ଛେଳିଗୋଧୂଳି
ଛେଳିଗୋଧୂଳି
ବଡ଼ଦିନ ପର୍ବ। ରାତି ନ ପାହୁଣୁ ଚାଲିଲି ଛେଳିଗୋଧଳି ଯେଉଁଠି ସରକାରୀ ପର୍ଯ୍ଯଟନସ୍ଥଳୀ ନ ହେଲେ ବି ଦର୍ଶକଙ୍କ ମନ ମୋହିନିଏ। ମୂଷଳ ନଦୀର ଅପରୂପା ଶୋଭା। କଳକଳ ବୋହୁଥିବା ନଦୀର ଗୀତ ନୀରବତା ଓ ତାର ପ୍ରାକୃତିକ ଶୋଭା ଅତ୍ଯନ୍ତ ମନୋରମ।
ମୁଁ ଆଈଙ୍କ ସଙ୍ଗେ ଚାଲିଚାଲି ଗଲି। ଘରୁ ମାତ୍ର ଅଧା କି.ମି ଦୂରତା ହେବ। ସାଙ୍ଗରେ ଆଈ ଧରିଥିଲେ ପୁରୀ ଓ ମାଂସ ତରକାରୀ। ମାଆ ହିରାମଣୀଙ୍କର ଇଛା କି ଝିଅ ଭ୍ରମଣରେ ଯାଉ ଆଉ ଗଳ୍ପ,କବିତା କି ପ୍ରବନ୍ଧ ଲେଖିବାକୁ ପର୍ଯ୍ଯାପ୍ତ ସୁଯୋଗ ପାଉ କାରଣ ବିଦ୍ଯାଳୟରେ ରଚନା ଓ ଲିଖନ ପଡୁଛି ଯାହା ଅଭିଭାବକଙ୍କ ନିଘା ରହିବା ନିହାତି ଦରକାର।
ମୁଁ ଆଈଙ୍କ ସହ ଯାଉଯାଉ ଦେଖିଲି ଆଖପାଖ ଗ୍ରାମର ଲୋକେ ଭଲଭଲ ସ୍ଥାନ ଅଧିକାର କରି ନେଇ ସାରିଲେଣି। ପ୍ରାୟତଃ ପଚାଶରୁ ଅଧିକ ଭୋଜିଦଳ ହେବ ଭୋଜି କରିବା ଆରମ୍ଭ ହୋଇ ଯାଇଛି। ଦୂର ଦୂରାନ୍ତରୁ ଗାଡି଼ ପ୍ରାଯତଃ ଶହେ ଉପରେ ଠିଆ ହୋଇଛି। ଏ ସ୍ଥାନଟି ହରିଚନ୍ଦନପୁରରୁ ଘଟଗାଁ ଆସିବା ରାସ୍ତା କଡ଼ରେ ହିଁ ପଡି଼ଥିବାରୁ ତାରିଣୀ ମନ୍ଦିର,ଗୁଣ୍ଡିଚା ଘାଗୀ ଜଳ ପ୍ରପାତ ଓ ବାରହାଟିପୁରା ନୀଳକଣ୍ଠେଶ୍ବର ମହାଦେବ ମନ୍ଦିର ସହିତ ଛେଳିଗୋଧଳିରେ ଦର୍ଶକଙ୍କ ପାଦ ଥାପିବାକୁ ହୋଇଥାଏ।
ମୋର ପରିଦର୍ଶଙ୍କୁ ଦେଖିବା ଥିଲା ଅଦମ୍ଯ ଲାଳସା। ମୁଁ ପ୍ରାୟତଃ ଛେଳିଗୋଧଳିକୁ ଅନେକବାର ଆସି ଦେଖିଛି ହେଲେ ଦର୍ଶକଙ୍କ ହାବଭାବ ବୁଝିବା ହିଁ ମୋର ମୂଳଲକ୍ଷ୍ଯ। ମୁଁ ଦେଖିଲି ଯେଉଁମାନେ ପରିବାର ସହ ଭ୍ରମଣରେ ଆସିଥାନ୍ତି ସୁଶୃଙ୍ଖଳିତ ସହ ନିଜର କର୍ମ ସମ୍ପାଦନ କରି ଚାଲି ଯାଉଛନ୍ତି ହେଲେ ଅନେକ ବିଶୃଙ୍ଖଳିତ ଲୋକ ଥିଲେ ଯେଉଁମାନେ କି ପର୍ଯ୍ଯଟନସ୍ଥଳୀକୁ ହୀନ ଚକ୍ରାନ୍ତରେ ଦେଖି କର୍ମ ସମ୍ପାଦନ କରୁଥାନ୍ତି। ମୁଁ ମୋର କର୍ମରେ ଲାଗି ପଡି଼ଲି। ସଭିଙ୍କ ଉପରେ ଲୋଲୁପ ଦୃଷ୍ଟି ସହ ପରିବେଶ ସଫା କରିବାରେ ଲାଗିଲି ଯଥା ଖଲି ଓ ଚଉପତିକୁ ଯଥା ସ୍ଥାନରେ ରଖି ନିଆଁ ଜଳେଇବା। ପାଖରେ କେହିକେହି ଏପରି କର୍ମ କରୁଥିବା ଦେଖି ଥଟ୍ଟା ତାମସା କରୁଥିଲେ ହେଲେ ମୁଁ ଛୋଟ ଶିଶୁ ପୁଣି ବୟସ ମାତ୍ର ଏଗାର ହୋଇ ଥିବାରୁ କିଛି ବି ପ୍ରତି ଉତ୍ତର ନ ଦେଇ ଚୁପ ରହୁଥାଏ।
ମୋତେ ଆଈ କାମରେ ସାହାଯ୍ଯ ସହଯୋଗ କରୁଥିଲେ। ଦୀର୍ଘ ସମୟ ତକ ଜଣେ ଫଟୋଗ୍ରାଫର ଫଟୋ ଉଠେଇ ଚାଲିଥାନ୍ତି ମୁଁ କିନ୍ତୁ ଜାଣି ନ ଥିଲି। ସେ ଫଟୋ ଗୁଡି଼କ ବି.ଡି଼.ଓଙ୍କୁ ଛାଡି ଦେଲେ ତ ବି.ଡି଼.ଓ ମହୋଦୟ ଯଥାଶୀଘ୍ର ଆସି ବହୁ ସମୟ ଧରି ଦୂରରୁ ନିରୀକ୍ଷଣ କରିବାକୁ ଲାଗିଲେ।
ସମୟ ଅତିକ୍ରାନ୍ତ ହୁଅନ୍ତେ ସବୁ ଲୋକେ ଭୋଜି ମହୋତ୍ସବ ସାରି ଘରକୁ ଫେରିଗଲେ। ମୁଁ ମଧ୍ଯ ଆଈଙ୍କ ସାଙ୍ଗେ ଫେରିବାକୁ ଗଲାବେଳେ ବି.ଡି଼.ଓ ମହୋଦୟ ମୋତେ କଣ୍ଢାଇ ଆଖିରୁ ଆନନ୍ଦାଶ୍ରୃ ବୁହାଇ ଦେଇ ଦଶ ହଜାର ଟଙ୍କା ଗୁଞ୍ଜିଦେଇ କହିଲେ,"ଝିଅ ! ମୁଁ ଆଜି ଗର୍ବୀତ କି ମୋର ବ୍ଲକରେ ତୋର ପରି ଗୁଣି ଝିଅଟିଏ ଦେଖିବାକୁ ପାଇଲି। ମୁଁ ଆଜି ଧନ୍ଯ ହୋଇଗଲି,ଧନ୍ଯ ବି ତୋର ବାପା ଓ ମାଆ ଆଉ ଧନ୍ଯବାଦ ଦେବି ତୋର ଶିକ୍ଷକଗଣଙ୍କୁ।
ମୁଁ ଫେରି ଆସିଲି ଘରକୁ। ରାତିରେ କର୍ମ ସମ୍ପାଦନ ଯୋଗୁଁ ଥକି ପଡି଼ଥିଲି ତ ଅଚିନ୍ତା ନିଦରେ ଶୋଇ ପଡି଼ଲି। ପରଦିନ ଉଠୁଉଠୁ ଦିନ ଅନେକ ହୋଇ ଯାଇଥିଲା ମୁଁ ଯେବେ ଉଠିଲି ମାଆ ହିରାମଣୀ ଖବର କାଗଜ ଦେଖାଇ କହିଲେ,"ସରୋଜିନୀ ! ଦେଖ ତୋ କର୍ମରେ ସନ୍ତୁଷ୍ଟ ହୋଇ ବି.ଡି.ଓ ମହୋଦୟ ଆସନ୍ତା ଜାନୁୟାରୀ ମାସ ଛବିଶ ତାରିଖରେ ସ୍ବତନ୍ତ୍ର ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।"
ମୁଁ ନିଜକୁ କୃତାର୍ଥ ମଣିଲି କର୍ମର ଫଳ ଯେ ଅବଶ୍ଯ ମିଳେ ଏଥିରୁ ହିଁ ବୁଝିଗଲି। ତା ପରଠୁ ମୋର ଶିକ୍ଷକଙ୍କ ସହିତ ସରପଞ୍ଚ, ଚେୟାରମ୍ଯାନ,ବି.ଇ.ଓ ଓ ତହସିଲଦାର ପ୍ରଭୃତିଙ୍କ ସୁଅ ଛୁଟିଲେ। ସଭିଏଁ ମୋର ପାଶବୁକ ନମ୍ବର ନେଇ ଜାନୁୟାରୀ ମାସ ଛବିଶ ତାରିଖ ପୂର୍ବରୁ ଦଶଲକ୍ଷ ଟଙ୍କା ଡିପୋଜିଟ ହୋଇ ସାରିଥିଲା। ଯେଉଁଦିନ ଜାନୁୟାରୀ ମାସ ଛବିଶ ତାରିଖ ବି.ଡି.ଓ ମହୋଦୟ ଦୁଇ ଲକ୍ଷ ଟଙ୍କାର ଚେକ ସହିତ ମାନପତ୍ର ଓ ଟ୍ରଫି ପ୍ରଦାନ କଲେ।
ସତରେ ! କର୍ମ ହିଁ ଭଗବାନ। ମୁଁ କିଛି ପାଇବାର ଆଶାରେ ଯାଇ ନ ଥିଲି। ମୋର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଏହି କି ଛେଳିଗୋଧଳି ଯେମିତି ଅପରିଷ୍କାର ନ ହେଉ। ଆଜି ସରକାରଙ୍କ ଦୃଷ୍ଟି ପଡି଼ଛି ଅଳ୍ପ କେଇ ଦିନ ଭିତରେ ପର୍ଯ୍ଯଟନସ୍ଥଳୀର ମାନ୍ଯତା ନ ଆଣି ପାରିଲେ ବି ଦେଖିବା ଓ ଭୋଜି କରାଇବାର ସୁବ୍ଯବସ୍ଥା ହୋଇ ଚାଲିଛି।
