ୍କ ଶରଣକୁ ଏବଂ ତାଙ୍କୁ ହୃଦୟ ମନ୍ଦିରରେ ରଖି ନିତି ସିନ୍ଦୁରନାଉଛି ଆଉ ସମସ୍ତଙ୍କ ଠାରେ ତା ପରିଚୟ ପ୍ରେମା ଦେବଦାସୀ ।ହଠାତ୍ ଜଣଙ୍କ ହାତ ସ୍ପର୍ଶରେ ସେ ଚମକିପଡିଲା ଦେଖିଲା ନନ୍ଦ ତା ଗୋଡ ତଳେ ପଡି ତାକୁ ନେହୁର ହେଉଛି ଚାଲ ମୋ ସହ ଫେରିଚାଲ ତୋ ବିନା ମୁଁ ପୁରା ଏକା ହୋଇଯାଇଛି ।ଦେଖନ୍ତୁ ଆପଣ ଏଠୁ ଚାଲିଯାନ୍ତୁ ମୁଁ ଅନ୍ୟକାହାର ନୁହଁ କେବଳ ସେ ବଳିଆରଭୁଜଙ୍କ ଦାସୀ ।ଦେଖେ ସେମିତି ତୁ କହନା ଜାଣିଛି ବହୁତ ଅଭିମାନ କରିଛୁ ମୁଁ ମୋ ଭୁଲ୍ ସ୍ୱୀକାର କରୁଛି, ତୁ ଯାହା କହିବୁ ତାହା ମୁଁ କରିବାକୁ ରାଜି ହେଲେ ତୁ ମୋ ସହ ଫେରିଚାଲ !ନା ଏବେ ସେ ବଡ଼ସାମନ୍ତକୁ ହୃଦୟରେ ଜଗା ଦେଇସାରିଛି ତାଙ୍କ ଛାଡ଼ ଆଉ କାହା କଥା ଭାବିବା ବି ପାପ, ଦୟାକରି ଆପଣ ଏଠୁ ଚାଲିଯାନ୍ତୁ ଆପଣଙ୍କ ସହ ମୋର କୌଣସି ସମ୍ପର୍କନାହିଁ, ଏତିକି କହି ପ୍ରେମାନାନୀ ଚାଲିଆସିଲା ସେ ମନ୍ଦିରରୁ ।


ତା ପରଦିନ ସକାଳେ ଯେତେବେଳେ ପ୍ରେମାନାନୀ ମନ୍ଦିର ଭିତରକୁ ଗଲା ଦେଖିଲା ବାଡ଼ଗ୍ରାହୀ, ଦଇତାପତି ଓ ଅନ୍ୟ ସଦସ୍ୟ ମାନେ କେହି ତାକୁ ଚାଁହୁନାହାନ୍ତି ।ଜଗନ୍ନାଥଙ୍କ ସମସ୍ତ ନିତି ତା ବିନା ସହାୟତାରେ ହୋଇସାରିଛି ।ଜଗନ୍ନାଥଙ୍କ ବାଡ଼ଗ୍ରାହୀ ତାକୁ ପାଖକୁ ଡାକି କହିଲେ ତୋର ଆଉ ଏ ମନ୍ଦିରରେ ଆବଶ୍ୟକତା ନାହିଁ ତୁ ଚାଲିଯାଆ ।ଏ ମନ୍ଦିରରେ ତୁ ଦେବଦାସୀ ହୋଇରହିଲେ ଅପବିତ୍ର ହୋଇଯିବ ।ଯିଏ ନିଜ ସ୍ୱାମୀର ହୋଇପାରିଲାନି ସେ କଣ ଜଗନ୍ନାଥଙ୍କର ହେବ !ପ୍ରେମା ନାନୀ ଆଖିରୁ ଅଶ୍ରୁ ଝରାଇ ଥରେ ସେ ଜଗନ୍ନାଥଙ୍କ ଆଡକୁ ଅଭିମାନ ଭରା ଚାହାଣି ଟିଏ ଦେଇ ଚାଲିଆସିଥିଲା ।ପରେ ସେ ଜାଣିବାକୁ ପାଇଲା ସେଠିକାର ସାହୁକାର ଆସି ଧମକ ଦେଇ ଯାଇଛି ତାକୁ ମନ୍ଦିରରୁ ତଡି ଦେବା ନିମନ୍ତେ ଏବଂ ସେ ହିଁ ତା ସ୍ୱାମୀ ନନ୍ଦକୁ ପଠେଇଥିଲା କାରଣ ସେ ସାହୁକାରର  ଲୋଳୁପ ଦୃଷ୍ଟି ପ୍ରେମାନାନୀ  ଉପରେ ଅଛି ।ପ୍ରେମା ନାନୀ ସେହି ନାଟମଣ୍ଡପ ପାଖରେ ବସି ରହିଲା ତିଳେ ମାତ୍ର ହେଲେ କେଉଁଆଡେ ଘୁଞ୍ଚିଲା ନାହିଁ ।ଶେଷରେ ଦଇତାପତି ମାନେ ଜୋରଜବରଦସ୍ତି କରି ତାକୁ ମନ୍ଦିର ବାହାରେ ଫୋପାଡ଼ି ଦେଇଆସିଥିଲେ ।


    କିନ୍ତୁ ତାପରଦିନ ଆଉ ଜଗନ୍ନାଥଙ୍କ ସିଂହଦ୍ୱାର ଖୋଲିନଥିଲା ।ପଣ୍ଡା" ମଣିମା ମଣିମା "ଡାକି ଡାକି ଥକିଯାଇଥିଲେ କିନ୍ତୁ ଦାରୁବ୍ରହ୍ମ ମଣୋହି ହୋଇନଥିଲେ ।ତା ପୂର୍ବରାତିରୁ ଦଇତା ପତି ମାନଙ୍କୁ ସ୍ବପ୍ନ ହୋଇଥିଲା ମୋତେ ସବୁଠୁ ଅଧିକା ଭଲ ପାଉଥିବା ପ୍ରେମାଦେବ ଦାସୀ କୁ ତୁମେ ମାନେ ମନ୍ଦିରରୁ ବାହାର କରିଦେଲ ତା ହାତରୁ ଜଳ ନ ପାଇଲେ ମୋ ସକାଳ ହୁଏନି ।ଯେହେତୁ ସେ ମନ୍ଦିରରେ ନାହିଁ କାଲି ସକାଳେ ମୁଁ ମଣୋହି ହେବି ନାହିଁ । 


Rate this content
Log in