STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବିଟଘର ଓ ରେଳଗାଡି଼

ବିଟଘର ଓ ରେଳଗାଡି଼

2 mins
290


     ଦୁଇ ଦମ୍ପତି ଦାମ ଓ ଜହ୍ନ ବାହାରେ କାମ କରୁଥିଲେ। ସବୁଦିନ ପରି ଆଜି ବିଟଘର ଓ ରେଳଗାଡି଼ ରାସ୍ତା ପାରି ନ ହେଲେ ନିଜର ଗୁଜୁରାଣ ମେଣ୍ଟେବ ନାହିଁ। ସଞ୍ଜ ସରିକି ନିଜର ନିତ୍ଯକର୍ମ ସାରି ବାହାରି ପଡି଼ଲେ ନିଜର କର୍ତ୍ତବ୍ଯ କରିବାକୁ। ଗରିବ ଘରର ଲୋକ ଢୋକେ ପିଇ ଦଣ୍ଡେ ଜୀଇଁବା ହିଁ ଜୀବନ। ସେମାନଙ୍କର ସଂସାରରେ ଆଗକୁ କେହି ବୋଲି କେହି ହିଁ ନାହିଁ। ପୁତ୍ର କନ୍ଯା ବିଲକୁଲ ପାଇବାରୁ ବଞ୍ଚିତ ତ ଦମ୍ପତି ଦ୍ବୟ କେବଳ ରୋଜଗାର କରି ପେଟ ପୋଷିବା ହିଁ ଭବିଷ୍ଯତ। ସେ ଦିନ କର୍ମ ସମ୍ପାଦନ ସକାଶେ ଘରୁ ବାହାରି ପଡି଼ଲେ। ବତୀଘର ଓ ରେଳରାସ୍ତା ପାରି ହେବାକୁ ତାଙ୍କୁ ଭାରିକଷ୍ଟ ହେଲା। ଏତେ ବଡ଼ ସହରରେ ସେଦିନ ମୋଟେ ଆଲୁଅ ହିଁ ନାହିଁ। ସାରା ସଂସାରଟା ଜାଣ ଆଲୁଅ ବିନା ଖାଁ ଖାଁ ଲାଗୁଥିଲା। ଦୁଇ ସ୍ବାମୀ ଓ ସ୍ତ୍ରୀ ଅନ୍ଧାରକୁ ଖାତିର ନ କରି ଠିକଣା ସମୟରେ ନିଜର କର୍ମ ସମ୍ପାଦନ ସ୍ଥାନରେ ପହଞ୍ଚିବାକୁ ହେବ ଅନ୍ଯଥା ତାଙ୍କର ଜୀବନ ଓ ଜୀବିକା ଉପରେ କୁଠାରଘାତ ହେବ। ଏଇ ଭୟମିଶା ହୃଦୟରେ ଦମ୍ପତି ଦ୍ବୟ ତରତର ହୋଇ ବିଟଘର ପାରି ହେଲେ ଓ ରେଳଗାଡି଼ ଆସିବାର କୌଣସି ଚିହ୍ନବର୍ଣ୍ଣ ନ ଜାଣିପାରି ଆଗକୁ ବଢି଼ଲେ। 

     ହଠାତ୍ ଲୌହ ଦାନବଟା କୌଣସି ବି ସୂଚନା ନ ହେଇ ମାଡି଼ ଆସିଲା। ପତ୍ନୀ ଜହ୍ନ ହାଁ ହାଁ କରୁକରୁ ସ୍ବାମୀ ଦାମର ଉପରେ ଲୌହ ଦାନବଟା ମାଡି଼ବସି ଚାଟି ଦେଇ ଚାଲିଗଲା କି ଦୁର୍ଯ୍ଯୋଗ କେଜାଣି ସେ ସଞ୍ଜ ମୁହଁଟାରେ ବିଜୁଳି ତ ନାହିଁ ନିଆଁଲଗା ଲୌହ ଦାନବର ମଧ୍ଯ କୌଣସି ବତୀ ନାହିଁ କି ଶଦ୍ଦ ସୁଦ୍ଧା ନାହିଁ। ଭୀଷଣ ଭାବରେ ଲୌହ ଦାନବଟା ସ୍ବାମୀ ଦାମଙ୍କର ରକ୍ତକୁ ଚାଟିଦେଇ ଚାଲିଗଲା ତ ଜହ୍ନ କରିବ କଣ? ମୁଣ୍ଡକୋଡି଼ କାନ୍ଦିବା ଛଡା଼ ଅନ୍ଯ କୌଣସି ଉପାୟ ହିଁ ନ ଥିଲା। ଲୌହ ଦାନବଟା ରକ୍ତ ଭୋଜି କରି କରିଦେଇ ଚାଲିଗଲା ପରେ ଲୋକାରଣ୍ଯ। ଜହ୍ନ ବି କୌଣସି ଉପାୟ ନ ପାଇ ଥାନାକୁ ଗଲା। ରେଳ ଧାରଣାର ଓ ଟାଙ୍ଗର ଉପରେ ଦାମର କଞ୍ଚା ଲହୁ ମନ୍ଦାମନ୍ଦା ହୋଇ ଛିଟିକି ପଡି଼ଛି ଯିଏ ଦେଖିବ ତଟସ୍ତ ହୋଇ ଘଡି଼ଏ ଠିଆ ହେବ ଏକ ନଜରରେ। ସେହି ରକ୍ତଓଦା ଟାଙ୍ଗରା ଭୂଇଁ ଖଣ୍ଡକ ମଧ୍ଯ କାବା ହୋଇ ଚାହିଁ ରହିଲା।

      ଜହ୍ନର ଭବିଷ୍ଯତ ଯାହା ଟିକକ ସମ୍ପର୍କର ବନ୍ଧନରେ ଯୋଡି଼ ହୋଇଥିଲା ତାକୁ ଖଣ୍ଡ ବିଖଣ୍ଡିତ କରିଦେଲା ଏ ଲୌହ ଦାନବ। ସେ ଆଜି ବେସାହାରା। ପାଖରେ ଥିବା ବିଟଘର ହିଁ ମୁକସାକ୍ଷୀ ଓ ରେଳଗାଡି଼ ରକ୍ତଭୋଜି କରିଦେଇ ଚାଲିଗଲା ତାର ଗନ୍ତବ୍ଯ ପଥରେ ତ ଜହ୍ନର ମନ ପଡି଼ ରହିଲା ଦାମଙ୍କ ପାଖରେ ହେଲେ ଶରୀରଟା ଖଣ୍ଡ ବିଖଣ୍ଡିତ ହେଉଥିଲା। ସେଇ ବିଟଘର ପାଖ ଗଳିରେ ଯେଉଁଠି ଦାମ ସହ ଘର ସଂସାର କରିବାକୁ ଅଣ୍ଟା ଭିଡି଼ଥିଲା।

    ସତରେ ! ସେ ସମୟର ଗାଳ୍ପିକଙ୍କ ଲେଖନୀ ଯାହା ମଣିଷଙ୍କୁ ଶିକ୍ଷା ଓ ଚେତନା ଦିଏ। ଆଜିର ଏ ଗାଳ୍ପିକଙ୍କର ଗଳ୍ପ ବିଟଘର ଓ ରେଳଗାଡି଼ ଯଦିଓ ସେପରି ମନ ଓ ହୃଦୟକୁ ଛୁଇଁବ ନାହିଁ ହେଲେ ଯିଏ ଦେଖିଥିବ ଲୌହ ଦାନବଟା କିପରି ରକ୍ତଭୋଜି କରିଦେଇ ଚାଲିଗଲା ହୃଦୟକୁ ଅବଶ୍ଯ ଥରାଇ ଦେବ ଓ ଆଖିରୁ ଅନନ୍ତ ଲୁହ ଝରଝର ହୋଇ ଅବଶ୍ଯ ବୋହିଯିବ। ଆଜ୍ଞା ! ଆପଣ ଥରେ ବୁଲି ଆସନ୍ତୁ ତ ଦେଖିବେ ଏ ଜହ୍ନର ଆକୁଳତା। ଗୋଟିଏ ନାରୀର ବୁକୁଫଟା ଚିତ୍କାର ଯିଏ ଭବିଷ୍ଯତ ଗଢି଼ବାକୁ ଦାମଙ୍କ ନାମରେ ଶଙ୍ଖା ଓ ସିନ୍ଦୂର ନାଇଥିଲା ।


Rate this content
Log in