STORYMIRROR

Dipti lekha Mishra

Others

5.0  

Dipti lekha Mishra

Others

ଚିର୍କୁଟ ବଣ୍ଟନ

ଚିର୍କୁଟ ବଣ୍ଟନ

2 mins
1.4K


ଭୋଟ ହେବ ଆଉ ତିନିଦିନ ପରେ ।ବୁଥ୍ ଲେବଲ୍ ଅଫିସର୍ ମାନଙ୍କୁ ଚିରକୁଟ ବାଣ୍ଟିବା ପାଇଁ ଦିଆଗଲା ।ଏପଟେ ପୁଣି କୁଜି ରାଜନୀତିଆ ମାନେ ସେ ଅଫିସର୍ ମାନଙ୍କୁ ନିଜ ଦଳର ପ୍ରାର୍ଥୀ ଙ୍କ ଫୋଟ ଥିବା ଚିର୍କୁଟ ବଣ୍ଟନ ରେ ସହାୟତା କରିବା ପାଈଁ ଡାକରା ।ସୀମା ନାମ୍ନୀ ବୁଥ୍ ଲେବଲ୍ ଅଫିସର ଏଥିପାଇଁ କୁଜିନେତାଙ୍କ କଥା ଶୁଣୁଥିଲେ କାରଣ ସେମାନେ ହେଲେ ଅନ୍ଯପଟେ ଯେଉଁ ଚାକିରି କରୁଥିଲେ ସେଥିପାଈଁ କୁଜିନେତାଙ୍କ ଦସ୍ତଖତ ଦରକାର ହୁଏ ।ଦସ୍ତଖତ ନ କଲେ ଅଭିଯୋଗ କରି ଫାଈଦା ବି ନାହିଁ ।ଏଣୁ ସେମାନଙ୍କ କାମ ବି କରନ୍ତି ।

ସୀମା ଭାବିଲା ଏଥର ଆଉ ଡରିଡରି ମରିବା ଅପେକ୍ଷା ଲଢି ଲଢି ମରିବା ଭଲ ।ଏଣୁ ସବୁବେଳେ ଠିକ୍ କଥା କହୁ କହୁ କହିଦିଏ ମୁହଁରେ ମୁହଁରେ ।କୁଜିନେତା ସହ ବନ୍ଧୁ ମାନେ ବି ସୀମା ଉପରେ ଭାରୀ ରାଗନ୍ତି ।ମୌକା ଖୋଜୁଥାନ୍ତି ପ୍ରତିଶୋଧ ନେବା ପାଈଁ ।

ତଥାପି ସୀମା ଭୟ ନ କରି ଆଗକୁ ଚାଲେ ।ହସ ହସ ମୁହଁ କରି ଘରୁ ବାହାରେ ।ଦିନକର ଘଟଣା ତୄୄୄତୀୟ ଦିନ ଚିରକୁଟ ବାଣ୍ଟିଲା ବେଳେ କୁଜିନେତାଙ୍କ ଘରେ ହିଁ ଦେବାକୁ ପଡିଲା ପ୍ରଥମେ ।ସୀମା ହସି ହସି ନେତାଙ୍କ ସହ ଦୁଈପଦ କଥା ହୋଈ ଚାଲିଆସୁଥିଲା ।ହଠାତ୍ ପଛପଟୁ ଡାକ ଶୁଭିଲା ଦିଦି ଟିକେ ଶୁଣିବେ କି ?ସୀମା ହଠାତ୍ ଆଶ୍ଚର୍ଯ୍ଯ ହୋଇ ପଛକୁ ବୁଲିଲା ବେଳକୁ କୁଜି ନେତା କହୁଛନ୍ତି ଦିଦି ମୋ କଥା ମନେ ଅଛି ଟି ?ସମସ୍ତଙ୍କୁ ଟିକେ କହିବେ ଆମ ଦଳକୁ ଜିତାଈବାକୁ ।ସୀମା କହିଲା ହଁ ସାର୍ ସନ୍ଦେହ ନାହିଁ ଏଥିରେ ।ଆପଣ ମୋ ପାଈଁ ବହୁତ ଉପକାର କରିଛନ୍ତି ।ସେ କଥା କଣ ମୁଁ ଭୁଲିଯିବି ?

ଆପଣ ହିଁ ଜିତିବେ ।ଏମିତି କହି ଲୋକ ଦେଖାଣିଆ ଭଳି ଏ ନାନୀ ଏ ମଉସା ଏ ଭାଈନା ଏ ଭଉଣୀ ଆମ ଭାଇଙ୍କୁ ଜିତାଈଦେବ ,ଆମ ଚିହ୍ନ ଭୁଲିବନି କେହି ।

କୁଜି ନେତା ଭାରୀ ଖୁସି ।ଆରେ ଏଇ ସୀମା ତ ମୋ ପାଈଁ ହିଁ ପ୍ରଚାର କରୁଛି ।ରାଗ ସବୁ ଶାନ୍ତ ହୋଈଗଲା ।ଭାରୀ ଖୁସି ହୋଇ ପାଂଚ ହଜାର ଟଙ୍କା ଲାଂଚ ଦେଲେ ସୀମାଙ୍କୁ ।ସୀମା ସେ ପାଂଚ ହଜାର ଟଙ୍କା ପୋଷ୍ଟରେ ନେତାଙ୍କ ଘରକୁ ପଠାଈ ଦେଲା ।ଲଫାଫା ଭିତରେ ଚିଠି ଖଣ୍ତେ ଥିଲା ।ସେଥିରେ ଲେଖା ଥିଲା ମୁଁ କାହାର ଖାଈନି କି ଖାଈବାକୁ ଦିଏନି ।ଧନ୍ଯବାଦ ବହୁତ ବହୁତ ।


Rate this content
Log in