Bandita Mohanty

Children Stories Comedy Others

4  

Bandita Mohanty

Children Stories Comedy Others

ଡ୍ରେସ୍ ଡେଇଁବା ପଛର ରହସ୍ୟ

ଡ୍ରେସ୍ ଡେଇଁବା ପଛର ରହସ୍ୟ

4 mins
398


  ଏ ବାତ୍ୟା ୟଶ ସିନା ଚାଲିଗଲା ହେଲେ ତା ବନ୍ଧୁ ବର୍ଷାକୁ ଏଠି ଛାଡ଼ିଦେଇ ଚାଲିଗଲା। ବୋଧେ ଯୌତୁକରେ ଦେଇକି ଯାଇଛନ୍ତି ଧରିତ୍ରୀ ମା ଙ୍କୁ। ହଁ ଦେବା ନେବା କଥା ଭଲ , ହେଲେ ଅବେଳା ଅଦିନ ରେ ଦେଲେ କଣ ହେବ ? ତିଥି ବେଳା ଲଗ୍ନ ବାର ନକ୍ଷତ୍ର ମାସ ଦେଖି ସିନା କିଏ ଦେଉଛି। ହେଲେ ଏ ଶୀତ ଋତୁ ରେ ଯୌତୁକ ଦେଲେ କିଏ ରଖିବ ? ଏ ହାଡ ଭଙ୍ଗା ଶୀତ କୁ ସୁଲୁସୁଲିଆ ପବନ ଝିପ୍ ଝିପ୍ ବର୍ଷା ଦେହ ହାତ କୁ ଏମିତି ଭାବରେ ଛୁଇଁ ଦେଇ ଯାଉଥାଏ ଯେ , ସେଇ ସମୟରେ ମନ ପ୍ରାଣ ଥରି ଉଠେ। ବର୍ଷକ ବାର ମାସ ଛ' ଋତୁ ବୋଲି ସମସ୍ତେ ଜାଣନ୍ତି। ହେଲେ ଏବେ ତ ସମସ୍ତେ କୁହନ୍ତି ବର୍ଷକ ବାର ମାସ ତିନି ଋତୁ। ଆଉ କେତେ ବର୍ଷ ପରେ ବାର ମାସ ରେ ଦୁଇ ଋତୁ ନିଶ୍ଚୟ ହେଇ ଯିବ। ଶୀତ ଋତୁ ରେ ଯଦି ବର୍ଷା ହେବ ତା ହେଲେ କହିବ କାହାକୁ ? ହଁ ବର୍ଷା ହେବା ଟା ମନା ନାହିଁ ହେଲେ ଲଗାତାର ଯଦି ବର୍ଷା ହେବ ଶୀତ ଦିନ ରେ ତା ହେଲେ ଭବିଷ୍ୟତ ର ପିଢ଼ି ମାନଙ୍କ ପାଇଁ ଶୀତ ଋତୁ ବୋଧେ ଆଇ ମା କାହାଣୀ ହେଇ ରହିଯିବ। ହଉ ଛାଡ଼ ଏଇ କଥାକୁ ନାଆ ପେଲି ଦେଲି କଲିକତା କୁ !

   ଏଇ କିଛି ଦିନ ହେବ ବର୍ଷା ଲାଗି ରହିବାକୁ ଡ୍ରେସ୍ ଗୁଡାକ ଜମା ଶୁଖୁ ନ ଥିଲା। ରୁମ୍ ରେ ମଧ୍ୟ କେତେ ଶୁଖାଇବୁ। ଏମିତି ରେ ଶୀତ ଦିନ ଫ୍ୟାନ ଲଗାଇ ବାକୁ ମନା କରିଲେ। ଆଉ ଡ୍ରେସ୍ ଶୁଖିବ ବି କେମିତି ? ଗୋଟେ ଗୋଟେ ଡ୍ରେସ୍ ଦୁଇ ତିନି ଧରି ଶୁଖିଲା। ଏମିତି ହେଇ ହେଇ ଆହୁରି ଅଧିକ ଡ୍ରେସ୍ ହେଇଗଲା ସିନା ଭଲରେ ଗୋଟିଏ ବି ଡ୍ରେସ୍ ଶୁଖି ନ ଥାଏ। ରାଗ ବି ଲାଗେ ବେଳେ ବେଳେ। ହେଲେ କରିବୁ କଣ ? ଆମ ହାତ ର କଥା ହେଇଥିଲେ ଏଇ କ୍ଷଣି ପାଗ କୁ ବଦଳେଇ ଖରା କରି ଦିଅନ୍ତୁ। ଇଏ ତ ଆଉ ଆମହାତ ର କଥା ନୁହେଁ । ଇଏ ହେଉଛି ବିଧାତା ର କଥା। ତେଣୁ ଚୁପ୍ ଚାପ୍ ତା ନିୟମ କୁ ମାନି ଚଳିବାକୁ ପଡିଲା। ଅପେକ୍ଷା କରି କରି ଗୋଟେ ସପ୍ତାହ ବିତି ଗଲାଣି ହେଲେ ଖରା ର ନାଁ ବାସ୍ନା ହିଁ ନାହିଁ। ହଁ ଆସିଛି ମଝିରେ ହେଲେ , ଏ କଳା ମେଘ ବର୍ଷ ବର୍ଷ ଧରି ସୂର୍ଯ୍ୟ ଦେବତା ଙ୍କ ଉପରେ ରଖିଥିବା ରାଗ କୁ ସୁଧ ମୂଳ କରି ସୁଝାଇ ଦେବା ପାଇଁ ତାଙ୍କୁ ଘୋଡେ଼ଇ ଦିଏ। ବହୁତ କଷ୍ଟେ ମଷ୍ଟେ ଚାହିଁକି ମଧ୍ୟ ବାହାରି ପାରୁ ନ ଥିଲେ।

   ଶେଷରେ ଦିନେ ଅପେକ୍ଷା ର ଅନ୍ତ ଘଟିଲା। ଖରା ବହୁତ ଜୋର୍ ହେଲା। ତେଣୁ ସକାଳୁ ସକାଳୁ ଯେତିକି ଡ୍ରେସ୍ ଥିଲା ସବୁକୁ ବାହାରେ ଶୁଖେଇ ଦେଲି। କ୍ଲାସ ବି ନ ଥିଲା। ତେଣୁ ଜଗି ରହିଲି। ନ ହେଲେ ପୁଣି ଯଦି କୋଉଠୁ କଳା ମେଘ ବାହାରି ପଡ଼ିବ ତା ହେଲେ କଥା ସରିଲା ! 

   ଉପର ବେଳା ସବୁ ଡ୍ରେସ୍ ଆଣିବାକୁ ଗଲି। ମନ ପୁରା ଖୁସି। ସବୁ ଶୁଖି ଯାଇଛି। ତାପରେ ଗୋଟି ଗୋଟି କରି ଭାଙ୍ଗ ପକେଇଲି। ହଠାତ୍ ସେ ଭିତରୁ ଗୋଟିଏ ଡ୍ରେସ୍ ଡେଇଁ ଉଠିଲା। ଆମର ହୋସ୍ ଉଡିଗଲା। ଏ କଣ ? ଡ୍ରେସ୍ ଏମିତି କଣ ଡେଉଁଛି ? ସମସ୍ତେ ଗୋଟିଏ ବେଡ୍ ଉପରକୁ ଉଠି ଗଲୁ। କଣ ଆଉ ଅଛି ସେ ଭିତରେ ? କିଏ ଦେଖିବାକୁ ଯିବ ? ଯଦି ବେଙ୍ଗ ଥିବ ଡେଇଁ ପଡ଼ିବ ଉପରକୁ ନ ହେଲେ ଝିଟିପିଟି ଥାଇ ପାରେ। ହେଲେ ଝିଟିପିଟି ଥିଲେ ଡ୍ରେସ୍ ଏତେ ଜୋର୍ ଡେଇଁବନି। ତା ହେଲେ କଣ ବେଙ୍ଗ ଅଛି ? ନା

  ପୁଣି ମନରେ ସାହାସ ବାନ୍ଧି ବୀର ଭଳି ଆମେ ଦୁଇ ଜଣ ବେଡ୍ ରୁ ତଳକୁ ଓହ୍ଲାଇଲୁ। ବାଡି ତ ନ ଥିଲା। ତେଣୁ ଝାଡୁ ଧରି ଗଲୁ ଟେକିବା ପାଇଁ । ପ୍ରଥମେ ଆମ ଭିତରୁ ଜଣେ ଝାଡୁ ଧରି ଟେକିବା ପାଇଁ ଡ୍ରେସ୍ ପାଖକୁ ଯାଇଛି ଜଣେ କହି ଉଠିଲା ଏ ଧୀରେ ବାହାର କରିବୁ, ନ ହେଲେ ଡେଇଁ ଚାଲିଯିବ। ମୁଁ ମୁହଁ ବୁଲେଇ ଚାହିଁଲି । କହିଲି ," ହାର୍ଟ ଆଟାକ୍ ହେଇଯିବ , ଏମିତି କହନି! " ପୁଣି ଧୀରେ ଧୀରେ ଆମ ସନ୍ଧାନ ରେ ଲାଗି ପଡ଼ିଲୁ। ସେଇଠୁ ଜଣେ ଅପା ଆସି ଏ କଣ କରୁଛ ବୋଲି କହିଲେ। ହେ ଭଗବାନ ଏଇଥର ତ ଏମିତି ଲାଗିଲା ବୋଧେ ମେଡିକାଲ ରେ ଆମେ ପଡି ଯାଇଛୁ। ଅପା ପଚାରିଲେ ଆରେ କଣ କରୁଛ ? ଆଉ ଏମିତି ଜଣଙ୍କ ବେଡ୍ ଉପରେ ଛିଡ଼ା କାହିଁକି ହେଇଚ ? ମୁଁ କହିଲି ଅପା ସେ ଡ୍ରେସ୍ ଟା ଦେଖନ୍ତୁ କେମିତି ଡେଉଁଛି ? ଅପା ବିଶ୍ବାସ କରୁ ନ ଥିଲେ। କିନ୍ତୁ କିଛି ସମୟ ନିରିଖେଇ ଚାହିଁଲେ ପୁଣି ଡ୍ରେସ୍ ଟା ଡେଇଁଲା। ଅପା ଦେଖିକି ଛାନିଆ ହେଇ ଚାଲି ଗଲେ। ହେଲେ ଘଟଣା ଟି ଥରକୁ ଥର ରହସ୍ୟ ମୟ ହେଇ ଚାଲିଥିଲା। ଯେତେ ପାଖଉ ଥିଲୁ ଟେକିବା ପାଇଁ ଡ୍ରେସ୍ ଟିକୁ ଏମିତି ଲାଗୁଥିଲା ସତେ ଯେମିତି ଗୋଟେ ବଡ ଜିନିଷ ର ସନ୍ଧାନ ରେ ଆମେ ଲାଗି ପଡିଛୁ ! ସବୁଠୁ ବେଶୀ ମଜା ଲାଗୁଥିଲା ଯେ ଟେକିବାକୁ ଗଲା ବେଳେ ହଠାତ୍ କେହି ଜଣେ ଆସି ଡାକି ଦେଉଥିଲା। ଆଉ ସେଇ ସମୟରେ ହାର୍ଟ ଆଟାକ୍ ହେଇଗଲା ଭଳି ଲାଗୁଥିଲା।

   ଆଉ ଅପେକ୍ଷା କରି ହେଲାନି । ଶେଷରେ ଡ୍ରେସ୍ ଟିକୁ ଝାଡୁ ରେ ଠେଲି ଦେଇ ବାଲ୍ଟି ଭିତରେ ପକେଇ ନେଇ ଗଲୁ।ବାହାରକୁ ଗଲା ପରେ ବାଲଟି କୁ ଓଲଟେଇ ଦେଇ ଗୋଟେ ଡିଆଁ ରେ କିଛି ଦୂର କୁ ଘୁଞ୍ଚି ପଡ଼ିଲି। ତଥାପି ବାହାରୁ ନ ଥାଏ। କଣ ଆଉ ରହିଛି ସେ ଭିତରେ। ଏଇ ରହସ୍ୟ ର ଅନ୍ତ ତ କରିବାକୁ ହିଁ ପଡ଼ିବ। ଝାଡୁ ରେ ଧରିକି ଟେକି ଦେଲି। ହଠାତ୍ ସେ ଭିତରୁ କାହାର ଗୋଟେ ମୁଣ୍ଡ ଟୁଙ୍ଗାରି ବାର ଦେଖା ଗଲା। ଧୀରେ ଧୀରେ ତାର ଧୂସର ବର୍ଣ୍ଣର କଣ୍ଟକିତ ଶରୀର ଟା ଦେଖିବାକୁ ମିଳିଲା। ଶେଷକୁ ଗୋଟେ ସରୁ ଲମ୍ବା ଲାଞ୍ଜ ଦେଖିଗଲା। ବିଚିତ୍ର ପ୍ରାଣୀ ସିଏ ! ତାକୁ ଦେଖିବା ପରେ ଆମର ହାର୍ଟ ଆଟାକ ତ ଚାଲି ଯାଇଥିଲା ସତ। କିନ୍ତୁ ହସର ମାହୋଲ୍ ଗୋଟେ ଖେଳି ଯାଇଥିଲା। ଏତେ ଡର ଭୟ ର କାରଣ ଏ ବିଚିତ୍ର ପ୍ରାଣୀ ! ଯାହା ର ଅଭିଶାପ ରେ ମହାଭାରତ ର କୁଳବୃଦ୍ଧ ପିତାମହ ଭୀଷ୍ମ ଶର ଶଯ୍ୟା ହେଇଥିଲେ। ଅନୁମାନ କରି ପାରୁଥିବେ ଜୀବ ଟି କିଏ ହେଇ ଥାଇପାରେ ।


Rate this content
Log in