Pratima Das

Others

2  

Pratima Das

Others

ବର୍ଷା, ବସ୍ତି, ଆକାଶୀ

ବର୍ଷା, ବସ୍ତି, ଆକାଶୀ

5 mins
381



ପନ୍ଦରବର୍ଷ ଆକାଶୀର ଆପତ୍ତିଜନକ ଆହ୍ବାନ ବର୍ଷାକୁ।କେତେ ଢାଳିବୁ ଢାଳ, ଯେତେପାଣି ଢାଳିବୁ ସବୁ ଛେଦେଇ ଛେଦେଇ ଆମଘର ଶୁଖିଲା କରିଦେବି । ଏଇତ ,ମୋ ମା କାମରୁ ଫେରୁଥିବ ।ମାଖୁସି ହେବ, ମୁଁ ଘର ଖରକା ଖରକି କରି ଶୁଖିଲା ରଖିଛି ବୋଲି।

କଳାଜରି, ପୁରୁଣା ଟିଣ, ବେରଂଗୀ ପ୍ଲାଷ୍ଟିକ ଚଦର ମିଶାମିଶିର ଝୁପୁଡି ଛାତ। କବାଡି ବାଲାଠୁ କିସ୍ତିରେ ଆସି ଛପର ହୋଇଛି ଝୁପୁଡି।ଏଇ ବର୍ଷେ ତଳେ। ବା,ପବନରୁ ,ଖରା-ଝାଂଜିରୁ, ବର୍ଷାଶୀତରୁ ,ସର୍ବୋପରି ଚୋରଖଣ୍ଟ ଆଉ ଦେହପିପାସୁଙ୍କ ଠୁ ରକ୍ଷା ପାଇବାକୁ ନିହାତି ଘର ଖଣ୍ଡେ ମଣିଷପରି ସାମାଜିକ ପ୍ରାଣୀର ଦରକାର।

ନୁଆ ଘର ପ୍ରତିଷ୍ଠାରେ ଆନନ୍ଦ ଥାଏ ସବୁରିଙ୍କର।ସେ ମହଲ ହେଉ କି ଝୁପୁଡି ।କିନ୍ତୁ କିଛି ନଥିବା ଲୋକକୁ ତା ଝୁପୁଡି ଅଧିକ ଆନନ୍ଦ ଦେଇଥାଏ ଏବଂ ଆକାଶୀ କାଠ ହୋଇଗଲା, କାନ୍ଦି ପାରିଲାନି।

ଟୋକା, ବୁଢ଼ା, ମାଇପେ, ପିଲା ବସ୍ତିର ଗଦା ହୋଇଗଲେ। ମିଳିମିଶି ମା'କୁ ମଶାଣୀକୁ ବୋହି ନେଲେ।

ମାନବ ଭିତରେ ଅମାନବ ଯୁଗେ ଯୁଗେ। ଆକାଶୀ ଝୁପୁଡି ପାଖେ ଠିଆ ହୋଇଥିବା ପଂଝାଏ ଟୋକା ଭିତରୁ ଆଠ ଦଶଟା ଖୁବ୍ ମନେ ମନେ ଖୁସି ହେଉଥିଲେ,ଯାହାହେଉ ଯେଉଁ ସପ୍ତଫେଣି କଣ୍ଟା ଆକାଶୀର ମା ଆକାଶୀ ଚାରିପଟେ ପଡିଥିଲା ,ଶେଷ ହୋଇଗଲା। ଏଥର ମାତ୍ରା ଅକଳନ।

****(ମହଲ ବନାଉଥିବା ବିତ୍ତଶାଳୀ ଲୋକଙ୍କର ଯାଏ କେତେ ଆସେ କେତେ। କେତେ କୁଆଡ଼େ ଛିନଛତର ହୋଇ ସମ୍ପତ୍ତି କୋଠାବାଡି ତାଙ୍କର ପଡିଛି, ଦେଖିବାକୁ ବେଳ ନାହିଁ ।ବିତ୍ତଶାଳୀଙ୍କ ପାଖେ ବହୁତ ଅଛି, ହେଲେ ଗରୀବଙ୍କ ପରି ଆନନ୍ଦ ନେଇ ପାରନ୍ତିନି ସେ ସମ୍ପତ୍ତିବାଡିରୁ। ଏହା ବି ସ୍ବାଭାବିକ ଲାଗେ। ଏତେ ଅଧିକା ସମ୍ପତ୍ତିବାଡିରେ ଧନୀ ଧନ୍ଦି ହୋଇଯାଏ ଯେ, ଖୁସି ସାଁଉଟି ପାରେନା।

ଲେସ ଲଗେଜ ମୋର କମ୍ଫର୍ଟ, ଆମେ ଆଦରୁନେ ବା ଆଦରିବା ପାଇଁ ଅନିଚ୍ଛୁକ। କାରଣ ସହଜ। ଯେତେ ଧନୀ ହେବା, ଖାତିରି ସେତେ ସମାଜରେ ବଢିବ। ଖାତିରି ଆଉ ପ୍ରତିପତ୍ତିର ମାୟା ବା ଚକରର ବରମୁଣ୍ଡା ଟ୍ରାନ୍ଗଲ ଠୁବି ରହସ୍ୟମୟ। ତା ପଛରେ ସମସ୍ତେ ଦୌଡୁଛନ୍ତି। ସମାଜର ସବୁ ଲୋକଙ୍କ ମାନସିକତା ଓ ସ୍ବଭାବ, ଧନ ଆଉ ପ୍ରତିପତ୍ତି ବଢାଇବା ବେଳକୁ ଏକାପ୍ରକାର ଲାଗେ,କ୍ବଚିତଙ୍କୁ ଛାଡିଦେଲେ । ଏ ଗୁଳାରେ ସମସ୍ତେ ଚାଲିବାକୁ ଚାହୁଁଛନ୍ତି। )****

ସହରରେ ତ ଏ ବଡବଡିଆ କୋଠାଘରେ ରହୁଥିବା ବାବୁଘରମାନଙ୍କର କିଛି ଅସୁବିଧା ହୁଏନି, ଅସୁବିଧା ହୁଏତ ଏ ସହରତଳି ବସ୍ତି ବାସିନ୍ଦାଙ୍କର। ଗାଁ ଭଳି ପାଣି ଗାଡିଆ ପୋଖରୀକୁ ଯାଇପାରେନି ସହରରେ। ସହରର ଗାଡିଆ ପୋଖରୀ ବଡବଡିଆଙ୍କ ଦ୍ବାରା ଅଧିକୃତ ହୋଇ, ବହୁତଳ ପ୍ରାସାଦ କିମ୍ବା ବଡ ବଡ ହୋଟେଲ ହୋଇଥାଏ।

ତେଣୁ ନିଅଣିଆ ଯୁଆଡେ, ପାଣିଗଡି ଯାଏ ସିଆଡେ।

ସବୁ ପାଣି ଗଡି ଆସେ ଏ ସହରତଳି ବସ୍ତି ଅଞ୍ଚଳକୁ।

ଝୁପୁଡି ବନିଗଲା ପରେ ଆକାଶୀ ନିଜ ଘର କାନ୍ଥରେ ମା ମଙ୍ଗଳାଙ୍କ ଫଟୋଟିଏ ମାରି, ଖୁସିରେ ନାଚିଗଲା ଆମଘର ଆମଘର କହି।

ମା ଆଖିରେ ଅମାନିଆ ଲୁହ ।ମା, ଝିଅର ଖୁସି ଦେଖି ପ୍ରମାଦ ଗଣୁଥିଲା।ଗରୀବର ଖୁସି ଭୟଙ୍କର ପାର୍ବତ୍ୟ ଘାଟି ରାସ୍ତାରେ, ଗାଡିରେ ଯାତ୍ରା କଲା ପରି।କେଉଁଠି ଗାଡି ଶହେଫୁଟ ତଳକୁ ଖସିଯିବାର ଡରଥାଏ ତ, କେଉଁଠି ମାଟି ଅତଡା ଭିତରେ ସମାଧି ନେଇପାରେ।

ବର୍ଷାକୁ ଏକଲା ଲାଗିଲାକି କଣ, ତୋଫାନକୁ ସାଂଗରେ ଡାକି ଆଣିଛି। କରିବାତ, କିଛି ଭୟଙ୍କର ବୋବାଲିଆ ଚଢାଉ କରିବା ଚାଲ କହି। ବିତ୍ତଶାଳୀ ଲୋକଙ୍କ ଘରେ ଏକା ସଂଗେ ଆୟକର ଆଉ ଭିଜିଲାନ୍ସ ଚଢାଉ ହେବାପରି।

ବ୍ୟତିକ୍ରମ ଏତିକି ବର୍ଷା ଆଉ ତୋଫାନର ,ଦୁହେଁ କିଛି ବ୍ୟକ୍ତିଗତ ଆକ୍ରୋଶରେ କାମ କରନ୍ତିନି। ଯାହା କରନ୍ତି ସାର୍ବଜନୀନ।

ଆକାଶୀ! କଣ ଟିକେ ଖାଇବାକୁ ଦେଲୁ ଧନ। ଓଷୁଅଦୋକାନୀ କହିଛି କଣଗଣ୍ଡେ ତୁଣ୍ଡରେ ଦେଇ ଏ ଓଷୁଅ ଖାଇଦେଲେ, କାଲି ସକାଳକୁ ଜର କମିଯିବ। ଆକାଶୀର ମା କହିଲା।

ମାର କାମଫେରା ଡାକକୁ ଚାତକ ପରି ଚାହିଁଥାଏ ଆକାଶୀ। ଜୀବନ ପଶେ ତା ଦେହରେ,ମା ପାଟି ଶୁଣିଲା ପରେ । ଜନ୍ମ ପରଠୁ ଏଇ ମା'ତ ଜଣିଏ ,ଯାହାକୁ ସବୁଯାଗାରେ ପାଇଛି ।ଆକାଶୀକୁ ସାତ ଆଠ ବର୍ଷ ହେବାଯାଏ, ଥନ ଚିପୁଡି ଖିର ପିଆଇଛି, କାରଣ ପାଖରେ ଶିଶୁ ଖାଦ୍ୟ କିଛି ନାହିଁ ନିଜ ଥନ ଖିର ଛଡା।

ପଖାଳ କି ରୁଟି ବାବୁଘରୁ ପାଇଥିଲେ ,ମିଛରେ ମା କହେ -ମୋତେ ବା ମା'ପେଟେ ଖୁଆଇ ଛାଡିଛନ୍ତି,ତୁ ଖାଇଦେ। ନଖାଇ ପାରିଲେ, ମୁଁ ଖାଇଦେବି। ଏଇ ମା, ନିଜେ ଚିରାଫଟା ପିନ୍ଧି ଆକାଶୀର ପୁଣିଅପର୍ବରେ ନୁଆ ପିନ୍ଧିବା ଜମାରୁ ବନ୍ଦ କରେନି। ଏଇ ମା ରାତିରେ ପଲାଘର ବୋଲି ଶ୍ବାନପରି ଚେଁଇ ଝିଅକୁ ଓ ନିଜକୁ ନିରାପତ୍ତା ଦିଏ। ଦିନରେ ପରଘରେ ଖଟିବାକୁ ଚାଲିଯାଏ।

ତେଣୁ ଆକାଶୀ ଓ ଆକାଶୀର ମା ପରସ୍ପରର କେନ୍ଦ୍ର ବିନ୍ଦୁ।

ଲାଇନ କଟିଯାଇଛି। କିଟିମିଟିଆ ଅନ୍ଧାର। ଛୋଟ ଲଣ୍ଠଣଟିରେ ଭଲକି ଦିଶୁନି। ମାକୁ ଜାବୁଡି ଧରିଲା ଆକାଶୀ।

ମା ଦେହ ଖଇ ଫୁଟୁଛି।ମା ପାଇଁ ପଖାଳ ଗଣ୍ଡାକ ଉଷୁମେଇ ଦେବ ଭାବିଲା। ଚୂଲିରେ ଚୂଲିଏ ପାଣି। ଷ୍ଟୋଭରେ କିରୋସିନି ନାହିଁ। ହୁକ ପକାଇ ବସ୍ତି ସର୍ଦ୍ଦାର ଲାଇନ ଦିଏ, ହିଟର ଜାଳନ୍ତି, ଆଜି ତ ଲାଇନ ନାହିଁ।ପଖାଳ ଗରମ କରିବ କ'ଣ??

ମା ପେଟ ବିକଳରେ ମୁଠାଏ କଣ ପେଟରେ ପୁରାଇ ଶୋଇବାକୁ ଚାହୁଁଛି। ମା ଜୋରେ ଥରୁଛି। ମା କାନିରୁ ଓଷୁଅ ଫିଟାଇଲା।

ଜେନେରିକ ଔଷଧ। ଆକାଶୀର ବଳ ଅନୁସାରେ ଜେନେରିକ ଜରି ଖୋଳରେ ଟାଣପଣ ନ ଥିବାରୁ,ଔଷଧ ଝୁପୁଡି ଚଟାଣରେ ଛିଟିକିପଡି ମିଳାଇଗଲା।

ଆକାଶୀ ,ମାର ଜରପାଇଁ ଔଷଧ ଆଣିବାକୁ ଯିବ ବାହାରିଲା। ଆକାଶୀ ମା ଜାଣିଥିଲା, ଏ ତୁଫାନି ଛିନଛିନିଆ ରାତିରେ ,ଆକାଶୀ ଏକୁଟିଆ ବାହାରକୁ ଗଲେ ଫେରିବନି କିମ୍ବା ଫେରିଲେ ଅକ୍ଷତ ନ ଥିବ। ସେ ରାଳଗିଳା ଯୋଗୀନିଖିଆଙ୍କୁ ଝୁପୁଡି ବାହାରେଦେଖିଛି ତା ସୁନେଲି ମାଛ ପରି ସୁନ୍ଦର ଜଳପରିଟି ଉପରେ କିପରି ଖରାପଦୃଷ୍ଟି ପକାନ୍ତି।

ମା ରାଣ ପକାଇ ଝିଅକୁ ବାହାରକୁ ଯିବାକୁ ମନାକଲା। ଜାଇକା ଝାମେଲା ଚାରିଆଡେ। ସହର ତଳି ଉବୁଟୁବୁ ହେଲାଣି। ବସ୍ତି କଥା ନ କହିଲେ ଭଲ। ପାଣି ଛେଦେଇଲେ, ଓଲଟା ପାଣି ଗଦଗଦ ପଶି ଆସୁଛି ଝୁପୁଡି ଭିତରକୁ।ମା ଶୋଇପଡିଛି। ମଝିରେ ବିଳିବଳୋଉଛି ମା ମଂଗଳା, ମୋ ଆକାଶୀ ତୋତେ ଲାଗିଲା।

ରାତିଅଧରେ ଆକାଶୀ ଦେହରେ ପାଣି ବାଜିଲା। ପାଣି ଘରେ ପଶି ଖଟ ପଟା ଟପିଲାଣି ।ହାଣ୍ଡିଡେକେଚି କିଏ କୁଆଡ଼େ ଭାସୁଛି କାଗଜ ଡଙ୍ଗା ପରି। ଆକାଶୀକୁ ବୁଦ୍ଧିବାଟ ଦିଶୁନି । ମାକୁ ଉଠାଇ ଖଟ ଉପରେ ଚୌକି ପକାଇ ବସାଇଦେଲା। ମାର ନିଦ ଜୋରରେ ଧରିଛିକି କି କଣ ଉଁ ଚୁଁ କରୁନି। ମା କାଠ ପରି ଖାଡାଂଗା ହୋଇ ଯାଇଥିଲା,ଅକାଶୀକୁ କଷ୍ଟ ହେଲା ମାକୁ ଉଠାଇବାକୁ ।ହେଲେ ବି ଆକାଶୀ ଖୁସି ଯା'ହେଉ ମାର ଦେହେ ଆଉ ତାତି ନାହିଁ। ମା ଦେହ ହେମାଳ ହୋଇ ଯାଇଛି। ମା ନିଶ୍ଚେ ଭଲ ହୋଇଆସୁଛି।😢

ନିରୀହ ଆକାଶୀର କାହୁଁ ଧାରଣା ଆସିବ ଯେ ଶରୀରର ଉତ୍ତାପ କମିବା ସନ୍ନିପାତର ଲକ୍ଷଣ। ଖୁସି ହୋଇ ମା ପାଦତଳେ ଇଟାଟିଏ ରଖିଦେଲା, ମା ଗୋଡକୁ ପାଣି ଲାଗିବନି ଯେପରି, ନହେଲେ ଜର ନେଉଟିବ। ମାକୁ ଜାବଡି ଧରି ଠିଆ ହୋଇ ରାତି ପାହିବା ପର୍ଯ୍ୟନ୍ତ ଅପେକ୍ଷା କରିବ ଠିକ କଲା ।ମା ମଂଗଳାକୁ ଡାକିଲା ବେଏଗି ରାତି ପାହୁ, ମା ପାଇଁ ଓଷୁଅ ଆଣିବି।

ଫର୍ଚ୍ଚା ହୋଇ ଆସୁଛି ପୂର୍ବଦିଗ। ଆକାଶୀ ଆଖି ଲାଖିଯାଇଛି।ମା ଧଡକି କଚାଡି ହୋଇ ପଡିଲା। ଏ କଣ କଲି ମାକୁ ଧରିପାରିଲାନି ଛାଡିଦେଲି। ପୋଡାମୁହିଁ ନିଦ କୁଆଡୁ ଆସିଲା ମୋତେ,କହି ନିଜ ଉପରେ ରାଗିଲା। ମାକୁ ତରତର ହୋଇ ଉଠାଇବାକୁ ଚେଷ୍ଟା କଲା।

ମା! ଉଠଲୋ ମା ଉଠୁ....। ଆଉ ଟେକି ପାରୁନିଲୋ ମା ତୋତେ। କେହି ପାଖରେ ନାହିଁ ଲୋ ମା। ମା ଉଠୁ....। ମା ବଳ ପାଉନିଲୋ ମୋର ଉଠୁ.........। ହଁ କି ନାହିଁ କହୁନୁ କାହିଁକି ?ଉଠି ପାରିବୁକି ନାହିଁ କହୁନୁ....। ମା ସାପଟେ ସେ କଣ ବାଁଉଶରେ ଗୁଡାଇ ହୋଇ ରହିଲାଣି। ମୋତେ ଡର ମାଡୁଚିଲୋ ମା..... ଉଠୁ।ମା ପବନା ଭାଇକି ଡାକିବି?ମା ଆଉ କଥା

କହୁନୁ କାହିଁକି? ସେ ଠଣାରେ ଯେଉଁ ପଇସା ମୋ ବେଳ ଅବେଳ ପାଇଁ ସାଇତିଛୁ, ଆଜି ସେ ପଇସାରେ ତୋ ପାଇଁ ବିସ୍କୁଟ, ଘୁଘୁନି ଆଣିବି। ଆଉ ଚାପତି, ଚିନି ବି। ତୁ ଚା ଭଲ ପାଉ ନା। ହଁ ମାଚୂଡା ଅଢେଇଶ ଆଣିବା, ଭାଜି ନାଲିଚା'ରେ ପକାଇ ଖାଇବୁ। ମୋ ମା ଆଜି ଘୁଘୁନି, ବିସ୍କୁଟ, ନାଲି ଚା, ଚୂଡାଭଜା ଖାଇବ।

(ହେ ଈଶ୍ୱର!ଏପରି ନିରୀହ ,ଦୁଃଖୀ,ଗରୀବମାନଙ୍କର ଦୁଃଖ ଦୂର କରୁନ କିପରି?????)

କବାଟ ଠକ ଠକ ଶୁଭିଲା। ଆକାଶୀ ଉଠିଗଲା ମା'କୁ ଛାଡି। ପବନା ଭାଇ ଯାହାହେଉ ଠିକ ସମୟରେ ଆସିଛି। ପବନା ଭାଇ ଆସିଲୁ ମାକୁ ଉଠାଇ ପାରୁନି, ଟିକେ କାନ୍ଧ ନଗେଇବୁ ମୋ ସହ।

ପବନା ତରତର ହୋଇ ମା ପାଖକୁ ଚାଲିଗଲା। କହିଲା, ଆକାଶୀ ମା ଆଉ ନାହିଁଲୋ। ଆକାଶୀ କାଠ ହୋଇଗଲା, କାନ୍ଦି ପାରିଲାନି।

ଟୋକା, ବୁଢ଼ା, ମାଇପେ, ପିଲା ବସ୍ତିର ଗଦା ହୋଇଗଲେ। ମିଳିମିଶି ମା'କୁ ମଶାଣୀକୁ ବୋହି ନେଲେ।

ମାନବ ଭିତରେ ଅମାନବ ଯୁଗେ ଯୁଗେ। ଆକାଶୀ ଝୁପୁଡି ପାଖେ ଠିଆ ହୋଇଥିବା ପଂଝାଏ ଟୋକା ଭିତରୁ ଆଠ ଦଶଟା ଖୁବ୍ ମନେ ମନେ ଖୁସି ହେଉଥିଲେ,ଯାହାହେଉ ଯେଉଁ ସପ୍ତଫେଣି କଣ୍ଟା ଆକାଶୀର ମା ଆକାଶୀ ଚାରିପଟେ ପଡିଥିଲା ,ଶେଷ ହୋଇଗଲା। ଏଥର ଆକାଶୀ ଭଳି ସୁନେଲି ମାଛକୁ ପାଇବା ସହଜହେବ।

ଭିଡ ଭିତରୁ ସପନା ଟ୍ରଲି ବାଲା ଭାବୁଥିଲା, ଦେଖି ଏ ନିଷ୍ପାପ ସୁନେଲି ମାଛକୁ କିପରି ଛୁଇଁବ!!! ଆକାଶୀ ମୋ ମନ ଆକ୍ୟୁଆରିୟମରେ ହିଁ ନିଡର ହୋଇ ଲୀଳାଖେଳା କରିବ।ଆକାଶୀ ମୋର।

କେବଳ ତା ସମ୍ମତି ଅପେକ୍ଷାରେ ମୁଁ ।

ଏମିତି ଭଲ ମନର ସପନା ସବୁଠି ମିଳନ୍ତୁ।

***ଏ ଚିହ୍ନ ଥିବା ଲେଖାତକ ଲେଖା କାହାଣୀ ସହ ସମ୍ପର୍କ ନାହିଁ, ମନର ଏକ ଭାବାନ୍ତରର ପ୍ରକାଶ ମାତ୍ର**,*"

                               


Rate this content
Log in