ଛାଇ
ଛାଇ
ନିଃଶବ୍ଦ କୋଠରୀ ...ରାତ୍ରି ର ମିଞ୍ଜି ମିଞ୍ଜି ଆଲୁଅ କୁ ଅତ୍ୟାଧୁନିକ ସାଜସଜ୍ଜା ଭିନ୍ନ ଏକ ଅଳକାପୁରୀ ର ଭ୍ରମ ସୃଷ୍ଟି କରୁଥାଏ ।ସୋନୀ ଆଉ ରାହୁଲ ଦୁହେଁ ନିଘୋଡ ନିଦରେ ଶୋଇ ଥାଆନ୍ତି , ହଠାତ୍ ଆଲାର୍ମ ଘଣ୍ଟା ର ଆୱାଜ୍ ରେ ରାହୁଲ ର ନିଦ ଭାଙ୍ଗିଗଲା । ସେ ଘଣ୍ଟା ର ସୁଇଚ୍ ବନ୍ଦ କରି ସୋନୀ କୁ ଉଠେଇବାକୁ ଚେଷ୍ଟା କରି ବିଫଳ ହେଉ ହେଉ ଭାବୁଥିଲା, ସତରେ ମୋ ଗାଆଁ ହିଁ ବହୁତ ଭଲ ଥିଲା । ଆଟ୍ଲିଷ୍ଟ ପାହାନ୍ତି ପ୍ରହର ରୁ କୁକୁଡା ଗଞ୍ଜା ଡାକରେ ତ ନିଦ ଛିନ୍ନଛତ୍ର ହେଇ ପଳେଇ ଯାଉଥିଲା । ତାକୁ ବନ୍ଦ କରିବାକୁ କିମ୍ବା ଟିକିଏ ଗଡେଇ ଦେଇ ସମୟ ସେଟ୍ କରିବାକୁ ସୁଇଚ୍ ବା କାହାରଥିଲା ? ପୁଣି ଥରେ ନରମ ଗଳାରେ ସୋନୀ କୁ ଉଠେଇଲେ ହେଲେ ଏଥରକ ବି ସେ କଇଁ କଇଁ ହେଇ କମ୍ବଳ ଘୋଡିହେଇ ଶୋଇଗଲା ।ରାହୁଲ ବି ନଛୋଡବନ୍ଧା..ପୁନଶ୍ଚ ବେଡ୍ ଟି ନେଇ ହାଜର..ଏଥରକ କିନ୍ତୁ ସୋନୀ କୁ ଅନିଚ୍ଛା ସତ୍ତ୍ବେ ଉଠିବାକୁ ହେଲା । ବେଡ୍ ଟି ଦେଉଦେଉ ରାହୁଲ ମନେ ପକେଇ ଦେଲେ କି
-" ଆଜି ପରା World women's day..ତୁମର Extra curriculum activities କରିବାକୁ ଯିବାର ଥିଲା..?"
-" OMG ,ରାହୁଲ ତୁମେ ମୋତେ ଟିକିଏ ଆଗରୁ ଉଠେଇଦେଲନି..?It's too late baby.."
ସେ ତରତର ହୋଇ fresh ହୋଇ ଅଫିସ ବାହାରି ଗଲା..।
ଆଗରୁ ମୋବାଇଲ ଯୋଗେ ଗୋଟିଏ ଗାଁ ର କିଛି ମହିଳା ମାନଙ୍କୁ ଖାଇବା, ପିଇବା ଏବଂ ପଇସା ର ପ୍ରଲୋଭନ ଦେଖାଇ Meeting arrange କରାଯାଇଥିଲା । ସମସ୍ତ ଅଫିସ ଷ୍ଟାଫ୍ ଙ୍କ ସହିତ ସୋନୀ ଯାଇ ଠିକ୍ ସମୟରେ ପହଞ୍ଚିଗଲା । ପ୍ରଥମେ ସମସ୍ତ ରୁଣ୍ଡିଭୁତ ମହିଳା, ଛୁଆ ,ବୃଦ୍ଧା ଙ୍କୁ ଜଳଖିଆ ପ୍ୟାକେଜ୍ ଦିଆଗଲା , ତାପରେ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଭାଷଣ ପର୍ବ ଦେଖିବାକୁ କି ଶୁଣିବାକୁ ତିଳେ ମାତ୍ର ସ୍ପୃହା କୌଣସି ମହିଳା ମାନଙ୍କ ର ନଥାଏ । ସେମାନେ ବାରମ୍ବାର ଘରକୁ ଯିବାପାଇଁ ଉଛନ୍ନ ହେବାରୁ ଚୁମ୍ବକ୍ ରେ କାର୍ଯ୍ୟକ୍ରମ ବଢେଇ ନିଆଗଲା । ଶେଷ ହେବା ପରେ ସମସ୍ତ ଙ୍କୁ ଖାଦ୍ୟ ପୁଡିଆ ଦେଇ ବିଦା କରି ଦିଆଗଲା ।
ସଂଧ୍ୟା ରେ ଘରକୁ ଫେରିବା ପରେ ସୋନୀ ଖୁବ୍ କ୍ଳାନ୍ତ ହେଇ ଲତ୍ କିନା ସୋଫା ରେ ବସି ପଡୁ ପଡୁ ରାହୁଲ ଗେହ୍ଲେଇ ହେଇ ପଚାରିଲା -"ସୁନା..ଆଉ ଆଜି ତୁମ Programme କେମିତି ହେଲା..?"
ସଙ୍ଗେ ସଙ୍ଗେ ସୋନୀ କହିଲା-
-"don't ask me Rahul..You know ସେ poor lady ଗୁଡାଙ୍କୁ କିଛି manner ହିଁ ଜଣାନାହିଁ, stupid fellow ଗୁଡା...ଜଣେ ଜଣେ ତିନି-ଚାରି ଟା ଲେଖାଏଁ package ନେଇଗଲେ.."
ତା ଗପିବା ଦେଖି ରାହୁଲ କହିଲା -"leave it Sona..ତୁମେ signature ଆଉ thumb press ନେଇ ଆସିଲ ତ ..?ଏବେ Bill Ready କରି cash ଟା ନେଇ ପାରିବ ।"
ସୋନୀ ହସିଲା ..ଏକ କୁଶ୍ଚିତ ଅଟହାସ୍ୟ ଟିଏ । ହଁ ସେ ଏବେ ଗଡ ଜିତି ସାରିଛି ।
