ବନ୍ଧୁ ଓ ବନ୍ଧୁତା
ବନ୍ଧୁ ଓ ବନ୍ଧୁତା


ସ୍କୁଲ ଆରମ୍ଭ ପୁର୍ବରୁ ପ୍ରାଥନା କ୍ଲାସ ରେ ସକ୍ରିୟ ରହେ ମୁଁ, ସେଦିନ ପ୍ରାଥନା ପରେ ଜାତୀୟ ସଂଗୀତ ଗାନ, ପେପେର ର ମୁଖ୍ୟ ସମ୍ବାଦ ପରିବେଷଣ ପରେ ପରେ ନୀତି ବାଣୀ ବା ଆଜିର ଅନୁଚିନ୍ତା କୁହାଯାଏ, ଯେତେ ଅଧିକା ଛାତ୍ରୀ ଭାଗନେବେ ଭଲ ଆଉ ସେସବୁ ଖାତା ରେ ଟିପି ରଖିବାକୁ ମୁଁ ହିଁ ନିବେଦନ ଓ ଅନୁରୋଧ ତଥା ତଦାରଖରେ ଦୃଷ୍ଟି ଦେଇଥାଏ. ସେଦିନ କୌଣସି ଵି ପିଲା ଅଂଶ ଗ୍ରହଣ କରୁନଥିଲେ ତ ଖୁସାମତ, ପ୍ରଲୋଭନ ତଥା ଊସ୍ଛାହିତ ଓ ଆବଶ୍ୟକ କିଛି ପ୍ରେରଣା ପାଇ ଯେଉଁ ଝିଅ ଆଗକୁ ଆସିଲା, ସେ ଭଲ ବନ୍ଧୁ ହେବାପାଇଁ କହୁଥିଲା ତା କଥା ର ସାରାଂଶ ରେ. ମୋ ମନ ହଜିଗଲା ସେଇ ବନ୍ଧୁଟି ପାଇଁ, ଯିଏ ଚିନ୍ହା ନଥାଇ ଵି ଫେସବୂକ ରେ ମୋ ସାଙ୍ଗ ହେବା ସହ ମୋ କବିତା ପଢି ଉଲ୍ଲସିତ ତଥା ଆଲ୍ହାଦିତ ହୋଇ ମାଗିଥିଲେ କବିତା ଛପିବା ପାଇଁ ଆଉ ଗୁରୁତ୍ୱ ଦେଇନଥିବା ସତ୍ୱେ ସେହି ପ୍ରୋଫାଇଲ ରୁ କାଢି ସମାଜ ରେ ବାହାରକରି ସର୍ବ ସମୁଖରେ ବିନା ଦ୍ଵିଧା ରେ ପ୍ରକାଶ କରିଥିଲେ ମୁଁ ଜଣେ ଆଗଧାଡିର କବି. ଚମତ୍କୃତ ହୋଇ ବନ୍ଧୁତା ବଢେଇବାର ଲକ୍ଷରେ କେତେ ଖୋଜିଥିଲେ ଵି ସେ ଆଉ ନଥିଲେ ମୋ ବନ୍ଧୁ ତାଲିକାରେ, ହେଲେ ଏ ଇର୍ଷା କାତରତା ପୂର୍ଣ୍ଣ ଦୁନିଆରେ ସେହିଁ ମୋର ପ୍ରକୃତ ବନ୍ଧୁ ଥିଲେ, ପିଲାଙ୍କୁ ଏକଥା କହିଥିଲି ସେଦିନ, ପିଲା ପଚାରୁଥିଲେ ତାଙ୍କ ନାମଟା, ତ ମୁଁ ବିନା ଦ୍ଵିଧା ରେ କହିଥିଲି ମଧୁସ୍ମିତା ପଟ୍ଟନାୟକ. କଥାଟି ସେଦିନ ସରିନଥିଲା ସେହିଦିନ ରାତିରେ ଫେସବୂକ ଖୋଲି ଚମକି ପଡିଲି ଜଣେ କେହି ବନ୍ଧୁ ତାଙ୍କୁ ପସନ୍ଦ ଥିବା ଛ ଜଣ କବିଙ୍କ ଫୋଟୋ ଛାଡିଛନ୍ତି, ଯାହା ଭିତରେ ମୁଁ ଅନ୍ୟତମ., ହେଲେ ବନ୍ଧୁଙ୍କ ନାମ ନଥିଲା ପରଦିନ ପ୍ରାଥନା କ୍ଲାସ ରେ ମୁଁ ପୁଣି ଭଲ ବନ୍ଧୁଟିଏ ହେବା ଓ ଭଲ ବନ୍ଧୁଟିଏ ଆପଣେଇବା କଥା କହିବାରେ ପିଲାଏ ହସୁଥିଲେ, ତ ମୁଁ ପ୍ରସଙ୍ଗ ଓ ତାତ୍ପର୍ୟ ବିଷୟରେ କହୁଥିଲି ପିଲାଏ ଗ୍ରହଣ କରିବା ପର୍ଯ୍ୟନ୍ତ.