Sabitri Mohapatra

Others

3.9  

Sabitri Mohapatra

Others

ବଣଭୋଜି

ବଣଭୋଜି

5 mins
614



ଖରାଦିନର ଉଦୁଉଦିଆ ଦ୍ୱିପ୍ରହର ସମୟ କୁଆ, କୋଇଲିଟିଏ କେହି ବି ଦେଖା ଯାଉ ନାହାନ୍ତି | ପ୍ରକାଶ କବାଟ, ଝରକା ବନ୍ଦକରି ଶୋଇବାକୁ ଚେଷ୍ଟା କଲା | ଆଉ ଅଳ୍ପଦିନ ପରେ ନବମ ଶ୍ରେଣୀ ଫଳ ବାହାରିବ ଓ ସେ ଦଶମ ଶ୍ରେଣୀକୁ ଯିବ | ଆଉ ବର୍ଷସାରା ଫୁରସତ୍ ନାହିଁ | ସ୍କୁଲରୁ ସେ ଫେରିଛି, ଆଉ ଖାଇପିଇ ଶୋଇବାକୁ ଗଲା | ଶୋଇକି ଉଠିଲେ ମା ' କହିଛନ୍ତି ଇଂରାଜୀ ପଢେଇବେ | ଇଂରାଜୀ ଗ୍ରାମାର ସବୁ ମନେରଖିବାକୁ ହେବ | ନହେଲେ ପିଠିରେ ଗୋଗଛ ବାଡିଆ ବସିବ | ମା ' ସବୁଥିରେ ଭଲ ଯେ ପଢା ଠିକ୍ ଠାକ୍ ନହେଲେ ବହୁତ ରାଗିଯାନ୍ତି | ଆଉ ଇନ୍ଦ୍ରଚ଼ନ୍ଦ୍ର ମାନନ୍ତିନି | ପିଠି, କାନ, ମୁଣ୍ଡ କିଛି ଭେଦାଭେଦ ନଦେଖି ପିଟି ଚାଲନ୍ତି | ଏଥର ଟିକେ ନିଶ୍ଚିନ୍ତରେ ଶୋଇବାକୁ ଚେଷ୍ଟାକଲା ପ୍ରକାଶ | ଏସବୁ କଥା ଭାବିଭାବି ପ୍ରକାଶ ନିଦରେ ଶୋଇପଡିଛି , ଆଉ ଅଚାନକ ସ୍ୱପ୍ନରେ ଦାଉଁକିନା ନିଦ ଭାଙ୍ଗିଗଲା | ଏ କଣ ଦେଖୁଛି? ବୋଧେ ସ୍ବପ୍ନ ଥିଲା | କାରଣ ଗରମ ଗରମ ମାଂସଝୋଳ, ସାଲାଡ, ଭାତ ଆଉ ପାମ୍ପଡ ଓ ଆମ୍ବଖଟା ସବୁ ବଢ଼ାହୋଇଛି | ପ୍ରକାଶ ଟିକିଏ ମାଂସଝୋଳରେ ହାତ ପୁରେଇବାକୁ ଯାଉଛି - ଧଡ ଧଡ ଶବ୍ଦରେ ନିଦଟା ଭାଙ୍ଗିଗଲା ଓ ମାଂସଝୋଳ, ଭାତ ସବୁ ଉଭାନ୍ ହୋଇଗଲା | ଓଃ କିଏ ସେ ମୋର ଏ ସୁନ୍ଦର ଭୋଜନକୁ ନଷ୍ଟ କରିଦେଲା? ପ୍ରକାଶ ଖାଇବାରେ ଭାରି ଲୋଭ, ଭଲ ଭଲ ଜିନିଷ ଖାଇବାରେ ମହାଆଗ୍ରହ | ତେଣୁ ଏତେ ମୋଟା ହୋଇଯିବାରୁ ମା ' ଙ୍କର ତାଗିଦ୍ ଓଜନ କମେଇବାକୁ | ଏତେ ମୋଟା ହେଲେ କୁଆଡେ ପାଠ ମନ ରହେନି | ଆଉ ଶୋଇବାକୁ ଖାଲି ଇଚ୍ଛା ହେବ | ତେଣୁ ଭଲ ଭଲ ଜିନିଷ ବେଶିଟିକେ ଖାଇବାକୁ ଇଚ୍ଛା ଥିଲେ ବି ସେ ଖାଇପାରୁନି |


ପୁନର୍ବାର ଶୋଇବାକୁ ଚେଷ୍ଟା କରିବି ଆଉ ଶୋଇପାରୁନି ପ୍ରକାଶ | ଓଃ କି ମାଂସଝୋଳ | ସେ ଭୁଲିପାରୁନି ସେ ମାଂସଝୋଳ ଆଉ ଆମ୍ବଖଟାକୁ | ମା ' ସବୁ season ରେ seasonal ଖଟା କରନ୍ତି | ଆମ୍ବଦିନେ ଆମ୍ବଖଟା, ଓଉ ଦିନେ ଓଉ ଖଟା ଓ ଟମାଟୋ ଦିନେ ଟମାଟୋ ର ଖଟା କରନ୍ତି | ମାତ୍ର ଏବେ ଆଉ ଖଟା ଦେଖିବା ସ୍ବପ୍ନ | ସେ ମୋଟା ହେବା ଦିନୁ ଓ ମା ' ଙ୍କର ଡାଏବିଟିସ୍ ବାହାରିବା ଦିନରୁ ସେ ଖଟାସବୁ ଏବେ ଘରେ ପଶୁନି | ପୁଣିଥରେ ଚେଷ୍ଟାକଲା ସେ ଶୋଇବାକୁ ପୁଣି ସେହି ମାଂସଝୋଳ ତା ଆଖିଆଗରେ 

ନାଚ଼ିଉଠିଲା | ନା ! ଆଉ ହବନି, ଆଉ ଶୋଇ ହବନି | କଣ ଗୋଟେ ବ୍ୟବସ୍ଥା କରିବାକୁ ହେବ | ଧଡ୍ କିନା ଉଠିଲା ଆଉ ସଂତର୍ପଣରେ କବାଟ ଆଉଜାଇ ଓ ଦାଣ୍ଡକବାଟ ଧୀରେ ବନ୍ଦକରି ଦୌଡିଲା | ଗାଁ ଦାଣ୍ଡର ଖରାତାର ନମାନି ଏକ ମୁହାଁ ହୋଇ ଦୌଡିଲା | ଅଣନିଶ୍ଵାସୀ ହୋଇ ଦୌଡି ଦୌଡି ଯାଇ ପହଞ୍ଚିଥିଲା ରାମୁର ଘର ଆଗରେ | କଣ କରିବ? ରାମୁ ବି ଏବେ ଶୋଇଥିବ | ସମସ୍ତେ ଏବେ ଶୋଇଥିବେ | ଶୋଇକି ଉଠିଲେ ପଢିବେ | ନହେଲେ ରାତିରେ ପଢାପାଖେ ବସୁ ବସୁ ତୁଳ ଲାଗିବ | ମାଟ୍ରିକ ପରୀକ୍ଷା କଣ ଖେଳଘର କଥା | ତଥାପି ନିଜକୁ ନିୟନ୍ତ୍ରଣରେ ରଖି ରାମକୁ କବାଟ୍ ଖଟ୍ ଖଟ୍ କଲା | ରାମୁ ତାଙ୍କର ଦାଣ୍ଡଘରେ ଶୁଏ | ଚାରିପଟେ ଘର ମଝିରେ ଅଗଣା | ସେଥିରେ ଦାଣ୍ଡଘର ଓ ବୈଠକ ଘର ଗୁଡା ବାହାରପଟକୁ ଥାଏ | ରାମୁର ଶୋଇବା ଘରକୁ ଠାବକରି କବାଟ ଠକ୍ ଠକ୍ କଲା |

ରାମୁ ନିଦ ବାଳୁ ବାଳୁ ହୋଇ ଉଠିପଡି କବାଟ ଖୋଲିଲା | ପ୍ରକାଶକୁ ଏ ଅବେଳରେ ଦେଖି ସେ ଚ଼ମ୍ କି ପଡିଲା | କଣ କିରେ ? ଏତେ ବେଳେ କଣ ଆସିଛୁ?   

ଆଜି କଣ ଶୋଇନୁ କି? ହଁ ଭାଇ ଶୋଇଥିଲି ଯେ ଗୋଟିଏ ପ୍ଲାନ ମନେ ପଡିଲା | ତେଣୁ ଏତେବାଟ ଧାଇଁ ଆସିଛି ତୋ ପାଖକୁ | ତୁ ଯଦି ରାଜି ହେବୁ କହିବି, ନହେଲେ ନାହିଁ ମନଦୁଃଖରେ ଘରକୁ ଫେରିଯିବି | କଣ କହୁନୁ, ରାମୁ କହିଲା | କଣ ତୋର ପ୍ଲାନ ଟିକେ ଶୁଣିବା, ତାପରେ ଦେଖିବା | 

  

ପ୍ରକାଶ କହିଲା, " ମୁଁ କଣ କହୁଥିଲି ଆମର ତ ଚାହୁଁ ଚାହୁଁ ଦଶମଶ୍ରେଣୀ ହୋଇଯିବ ଓ ନବମ ଶ୍ରେଣୀ ପରୀକ୍ଷା ଫଳ ବାହାରିବା ପରେ ଆଉ ପଢ଼ାରୁ ଫୁରସତ୍ ମିଳିବନି | ତାପରେ ତ କିଏ କୁଆଡେ ଯିବା ଯେ କାହା ସହିତ ଦେଖା ମିଳିବା କଷ୍ଟ | ତେଣୁ ଆମେ ଏ ଭିତରେ ଗୋଟେ ମଜ୍ଜା କରିବା "| ଆରେ କଣ ମଜ୍ଜା କରିବା କହୁନୁ | ମୁଁ କଣ କହୁଥିଲିକି, ପ୍ରକାଶ ଛେପ ଢୋକୁ ଢୋକୁ କହିଲା ଚାଲ ଆମେ ଚାରିଜଣ ସାଙ୍ଗ ମିଶି ମାନେ ତୁ, ମୁଁ ଆଉ ରୀତା ଓ ବଣ୍ଟି ମିଶି ଗୋଟେ ବଣଭୋଜି କରିବା ସେଥିରେ ମେନୁ ରହିବ :- ମାଂସଝୋଳ, ସାଲାଡ, ଆମ୍ବଖଟା ଆଉ ଅରୁଆ ଭାତରେ ଘିଅ ଅର୍ଣ୍ଣ | ରୀତା ତ ଝିଅ ପିଲାଟା, ସେ ବସି ବସି ସାଲାଡ୍ କାଟିଦେବ | ଖାଲି ସେଥିରେ ଦହି ଟିକେ ଆଣି ମିଶେଇଦେବା | ବଣ୍ଟି ତ ଜିନିଷ କିଣା କିଣି ଯୋଗାଡ କରିବାରେ ଧୁରନ୍ଧର | ଗୋଟେ ଦିନରେ ସେ ସବୁ ବନ୍ଦୋବସ୍ତ କରିଦେବ | ଆଉ ଅସୁବିଧା କଣ? ଆମେ ଦିଜଣ ମିଶି ରାନ୍ଧିବା ଆଉ ସମସ୍ତେ ମିଶିକି ଖାଇବା | କେତେ ମଜ୍ଜାହେବ କହିଲୁ? ଘରେ ମା ' ମାନଙ୍କ ଠୁ କିଛି ସାହାଯ୍ୟ ମାଗିବାନି | କହିବା ଆମେ ନିଜେ ନିଜେ ସବୁ ବନ୍ଦୋବସ୍ତ କରିବୁ | ରାମୁ କହିଲା ମା ' ଏଥିରେ ରାଜିହେବେ କି ନାହିଁ ମୋର ସନ୍ଦେହ | ହଉ ମା ' ମାନଙ୍କୁ ଟିକେ କୌଣସିମତେ ମନେଇଦବା | ରାମୁ କହିଲା :- ଆଗ ମା ' ମାନଙ୍କୁ ମନେଇବା ପୂର୍ବରୁ ରୀତା ଆଉ ବଣ୍ଟିଙ୍କର ମତାମତ ଆଣିବା |

ରାମୁର ନିଦ ଭାଙ୍ଗିଗଲା ବଣଭୋଜି କଥା ଶୁଣି | ତାର ବି ଇଚ୍ଛା ହେଲା ଭୋଜି ପାଇଁ | କେତେ ପାଠ ପଢିବ ଯେ? ପଢି ପଢି ପାଗଳ ଭଳି ଲାଗିଲାଣି | ଆଗକୁ ଆହୁରି ପାଗଳ ହବା ଦିନ ଆସୁଛି | ତେଣୁ ସେ ଦୁଇଜଣ ମିଶି ରୀତା ଓ ବଣ୍ଟି ଘରକୁ ଯାଇ ସେ ଦୁଇସାଙ୍ଗକୁ ବୁଝାଇଲେ | ସମସ୍ତଙ୍କର ମତାମତ ମିଶିଗଲା ଓ ବଣଭୋଜି ଯେ ହେବ ଏହା ନିଶ୍ଚିନ୍ତ ହୋଇଗଲା | ତେଣୁ ପ୍ରକାଶ କୁ ନିଦ ନାହିଁ ରାତିରେ | କେମିତି ଭୋଜିର ବନ୍ଦୋବସ୍ତ ହେବ | କେଉଁଠୁ କେମିତି କଣ ଆସିବ, ସବୁର ତାଲିକା ବସି କରିଲା | ଭୋଜି ହେବାର ଦିନବାର ବି ଠିକ୍ ହୋଇଗଲା | ଆଗାମୀ ଅକ୍ଟୋବର ଦୁଇ ତାରିଖ ଗାନ୍ଧି ଜୟନ୍ତୀ ଦିନ | ସେଦିନ ନାସନାଲ ହଲିଡେ ଘରେ ବାପାମାନେ ଥିବେ | ତେଣୁ ମା ' ମାନେ ବ୍ୟସ୍ତରହିବେ ବାପାମାନଙ୍କୁ ଭଲମନ୍ଦ ରାନ୍ଧି ଖୁଆଇବାରେ | ଆମେ ସେହି ସମୟରେ ବଣଭୋଜି କଲେ ଆରାମରେ ଖାଇପିଇ ଘରକୁ ଯିବା | ସବୁ ସ୍ଥିର ହୋଇ ପ୍ଲାନ ଅନୁସାରେ କାମ ହୋଇଗଲା | ରନ୍ଧା ବଢା ମଧ୍ୟ ସରିଗଲା | ଏବେ ଖାଲି ପତର ପକେଇ ଖାଇବା କଥା | ସବୁ ରେଡି ହୋଇ ଯାଇଛି | ମାଂସଝୋଳ ଟା କି ଲାଲ୍ ଟହ ଟହ ହୋଇ ଚ଼ିକ୍ ଣିଆ ଦିଶୁଛି | ପ୍ରକାଶ ନିଜର ଲୋଭ ଆଉ ସମ୍ଭାଳି ପାରୁନଥାଏ | ହଁ ! ସବୁ ତ ସରିଗଲା, ଏଥର ଖାଇବା କଥା | ଆଉ ତ ପନ୍ଦର ମିନିଟ୍ ପରେ ଖାଇବା ହେବ | 


ବଣ୍ଟି ର ମା ' ଆସି ପ୍ରକାଶର ମା ' ସଙ୍ଗେ ଦେଖା କରି କହିଲେ :- ଆଛା ପିଲାମାନେ କଣ କଲେ କି ନାହିଁ, ଆପଣ କିଛି ଦେଖିଛନ୍ତି କି ଯାଇ? ରୀତାର ମା ' ମଧ୍ୟ ଆସି ପହଞ୍ଚିଲେ ଆଉ ବାଟରେ ଆସୁ ଆସୁ ରାମୁର ମା ' ଙ୍କୁ ସାଙ୍ଗରେ ଡାକି ନେଇଥିଲେ ଚାଲଟିକେ ଦେଖି ଆସିବା ପିଲା ଗୁଡା କଣ ରାନ୍ଧିଲେ, ବାଢିଲେ | କଣ ଖାଇଲେ କି ନାହିଁ? ସମସ୍ତେ ଏକତ୍ରିତ ହୋଇ ବାଡି ପଟକୁ ବାହାରି ଆସିଲେ | ବାହାରେ ଆସି ଯାହା ଦେଖିଲେ ତାଙ୍କର ଦେହ, ମୁଣ୍ଡ ସବୁ ଗରମ ହୋଇଗଲା | ପ୍ରକାଶର ମା ' ଗୋଟେ ପଡିଥିବା ବାଡି ଧରି ତାକୁ ବାଡେଇବାକୁ ଗୋଡେଇଲେ | ବଣ୍ଟି ର ମା ' ତା କାନଧରି ତାକୁ ଘୋଷାରି ଆଣିଲେ | ରୀତା ର ମା ' ଅନେକ ଗାଳି ଗୁଲଜ କରି ବସିଲେ | ଏହା ଦେଖି ପିଲାମାନେ ସମସ୍ତେ   

ହତ୍-ବାକ୍ ହୋଇ ବସି ପଡିଲେ | କଥା କଣ, କଥା କଣ କହି ରାମୁର ମା ' ଦଉଡି ଆସିଲେ | କଥା ଆଉ କଣ ! ଏ ପିଲାମାନଙ୍କର କିଛି କାଣ୍ଡଜ୍ଞାନ ନାହିଁ | 


ଗାଁ ଦାଣ୍ଡର ମଶାଣିରେ ବସି ଭୋଜି କରୁଛନ୍ତି | ଶବ ମାନଙ୍କର ଅଧାଜଳା କାଠକୁ ନେଇ ଜାଳେଣି କରିଛନ୍ତି | ଆଉ ମଶାଣିରେ ପଡିଥିବା ହାଣ୍ଡି ଯାହା ଶ୍ରାଦ୍ଧ କାର୍ଯ୍ୟରେ ଲାଗିଥାଏ, ସେଥିରେ ରନ୍ଧା ଯାଇଛି ଭାତ ଆଉ ମାଂସାଝୋଳ | ରୀତାର ମା ' ଏହା ଦେଖି କାନ୍ଦି ପକାଇ କହିପକେଇଲେ - ଆହା ପିଲାମାନେ ଆମର ଏହା ରାନ୍ଧି ଖାଇବେ | ପ୍ରକାଶ ର ମା ' ସେ ମାଂସଝୋଳକୁ ନେଇ ଡବ୍ ଡବ୍ କରି ପାଖରେ ଜଳୁ ଥିବା ଜୁଇ ଆଗରେ ଢାଳି ଦେଲେ ଓ ଭାତ ହାଣ୍ଡିକୁ ବାଡିରେ ପିଟି ଭାଙ୍ଗିଦେଲେ | ଆଉ ଆମ୍ବଖଟା ସାଲାଡ୍ ର ଅବସ୍ଥା ମଧ୍ୟ ଶୋଚ଼ନୀୟ ଥିଲା | 


ପିଲାମାନେ :- ପ୍ରକାଶ, ରାମୁ ରୀତା ଓ ବଣ୍ଟି ହତ୍-ବାକ୍ ହୋଇ ବସିପଡିଲେ | ହାଏ ରେ 'ମୋ ' ମାଂସଝୋଳ !!! ଏକଣ ହେଲା :- ନିମିଷକରେ ସବୁ ଓଲଟ ପାଲଟ ହୋଇଗଲା | ବଣଭୋଜି ସେତିକିରେ ବନ୍ଦହେଲା ଓ ସମସ୍ତେ ନିଜ ନିଜ ଘରକୁ ଆସି ଭୋଜନ କଲେ | କାନମୁଣ୍ଡା ଆଉଁସି ପଢା ଟେବୁଲ ପାଖରେ ବସି ପଡିଲେ | ଦୀର୍ଘଶ୍ୱାସ ଟାଏ ମାରି ପ୍ରକାଶ କହିଲା :-ହାଏ ରେ ମୋ ମାଂସଝୋଳ, ହାଏ ରେ ମୋ ବଣଭୋଜି.......


Rate this content
Log in