ଚୈତିପର୍ବ
ଚୈତିପର୍ବ
ଆଈ ବୁଲି ଯାଇଥିଲେ ଘଟଗାଁକୁ। ଏ ବର୍ଷର ଚୈତିପର୍ବ ଦିନଟି ଭାରି ଭିଡ଼ଥିଲା। ଚାରିଆଡେ଼ ରୋଷଣୀ ଓ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଥିଲା। ଆଈଙ୍କର ଝୁଙ୍କ କି ରାତିରେ ବାଦପାଲାକୁ ସେ ମନଭରି ଦେଖିବ ଓ ଶୁଣିବ। ସେ କାହିଁ କେତେ ଦିନରୁ ନାତିଟୋକା କୌତୁକକୁ କହିଛି। କୌତୁକ ମଧ୍ଯ ଆଈଙ୍କୁ ଘଟଗାଁ ବୁଲାଇ ଆଣିବାକୁ କଥା ଦେଇଛି।
ଆଜି ସେହି ସମୟ ଆସି ଯାଇଛି। କୌତୁକ ସନ୍ଧ୍ଯା ପାଞ୍ଚଟା ସମୟରେ ଆଈଙ୍କୁ ନେଇ ଘଟଗାଁ ଯାତ୍ରା ପଡି଼ଆରେ ହାଜର। ସର୍ବ ପ୍ରଥମେ ମନ୍ଦିର ବେଢା଼ ପରିକ୍ରମା କରିବାର ଅଭିଳାଶ। ମା ତାରିଣୀ ଦର୍ଶନରେ ତାଙ୍କୁ ଅବଶ୍ଯ ଯିବାକୁ ହିଁ ହେବ। କୌତୁକ କେତେ ମନା କରିଛି କି ଆଉ ଅନ୍ଯ କେଉଁ ଦିନରେ ମା ତାରିଣୀ ଦର୍ଶନ କରେଇ ଦେବ। ଆଜି ପ୍ରବଳ ଭିଡ଼ ତ ନ ଦେଖିଲେ ଚଳନ୍ତା ନାହିଁ? ଆଈ କିନ୍ତୁ ଦୃଢୋ଼କ୍ତି କି ଆଜି ହିଁ ମା ତାରିଣୀଙ୍କୁ ଅବଶ୍ଯ ଦେଖିବ। କିଏ ଜାଣେ କାଲିକୁ ସେ ଯଦି ଆର ପାରିକୁ ଚାଲିଯାଏ ତ..? କଥା କହିବାରେ ଆଈ ଜିତିଗଲେ ତ କୌତୁକ ଧାଡି଼ରେ ନେଇ ଠିଆ କରେଇଲେ। ଆଈ ବଡ଼ ଆଗ୍ରହର ସହ ଖୁବ୍ ଭକ୍ତି ଓ ପ୍ରେମରେ ଠିଆ ହୋଇଗଲେ ହେଲେ ବୟସର ଅଧିକ କାରଣରୁ ଠିଆ ହେବାକୁ ପୂରା ଅସମର୍ଥ ହେଲେ ତ ଘଟଣା ସ୍ଥାନରେ ହିଁ ଗଡି଼ ପଡି଼ଲେ। ଲୋକମାନେ ଛିନ୍ନଛତ୍ର ହୋଇଗଲେ। ଜଣେ ବୁଢୀ଼ ଲୋକର ଚେତାଶୂନ୍ଯ ଅବସ୍ଥାରେ ଆମ୍ବୁଲାନସରେ ଡ୍ରାଇଭର ଡାକ୍ତରଖାନା ନେଇଗଲେ। କୌତୁକ ମଧ୍ଯ ଆଈଙ୍କ ସାଙ୍ଗରେ ଆମ୍ବୁଲାନସରେ ଗଲା।
ଆଈଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ଚେତା ଫେରି ଆସିଲା ତ ଚିତ୍କାର କରି ମା ତାରିଣୀଙ୍କ ନାମ ଡାକ ଛାଡି଼ଲେ। କାହିଁକି କୁଆଡେ଼ ନେଉଛନ୍ତି ବୋଲି ଉତ୍ତମ ଓ ମଧ୍ଯମ ଗାଳି କରିବାକୁ ଭୁଲିଲେ ନାହିଁ। କୌତୁକ ଦେଖିଲା ଆଈଙ୍କର ଦେହ ଓ ମନ ସୁସ୍ଥ ହୋଇ ଯାଇଛି। ଆଈ ନିଜକୁ ଓହ୍ଲାଇ ଦେବାକୁ ଅନୁରୋଧ କଲା କିନ୍ତୁ ଆମ୍ବୁଲାନସ ଡ୍ରାଇଭର କୌଣସି କଥା ନ ଶୁଣି ଡାକ୍ତରଙ୍କ ସମ୍ମୁଖରେ ନେଇ ଓହ୍ଲାଇ ଦେଲା। ଆଈ ବଡ଼ ନେହୁରା ହୋଇ କହୁଥିଲେ କି ତାର ମା ତାରିଣୀଙ୍କୁ ହିଁ ଦରକାର। ତାଙ୍କୁ ଦର୍ଶନ ନ କରିବ ତ କୌଣସି ପାଣି ଟୋପାଏ ସୁଦ୍ଧା ପିଇବ ନାହିଁ। ସେ ଅନୁନ୍ନୟ ଓ ବିନୟ ହୋଇ ଡାକ୍ତରଙ୍କ ପାଖରୁ ବିଦାୟ ନେଲା। ଏଥର ଆଈ ମନ୍ଦିର ବେଢା଼ ଭିତରକୁ ନ ଯାଇ ମେଲୋଡି଼ ଟିକିଏ ଦେଖିବ ବୋଲି କୌତୁକକୁ କହିଲା ତ କୌତୁକ ମେଲୋଡି଼ ହେଉଥିବା ସ୍ଥାନରେ ନେଇ ଠିଆ କରେଇଲା। ସେତେବେଳେ ଯଦିଓ ଭଜନ ସମାରୋହ ଚାଲିଥିଲା ହେଲେ ଭାରି ଅସନା ଗୀତ ଯାହା ଆଈଙ୍କର ଅରୁଚିକର ବୋଧ ହେଲା। ସେ ମନେମନେ ବହେ ଗାଳିକରି ଆଗକୁ ବଢି଼ବା ପାଇଁ ନାତିକୁ କହିଲା ତ କୌତକ ମେଲୋଡି଼ ସ୍ଥାନରୁ ଘୋଡା଼ନାଚ ସ୍ଥାନକୁ ନେଇଗଲା। ସେଠାରେ ମଧ୍ଯ ଯଦିଓ ଭଗବାନଙ୍କ ନାମ ନେଇ ଘୋଡା଼ନାଚ ଚାଲିଥିଲା ହେଲେ ନାଚ ସବୁ ହିଁ ଆଧୁନିକ ପରି ମନେ ହେଲା ତ ଭଗ୍ନ ମନୋରଥରେ ଆଖିରୁ ଲୁହ ଗଡେ଼ଇବାକୁ ଲାଗିଲା। ଆଈଙ୍କ ଲୁହ ଗଡି଼ବା ଦେଖି କୌତୁକ ପ୍ରବଚନ ହେଉଥିବା ସ୍ଥାନକୁ ନେଇଗଲା। ସେଠାରେ ଆଈ ମହାଆନନ୍ଦରେ କେତେବେଳେ ନାଚିଲା ତ କେତେବେଳେ ଗାଇଲା ପୁଣି କେତେବେଳେ ଭାବ ବିହ୍ବଳ ହୋଇ ଭୂମିରେ ଗଡି଼ଲା।
ଆଈଙ୍କର ଆନନ୍ଦ ଦେଖି କୌତକର ମଧ୍ଯ ଆନନ୍ଦ କହିଲେ ନ ସରେ। କୌତୁକ ମା ତାରିଣୀଙ୍କୁ ଅନନ୍ତ କୋଟି ପ୍ରଣାମ ଓ ଧନ୍ଯବାଦ ଦେଇ ଆଖିରୁ ଲୁହ ଗଡେ଼ଇଲା। ଆଈଙ୍କର ଭାବ ଓ ଭକ୍ତି ଏତେ ମାତ୍ରାରେ ଆସିଗଲା ଯେ ସେ ଭାବ ସମାଧିରେ ଚାଲିଗଲେ। କୌତୁକ କରେ କଣ? ଆଖିରେ ଆଖିଏ ଲୁହ ଧରି ପୁଣି ଆମ୍ବୁଲାନସରେ ଡାକ୍ତରଖାନା ନେଇଗଲେ। ଆଈ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜର ଭାବ ସମାଧି ଭଗ୍ନ ହୋଇଗଲା ତ ଚେତା ଫେରି ଆସନ୍ତେ ଆଖିରୁ ଲୁହ ଗଡେ଼ଇ କହିଲା,"ଡାକ୍ତର ବାବୁ ! ମୋର ଭାବ ସମାଧି ଭଗ୍ନ କରିବା ଯୋଗୁଁ ମା ତାରିଣୀଙ୍କ ପ୍ରତି ଭକ୍ତି, ପ୍ରେମ ଓ ଭଲ ପାଇବାରେ ଯେଉଁ ଘୋର କ୍ଷୟକ୍ଷତି ହେଲା ତାକୁ ଭରଣ କରିବ କିଏ? ମୁଁ କେତେଥର କହିଛି କି ମୋର ପାଣି ଟୋପାଏ ସୁଦ୍ଧା ଦରକାର ନାହିଁ ଅଥଚ ଆପଣ...?" ଡାକ୍ତର ମହୋଦୟ କଣ କହିବାକୁ ଯାଉଥିଲେ ଆଈ ଭୀଷଣ ରାଗିଯାଇ ଆଭିଶାପ ଦେଲେ କି ତୋର ମୋ ପ୍ରତି ହୋଇଥିବା ଅନ୍ଯାୟ ପାଇଁ ଏବେ ଭସ୍ମ ହୋଇଯାଅ। ସତକୁ ସତ ଡାକ୍ତର ମହୋଦୟ ଜଳିପୋଡି଼ ମୁଠାଏ ପାଉଁଶ ହୋଇଗଲା ତ ଆଈଙ୍କର ଚୈତନ୍ଯ ଉଦୟ ହେଲା। ସେ ପୁଣି ଆଖିରୁ ଲୁହ ଝରାଇ ଅନୁତାପ କରି ମା ତାରିଣୀଙ୍କୁ ପ୍ରଣାମ କରି ଡାକ୍ତର ମହୋଦୟଙ୍କ ପୂର୍ବ ଜୀବନ କାମନା କଲେ ତ ଡାକ୍ତର ମହୋଦୟ ମୁଠାଏ ପାଉଁଶ ଭିତରୁ ବାହାରି ଆସିଲେ। ଡାକ୍ତର ମହୋଦୟ ହାତ ଯୋଡି଼ ଆଈଙ୍କୁ ପ୍ରଣାମ କଲେ ତ ଉପସ୍ଥିତ ଜନତା ଆଈଙ୍କ ଗୋଡ଼ତଳେ ପଡି଼ ଅସଲ ମା ତାରିଣୀ ରୁପରେ ଦଣ୍ଡାୟମାନ ଭାବି ପୂଜା ଓ ପ୍ରାର୍ଥନା କରିବାରେ ଲାଗିଲେ। ଆଈ ସଭିଙ୍କୁ ଆଶୀର୍ବାଦ ପ୍ରଦାନ କଲେ ଯାହା ସେ କହୁଥିଲେ ଅଳ୍ପ କ୍ଷଣରେ ସବୁ ପୂରଣ ହୋଇ ଯାଉଥିଲା ତ ଆଈଙ୍କ ପାଖରେ ଭକ୍ତଙ୍କ ଭିଡ଼।
ରାତି ପ୍ରାୟତଃ ବାରଟା ବେଳକୁ ଆଈଙ୍କ ହୃଦୟରେ ବାସ କରିଥିବା ମା ତାରିଣୀ ହଟିଗଲେ ତ ଆଈ ନିଜକୁ ସାଧାରଣ ଜଣେ ନାରୀ ଭାବରେ ହିଁ ଉଭା ହୋଇଗଲେ। ତାଙ୍କର କୌଣସି କିଛି ମନେ ପଡୁ ନ ଥାଏ। ସେ ନାତିକୁ ଧରି ଘରକୁ ଫେରି ଯିବାକୁ ଆହ୍ବାନ କଲେ ତ କୌତୁକ ଘରକୁ ନେଇ ଆସିଲା।
ଆଈ କହିଲେ,"କୌତୁକ ! ତୋର ଦେଇ କୌଣସି କିଛି ହେଲା ନାହିଁ। ମୋର ଭାରି ଇଛା ଥିଲା କି ଅବଶ୍ଯ ବାଦପାଲା ଦେଖିବ ହେଲେ ତୁ ସେ ପାଖକୁ ସୁଦ୍ଧା ନେଲୁ ନାହିଁ କାହିଁକି? ମୋର ମନ ଅବଶୋସ ରହିଗଲା ବୋଧହୁଏ ଆସନ୍ତା ବର୍ଷକୁ ତୋର ଏ ଆଈ ଚୈତିପର୍ବ ଦେଖି ପାରିବି କି ନାହିଁ? କୌତୁକ ଘଟିଥିବା କଥା ଯେତେ କହିଲେ ସୁଦ୍ଧା ଆଈଙ୍କର କୌଣସି ମନେ ହିଁ ନ ଥିଲା ତ କୌତୁକ ନିଜର ଅବଶୋସ ପାଇଁ ଆଖିରୁ ଲୁହ ମଧ୍ଯ ଗଡା଼ଇ ଦେଲା।
କୌତୁକ ଆଖିରେ ଆନନ୍ଦର ଲୁହ କି ଆଈଙ୍କର ପୂର୍ବ ଅବସ୍ଥା ଫେରି ଆସିଛି। ସେ ମା ତାରିଣୀଙ୍କୁ କୃତଜ୍ଞତା,ଧନ୍ଯବାଦ ଓ ପ୍ରଣାମ ଜଣେଇଲା। ସତରେ ! ଆଈଙ୍କ ଚୈତିପର୍ବ ଏବର୍ଷ ନିଶ୍ଚୟ ନିଆରା ଥିଲା ଯାହା ଅନ୍ଯ କୌଣସି ବର୍ଷ ବି ଏମିତି ହେବାର ନଜର ନାହିଁ।
