Parameswar Ojha

Others

4  

Parameswar Ojha

Others

ଭଲ ହୋଇଛି କୋରନା ଆସିଛି

ଭଲ ହୋଇଛି କୋରନା ଆସିଛି

3 mins
24.2K



ଏ ପ୍ରକୃତି ବଡ଼ ବିଚିତ୍ର , କେତେବେଳେ କାହା ପାଇଁ କଣ ସ୍ଥିର କରିଥାଏ ତାହା କେବଳ ତାକୁ ହିଁ ଜଣା ।


 ଭଲ ହୋଇଛି କୋରନା ଆସିଛିଛି , ଭଲ ହୋଇଛି ସମସ୍ତେ ଘରେ ଅଛନ୍ତି । ଭଲ ହୋଇଛି ଲକ୍ ଡାଉନ ହୋଇଛି ।

 

 ଆମେ ଜାଣି ଶୁଣି ବାତାବରଣ କୁ ପ୍ରଦୂଷଣ ବିଷାକ୍ତ ଅସ୍ବାଭାବିକ କରି ଚାଲିଛେ । କେବେ ଭାବିଛେ ଏ ପୃଥିବୀ ଉପରେ ଏହାର କଣ ପ୍ରଭାବ ପଡୁଛି , ହଁ ଆମେ ସବୁ ଜାଣିଛେ ସମ୍ବାଦ ଦେଖୁଛେ ଖବର କାଗଜ ରେ ନିତି ଆଖି ବୁଲାଉଛେ । କେବେ କିନ୍ତୁ ସମୟ ବାହାର କରି ଏହାକୁ ସଜାଡି ବାକୁ ସୁଧାରି ବାକୁ ଟିକିଏ ବି ପ୍ରୟାସ କରିନେ । କେମିତି ବା କରନ୍ତେ ନିଃଶ୍ବାସ ନେବାକୁ ଆଜି ପର୍ଯ୍ୟନ୍ତ କିଛି ଅସୁବିଧା ହେଇନି , ପାଣି ର ଅଭାବ ରେ କେବେ ଆମର ତଣ୍ଟି ଶୁଖି ଯାଇନି , ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ ରେ ଆମେ ଅଣନିଃଶ୍ବାସୀ ହୋଇ ପଡିନେ । ଯଦି ଏମିତି ହୋଇଥାନ୍ତା ତେବେ ହୁଏତ ବହୁତ ଦିନ ପୂର୍ବରୁ ଆମେ ଜୀବନ ବିକଳରେ ଛାଟିପିଟି ହୋଇ ଆମ ପୃଥିବୀ ପାଇଁ ଆମ ପରିବେଶ ସୁସ୍ଥ ଶରଷ ସୁନ୍ଦର ରହିବାରେ କିଛିଟା ପ୍ରୟାସ କରିଥାନ୍ତୁ । 


 ପ୍ରତି ମାସରେ ନିୟମିତ ଭାବରେ ଗଛ ଲଗାଇ ଥାନ୍ତୁ , ଯେତିକି ଆବଶ୍ୟକ ସେତିକି ହିଁ ଦୁଇ ଚକିଆ ଚାରି ଚକିଆ ଯାନ ବ୍ୟବହାର କରିଥାନ୍ତୁ । ଏବେତ ଯାହା ଘରେ ଗାଡ଼ି ଅଛି ସେ ସାଇକେଲ କୁ ଏକରକମ ଭୁଲି ଗଲାଣି , ସାମାନ୍ୟ କାମରେ ଗାଡ଼ି ନହେଲେ ନଚଳେ । ପରିବେଶ ପ୍ରଦୂଷଣ କଥା ଚିନ୍ତା ନକରି କେବଳ ନିଜ ବ୍ୟବସାୟ ରେ ପ୍ରଚୁର ଲାଭ କୁ ଆଖି ଆଗରେ ରଖି କଦାପି ଅହରହ କଳ କାରଖାନା ଚଳାଇ ନଥାନ୍ତୁ । ଆମ କଥା ବଦଳରେ କେବଳ ମୋ କଥା ଭାବି ନଥାନ୍ତୁ । ଗୋଟେ ଦୁଇଟି ସନ୍ତାନ ପରେ ଆହୁରି ଅଧିକ ସନ୍ତାନ ଜନ୍ମ କରି ପୃଥିବୀର ଭାରା ବଢାଇ ପରିବେଶ କୁ ଅସନ୍ତୁଳନ କରି ନଥାନ୍ତୁ ।


 ବ୍ୟସ୍ତ ବହୁଳ ଜୀବନ ର ବାହାନା କରି ନିଜ କର୍ତ୍ତବ୍ୟ ରୁ ଏଡାଇ ଯାଇଛେ ସମସ୍ତେ ।   


ସତରେ କେହି ଜଣେ ସତ କହିଥିଲେ ଆମ ଗାଁ କୁ ଆମେ ସମସ୍ତେ ଯଦି ସୁସ୍ଥ ସୁନ୍ଦର ରଖିବା , ତେବେ ପ୍ରତ୍ୟେକ ଗାଁ ସୁନ୍ଦର ହୋଇଯିବ , ତାପରେ ପ୍ରତ୍ୟେକ ଜିଲ୍ଲା , ତାପରେ ରାଜ୍ୟ , ତାପରେ ଦେଶ । 


ସାନ ସୁଧାର ରୁ ବଡ ସୁଧାର ହେବା ପରି ସବୁ ଛାଏଁ ଛାଏଁ ସୁଧୁରିଯିବ । ହେଲେ ଆମେ କ'ଣ ସେଥିପ୍ରତି ନିଘା ରଖୁଛେ ? ବିଲ୍କୁଲ ନୁହେଁ , କେବଳ ନିଜ ଛୁଆ ନିଜ ଘର ନିଜ ପରିବାର ଖୁସି ବାସ୍ । କିନ୍ତୁ ଆମେ ଭୁଲି ଯାଉଛେ ପୃଥିବୀ ର ବି ଗୋଟେ ଖୁସି ଅଛି , ତାକୁ ଆମେ ଦେଇ ପାରିନେ ଟିକିଏ ବି । ମା ବାପା ଙ୍କ ତ୍ୟାଗ ଅବଦାନ ଠୁଁ ତାର ତ୍ୟାଗ ଯଥେଷ୍ଟ ଅଧିକ କିନ୍ତୁ କେବେ ଆମେ ଭାବିନେ ସେକଥା । ଓଡ଼ିଆ ଘର ର ଗୋଟେ ଢଗ ଅଛି " ତିନ୍ତିଲେ ଘର ଛାଆନ୍ତି " 


ଅର୍ଥାତ୍ ଅସୁବିଧା ଆସିବ ଜାଣିକି ବି ସେଥିପ୍ରତି ଆଗରୁ ଯତ୍ନବାନ ନହେବା । ସେ ଅସୁବିଧା ଯେତେବେଳେ ଆମ ପାଖକୁ ଆସି ଆମକୁ ଅସ୍ତବ୍ୟସ୍ତ କରି ପକାଇ ଆମର କ୍ଷତି ଘଟାଇବାକୁ ଲାଗି ପଡ଼ିବ ସେତେବେଳେ ଯାଇ ଆମ ଆଖି ଖୋଲିବ , ଆଉ ଆମେ ଭାବିବା " ହେଃ କେତେ ବଡ଼ କ୍ଷତି ଟାଏ ହୋଇଗଲା ମ ? ଆଗରୁ ଟିକେ ଏଥିପ୍ରତି ଧ୍ୟାନ ଦେଇଥିଲେ ହୁଏତ ପରିସ୍ଥିତି ଏତେ ଭୟଙ୍କର ହୋଇ ନଥାନ୍ତା । "


କିନ୍ତୁ ସବୁ ଜାଣି ଶୁଣି ଆମେ ଅଜଣା ଅଶୁଣା ପରି ଅଭିନୟ କରୁଛେ ସମସ୍ତେ ।

 ଯଦି ସରକାର ବି ଏଥିପ୍ରତି ଦୃଷ୍ଟି ଦେଇ ପ୍ରତି ବର୍ଷ ରେ ସମୁଦାୟ ପଚାଶ  ଷାଠିଏ ଦିନ ଏମିତି ଲକ୍ ଡାଉନ କରନ୍ତେ , ହୁଏତ ପରିବେଶ ପ୍ରଦୂଷଣ ମୁକ୍ତ ହୋଇ ସୁରକ୍ଷିତ ରହି ପାରନ୍ତା । ( ଯଦି ଏଥିପ୍ରତି ବିଚାର ବିମର୍ଶ କରି ସବୁକିଛି ଭାବି ଚିନ୍ତି ସବୁଦିଗରୁ ଉଚିତ ମନେ କରନ୍ତି ତେବେ ) ।  

ମୋ ମତରେ ୩୬୦ ରୁ ଯଦି ୬୦ ଦିନ‌ ବାଦ୍ ପଡ଼ିଯିବ ତେବେ ସାମାନ୍ୟ କ୍ଷତି ହୋଇପାରେ କିନ୍ତୁ ବିଚାରି ପୃଥିବୀ ଟା ଟିକେ ଶାନ୍ତି ପାଇ ଯାଆନ୍ତା ।


ମୋବାଇଲ କୁ ଆମେ ଅହରହ ଚଳେଇଲେ  ଯେମିତି ହ୍ୟାଙ୍ଗ୍ ହୋଇଯାଏ , ତାକୁ ଅପଡେଟ୍ ମାରିବାକୁ ପଡେ । ଅଧିକ ଦିନ ହୋଇଗଲେ ତାକୁ ରିସେଟ୍ ମାରିବାକୁ ପଡେ ଯାହା ଫଳରେ ସେ ଭଲକି ଚାଲେ ବା ସ୍ବାଭାବିକ ହୁଏ । ସେମିତି ପୃଥିବୀ । କେବେ ଆମେ ଭାବିଛେ ସିଏ ବି ହ୍ୟାଙ୍ଗ୍ ହେଉଥିବ ତାକୁ ବି ଅପଡେଟ୍ ଦରକାର , ରିସେଟ୍ ତ ମାରି ପାରିବାନି । କାରଣ ବାତାବରଣ କୁ ସଜାଡି ହେବ କିନ୍ତୁ ପୁନଃ ସଂସ୍ଥାପନ ସମ୍ଭବ ନୁହେଁ । କାରଣ ଆମ ପାଖରେ ପୃଥିବୀର ବିକଳ୍ପ ଆଉ କିଛି ନାହିଁ  ସେଥିପାଇଁ ।


ସତ କହିଲେ , କେତେ ଶାନ୍ତି ଅଛି ନାଁ ବର୍ତ୍ତମାନ ପୃଥିବୀ ? କେତେ ଶାନ୍ତି ରେ ନିର୍ଭୟ ରେ ଚଳପ୍ରଚଳ କରୁଛନ୍ତି ପଶୁ ପକ୍ଷୀ ଜୀବ ଯନ୍ତୁ ଆଉ ଅନ୍ୟ ପ୍ରାଣୀ ମାନେ । କେତେ ସଫା ସୁତୁରା ନିର୍ମଳ ସୁସ୍ଥ ଅଛି ନାଁ ବାତା ବରଣ ? ଶବ୍ଦ ପ୍ରଦୂଷଣ ଆଉ ବାୟୁ ପ୍ରଦୂଷଣ ରୁ କେତେ ମୁକ୍ତ ଅଛି ପରିବେଶ । 

ବାଃ ପୃଥିବୀ ପାଇଁ ଆଉ ଅଧିକ କ'ଣ ଦରକାର କି ?


ହଁ ଭଲ ହୋଇଛି କରୋନା ଆସିଛି ବହୁତ ପରିବାର ଉଜିଡିଛି  , କିନ୍ତୁ ପୃଥିବୀ ଶାନ୍ତ ତ ରହିଛି ।

କିଏ କହିବ ଏମିତି ଦିନେ ଅଶାନ୍ତ ହୋଇ ସମ୍ପୂର୍ଣ୍ଣ ପୃଥିବୀ ଧ୍ବଂସ ପାଇ ଯିବନି ତ !? ସେମିତି କିଛି ହେବା ପୂର୍ବରୁ ଆମେ  ରକ୍ଷା ପାଇ ଯାଇନୁ ତ ଅଳ୍ପକେ ! ? 


ଏବେବି ସମୟ ଅଛି ସୁଧୁରି ଯାଅ ମଣିଷ ମାନେ‌ ମୋ‌ ( ପୃଥିବୀ ) ବିଷୟରେ ବି ଟିକେ ଭାବ ଏକଥା କୋରାନା ବତେଇ ଦେଇ କହୁଛି ।


ଧନ୍ୟବାଦ କୋରନା ତୁ ଆସିଲୁ ଏ ମଣିଷ ଙ୍କୁ ଚେତେଇ ଦେଲୁ । ଶୋଇବାର ଅଭିନୟ କରି ପଡ଼ି ରହିଥିବା ମଣିଷ ମାନଙ୍କୁ ଉଠେଇ ଦେଲୁ । 


 


Rate this content
Log in