STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ଡାହାଣୀ ଆଲୋକ ଅନ୍ତରାଳେ

ଡାହାଣୀ ଆଲୋକ ଅନ୍ତରାଳେ

2 mins
311

ଏଇ କିଛି ଦିନ ହେବ ବାପା ମିଟୁକୁ ସାହାସୀ କରିବାକୁ ଚାହିଁ ତାକୁ ତା ନିଜ ରୁମରେ ଶୋଇବାକୁ କହୁଥିଲେ କିନ୍ତୁ ମିଟୁ ଭୟ ପାଉଥାଏ ତ ଏ ଦିଗରେ ବାପାଙ୍କୁ ସାହାଯ୍ୟ କରିବାକୁ ସେ ମିଟୁର ମାଆ ଓ ଜେଜେମାଙ୍କୁ କହିଥିଲେ କାରଣ ଆତ୍ମନିର୍ଭରଶୀଳ ହେବା ସହ ସାହାସ ଓ ଧର୍ଯ୍ୟ ତଥା ନିର୍ଭୟ ନହେଲେ ମିଟୁ ଦୁର୍ବଳ ରହିଯିବ ବୋଲି ବାପା ଚିନ୍ତା ପ୍ରକଟ କରୁଥିଲେ. ଜେଜେମା ଏଥର ସାହାସ ପାଇ କହିଥିଲେ ମିଟୁ ତ ତାଙ୍କ ପାଖେ ଏଇ କିଛି ଦିନ ହେବ ଶୋଇବାକୁ ରାଜି ହେଉନି ଆଉ ଏକୁଟିଆ ଶୋଇବ କଣ!ଏଥର ମାଆଙ୍କ ପାଟି ଫିଟିଥିଲା ଯେ ମିଟୁ ଜେଜେମାଙ୍କ ରୁମରେ ଡାହାଣୀ ଆଲୋକ ଦେଖିଥିବାରୁ ଜେଜେମାଆଙ୍କୁ ନଜଣେଇ ମୋ ପାଖେ ଶୋଉଛି.
    ପୁରୁଣା ଅମଳର ଜେଜେମା ବାଡ଼ିପଟ ରୁମଟା ନନ ଏସି ହୋଇଥିବାରୁ ଓ ଖୋଲା ଗ୍ରିଲ ଦେଇ ଖିଲଖିଲା ପ୍ରାକୃତିକ ପବନ ସାଙ୍ଗକୁ ପଙ୍ଖା ଲଗେଇ ଶୁଅନ୍ତି ନାତି ମିଟୁ ସହ. ତେବେ ଡାହାଣୀ ଆଲୋକ କୋଉଠୁ ଆସିବ!ମିଟୁ କଥାର ସତ୍ୟତା ପରୀକ୍ଷା କରିବା ପାଇଁ ବାପା ନିଜେ ସେ ଘରେ ଚେଇଁ ଶୋଇଲେ. ଦେଖିଲେ ଅନ୍ଧାର ରାତିରେ ମଶାରି ଉପରୁ କିଛି ଛୋଟ ଛୋଟ ଆଲୋକ ଆସୁଛି. ଲାଇଟ ଜାଳି ଦେଖନ୍ତି ତ ଜୁଳୁଜୁଳିଆ ପୋକ ଗୁଡିଏ.
    ପ୍ରକୃତି ବଡ଼ ବୈଚିତ୍ରମୟ. ଅନ୍ଧାର ରାତିରେ ଜୁଳୁଜୁଳିଆ ପୋକର ଆଲୋକ ବାହାରିବା ବିଷୟରେ ଫ୍ରାନ୍ସର ବୈଜ୍ଞାନିକ,ଡକ୍ଟର ରାଫେଲ ଡୁ ଅଠରଶହ ସତାଅଶୀ ମସିହାରେ ଜଣେଇଥିଲେ କି ହାଲକା ନୀଳରଙ୍ଗର ଆଲୋକ ପ୍ରଦାନ କରିବା ସହ ଅନ୍ଧାରରେ ତାରା ବା ଡାହାଣୀ ଆଲୋକର ଭ୍ରମ ସୃଷ୍ଟି କରୁଥିବା ଏହି ଜୁଳୁଜୁଳିଆ ପୋକର ପଛଭାଗର ନିମ୍ନ ଅଂଶରେ କେତେଗୁଡିଏ ଆଲୋକ ଉତ୍ପାଦି କୋଷ ଥାଏ. ଏହା ମଧ୍ୟରେ ଏକ ସୁକ୍ଷ୍ମ ରାସାୟନିକ ଚାରଣ ବା ଅକ୍ସିଲେସନ ଘଟିଥାଏ. ଏହି ପଦାର୍ଥର ନାମ ଲୁସିଫେରିନ. ଏହା ଏକ ଯୌଗିକ ରାସାୟନିକ ପଦାର୍ଥ. ତେରଗୋଟି ଅଙ୍ଗାରକ ପରମାଣୁ,ବାରଗୋଟି ଉଦଯାନ ପରମାଣୁ, ଦୁଇଟି ଜବକ୍ଷାରଯାନ ପରମାଣୁ,ଦୁଇଟି ଗନ୍ଧକ ପରମାଣୁ ଓ ତିନିଗୋଟି ଅମ୍ଳଜାନ ପରମାଣୁର ରାସାୟନିକ ସଂଯୋଗରେ ଗୋଟିଏ ଅଣୁ ଲୁସିଫେରିନ ତିଆରି ହୁଏ. ଲୁସିଫେରିନ ଅମ୍ଳଜାନ ସହ ରାସାୟନିକ ପ୍ରକ୍ରିୟାରେ ଆଲୋକ ସୃଷ୍ଟି ହୁଏ. ଏହା ଶୀତଳ ଆଲୋକ ଅଟେ. ଏହାର ଆଣବିକ ସଂକେତ C13H12N2S2O3 ଅଟେ. ଏଭଳି ଆଲୋକ ପ୍ରଦାନ କରୁଥିବା ପ୍ରାୟ ଅଶୀ ପ୍ରକାର ସାମୁଦ୍ରିକ ପ୍ରାଣୀମାନଙ୍କଠାରେ ଦେଖାଯିବା ସହ ଦୁଇ ପ୍ରକାର ଉଦ୍ଭିଦଙ୍କ ଠାରେ ମଧ୍ୟ ଦେଖାଯାଏ. ଏସବୁ କଥା ବାପାଙ୍କଠୁ ଶୁଣି ମିଟୁର ଡର ଛାଡିଯିବା ବେଳେ ଜେଜେମା କହୁଥିଲେ ପୋକଟିର ପଛପଟେ ଥିବା ଫସଫରସ ଅନ୍ଧାର ସଂସ୍ପର୍ଶରେ ଆସିଲେ ଆଲୋକ ବିକିରଣ କରେ ବୋଲି ଆମେ ପିଲାଦିନେ ପଢିଥିଲୁ. ମିଟୁ ଏଥର କହୁଥିଲା ମୁଁ ଏଥର ଏକୁଟିଆ ଶୋଇବି ବାପା ମତେ ଆଉ ଡର ନାହିଁ.



Rate this content
Log in