STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଡିମିରି ଫୁଲ

ଡିମିରି ଫୁଲ

3 mins
237


(ଦିନ ଥିଲା ଅଖିଳ ମୋହନ ପଟ୍ଟନାୟକଙ୍କ ଡିମିରି ଫୁଲ ଓଡି଼ଆ ସାହିତ୍ଯ ଜଗତରେ ଚହଳ ପକେଇଥିଲା। ମୁଁ ଆଜି ସାମାନ୍ଯ ଚେଷ୍ଟା କରିଛି ମାତ୍ର କି ଠିକ୍ ସେହିପରି ଡିମିରି ଫୁଲ ବିଷୟଟିଏ ଲେଖିବି। ତଳେ ବି ଲେଖି ଦେଇଛି ଆଶା ଆପଣ ମାନଙ୍କର ମନ ଗହନକୁ ଛୁଇଁବ।)


    ଆଜି ରଜ ପର୍ବ। ଦେବସ୍ନାନ ପୂର୍ଣ୍ଣିମା। ଭାରି ଶୁଭ ଦିନଟିଏ। ମଉଜ କରିବାର ଦିନ। ପିଠା ଖାଇ,ଦୋଳି ପହଁରି ଆଉ ଗୀତର ସ୍ବର ଧରିବାର ବେଳ। ଘରେ ବସି ଭାବି ଚାଲିଥିଲା ସୌଦାମିନୀ ଯିଏ ମାତ୍ର ତିନି ବର୍ଷର ଶିଶୁ। ସଂସାରକୁ ଭଲ କି ଉପଭୋଗ କରି ନାହିଁ। ଏବେଏବେ ନୂଆ କି ଉପଭୋଗ କରିବାକୁ ସଜବାଜ ହେଉଛି। ସେ ଦୌଡି଼ଗଲା ଜେଜେଙ୍କୁ କ'ଣ କହିବ ବୋଧହୁଏ ଦୋଳିଟି ପହଁରାଇ ଦେବାର ଅଦମ୍ଯ ଲାଳସା। ମାଆ ସଞ୍ଜବେଳେ ଶିଖାଇଥିବା ଗୀତ ଆ ଜହ୍ନମାମୁ ଶରଗ ଶଶି ଗୀତଟି ମନ ଦେଇ ବୋଲିବ। ତାର ମନ ଗହନରେ ଅସରନ୍ତି ସ୍ବପ୍ନ କି ଆଜିର ଏ ଦିନଟିକୁ କୌଣସି ମତେ ବ୍ଯର୍ଥ କରିବାକୁ ଦେବନାହିଁ।

     ଜେଜେ ସୌଦାମିନୀର ପାଖକୁ ଆସିଲେ। ସୌଦାମିନୀର ଇଛା ଓ ଆଶାକୁ ପୂର୍ଣ୍ଣକରି କହିଲେ,"ସୌଦା ! ଏଥର ହେଲା ତ ମୋର ସମୟ ହୋଇଗଲାଣି। ମୋତେ ଯିବାକୁ ହେବ ତୁ ବସି ଖେଳୁଥା,ହେଲା?" ଏଥର ସୌଦାମିନୀ ବଲବଲ କରି ଅନେଇଲା। ଜେଜେଙ୍କର ସମୟ ହୋଇଛି କ'ଣ? ତାଙ୍କୁ କେଉଁଠିକି ଯିବାକୁ ହେବ। କୌଣସି କିଛି ବୁଝି ନ ପାରିବାରୁ କହି ଉଠିଲା,"ଜେଜେ ! ତୁମର ସମୟ ହୋଇଛି କ'ଣ? କେଉଁଠିକି ଅବା ଯିବାକୁ ହେବ କୁହ ତ..?" ଜେଜେ ଟିକିଏ ହସିଦେଲେ ସୌଦାମିନୀକୁ କୋଳକୁ ନେଇ ଅନେଇଁ ଗେଲକଲେ ଆଉ କହିଲେ,"ସୌଦା ! ମୋର ବୟସ ହୋଇ ଯାଇଛି। ମୁଁ ଆର ପାରିକୁ ଯିବି ଯେଉଁଠି ତୋର ଜେଜି ଅନେକ ଦିନ ଆଗରୁ ମୋତେ ଛାଡି଼ ଚାଲି ଯାଇଛନ୍ତି।" ସୌଦାମିନୀ ତଥାପି କୌଣସି କିଛି ବୁଝି ପାରିଲା ନାହିଁ ସେ କହିଲା,"ଜେଜେ ! ଠିକ୍ ଅଛି ତୁମେ ତ ଯିବ ମୋତେ କ'ଣ ଆଣିଦେବ ଶୁଣେ?" ଜେଜେ ସୌଦିମିନୀର ମୁଣ୍ଡ ଆଉଁସି କହିଲେ,"ସୌଦା ! ଖାଲି ହାତରେ ତ ଆସିଥିଲି ଆଉ ଖାଲି ହାତରେ ବି ଯିବି। ତୁ ଯେବେ ଆଣିବାକୁ କହିଲୁଣି ଅବଶ୍ଯ ଡିମିରି ଫୁଲଟିଏ ଆଣିଦେବି ଏଥର ଖୁସି ତ..?"

    ସୌଦାମିନୀ ଅତି ସହଜରେ ବିଦାୟ ଦେଇଦେଲା ତ ଜେଜେ ସଜବାଜ ହେଲେ ଆଉ କହିଲେ,"ସୌଦା ! ଗଲୁ ତୁ ତୋର ବାପା ଓ ମାଆଙ୍କୁ ଡାକିଦେବୁ?" ସୌଦାମିନୀ ଦୌଡି଼କି ଯାଇ ଡାକି ଆଣିଲା ତ ଜେଜେ ତାଙ୍କ ପୁଅ ଅବିନାଶକୁ କହିଲେ,"ଧନ ! ମୋର ଯିବା ସମୟ ହୋଇଗଲା ତୋର ମାଆ ଡାକୁଛି। ମୁଁ ଯିବି ତୋର ଏ ସୌଦାକୁ ଭଲରେ ରଖିବୁ।" ଜେଜେ ଏତିକି କହୁକହୁ ମାଆ ଆଡ଼କୁ ଲକ୍ଷ୍ଯକରି କହିଲେ,"ବୋହୂମାଆ ! ସୌଦାର ଯତ୍ନ ନେବୁ କୌଣସି ପରିସ୍ଥିତିରେ ସୁଦ୍ଧା ତୁମେ ସ୍ବାମୀ ଆଉ ସ୍ତ୍ରୀ କଳି, ଗଣ୍ଡଗୋଳ କି ବିଚ୍ଛେଦ ହେବ ନାହିଁ।" ବାସ୍ ! ଏତିକି କହୁକହୁ ଜେଜେ ପୁଅ ଅବିନାଶଙ୍କ ଛାତି ଉପରେ ଢଳି ପଡି଼ଲେ। ସଭିଏଁ ଏଥର ଚିତ୍କାର କରି ଉଠିଲେ। ଘରଟା ଜାଣ ଫାଟି ପଡୁଥିଲା। ସଭିଏଁ ତୁଳସୀ ପାଣି ଓ ଗଙ୍ଗାପାଣି ପିଇବାକୁ ଦେଲେ। ମାଆ ଶ୍ରୀମଦ୍ ଭାଗବତ ଗୀତା ବହିଟା ପଢି଼ବା ଆରମ୍ଭ କଲେ। ଯେମିତି ଗୀତା ବହିଟା ପଢି଼ବା ଆରମ୍ଭ ହୋଇଛି ଜେଜେ ସହଜ ଭାବରେ ଅନେଇଁ ଭଲକି ଶୁଣିଲେ ଯେମିତି ଏଇ ଶ୍ରୀମଦ୍ ଭାଗବତ ଗୀତା ବହିଟାର କେଇପଦ ଶ୍ଳୋକ ଶୁଣିବାକୁ ଅନେଇଁ ବସିଥିଲେ।

     ସୌଦାମିନୀ ଏଥର ବୁଝିଗଲା କି ଜେଜେ ମୋତେ ହାତ ହଲେଇ ହଲେଇ ବିଦାୟ ଦେଉଥିଲେ। ତାର ମନେ ହେଉଛି କି ଭଗବାନଙ୍କ ନିଷ୍ଠୁର ସୃଷ୍ଟିରେ ଆମେ ତିନିଜଣ ନିଃସଙ୍ଗ ଅଭିଶପ୍ତ ମନୁଷ୍ଯ ପିତୁଳା ଆକାଶକୁ ହାତ ତୋଳି ନାଚିବୁ। ହଠାତ୍ ମାଆ ଯେମିତି ଶ୍ରୀମଦ୍ ଭାଗବତ ଗୀତା ବହିଟା ବନ୍ଦ କରିଦେଲେ ତ ଜେଜେଙ୍କର ତକ୍ଷଣେ ଦେହାନ୍ତ ହୋଇଗଲା।

     ତିନି ବାପା,ମାଆ ଓ ସୌଦା ଏଥର ଆଉଥରେ ଚିତ୍କାର କରି ଉଠିଲେ। ଏମାନଙ୍କ କାନ୍ଦ ବୋବାଳି ଶୁଣି ଗାଁ'ଲୋକେ ଦୌଡି଼ ଆସି ଦେଖନ୍ତି ତ କୌତୁକ ଦାସ ଆଉ ଇହ ଧାମରେ ନାହିଁ। ସୌଦାମିନୀ କାନ୍ଦିକାନ୍ଦି ଗାଁ'ଲୋକଙ୍କୁ ପଚାରେ ଜେଜେ କୁଆଡେ଼ ଗଲେ କି?" ଉତ୍ତର ଆସେ ସେ ଯାଇଛନ୍ତି ଡିମିରି ଫୁଲ ଆଣିବାକୁ। 

    ଆଜି ପହିଲି ରଜ। ଦେବସ୍ନାନ ପୂର୍ଣ୍ଣିମା। ଆନନ୍ଦ ଉତ୍ସବରେ ଏ ଘରଟି ଉଚ୍ଛୁଳି ଉଠିବାର କଥା ହେଲେ ସବୁ ଫସର ଫାଟିଗଲା ଜେଜେ ଆର ପାରିକୁ ଚାଲିଗଲେ ଡିମିରି ଫୁଲ ଆଣିବାକୁ। ସୌଦା ବାହୁନି ବାହୁନି କେବଳ କାନ୍ଦିବାରେ ଲାଗି ପଡି଼ଲେ।

   ସଞ୍ଜ ନଇଁ ଆସୁଥିଲା। ଆକାଶରେ ସୂର୍ଯ୍ଯ ପାହାଡ଼ ସନ୍ଧିରେ ଲୁଚି ଯାଉଥିଲେ ଠିକ୍ ଏତିକିବେଳେ ଶୋଭାଯାତ୍ରାରେ ଦିଗ ବିଜୟୀ ସମ୍ରାଟ ପରି କୌତୁକ ଦାସ ସ୍ବର୍ଗଦ୍ବାର ଚାଲିଗଲେ।

      


Rate this content
Log in