The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Panchanan Jena

Others

4.2  

Panchanan Jena

Others

ଚାରିଚକିଆ ବନ୍ଧୁ

ଚାରିଚକିଆ ବନ୍ଧୁ

5 mins
57



      ଷ୍ଟାଫ୍ କମନ୍ ରୁମ୍ ରେ ଷ୍ଟାଫ୍ ସେକ୍ରେଟେରୀ ଶ୍ରୀଯୁକ୍ତ ପଦ୍ମନାଭ ପାଢୀ ସାର୍ କିଛି କହୁଥିବାର ଶୁଣି ଅନ୍ୟ ସହକର୍ମୀ ଶିକ୍ଷକ- ଶିକ୍ଷିକା ମାନେ ଚା' କପରୁ ଚୁସ୍‌ କି ନେଉ ନେଉ ଭିତରକୁ ପଶିଆସିଲେ । କେତେକ ଚୌକିରେ ସ୍ଥାନଗ୍ରହଣ କଲେ ଓ ଅନ୍ୟ ବରେଣ୍ୟଗଣ ଛିଡ଼ା ହୋଇ ଚା' ବାମ୍ଫର କୁଣ୍ଡଳିତ ଓ ଚଷମା ଫାଙ୍କର ଧୂମାୟିତ ବଳୟକୁ ଭେଦି କର୍ଣ୍ଣାନ୍ଧ୍ରିୟକୁ ମୂଖ୍ୟ ଆଲୋଚ୍ୟ ବିଷୟବସ୍ତୁ ଉପରେ ପ୍ରସ୍ତୁତ କ୍ଷେପଣାସ୍ତ୍ର ପରି ଲଗେଇ ଥିଲେ ଅର୍ଥାତ୍ ଶୁଣୁଥିଲେ।


କଥା କ'ଣ କି ? ନବୋଦୟ ବିଦ୍ୟାଳୟ, ସରାଙ୍ଗରେ କାର୍ଯ୍ୟରତ ଚତୁର୍ଥ ବର୍ଗର କର୍ମଚାରୀ ଅର୍ଜୁନ ନାୟକର ସାନ ଝିଅ ବେବି ( କଳ୍ପନା)ର ବାହାଘର ଆଜି । କରେ।ନା ମହାମାରୀ କାଳରେ ୫-୧୦ ବରଯାତ୍ରୀ ବଂଧୁ-ବର୍ଗଙ୍କୁ ନେଇ ବିଚରା ଅର୍ଜୁନ ଭାଇ ଶୁଭକାମଟିକୁ ଜେନ ତେନ ପ୍ରକାରେଣ କଷ୍ଟେ ମଣ୍ଟେ ଶନିବାରିଆ ସଟ୍ ଡାଉନ୍ ଲକ୍ ଡାଉନ୍ ଦିନରେ ସାରିଦେବାକୁ ସ୍ଥିର କରିଛି । ପରନ୍ତୁ କ୍ୟାମ୍ପସ୍‌ ଭିତରେ ରହୁଥିବା ସମସ୍ତ ସହକର୍ମୀ ସାଥି ସହୋଦର ମାନଙ୍କ କ୍ଵାଟରକୁ ତିନି ନାତି ମାନଙ୍କ ଛୁଟିଆ ଫଉଜ ନେଇ ଯାଇଛି, ହାତ ଯୋଡି ନିମନ୍ତ୍ରଣ କରିଆସିଛି ଓ ଭୋଜି ପାଇଁ ସପରିବାରକୁ କହିସାରିଛି ।


କଥା ପଡ଼ିଲା -- ଅର୍ଜୁନ ଭାଇ ଜଣେ ବାପା ହିସାବରେ , ଆମ ବିଦ୍ୟାଲୟ ର ଜଣେ ଷ୍ଟାଫ୍ ହିସାବରେ ତା' କର୍ତ୍ତବ୍ୟ କରିଛି । କିନ୍ତୁ କେଉଁ ମାନେ ଯିବେ ସ୍ୱ-ଇଚ୍ଛାରେ ? କେଉଁ ସାର୍ ମାନେ ଓ ମ୍ୟାଡାମ୍ ମାନେ ଯିବେ ଅର୍ଜୁନ ଭାଇର ନିକଟସ୍ଥ ପୈତୃକ ଗ୍ରାମ ଜଟିଆ ବାସଭବନକୁ ? ନବ ବରକନ୍ୟାଙ୍କୁ ଆଶିର୍ବାଦ କରିବାକୁ ମ୍ୟାଡାମ ମାନେ ଗଲେ ଶୁଭ ବିବାହ ଭଳିଆ ମାଂଗଳିକ କାର୍ଯ୍ୟରେ ପୂର୍ଣ୍ଣମୀ ଜହ୍ନର ମୋହର ଲାଗି ଯାଆନ୍ତା ।


 ପାଢ଼ି ସାର୍‌ ଆମର ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷକ ହେଲେ ହେଁ ରସଗ୍ରାହୀ ଭାବକଲ୍ଲୋଳରେ ସଦା ଚଳଚଞ୍ଚଳ ବ୍ୟକ୍ତି ଫୁଗବ । କଥାର ତାରକସୀ ଝଲକ ଓ ସ୍ମିତହାସ୍ୟର ଧାରେ ଧାରେ ଷ୍ଟାଫ୍ ସେକ୍ରେଟେରୀର ଗୁରୁ ଦାୟିତ୍ଵକୁ ସମ୍ଭାଳି ଚାଲିଛନ୍ତି ଓ କହୁଥାନ୍ତି ଚା' ପାନ ବିରତି ଭଳି ସ୍ଵଳ୍ପକାଳୀନ ଦଶ ମିନିଟିଆ ସମୟ ମଧ୍ୟରେ ଟିଭିରେ ହେଉଥିବା ସାମୟିକ ବାଣିଜ୍ୟ ବିରତି ପରିକା ।


ଚାପା ଗୁଞ୍ଜରଣ ଭାସି ଆସୁଥିଲା କୋଣ ଅନୁକୋଣରୁ । ବାହାରେ ମୌସୁମୀ ବର୍ଷାର ଲୁଚକାଳି ଖେଳ । ଝପାକୁ ଝପା ଝରି ଯାଉଛି କିନ୍ତୁ ଗୁଳ୍ମ ଗୁଳିର ପ୍ରସରା କମିବାର ନାଁ ଧରୁନି ।


କରେ।ନା କାଳରେ ଯିବା ଆଦୌ ସମୀଚୀନ ଲାଗୁନି । ଭୋଜି ଖାଇବ କି କୋଭିଡ଼ ବୀଜାଣୁ ଆଣିବ ? ପାଣ ଘରକୁ କି'ଏ ବା ଯିବ ଭୋଜି ଖାଇବାକୁ ? ପୁଣି ସଟ୍ ଡାଉନ୍ ଶନିବାର I ଦଳବଳ ଯାଇ ପୋଲିସ୍ ଦ୍ଵାରା ଲାଞ୍ଛିତ ହେବା କାହିଁ ଭଲ ଲାଗୁନି । ତେଣୁ ଅର୍ଜୁନ ଭାଇଙ୍କୁ ଡାକି ତାଙ୍କ ହାତରେ ଲଫାଫା ଧରେଇ ଦେଲେ କଥା ଛିଡ଼ନ୍ତା କାମ ବି ସରନ୍ତା ।

କହିବାର ସାରାଂଶ ଥିଲା ଯେଉଁମାନେ ଯିବେ ୩,୦୦୦ ଟଙ୍କାର ଲଫାପାଟି ଯେମିତି ପାଢି ସାରଙ୍କ ପାଖରୁ ନ ନେବାକୁ ଭୁଲନ୍ତି ନାହିଁ ।


ଶେଷରେ ନିଷ୍କର୍ଷ ହେଲା କି ଜେନା ସାର୍ ଓ ପାଢି ସାର୍ ଯିବେ ଅର୍ଜୁନ ଭାଇଙ୍କ ନିମନ୍ତ୍ରଣ ରକ୍ଷାର୍ଥେ ବିଦ୍ୟାଳୟ ତରଫରୁ । ବାଇକରେ ଝଟ କରି ଯିବେ ଓ ଫଟ୍ କରି ଛୋଟ ଭେଟିକୁ ଚଟାପଟ୍ ଦେଇ ଆସିବେ । ମାସ୍କ ଲଗେଇବେ ଓ ହ୍ଯାଲ ମେଟ୍ ବି ।

କାହିଁକି କେଜାଣି ମନକୁ କଥାଟା ଟିକେ ପାଉ ନଥିଲା ସାର୍ ଦ୍ୱୟଙ୍କୁ । ମନଗତ ଲାଗୁନଥିଲା କଥାଟା । 


ଦୁହେଁ ଅଧ୍ୟକ୍ଷ ପ୍ରକୋଷ୍ଠକୁ ଯିବାକୁ ସ୍ଥିର କଲେ କାଳେ ଅନ୍ୟ କିଛି କୂଳ କିନାରା ମିଳିଯିବ । ବିଦ୍ୟାଳୟର ପ୍ରିନସ୍ ପାଲ ଶ୍ରୀଯୁକ୍ତ ନୃସିଙ୍ଘ ଚରଣ କର କାର୍ଯ୍ୟ ବ୍ୟସ୍ତତା ଭିତରେ ବି ମୁରୁକି ହସରେ ସ୍ଵାଗତ ସମ୍ଭାଷଣ କରୁ କରୁ ଇଂଗିତ ଦେଲେ ବସିବାକୁ ଉପବେଷ୍ଟନ କରିବାକୁ ଚୈକିର ଶୋଭା ବର୍ଦ୍ଧନ କରିବାକୁ । 


ପାଢି ସାର୍ କହିଲେ ଷ୍ଟାଫ୍ କମନ ରୁମ୍ ର ଚର୍ବିତ ଚର୍ବଣ ଫଇସଲା ଚୁମ୍ବକରେ । 


" ବହୁତ ଭଲ ହେଲା । ଆପଣମାନେ ତ ଅଛନ୍ତି । ମୋର ସତରେ ମନେ ନାହିଁ । ପୂରା ପୁରି ଭୁଲି ଯାଇଛି । ଅର୍ଜୁନକୁ , ନଵ ଦମ୍ପତିଙ୍କୁ ମୋ' ତରଫରୁ ବି ଆଶିର୍ବାଦ ଦେଇ ଦେବେ । ଭଲ କରିଛନ୍ତି ଆପଣମାନେ । କରେ।ନା କାଳରେ ଦୁଇ ଜଣରେ କାମ ନିପଟାଇ ଦିଅନ୍ତୁ ।"--- ହସୁ ହସୁ ଏକା ନିଶ୍ଵାସରେ କହି ପଳେଇଲେ ଅଧ୍ୟକ୍ଷ କର ବାବୁ ।


ପୁଣି ଫାଇଲ ଚାଷରେ ମନ ଲଗେଇଲେ କର ସାର୍ । " ଏକସ୍ କ୍ୟୁଜ୍ ସାର୍ । ମୁଁ କ'ଣ କହୁଥିଲି କି , ଆମେ ସମସ୍ତେ କ'ଣ ଭାବୁଥିଲେ କି ? --- ଗଲାରେ କିଛି ଅଲଗା କଥାର ସମ୍ଭାବନାକୁ ଜେନା ସାର୍ କହିବାକୁ ଆରମ୍ଭ କରନ୍ତେ କର ସାର୍ କଣ୍ଠାରେ ଅଟକି ଥିବା କଥାଛିଟାକୁ ପଢ଼ି ନେଲେ ପ୍ରାୟ । ମୁଣ୍ଡ ଉଠେଇଲେ ଗଦା ଗଦା ଫାଇଲ ଉପରୁ ଓ ଅଧା ମୁଖମଣ୍ଡଳକୁ ଘୋଡ଼େଇ ରଖିଥିବା ମାଷ୍କକୁ ସଳଖି ନେଲେ । --- କୁହନ୍ତୁ ଜେନା ସାର୍ ।


" ସରାଙ୍ଗ ନବୋଦୟ ପରିବାରର ମୂଖିଆ - ମୁରବୀ - ଦଳପତି ଆପଣ । ଆମେ ଦୁଇଜଣ ତ ଯିବା କିନ୍ତୁ ଆପଣ ଯାଇଥିଲେ ଅର୍ଜୁନ ଭାଇ ମନରେ ନୁହଁ ଅର୍ଜୁନ ଭାଇଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ହୃଦୟର ନିଭୃତ କୋଣରେ ଆପଣଙ୍କ ପ୍ରତି ତଥା ଆପଣଙ୍କ ବିଶାଳ ବ୍ୟକ୍ତିତ୍ଵ ପ୍ରତି ଶ୍ରଦ୍ଧା- ସମ୍ମାନ ଦଶଗୁଣା ବଢ଼ନ୍ତା । ପୁଣି ଆପଣଙ୍କ କର କମଳରେ ଆଶିର୍ବାଦର ଦସ୍ତକ ଲଫାଫାଟି କନ୍ୟାପିତା ଅର୍ଜୁନ ଭାଇଙ୍କୁ ଧରେଇ ଦେଲେ ତା'ର ବାପା ହେବାର ପାରିଲା ପଣରେ , ତା'ର ପିତା ହେବାର ଗୌରବ ଗାରିମାରେ ଦ୍ଭାବନାର ଫେଣ୍ଟା ଫେଣ୍ଟି ସ୍ଵାକ୍ଷର ମିଳିଯାଆନ୍ତା ।" ସ୍ପର୍ଗତ ବିଖ୍ୟାତ ନାଟ୍ୟକାର ଅନନ୍ତ ଓଝାଙ୍କ ସୁପରହିଟ ଅପେରା ନାଟକର ସଂଳାପ ଭଳି ଅନର୍ଗଳ କହି ଦେଲେ ଜେନା ସାର୍ ।

" ଭଲ କଥା । ବହୁତ ଭଲ କଥା । ଆପଣ ଠିକ୍ କହିଛନ୍ତି । ଏଭଳି ଶୁଭକାର୍ଯ୍ୟରେ ପାଣିଗ୍ରହଣ ଭଳିଆ ପାବନ ବେଳାରେ ମୋର ଉପସ୍ଥିତ ରହିବା ନିହାତି ଜରୁରୀ ନୁହଁ ମୌଳିକ କର୍ତ୍ତବ୍ୟ । " କର ସାର୍ ମୁଣ୍ଡ ହଲେଇ ସମ୍ମତି ସୂଚକ ସ୍ମିତହାସ୍ୟର ତାଳେ ତାଳେ କହିଦେଲେ ।

" ବୁଝିଲେ ସାରେ ! ପ୍ରିନସ୍‌ପାଲ ଯିବେ । ସାଥିରେ ପଲଟନ୍‌ ଯିବେ ଦଳବଳ ଯିବେ । ତେଣୁ ରବିକୁ କୁହନ୍ତୁ ମୋ' ମାରୁତିଟା ବାହାର କରୁ । ଅନ୍ୟ ସାର୍ - ମ୍ୟାଡ଼ାମ୍ ମାନଙ୍କୁ କୁହନ୍ତୁ କି ଆମେ ଚାରିଚକିଆରେ ଯିବା ।"--- ପୁଣି କର ସାର ପଛରୁ ଡାକି କହିଲେ ।

" ମୋତେ ପୁଣି ଅଲଗା ଖାମ୍ ଟିଏ ନେବାକୁ ହେବ । ନାଁ କ'ଣ କହୁଛନ୍ତି ଆପଣମାନେ । ୫୦୦ ଟଂକା ଖଣ୍ଡେ ପୁରେଇ ଦେଲେ ଚଳିଯିବ ତ !"--- ପର୍ସରୁ କାଢୁ କାଢୁ ଖାମରେ ଭର୍ତ୍ତି କରୁ କରୁ କର ସାର୍ ପୁଣି ଖୁସି ଖୁସି ହସି ହସି କହି ପକେଇଲେ ।


ସୁଖାନ୍ତକ ଅନୁଭବ ନେଇ ବାହାରିଲେ ଚ୍ୟାମ୍ବରରୁ ସାର୍ ମାନେ । ଖବରଟା ଶୁଣୁ ଶୁଣୁ ରବି ଭାଇ ଗାଡ଼ି ଆଣିବାକୁ ଚାଲିଗଲା । ସଂଗୀତ ଶିକ୍ଷକ ରାଜେନ୍ଦ୍ର କୁମାର ବେହେରା ସାର୍ ବି ତାଙ୍କ ନାଲି ରଙ୍ଗର ମାରୁତି- ସୁଜୁ କିର ସେଲେରୋ ସହିତ ଗଣିତ ଶିକ୍ଷକ ଶଶିକାନ୍ତ ପଟ୍ଟନାୟକ ସାରଙ୍କୁ ଧରି ମୂଖ୍ୟ ଫାଟକ ପାଖରେ ହାଜର ।

ଯାହାହେଉ, ଦୁଇଟି କାର୍ ରେ ଆମେ ଛଅ ଜଣ କରେ।ନା ନିୟମାବଳୀ ନିର୍ଦ୍ଦେଶନାମା ମାନି ତିନି ଜଣ ଲେଖାଏଁ ବସି ତୁଣ୍ଡି ଲଗେଇ ପାଖାପାଖି ଦିନ ଗୋଟାଏ ବେଳେ ଚାଲିଲୁ ଜଟିଆ ଗ୍ରାମ ଅଭିମୂଖେ ବିବାହ ଭୋଜି ଖାଇ । ରବି ଭାଇ ବି ନୂଆ ଶାଢୀ ଖଣ୍ଡିଏ ଆଣିଥିଲା ଉପହାର ଦେବାକୁ କନ୍ୟାରତ୍ନକୁ ।


ଆକାଶ ନୀରବ ହେଲେବି ନାରଙ୍ଗୀ ରଂଗରେ ନେସିହୋଇଛି । ଶନିବାରି ଆ ଶଟ୍ ଢ଼ାଉନ ଯୋଗୁଁ ରାସ୍ତାଘାଟ ଶୂନଶାନ । ତାଳ ଗଛର ଥୁଣ୍ଟା କଳେବର ରାସ୍ତାର ପାଖ ଆଖରେ କୁତ୍ରାପି ଅରୁଣାଚଳ ପ୍ରଦେଶର ସୀମାନ୍ତ ଉପାନ୍ତ ଗଲବାନ ଘାଟିରେ ବୀର ଦର୍ପରେ ଦଣ୍ଡାୟମାନ ଭାରତୀୟ ଜବାନମାନଙ୍କ ଭ୍ରମ ସୃଷ୍ଟି କରୁଥାଏ ।


ଗାଡ଼ି ଚାଲିଥାଏ ଅର୍ଜୁନ ଭାଇର ଗୃହା ଭିମୂଖେ । ଆଉ କର ସାର୍ ଯେଉଁ କେଇ ପଦ କଥା କହିଥିଲେ ଆଖି ଆମର ସଜଳ ଛଳ ଛଳ ହୋଇଗଲା -- ଯେମିତି ଅଗରୁ ଚନ୍ଦନ ଲେପି ହୋଇଗଲା ଚିନ୍ତା ଚେତନା ଭାବନା ସମ୍ଭାବନା ସହିତ ସମଗ୍ର ସତ୍ତା ବିଶ୍ଵଭାତୃତ୍ୱର ସେହି ମହାମାନବୀୟ ମହନୀୟତାର ଚହଟିତ ଚନ୍ଦନ ଚର୍ଚ୍ଚିତ ସୁବାସରେ ।


" ଭାବନ୍ତୁ ଆପଣ ମାନେ ! ଆମମାନଙ୍କୁ ଦେଖି ଅର୍ଜୁନ ଭାଇର ସମୁଦି ଘର ଲୋକେ , ବରପକ୍ଷର ବଂଧୁ ବାନ୍ଧବ ବରଯାତ୍ରୀ ସକଳ ଭାବୁଥିବେ କି ଭଲ ହେଲା ! ବହୁତ ଭଲ ହେଲା କି ଆମ ସମୁଦିଙ୍କର ଚାରିଚକିଆ ବଂଧୁ ବି ଅଛନ୍ତି, ଲକ୍ଷ ପତି - କୋଟିପତି ଲାଗୁଥିବା ରିସ୍ତେ ଦାର ବି ଅଛନ୍ତି । ଛାତି ତାଙ୍କର ବର ଗଛ ମୋଟେଇ ପରି ବର୍ଦ୍ଧିତ ବିଷ୍ଫାରିତ ହୋଇଯିବ ନିଶ୍ଚୟ ।


ଅନ୍ୟ ଦିଗରୁ ଦେଖ । କ'ଣ ହେଲା ଅର୍ଜୁନଟା ମଦ ପିଏ । କାମରେ ଟିକେ ନୁହଁ ପୁରା ଢିଲା । ଛଅଟା ଛୁଆର ଜନକ ଓ ବର୍ଦ୍ଧିତ ପରିବାର । ଭଲ ଭାବରେ ଶିକ୍ଷିତ କରେଇ ପାରିନି ନିଜ ପରି । ବ୍ୟାଙ୍କ ଲୋନ୍‌ ଗୁଡ଼ାଏ । ମାତ୍ର ଏ ସବୁ ଦୁଃଖ ଭିତରେ ବି ସେ ତ ଆଜି ଭଳିଆ ଶୁଭ ଦିନରେ ଗର୍ବରେ ଛାତି ଫୁଲେଇ ସପରିବାର ଆମର ଅତିଥି ସତ୍କାର କରିବା ବେଳେ ଟିକିଏ ତ ମୁରୁକି ଦେବ , ହାତ ଯୋଡି ଆମ୍ଭ ମାନଙ୍କୁ ସଂଖୋଳି ନେବ --- ଭାବିନିଅ ମନେ ମନେ ଖୁସିର ଯେଉଁ ଅଫୁରନ୍ତ ଆନନ୍ଦ ଅନୁଭବ କରୁଥିବ ଅର୍ଜୁନ ଆମର କଳାହାଣ୍ଡିଆ ମେଘ ମଝିରେ ଝଲସିଆ କିରଣ ଛଟା ପରି ।"


ମୋତେ ଲାଗୁଥିଲା ଗାଡିରୁ ଓହ୍ଲେଇଲା ବେଳଠୁଁ ସମସ୍ତଙ୍କ ଆଚାର ବ୍ୟବହାରରେ ହସହସ ମାଦକତା, ଅର୍ଜୁନ ଭାଇଙ୍କ ସହଧର୍ମିଣୀ ଓ ବରବଧୂ ବେବୀର ଲଫାପା ନେବାରେ ମୁଗ୍ଧତା , ଫଟୋ ଉଠେଇବାରେ ମହନୀୟତା ଇତ୍ୟାଦି ଭିତରେ ମିଠା ପବନ ଦଳକାଏ କାନେ କାନେ କହି ଦେଇ ଚାଲିଗଲା କି ଚାରିଚକିଆ ବନ୍ଧୁଗଣ ଦଣ୍ଡବତ ଜୁହାର ଓ ସାଦର ନମସ୍କାର ।


Rate this content
Log in