Disambar Meher

Others

3  

Disambar Meher

Others

ଭୋକର୍ କଥା ଭୁକା ଏକା ଜାନସି .

ଭୋକର୍ କଥା ଭୁକା ଏକା ଜାନସି .

2 mins
118


ଆଏଜ୍ ବି ସେ ଦିନ୍ ସୋର୍ ଆସୁଛେ । ଛ ବଛର୍ ତଲର୍ କଥା । ମୁଇଁ ଜେତେବେଲେ ସିଟି ଟ୍ରେନିଙ୍ଗ କରୁଥିଲି । ନୂଆଖେଇ ବାସି ଦିନ ମୁଇଁ ୨ ବଜା ନୂଆପଡା ପହଞ୍ଚଲି । ସାଙ୍ଗ ମାନେ କିହେ ନାଇଁ ଆସିଥାଇ । ହାତ୍ ଗନତି ୩-୪ ଝନ୍ ଥିନୁ।୨ ବାଜି ଥାଏ ଖାଏବାକେ ବାହାର୍ କେ ଗଲି ।ସବୁ ଦୁକାନ୍ ବଜାର୍ ବନ୍ଦ ।ମୋର୍ ପାସେ ବିସ୍କୁଟ ଟେ ଥିଲା ଖାଇକିନା ସୁଇପଡଲି ।

ଫେର୍ ଛ ବଜା ଉଠ୍ଲି ଭୋକେ ପେଟ୍ ଜଲି ଜାଉଛେ । ଟିଫିନ୍ କରବାକେ ବାହାର୍ ଆଏଲି ।ଦୁକାନ୍ ବଜାର୍ ବନ୍ଦ ଅଛେ ।କେନସି ବି ହୋଟେଲ୍ ଗୁଟେ ଖୁଲା ନାଇଁ ଥାଇ । ଖୁଜୁ ଖୁଜୁ ନଜର୍ ପଡଲା ଠେଲା ଗୁଟେ ଉପ୍ରେ ।ବୁଢ଼ୀ ଗୁଟେ ଜିନିଷ୍ ପତର୍ କେ ରଖାସଙ୍ଗା କରୁଥାଏ । ମୁଇଁ ହେନକେ ଗଲି ଆର୍ କହେଲି "କାଣା ଅଛେ କାଏଁ ବଡ ମାଁ " ।ବୁଢ଼ୀ କହେଲା-

ସମୋସା ଏକ୍ କାନି ବନାରେହେନ୍ ଏକ୍ ବାର୍ ମେ ଛିଦାଗେନ୍ । ମୋଲା ନାତି ବର୍ ତିନ୍ ଠୋ ରଖେ ରେହେନ୍ । ଇଲା ଲେକ୍ ଯା ଖାଁ ।ମୁଇଁ ଭି ଖୁସ୍ ହେଲି , ଭୋକର୍ ମାଡେ ମକେ କେନ୍ତା ଲାଗି ଜାଉଥିଲା ।

ଜେନ୍ତା ସମୋସା କେ ଟୁଣ୍ କେ ନେଉଥାଏଁ ମୋର୍ ଗୋଡ୍ କେ ଛୁଆ ଗୁଟେ ଧରି ପକାଲା । ମୁଇଁ ଚମକି ପଡଲି ।ଦେଖ୍ଲି ପିଲା ମଏଲା କଟ୍ କଟା, ଫଟା ଟୁଟା କପଡା ପିନ୍ଦିଛେ ,ଆଏଁଖ୍ ନୁ ଧାରଧାର ଲୁହୁ ନିର୍ଥୀ ଜାଉଛେ ଆର୍ କହୁଛେ ଦାଦା ସମୋସା ଗୁଟେ ଦିଅ ।ତାର୍ ପେଟ୍ ଭୋକେ ଲଟକି ଗଲାନା ।ମକେ ଦେଖି ବଡା ଦୁଖ୍ ଲାଗ୍ଲା । ମୁଇଁ ସମୋସା ଦେଇଦେନି । ଫେର୍ ଗୁଟେ ସମୋସା ଖାଏବାକେ ଟୁଣ୍ ପାସକେ ନେଇଥିନି । ଛୁଆ କହେଲା ହେ ଦୁଇଟା ସମୋସା ଭି ଦିଅ ଦାଦା ମୋର୍ ଦୁଇଟା ସାନ୍ ଭେଇ ଭି କାଲିନୁ ଭୁକେ ଅଛନ୍ । ମୁଇଁ ସବୁ ସମୋସା କେ ଦେଇଦେନି ।ଆର୍ ଠେଲାବାଲି ବଡ଼ ମାଁ ନୁ ପେନ୍ ଗିଲାସେ ପିଇକରି ବସି ଥାଏ । ଆର୍ ସେ ପିଲାକେ ଦେଖୁଥାଏ ।

ଛୁଆ ଉସତ୍ ନେ ନର୍ଦୀ ଗଲା ଆର୍ ଜିବାର୍ ବାଟେ ଝଟଁଲେଇ ହେଲା ଜେ ସମୋସା ତିନ୍ ଟା ଛିତକି କରି ଏନେ ତେନେ ପର୍ଲା ।ରାସ୍ତାନେ ଯାଉଥିବାର ସାଇକେଲ୍ ଗୁଟେ ସମୋସାକେ ଚେକେଇ ଦେଲା ଆର୍ ବାକି ଦୁଇଟା କେ ପିଲା ହାତେ ଗହଁଟାଲା । ଫେର୍ ସାଇକେଲ୍ ଚେକାଲ୍ ସମୋସାକେ ଭୁଇଁନୁ ବେଟିବେଟି ଖଉଥିଲା ।

ଇ ସବୁ ଦୁରୁସ୍ ମୁଇଁ ଦୁରୁନ୍ ଦେଖୁଥିଲି । ମୋର୍ ଛାତି ଚଲ୍ କରୁଥିଲା ।ଭାବ୍ଲି ଇଟା ଏକା ଭୁକାର୍ ଅସଲ୍ ଭୋକ୍ ।


Rate this content
Log in