NIBEDITA MOHAPATRA

Others

5.0  

NIBEDITA MOHAPATRA

Others

ଡ୍ରେସ୍

ଡ୍ରେସ୍

3 mins
3.4K


ସେଦିନ କୁମାର ପୂର୍ଣ୍ଣିମା ପାଇଁ ବାପାଙ୍କ ସହ ଡ୍ରେସ୍ କିଣିବାକୁ ଯାଇଥାଏ।ଦୋକାନି ଆମକୁ ଭିନ୍ନ ଭିନ୍ନ ଡିଜାଇନର ବହୁତ ଗୁଡିଏ ଡ୍ରେସ୍ ଦେଖାଇଲେ।ମୁଁ ସବୁ ଡ୍ରେସ୍ ଗୁଡିକୁ ଭଲ କରି ଦେଖିଲି,ହେଲେ ମୋର କିଛି ପସନ୍ଦ ହେଉ ନ ଥିଲା।ମୁଁ ଦୋକାନର ଚାରିଆଡକୁ ଚାହୁଁଥିଲି।ହଠାତ୍ ମୋ ନଜର ପଡିଲା ଦୋକାନରେ ଟଙ୍ଗା ହୋଇଥିବା ଗାେଟେ ଗାେଲାପି ଡ୍ରେସ୍ ଉପରେ।ସେଇ ଡ୍ରେସ୍ ଟି ବହୁତ ସୁନ୍ଦର ଲାଗୁଥିଲା। ମୋର ବି ବହୁତ ପସନ୍ଦ ହେଇଥିଲା ସେଇଟା।ମୋ ଆଖି ସେଇଠି ହିଁ ଲାଗି ରହିଥିଲାବେଳ ହଠାତ୍ ନିରବତା ଭାଙ୍ଗି ବାପା କହିଲେ,କିଛି ପସନ୍ଦ କଲୁନା ନାହିଁ ।ଶିଘ୍ର କର,ମାେର ସେଆଡେ ବହୁତ କାମ ଅଛି। ହଁ ହଁ କରୁଛି।ମୁଁ ଟିକେ ରହି କହିଲି ;ବାପା ମୁଁ ସେ ଗାେଲାପି ଡ୍ରେସ୍ ଟା ନେବି।ବାପା କହିଲେ,ହଉ ଠିକ୍ ଅଛି ନେ।ବାପା ଦୋକାନୀଙ୍କୁ କହିଲେ ଭାଇ,ସେ ଡ୍ରେସ୍ ଟା ଦିଅ।ଦୋକାନି ଡ୍ରେସ୍ ଟା ଆଣି ଆମ ପାଖରେ ରଖିଲା।ମୁଁ ଡ୍ରେସ୍ ଟିକୁ ଭଲ ଭାବେ ପରଖିଲି।ଗୋଲାପି ରଙ୍ଗର ଡ୍ରେସ୍ ରେ ଛୋଟ ଛୋଟ ଏମ୍ରୋଡୋରି ସାଙ୍ଗକୁ କୁନ୍ଦନର ସୁନ୍ଦର ଡିଜାଇନ୍,ଆଉ ତା ସାଙ୍ଗକୁ ତା ଉପରେ ଥିଲା ଛାେଟ ଜ୍ୟାକେଟ୍।ବାପା ପଚାରିଲେ,ୟାର ଦାମ୍ କେତେ?ଦାେକାନି କହିଲେ,୧୫୦୦ ଟଙ୍କା।ରିବେଟ୍ କଟି ୧୩୫୦ ଟଙ୍କା ଦବାକୁପଡିବ।ବାପା କଣ ଚିନ୍ତା କରି ଚୁପ୍ ରହିଲେ।ତା ପରେ ସେ ଦୋକାନୀ ଜଣଙ୍କୁ ପୁଣି ପଚାରିଲେ ଆଉ ଟିକେ କମ୍ ହବନି?ନା,ନା ଆଉ କମ୍ ହବନି କହି ଦୋକାନୀ ମୁହଁ ଫେରେଇ ନେଲେ।ତା ପରେ କଣ ଭାବିଲେ କେଜାଣି କହିଲେ,ହଉ ଯଦି କହୁଛନ୍ତି ତା ହେଲ ୧୩୦୦ ଟଙ୍କା ଦିଅନ୍ତୁ।ବାପାଙ୍କ ପାଖରେ ବାେଧେ ଏତେ ଟଙ୍କା ନଥିଲା।ବାପା ମତେ ଟିକେ ଚାହିଁଲେ।ଆଉ କହିଲେ ଏଇଟା ନବାନି ।ତୁ ଆଉ କିଛି ଦେଖ।ମୁଁ କିନ୍ତୁ କିଛି ବୁଝି ନଥିଲି।ଆଉ ସେଇଟା ନବା ପାଇଁ ଜିଦ୍ କଲି।ହେଲେ ବାପା ମତେ ବୁଝେଇ ନିଜ ପସନ୍ଦରେ ଗାେଟେ ଡ୍ରେସ୍ ବାଛିଲେ।ଯାହାର ଦାମ୍ ଥିଲା ୫୦୦ ଟଙ୍କା।ମାେର କିନ୍ତୁ ସେଇଟା ପସନ୍ଦ ନଥିଲା।ଆଉ ଅଭିମାନରେ ସେଦନି ମୁଁ ସେ ଡ୍ରେସ୍ ନ ଆଣି ଘରକୁ ଫେରିଆସଥିଲି।ତା'ର ଠିକ୍ ଦି ଦିନ ପରେ ହଠାତ୍ ସଂନ୍ଧ୍ୟା ବେଳକୁ ବାପା କାେଉଠୁ ଟଙ୍କା ଯାେଗାଡ କରି ମୋ ପାଇଁ ମୁଁ ପସନ୍ଦ କରିଥିବା ସେଇ ଡ୍ରେସ୍ ଟିକୁ ଧରି ଘରକୁ ଫେରିଲେ।ମୁଁ ବହୁତ ଖୁସି ହେଇ ଯାଇଥିଲି।ଆଉ ସେ ଖୁସି ବି ଅଧିକ ବଢି ଯାଇଥିଲା ଯେତେବେଳ ମୋ ସାଙ୍ଗ ମାନେ ସେ ଡ୍ରେସ୍ କୁ ତାରିଫ କରିଥିଲେ।ମୋ ପାଦ ତଳେ ଲାଗୁ ନ ଥାଏ।କିନ୍ତୁ ଏ ଖୁସି ଭିତରେ ମୁଁ କିନ୍ତୁ ବୁଝି ପାରି ନଥିଲି ବାପାଙ୍କ ମନ ତଳର ଦୁଃଖ ଆଉ ବେଦନାକୁ।
ଆଜି୧୫ ବର୍ଷ ପରେ ପୁଣି ସେମିତି ଗାେଟେ କୁମାର ପୂର୍ଣ୍ଣିମା ଆସଛି।ଅାଉ ଆଜି ମୁଁ ମାେ ଝିଅ ପାଇଁ ଡ୍ରେସ୍ କିଣିବାକୁ ଆସଛି।ଦୋକାନ ସାରା ନୂଆ ନୂଆ ଡିଜାଇନ୍ ର ଡ୍ରେସ୍ ରେ ଭର୍ତ୍ତି ହୋଇଛ।ମୁଁ ଚାରିଆଡେ ନଜର ପକେଇଲା ବେଳ ମାେ ନଜର ଯାଇ ପଡିଲା ସେମିତି ଗାେଟିଏ ଗାେଲାପି ରଙ୍ଗର ଡ୍ରେସ୍ ଉପରେ।ବହୁତ ସୁନ୍ଦର ଦେଖାଯାଉଥିଲା ସେଇଟା।ତାକୁ ଦେଖି ମୁଁ କିଛି ସମୟ ପାଇଁ ଫେରିଯାଇଥିଲି ମୋ ପିଲାଦିନକୁ।ହଠାତ୍ ପଛ ପଟୁ ମାେ ଝିଅ ଡାକିଲା,"ମାମା ମୁଁ ଏଇ ଡ୍ରେସ୍ ଟା ନେବି।ମୁଁ ସେ ଡ୍ରେସ୍ ଟାକୁ ଟିକେ ଚାହିଁଲି।ଜିନ୍ସ୍ ପ୍ଯାଣ୍ଟ୍ ଟା ବଡ ଅଜବ ଲାଗିଲା ମତେ।ପ୍ୟାଣ୍ଟ୍ ର ଜାଗା ଜାଗାରେ ରଙ୍ଗ ଛାଡଗିଲା ପରି ଦେଖାଯାଉଥଲା,ଆଉ ଆଣ୍ଠୁ ପାଖରେ ଚିରିିଯାଇ ସୂତା ବାହାରି ପଡିଥିଲା।ତା ସହ ଥିବା ଟପ୍ସ୍ ବି ଅନୁରୂପ ଆକୃତିର।ବାହୁ ପାଖରେ କଟା,ଆଉ ହାତରେ ଫିତା ଲାଗି ରହିଥିଲା ତଳକୁ।ମୁଁ ଆଶ୍ଚର୍ଯ୍ୟ ହେଇ କହିଲି,ତୁ ଏ ଚିରା ଡ୍ରେସ୍ ନବୁ।ସେ କହିଲା ଚିରା!ମାମା ତୁ ଜାଣିନୁ,ଏଇଟା ଆଜିର ଫ୍ୟାସନ୍। ମୁଁ ତାକୁ ବୁଝେଇବାକୁ ଚେଷ୍ଟା କରି କହିଲି ନା ଆମେ ଏଇଟା ନୁହେଁ ସେ ଗାେଲାପି ଫ୍ରକ୍ ଟା ନବା।ହେଲ ସେ ବୁଝିବାକୁ ନାରାଜ୍।ସେ କହିଲା ଏଇଟା ପୁରୁଣା କାଳିଆ ହେଇଗଲାଣି।ଆଜିକାଲି ଏମିତି ଫ୍ରକ୍ କେହି ପିନ୍ଧୁନାହାନ୍ତି।ମୁଁ ସେଇଟା ନେବିନି।ତା ଜିଦ୍ ଆଉ ଯୁକ୍ତି ଆଗରେ ହାରି ଅନ୍ୟ ଉପାୟ ନ ପାଇ ଶେଷରେ ମୁଁ ବାଧ୍ୟ ହେଲି ତା ପାଇଁ ଡ୍ରେସ୍ କିଣିବାକୁ।ଆଉ ଫେରିବା ବେଳ ମନରେ ବହୁତ କଷ୍ଟ ହେଲା।ଆଜି ମାେ ଝିଅ ମାେ ପସନ୍ଦର ଡ୍ରେସ୍ ଟା କିଣିଲାନି ବାେଲି।ଆଉ ସେତକିି ବେଳ ମୋର ମନେପଡିଯାଇଥିଲା ବାପାଙ୍କ କଥା। ସେଦନି ତାଙ୍କ ମନରେ ବି କେତେ କଷ୍ଟ ହେଇ ନ ଥିବ ଯେତେବେଳ ମୁଁ ତାଙ୍କ ପସନ୍ଦର ଡ୍ରେସ୍ ନ ଆଣି ଦାେକାନରୁ ଚାଲିଆସିଥିଲି।ହେଲ ବାପା ସେ କଷ୍ଟ ମତେ ଜାଣିବାକୁ ବି ଦେଇ ନ ଥିଲେ।ଆଉ ହସିହସି ପର ମୁହୁର୍ତ୍ତରେ କିଣି ଦେଇଥିଲେ ମତେ ମାେ ପସନ୍ଦର ଡ୍ରେସ୍ ।ମୁଁ ଆଜି ବୁଝିପାରିଲି ବାପା ମା'ଙ୍କ ହୃଦୟକୁ ବୁଝିବା କେତେ କଷ୍ଟ।ପିଲାମାନଙ୍କ ଖୁସି ପାଇଁ ସେମାନେ ସବୁବେଳେ ନିଜ ଖୁସି କୁ ତ୍ୟାଗ କରିଦେଇଥାନ୍ତି।

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ପୁ୍ରୀ


Rate this content
Log in