Rajesh Kumar Barik

Children Stories Inspirational Children

3  

Rajesh Kumar Barik

Children Stories Inspirational Children

ବିଶ୍ୱ ପରିବେଶ ଦିବସ

ବିଶ୍ୱ ପରିବେଶ ଦିବସ

3 mins
191



ବାତ୍ୟା ୟାସ୍ ଭୟାବହତା ର ଖବର ଟିଭିରେ କ ଅହରହ ଶୁଣି ବିରକ୍ତି ହୋଇ ସାରିଥାନ୍ତି ରମାକାନ୍ତ ବାବୁ ଙ୍କ ପୁରା ପରିବାର। ତଥାପି ବି ସୋଫା ଉପରେ ବସି ସେଇ ଗୋଟିଏ ନ୍ୟୁଜ୍ କୁ ବାରମ୍ବାର ଦେଖୁଥାନ୍ତି ରମାକାନ୍ତ ବାବୁ। ମନରେ ଉତ୍ସୁକତା ର ହତାସ ଭାବ ନେଇ । ଖାଲି ମଝିରେ ମଝିରେ କହୁଥାନ୍ତି....... ଗୋଟିଏ ପାଖେ କରୋନାକୁ ଅନ୍ୟ ପାଖରେ ମହାବାତ୍ୟା ସତେ ଯେମିତି ମାନବ ଜାତିକୁ କାଳ ଗ୍ରାସିଛି। ହେ ମହା ପ୍ରଭୁ ଜଗନ୍ନାଥ ତୁମକୁ ଲାଗିଲା ସାଡେ ଚାରିକୋଟି ଓଡିଆ ଙ୍କ ଭାଗ୍ୟ ଭବିଷ୍ୟତ । ତେ ହିଁ ଭରଷା ପ୍ରଭୁ... ତୁମେ ହିଁ ଭରଷା !

  

 ଏସବୁକୁ ଦୁରରେ ଥାଇ ଲକ୍ଷ କରୁଥାଏ ନାତିଆ ବଣ୍ଟି । ଧିରେ ଧିରେ ପାଖକୁ ଆସି ପାଖରେ ବସିଲା ବଣ୍ଟି। ନାତିଆର ପ୍ରଶ୍ନିଳ ମୁଖକୁ ଦେଖି ରମାକାନ୍ତ ବାବୁ ପଚାରିଲେ କଣ ହେଲାରେ ବଣ୍ଟି ତୁ କଣ କିଛି କହିବୁ ?

ବଣ୍ଟି ....ହଁ ଜେଜେ ! ସତରେ କଣ ଓଡିଶା କୁ ୟସ୍ ଆସୁଛନ୍ତି , ଯଦି ସେ ସତରେ ଆସନ୍ତି ତାହାଲେ ତ ଭଲ କଥା ..... ଆଉ ଆମ ଭୂବନେଶ୍ବର ରେ କେଉଁଠିକୁ ଆସିବେ ..... ଜେଜେ..... ଆପଣ ଜାଣିଛନ୍ତି ୟସ୍ କେ ଜି ଏଫ chapter 1 ରେ ଧୁମ୍ ଧଡାକ୍ ବହୁତ୍ ଫାଇଟିଙ୍ଗ କରିଛି । ସେ ଆସନ୍ତୁ! ବାବା ଙ୍କୁ ସାଥି ରେ ନେଇ ଦେଖିବା ପାଇଁ ଯିବା ସେଲ୍ଫି ଉଠାଇବା .... ବହୁତ ମଜା ଆସିବ। 


    ଆରେ ସେ ୟସ୍ ଏ ୟସ୍ ନୁହଁ ରେ ବଣ୍ଟି । ଏ ୟାସ୍ ହେଉଛି ସୁପର ସାଇକ୍ଲୋନ୍ ପ୍ରାକୃତିକ ଝଡ । ଏହି ପ୍ରାକୃତିକ ଝଡ ସାମ୍ନାରେ ଭଗବାନ ଙ୍କ ଛଡା କେଜିଏଫ ର ହିରୋ କଣ ? ଦୁନିଆର କୋଣସି ହିରୋ ର ଶକ୍ତି କାମ ଦେବନି ରେ ବାପ ,


  ଓହ...ହ ତାହେଲେ ଏଇ କଥା ମୁଁ ତ ଆହୁରି କିଛି ବି ଭାବି ନେଇଥିଲି । ଆଛ୍ଛା ଜେଜେ ଏ ପ୍ରାକୃତିକ ଦୂର୍ବିପାକ ଆସେ କାହିଁକି ?


   ଆମେମାନେ ସବୁ ଗୋଟିଏ ଚକ୍ରରେ ଗତି କରୁଛୁ , ଏହି ଚକ୍ରରୁ ଗୋଟିଏ ସଦସ୍ୟ କମଜୋର କି ବାହାରକୁ ବାହାରି ଗଲେ ତାର ସୂନ୍ୟସ୍ଥାନ ପୂରଣ କରିବା ପାଇଁ ଆବଶ୍ୟକିୟ ଦଣ୍ଡ ବିଧାନ ହିଁ ଦୂର୍ବିପାକ। ଯେମିତି ତୋ ବାପା ବ୍ୟାଙ୍ଗଲୋର୍ ରେ କାମ କରୁଥିଲେ ବହୁତ ପଇସା ଆଣୁଥିଲେ ତୁମେମାନେ ସେଠାରେ ରହୁଥିଲ ହୋଟେଲ୍ ଯାଉଥିଲ , ସପିଙ୍ଗ୍ କରୁଥିଲ ଆଉ ଖୁସିରେ ଥିଲ କିନ୍ତୁ ତୋ ବାପାଙ୍କର କରୋନା ରେ ଚାକିରି ଗଲା ପରଠାରୁ ସେଠାରେ ଘର ଥାଇବି ତୁମେମାନେ ସେଠାରେ ରହି ପାରିଲିନି ଭୂବନେଶ୍ବର କୁ ପଳାଇ ଆସିଲ ଆଗଭଳି ହୋଟେଲ୍, ସପିଙ୍ଗ୍ ମହଲ ଯାଇ ପାରୁ ନାହଁ।


   ଠିକ୍ ସେମିତି ଏ ମଣିଷ ସମାଜ ଜଙ୍ଗଲ୍ କାଟି ବନ୍ୟ ଯନ୍ତୁ ମାରି ଖାଇଲେ, କଳକାରଖାନା ବସାଇ ପୃଥିବୀ କୁ ଉତ୍ତପ୍ତ କଲେ, ଅଳିଆ ଆବର୍ଜନା ପକାଇ ପରିବେଶ କୁ ଦୂଷିତ କଲେ ଏହାର ପରିଣାମ ଆମ ମଣିଷ ସମାଜ ଭୋଗିବାନି ତ ଆଉ କିଏ ଭୋଗିବ ।


   ଆଛ୍ଛା ଜେଜେ ଏସବୁ ତ ଠିକ୍ କଥା କିନ୍ତୁ ଯେମିତି ଗୋଟିଏ  ଭଙ୍ଗା ପ୍ୟାନ୍ସିଲ୍ ଭାଙ୍ଗି ଗଲା ପରେ ଆଉ ଯୋଡି ଠିକ୍ ହେବନି ତେଣୁ ମୁଁ ଦୁଇଟି ପ୍ୟାନ୍ସିଲ୍ କରି ବ୍ୟବହାର କରେ ଏବେ ଆମେ ପ୍ରକୃତି ସହ ସେମିତି କିଛି କରି ପାରିବା ନାହିଁ ? ଯେମିତି ଆଗକୁ ଅଧିକ କିଛି ଅସୁବିଧା ହେବ ନାହିଁ । ଏମିତି କେହି କିଛି କରିବା ଆରମ୍ଭ କଲେଣି କି?


   ବହୁତ ସୁନ୍ଦର ଗୋଟିଏ ଭଙ୍ଗା ପ୍ୟାନ୍ସିଲ୍ ର ଦୁଇ ଖଣ୍ଡ କୁ ନେଇ ଯେମିତି ବ୍ୟବହାର ଯୋଗ୍ୟ କରିପାରୁଛୁ ଠିକ୍ ସେମିତି ବିଗିଡି ଯାଇଥିବା ବିଶ୍ୱର ପରିବେଶ କୁ ସଜାଡିବା ପାଇଁ UK ରେ ପ୍ରଥମ ଥର ୧୯୭୪ ର ଜୁନ୍ ୫ତାରିଖ କୁ ବିଶ୍ୱ ପରିବେଶ ଦିବସ ରୁପେ ବିଶ୍ୱର ୧୯୫ ଟି ଦେଶ ପାଳନ କରଥିଲେ ଏମିତି କି ଭାରତ ମଧ୍ୟ ଦୁଇ ଦୁଇ ଥର ବିଶ୍ୱ ପରିବେଶ ଦିବସ ପାଳନ କରିଛି । ହେଲେ କଣ ହେବ ଏସବୁ କଥା ରହିଯାଛି। ଯାହାର ପରିଣାମ କରୋନା ଭାଇସ୍ ଆଉ ସୁପର ସାଇକ୍ଲୋନ୍।


    ସତ କଥା କହିଲେ ଜେଜେ ଆମେ ଯେଉଁ କଥା କହୁ ସେଇ କାମ କଲେ ଅନ୍ୟ ମାନଙ୍କୁ ସୁଧାରିବା ସହିତ ନିଜେ ମଧ୍ୟ ସୁଧାରିବା । ଆପଣଙ୍କ ର ଏଇ ଗୋଟିଏ ନ୍ୟୁଜ ଦେଖିବା ଦେଖି ଜେଜେମା ଆଉ ମାଁ ବିରକ୍ତ ହୋଇ ସାରିଲେଣି। ମୁଁ ସିନା ବୁଝିଗଲି ସେମାନେ ବୁଝିବାକୁ ବାକି ରହିଲେ । 

    ( ସେପଟେ ମାଁଙ୍କ ପାଟି ଶୁଣା ଗଲା ବଣ୍ଟି , ବାପା ଖାଇବା ପାଇଁ ଆସନ୍ତୁ) ଦୁହେଁ ଉଠି ଚାଲିଗଲେ । 


        


Rate this content
Log in