Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Reeta aparajeeta Mohanty

Others

4.0  

Reeta aparajeeta Mohanty

Others

ଡାଇରୀ ରେ ଜୀବନର ସ୍ୱର -ରୀତା

ଡାଇରୀ ରେ ଜୀବନର ସ୍ୱର -ରୀତା

1 min
123


ସବୁଠି ତାଲା ବନ୍ଦ । ରାସ୍ତା ଘାଟ ଚୁପ ଚାପ । ଏତେ ନୀରବତା ନିଜ ସହର ଭିନ୍ନ ଏକ ଦୁନିଆ ପରି ଲାଗୁଛି। ପୁରୁଣା ସ୍କୁଲ ଦିନ ଫେରିବା ପରି ଲାଗୁଛି ଟିଭି ରେ ରାମାୟଣ, ମହାଭାରତ ଏସବୁ ଆସିଲାଣି। କେବଳ ଆମରି ଭଲ ପାଇଁ ଯେଉଁମାନେ ନୀତି ନିୟମ ମାନୁ ନାହଁlନ୍ତି। ସେମାନେ ଆମ ସଭ୍ୟତା କୁ ଭୁଲିଗଲେଣି। ଯେଉଁ ଦେଶରେ ପିତାଙ୍କ ସତ୍ୟ ପାଳନ କରିଶକୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ଯାଇଥିଲେ। ପତ୍ନୀ ଧର୍ମ ପାଳନ କରିବାକୁ ଯାଇ ସତୀ ସୀତା ମଧ୍ୟ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରିଥଲେ। ବିନା କାରଣ ରେ ନିଜ ବଡ଼ ଭାଇଙ୍କୁ ନିଜର ଆରାଧ୍ୟ ଭାବୁଥିଲେ ଓ ତାଙ୍କ ସେବl ପାଇଁ ଲକ୍ଷ୍ମଣ ମଧ୍ୟ ବନବାସ ବରଣ କରିଥିଲେ। ଜଙ୍ଗଲରେ କିଛି ରାଜକୀୟ ସୁବିଧା ନଥିଲା ତଥାପି ସେଠି ସେମାନେ ସୁଖରେ ଚଳିଥିଲେ। ଆପଣ ମାନେ ଏ ସବୁ ଜାଣନ୍ତି ମୋ ଡାଇରୀ ଆଉଥରେ ଲେଖିବାର କାରଣ ଆମେ ସେଇ ପୁଣ୍ୟ ଭୂମି ଭାରତ

ମା ର ସନ୍ତାନ ହେଇ ଆମ ଭିତରେ ସେ ସଂଯମତl ନାହିଁ। ଏଇ କିଛିଦିନ ଆମେ ନିଜ ଘରେ ରହି ନିଜକୁ ସୁରକ୍ଷିତ ରଖିବା

ସହ ଦେଶ ସୁରକ୍ଷା ପାଇଁ ଏହା ଗୋଟିଏ ବଳିଷ୍ଠ ଯୋଗଦାନ। ବର୍ତ୍ତମାନ ଆମେ ସାମାଜିକ ଦୂରତ୍ୱ ରଖିବା ହେଲେ ମାନବିକତା କୁ ଭୁଲିବାନି। ନିହାତି ଆଵଶ୍ୟକ ନ ହେଲେ ଘରୁ ବାହାରିଵl ନାହିଁ। ହେଇ ଯେମିତି ମୁଁ ମୋ ଲକ ଡାଉନ ପିରିୟଡ଼ ଆପଣ ସହ ମୋ ମନ କଥା ବାଣ୍ଟୁଛି। ଆପଣ ବି ନିଜ ମନଲାଖି କାମ କରିବାକୁ ଅନୁରୋଧ। ମୋ କଫି ପିଇବାର ସମୟ ହେଇଗଲା ମୁଁ ଯାଉଛି । ମୁଁ ପୁଣି ଆସିବି ଆଉ ଗୋଟେ ମୋ ଡାଇରୀ ପୃଷ୍ଠା ନେଇ ମୋ ଭାବନl ଆପଣଙ୍କ ସହ ବାଣ୍ଟିବା ପାଇଁ। ଜୟ ଜଗନ୍ନାଥ। ଆପଣଙ୍କ ର ରୀତା ଅପରlଜିତl ମହାନ୍ତି


Rate this content
Log in