PRANATI MAHAPATRA

Children Stories Inspirational

4.5  

PRANATI MAHAPATRA

Children Stories Inspirational

ଚର୍ଚ୍ଚିତ ପ୍ରତିଭା

ଚର୍ଚ୍ଚିତ ପ୍ରତିଭା

3 mins
294


ପଦ୍ମଶ୍ରୀ ହଳଧର ନାଗ୍ ।

ଜନ୍ମ ୧୯୫୦ମସିହା ମାର୍ଚ୍ଚ ୩୧ ତାରିଖ


  ପଦ୍ମଶ୍ରୀ ହଳଧର



ସମ୍ୟକ


ଓଡ଼ିଶାର ପଦ୍ମଶ୍ରୀ ସମ୍ମାନୀତ କବି ଓ ଲେଖକ ଶ୍ରୀ ନାଗ୍।ସେ ସମ୍ବଲପୁରୀ ଭାଷାରେ ସାହିତ୍ୟ ସର୍ଜନା କରି ୩୩୦ ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ଦ୍ଵାରା ପୁରସ୍କୃତ ହୋଇଛନ୍ତି।



୧୯୫୦ ମସିହା ମାର୍ଚ୍ଚ ୩୧ ତାରିଖରେ ବରଗଡ଼ ଭଳି ପବିତ୍ର ଜିଲ୍ଲାର ଘେଁସ ଭଳି ଶାନ୍ତ ସରଳ ଗ୍ରାମରେ ପିତା ଭଜନାଗ୍ ଓ ମାତା ଗୁରୁବାରୀଙ୍କ ପଞ୍ଚମ ସନ୍ତାନ ଭାବରେ ଭୂମିଷ୍ଠ ହୋଇଥିଲେ।ସେ ପାଞ୍ଚ ଭାଇ ଓ ଗୋଟିଏ ଭଉଣୀ।ହଳଧର ହେଉଛନ୍ତି ଭାଇମାନଙ୍କ ମଧ୍ୟରେ ସବୁଠାରୁ ସାନ।


        ହଳଧରଙ୍କ ବାପା ଭଜନାଗ୍ ଜଣେ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିବା ବେଳେ ପିଲାମାନଙ୍କ ଶିକ୍ଷା ଦାନର ଆର୍ଥିକ ବୋଝ ଅସହ୍ୟ ହୋଇ ପଡୁଥିଲା।ହଳଧର ଙ୍କୁ ପିଲାବେଳେ ସମସ୍ତେ "କାଲିଆ" ବୋଲି ଡାକୁଥିଲେ।ତେଣୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କାଲିଆ ପାଠପଢ଼ାରେ ଡୋରି ବାନ୍ଧିଥିଲେ।ହଳଧରଙ୍କ ପିଲାବେଳ ବଡ଼ ଦୁଃଖ ଦୁର୍ଦ୍ଦିନରେ କଟିଥିଲା।ଘେଁସ ର ପ୍ରାଥମିକ ବିଦ୍ୟାଳୟରେ ହଳଧର ପାଣିବୋହିବା କାମ କରୁଥିଲେ।ମାତ୍ର ଦଶ ବର୍ଷ ବୟସରେ ଏକ ବିରାଟ ଦୁଃଖ ତାଙ୍କ ମଥାରେ ଅଜାଡି ହୋଇ ପଡିଥିଲା।ପିତାମାତାଙ୍କ ମୃତ୍ୟୁରେ ବଡ଼ ବ୍ୟଥିତ ହୋଇ ପଡିଥିଲେ କାଲିଆ।


   ଗୁଜୁରାଣ ମେଣ୍ଟାଇବା ପାଇଁ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକାନ କରିଥିଲେ।ତୀକ୍ଷ୍ଣ ଧୀଶକ୍ତି ସମ୍ପନ୍ନ କାଲିଆ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷକ ଶିକ୍ଷାଦାନ କରୁଥିବା ପାଠକୁ ହତାରେ ଥାଇ କାଲିଆ ଶୁଣି ଶୁଣି ମନେ ରଖି ନିଜେ ନିଜେ ଅଭ୍ୟାସ କରୁଥିଲେ।


   ତୃତୀୟ ଶ୍ରେଣୀରୁ ବହିବସ୍ତାନିରେ ତାଲା ପକାଇ ଥିବା କାଲିଆର ସାହିତ୍ୟ ସୃଷ୍ଟି କରିବାରେ କେବେ ବାଧକ ହୋଇ ନାହିଁ।ତାଙ୍କ ଲେଖାର ଆରମ୍ଭ ହୋଇଥିଲା ନିଜର ଅନୁଭୂତି ସବୁ ପାଥେୟ କରି।ତେଣୁ ୧୯୯୦ ମସିହା ସମ୍ବଲପୁରୀ ଲୋକ କଥାକୁ ନେଇ ହଳଧର ନିଜର ପ୍ରଥମ କବିତା "ଧୋଡୋ ବରଗଛ" ଲେଖିଥିଲେ।ଅନେକ ଲୋକକାବ୍ୟ ରଚନା କରିଛନ୍ତି ନିଜସ୍ୱ ଶୈଳୀରେ।ସମ୍ବଲପୁରୀ ଭାଷାରେ ବେଶ୍ ଚମତ୍କାର କାବ୍ୟ ରଚନା କରି ସଭିଙ୍କର ହୃଦୟରେ ନିଜ ପାଇଁ ଏକ ଜାଗା ସୃଷ୍ଟି କରି ପାରିଛନ୍ତି ହଳଧର।


    ଅନେକ ଲୋକକାବ୍ୟ ମାନ ରଚନା କରିଛନ୍ତି ବରଗଡ଼ ଜିଲ୍ଲାର ସାରସ୍ୱତ ସାଧକ ହଳଧର।"ମହାସତୀ ଉର୍ମିଳା" ତାଙ୍କର ସର୍ବଶ୍ରେଷ୍ଠ କୃତୀ ବୋଲି ସେ ଭାବନ୍ତି।ତାଙ୍କର ରଚିତ ଲୋକକାବ୍ୟ ଗୁଡିକ ହେଲା-


   ମାଁ,ରାତି, ଅଛିଆ,ବଛର,ରସିଆ କବି

   ଚଏତ୍ର ସକାଲ ଆଏଲା,ତାରା ମନ୍ଦୋଦରୀ

    ମହାସତୀ ଉର୍ମିଳା, ଗୁଆଲ ତୀର୍ଥ, ସୁରୁତ,

   ତପଚାରୀ ବାବା, ହଳଧର ଧାମ,ଭାବ ସୁରୁତ।


ତାରା ମନ୍ଦୋଦରୀ, ସିରି ସମଲାଇ,ଲକ୍ଷ୍ମୀ ପୁରାଣ, ଭାବ,

ପ୍ରେମ ପଏଚନ,ବୀର ସୁରେନ୍ଦ୍ର ସାଇ,ଋଷି କବି ଗଙ୍ଗାଧର।


ଏହା ବ୍ୟତିତ ହଳଧର ଗ୍ରନ୍ଥାବଳୀ ଭାଗ ୧ ଓ ଭାଗ ୨ ମଧ୍ୟ ଅଛି।

ଯାହାକି ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ପ୍ରକାଶିତ ହୋଇ ପାଠ୍ୟପୁସ୍ତକ ଅନ୍ତର୍ଭୁକ୍ତ କରାଯିବ।


ଲୋକ କବିରତ୍ନ ହଳଧର ସଂସ୍କୃତି ପରିଷଦ, ହଳଧର ସାହିତ୍ୟ ସଂସଦ ,ହଳଧର କ୍ଲବ ଓ ଲୋକକବି ହଳଧର ରତ୍ନ ବିଦ୍ୟାଳୟ ଆଦି ଅନୁଷ୍ଠାନ ସବୁ ହଳଧରଙ୍କୁ ସମ୍ମାନାର୍ଥେ ତାଙ୍କ ନାମରେ ଗଢି ଉଠିଛି।


     ହଳଧର ନାଗ୍ ନିଜର ଅମୁଲ୍ୟ ସୃଷ୍ଟି ପାଇଁ ପଦ୍ମଶ୍ରୀ ସମ୍ମାନରେ ୨୦୧୭ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ, ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ବ୍ରହ୍ମପୁତ୍ର ସମ୍ମାନ,୨୦୧୪ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।


  ଏସବୁ ପରେ ନିଜ ଭାଷାର ବହୁଳ ପ୍ରସାର ପାଇଁ ସୃଷ୍ଟି କରିଥିବା ସୁନ୍ଦର ସୃଜନୀ ପାଇଁ ବିଭିନ୍ନ ଉପାଧିରେ ଭୂଷିତ ହୋଇଥିଲେ।ଯେମିତିକି


ଲୋକକବି ରତ୍ନ,

କୋଶଳ କୁଇଲି,

ଯାଦବ କୂଳ ଗୌରବ,

ଯାଦବ ରତ୍ନ ଇତ୍ୟାଦି


    ( ଏଥର ଅନୁଭୂତି ତାଙ୍କ ମୁହଁରୁ)



ପଦ୍ମଶ୍ରୀ ଉପାଧି ସମୟର କଥାକୁ କେବେ ଭୁଲି ପାରିବି ନାହିଁ ବୋଲି କହନ୍ତି ହଳଧର ନାଗ।

ଜୁନ ୧୨ ତାରିଖରେ ପଦ୍ମଶ୍ରୀ ଉପାଧି ଗ୍ରହଣ କରିବା ବେଳେ ରାଷ୍ଟ୍ରପତି ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥିଲେ।ଉପାଧି ଗ୍ରହଣର କିଛି ସମୟ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଆସି କହିଲେ କି ପ୍ରଧାନ ମନ୍ତ୍ରୀ ମୋତେ ଭେଟିବାକୁ ଚାହୁଁଛନ୍ତି।

ସାରା ଭାରତରୁ ୧୧୨ ଜଣ ଲୋକ ଉପାଧି ଆଣିବା ପାଇଁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ କେବଳ ମୋତେ ଭେଟିଲେ ଓ ଓଡ଼ିଶାର ଗୌରବ ବଢେଇ ଦେଲ କହି କୁଣ୍ଢେଇ ପକେଇ ଥିଲେ।

ଉଡାଜାହାଜକୁ ଦେଖି ନ ଥିବା ବେଳେ ପଦ୍ମଶ୍ରୀ ଉପାଧି ପାଇଁ ମୋ ସହ ଜଣେ ଅଧ୍ୟାପକ ଓ ଜଣେ ଇଞ୍ଜିନିୟର ଙ୍କ ସହ ଉଡାଜାହାଜ ରେ ବସିଲା ବେଳେ ଲାଗିଲା ଯେମିତି ,ମୋ ଛାତି ଉପରେ ଚଢିଗଲା ପରି।


   ସେଠାରେ ଯାଇ ଏକ ଫାଇଭ ଷ୍ଟାର ହୋଟେଲରେ ପହଞ୍ଚିବା ପରେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ତାଙ୍କ ପୁରା ଟିମ ସହ ମୋତେ ଦେଖା କରିବାକୁ ଆସି ପହଞ୍ଚି ଯାଇଥିଲେ।ମୋର ବିଭିନ୍ନ ପୋଜ୍ ର ଫଟୋ ନେଲେ।ମୁଁ କିନ୍ତୁ କିଛି ବୁଝି ପାରିଲି ନାହିଁ।ରାଷ୍ଟ୍ରପତି ଭବନରେ ମୁଁ ଶୁଟ୍ ବୁଟ୍ ପିନ୍ଧା ବାବୁମାନଙ୍କୁ ଦେଖି ଯେତିକି ଆଶ୍ଚର୍ଯ୍ୟ ହେଉଥାଏ, ସେମାନେ ବି ମୋତେ ଦେଖି ସେତିକି ଆଶ୍ଚର୍ଯ୍ୟ ହେଉଥାନ୍ତି।ଏହା ପରେ ଉପାଧି ଗ୍ରହଣ ବେଳେ ରାଷ୍ଟ୍ରପତି ବି ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁ ଥିଲେ।ଏହା ପରେ ସେଠାରେ ଥିବା ଅନ୍ୟମାନେ ବି ମୋ ସହ ଫଟୋ ଉଠାଇ ନେଇଥିଲେ।ପ୍ରଧାନମନ୍ତ୍ରୀ ମୋ ସହ ହାତ ମିଳାଇଲେ।ମୋ ଜୀବନ ଧନ୍ୟ ହୋଇଗଲା ବୋଲି ଖୁସିର ସହ କହିଲେ ହଳଧର।ସରକାରୀ ମାନ୍ୟତା ପାଇ ନ ଥିବା ଏକ ଆଞ୍ଚଳିକ ଭାଷାରୁ ପ୍ରତିନିଧିତ୍ବ କରି ପଦ୍ମଶ୍ରୀ ପାଇବା ବହୁତ ବଡ଼ କଥା।


ମୁଁ ପଦ୍ମଶ୍ରୀ ଉପାଧି ପାଇ ନାହିଁ, ଓଡିଶା ଏ ଉପାଧି ପାଇଛି ବୋଲି କହିଥିଲେ ଶ୍ରୀ ହଳଧର ନାଗ।


ଆଜିର ଏ ସାନ୍ଧ୍ୟ ଆସରରେ ତାଙ୍କୁ ସଶ୍ରଦ୍ଧ ସମ୍ମାନ।


Rate this content
Log in