ବର୍ଣ୍ଣାଳୀ
ବର୍ଣ୍ଣାଳୀ
ଝିପିଝିପି ବର୍ଷା ହୋଇ ଛାଡି ଯାଇଥିଲା। ଗାଁ'ମୁଣ୍ଡ ପଡ଼ିଆରେ ଦଳେ ଶିଶୁ ଖେଳୁଥିଲେ। ମନରେ ଅସରନ୍ତି ଭାବନା କି ଆଜିର ଦିନଟି ବଡ଼ ସୌଭାଗ୍ୟର ଅଟେ। ଦେଖୁନ ଆଜି ଗାଁ'ଟା ଯାକର ସବୁ ଶିଶୁ ଏକତ୍ରୀତ ହୋଇଛନ୍ତି। ଖେଳ କୁଦରେ ସଭିଏଁ ମଗ୍ନ। କାହାରି ଭିତରେ ଦେଦଭାବ ହିଁ ନାହିଁ। ସ୍ନେହ, ପ୍ରେମ ଓ ଭଲ ପାଇବା ନିଶା ଆଜି ପରି ଆମର ସବୁଦିନ ରହନ୍ତା କି?
ଖେଳ ସରି ଯାଆନ୍ତେ ଏକତ୍ରୀତ ହୋଇ ବସିଥିବା ବେଳେ ଚୌଧୁରୀ କ'ଣ ଗୋଟିଏ କହିବାକୁ ଯାଉଥିଲା ହଠାତ୍ ସୌରଭ ଆକାଶକୁ ଆଙ୍ଗୁଠି ନିର୍ଦ୍ଦେଶ କରି କହିଲା,"ଚୌଧୁରୀ ! ତୁମେ ଏ ଆଡ଼କୁ ଦେଖ ଭାରି ସୌନ୍ଦର୍ଯ୍ଯପୂର୍ଣ୍ଣ ଆକାଶ ହୋଇଛି ଈଶ୍ବରଙ୍କ କି ବିଚିତ୍ର ଲୀଳା ଆକାଶରେ ସାତ ରଙ୍ଗ। ମୋର ମନ ଆଉ ଦେହ ଉତ୍ଫୁଲିତ ହୋଇ ଯାଉଛି।" ସୌରଭର କଥାକୁ ଶୁଣି ସଭିଏଁ ଦୂର ଦିଗବଳୟକୁ ଦେଖିଲେ ଯେଉଁଠି ଈଶ୍ୱରଙ୍କ ଇଛା ଆଉ ଆଶାରେ ସୂର୍ଯ୍ୟଙ୍କ ବିପରୀତ ଦିଗରେ ସପ୍ତରଙ୍ଗର ଇନ୍ଦ୍ରଧନୁ ଖିଲିଖିଲି ହସୁଛି ଦେଖି ସଭିଏଁ କୃତାର୍ଥ ମଣିବା ସହିତ ଈଶ୍ବରଙ୍କୁ ପ୍ରାର୍ଥନା ଓ ଶତକୋଟି ଧନ୍ଯବାଦ ଦେଲେ।
ଦେଖୁଦେଖୁ ଅଳ୍ପକ୍ଷଣ ପରେ ଇନ୍ଦ୍ରଧନୁଟି କୁଆଡେ଼ ପୁଣି ହଜିଗଲା ଯେତେ ସମୟ ରହିଲା ଯଦିଓ ଭରପୂର ଆନନ୍ଦ ଉପଭୋଗ କଲେ ହେଲେ ପରେ ଯେବେ ଇନ୍ଦ୍ରଧନୁ ଉଭେଇ ଗଲା ତ ଗୋପାଳ ଭଗ୍ନ ମନୋରଥରେ ବସି ଆଖିରୁ ଲୁହ ଝରେଇଲା। ଏଥର ଟିକିନା ଗୋପାଳକୁ ପାଖକୁ ଡାକି କହିଲା,"ସାଙ୍ଗ ! ମନ ଦୁଃଖ କର ନାହିଁ ଏହା ତ ପ୍ରାକୃତିକ ପୁଣି ଈଶ୍ୱର ଦତ୍ତ। ମୁଁ ଏବେ ସଭିଙ୍କ ଆଗରେ ଗୋଟିଏ ଖେଳ ଦେଖେଇବି ଅବଶ୍ଯ ମନକର୍ଣ୍ଣ ଦେଇ ଦେଖିବ ଓ ଶୁଣିବ। ଟିକିନା ତିନି କୋଣିଆ କାଚଟିଏ ନେଇ ତା ମଧ୍ୟକୁ ଆଲୋକ ରଶ୍ମି ପ୍ରବେଶ କରେଇଲା ତ ବିଭିନ୍ନ ରଙ୍ଗର ବିଭାଜନ ସୃଷ୍ଟି ହେଲା। ଦେଖିବାକୁ ଯଦିଓ ଇନ୍ଦ୍ରଧନୁ ନୁହଁ ତଥାପି ଯେଉଁ ପ୍ରକାର କର୍ମ ସମ୍ପାଦନ କରି ସଭିଙ୍କୁ ଦେଖେଇଲା ଅବଶ୍ଯ ବଡ଼ ହେଲେ ବୈଜ୍ଞାନିକ ହେବ ନିଶ୍ଚୟ। ଏଥର ସଭିଏଁ ଟିକିନାକୁ ଧନ୍ଯବାଦ ଦେଲେ ଆଉ କହିଲେ କି,"ଟିକିନା ! ଆଜି ଆମ ସାମ୍ନାରେ ଯାହା ଦେଖେଇଲୁ ଏହାକୁ କ'ଣ କୁହନ୍ତି କହିଲୁ?" ଏଥର ଟିକିନା କହିଲା,"ସୌରଭ ! ଏହା ବର୍ଣ୍ଣାଳୀ ଅଟେ। ଏହା ଦ୍ବାରା ମନ ଓ ଦେହ ତ ଆନନ୍ଦ ଲାଗିବ ଭବିଷ୍ୟତ ମାର୍ଗ ମଧ୍ୟ ସ୍ବଚ୍ଛତା ଆଡ଼କୁ ଗତି କରିବ। ଏଥର ସଭିଏଁ ଟିକିନାକୁ ପୁଣି ଧରେ ଧନ୍ଯବାଦ ଦେଇ କର୍ମର ମାର୍ଗକୁ ଧରିବେ ବୋଲି ଶପଥ ନେଲେ। ହସଖୁସୀ ତ ନିଶ୍ଚୟ ଜଣେ ଶିଶୁର ସହଜାତ ପ୍ରବୃତ୍ତି କିନ୍ତୁ କର୍ମ ବିନା ମଣିଷ ପଙ୍ଗୁ ହୋଇପାରେ। ଟିକିନା ଯେମିତି ଅଳ୍ପ ବୟସରୁ ବୈଜ୍ଞାନିକର ସ୍ବପ୍ନ ଦେଖୁଛି ସଭିଏଁ ସେହିପରି ଭାବରେ କର୍ତ୍ତବ୍ୟ କଲେ କ୍ଷତି କ'ଣ ?
ସମୟ ହୋଇ ଯାଇଥିଲା ପଶ୍ଚିମ ଆକାଶରେ ସୂର୍ଯ୍ଯଦେବ ଲୁଚିବା ଆରମ୍ଭ ହେଉଥିଲେ। ଗାଁ'ର ମନ୍ଦିରରୁ ଘଣ୍ଟ ଓ ଘଣ୍ଟା ବାଜି ଉଠିଲା ତ ସଭିଏଁ ନିଜନିଜ ଘରକୁ ଚାଲିଗଲେ।