Sonali Garnayak

Others

4  

Sonali Garnayak

Others

ଭକ୍ତଙ୍କ ପାଇଁ ଭଗବାନ

ଭକ୍ତଙ୍କ ପାଇଁ ଭଗବାନ

4 mins
323


ମୁନା ଓ ସତ୍ୟ ଦୁହେଁ ପୁରୀ ଯିବାକୁ ସ୍ଥିର କଲେ |ଏତେ ଦିନ ପରେ ଛୁଟି ମିଳିଛି ଏମିତି ସୁଯୋଗ ଆଉ କେବେ ବି ଆସିବନି, ଏହା ଭିତରେ ଯାଇକି ପୁରୀ ବୁଲିଆସିବେ |ଦୁହେଁ ଏ ଛୁଟିରେ ହଷ୍ଟେଲରୁ ଘରକୁ ଯିବେ ନାହିଁ ବୋଲି ମନସ୍ଥ କରିସାରିଥିଲେ |ମୁନା କହିଥିଲା ଛୁଟିରେ ଘରକୁ ଗଲେ ତାକୁ ଭାରି ବୋରିଂ ଲାଗେ, ଯେହେତୁ ସେ ଛୋଟରୁ ଗାଁରୁ ନରହି ହଷ୍ଟେଲେ ରହି ପଢ଼ିଛି ବିଶେଷ କାହାକୁ ଚିନ୍ହିନାହିଁ ଏବଂ ତା ବାପା ମଧ୍ୟ ତାକୁ ତାଗିଦ କରନ୍ତି ଗାଁ ପିଲାଙ୍କ ସହ ମିଶିଲେ |ତାର କେହି ସାନ ଭାଇ କି ଭଉଣୀ ନାହାନ୍ତି, ବଡ଼ ଭଉଣୀର ବାହାଘର ସରିଛି |ଘରକୁ ଗଲେ ସେ ରୁମ୍ ରେ ପଡ଼ିରହି ଟିଭି ଦେଖିବା ବଦଳରେ ପୁରୀ ଆଡେ ଯାଇକି ବୁଲିଆସିବା ସବୁଠୁ ଉତ୍ତମ |


    ସତ୍ୟ କିନ୍ତୁ କାଳିଆ ପ୍ରେମରେ ବାୟା, ମୁନା ଠାରୁ ଏ କଥା ଶୁଣିବା ପରେ ତାକୁ ଲାଗିଲା ସତେ ଯେମିତି କାଳିଆ ଠାକୁର ତାକୁ ହାତ ଠାରି ଡାକୁଛି |ହେଲେ ସେ ଯିବେ କେମିତି ତା ପାଖରେ ପଇସାଟେ ବି ନାହିଁ |ବହୁତ କଷ୍ଟ କରି ତା ବାପା ତାକୁ ହଷ୍ଟେଲରେ ରଖି ପଢ଼ାନ୍ତି, ଆଉ ତାଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସତ୍ୟ ମଧ୍ୟ ଅହରହ ଚେଷ୍ଟା କରୁଥାଏ ଆଉ ସେ ଯଦି ଏ କଥା ବାପାଙ୍କୁ କହିବ ତା ଉପରେ ବର୍ଷି ଯିବେ |


    କିନ୍ତୁ ଥରେ ଯଦି ତା ଡୋରି ଲାଗିଛି, ତାକୁ ବା କିଏ ରୋକିପାରିବ ! ମୁନା ତାକୁ ସାହସ ଦେଇ କହିଥିଲା ତୁ ସାଙ୍ଗରେ ଚାଲ ମୁଁ ଆଉ ସବୁ କଥା ବୁଝିବି |ସତ୍ୟ ବି ପଛକୁ ହଟିନଥିଲା ସେ ମୁନାକୁ କଥା ଦେଇଥିଲା ତା ପାଇଁ ଖର୍ଚ୍ଚ କରିଥିବା ପଇସା ଆର ମାସରେ ବାପା ପଠେଇଲେ ହଷ୍ଟେଲ ଖର୍ଚ୍ଚରୁ କାଟି ତାକୁ ସୁଝି ଦେବ | ଦୁହେଁ ସ୍ଥିର କଲେ କାଲି ସକାଳୁ ଟ୍ରେନରେ ଚାଲିଯିବେ ପୁରୀ ଅଭିମୁଖେ ଥିବା ସମସ୍ତ ଟ୍ରେନ ବାତିଲ ଅଛି | ସତ୍ୟର ମନ ଶୁଖିଗଲା, ତା ଇଚ୍ଛା ଇଚ୍ଛାରେ ରହିଗଲା | ମୁନା କିନ୍ତୁ ଏତେ ଜଲ୍ଦି ହାରିବା ପିଲା ନୁହେଁ, "ଆମକୁ ପୁରୀ ଯିବାର ଅଛି ସେ ଟ୍ରେନର ହେଉଛି କି ବସରେ ହଉ ଯିବା ତ ଯେମିତି ହେଲେ "! ଦୁହେଁ ଏକ ପାସେଞ୍ଜର ବସରେ ଚଡିଥିଲେ |ଭିତରେ ପଶି ଦେଖିଲେ ହୁଏତ ପୁରା ଅନୁଗୁଳ ସହରଟା ଯାକ ଲୋକ ଏଇଠି ଅଛନ୍ତି |ତାଙ୍କୁ ଦେଖିବାକୁ ଥରେ ଯଦି ନିଶା ଲାଗିଛି କି କଷ୍ଟ ! ଦୁହେଁ ଏକ ଗୋଡ଼ିଆ ଠିଆ ହୋଇ ଆସିଲେ |ବସ କିନ୍ତୁ ପୁରୀଠାରୁ ୨ କି.ମି ପୂର୍ଵରୁ ଖରାପ ହୋଇଗଲା, କଣ୍ଡକଟର ସେମାନଙ୍କୁ ସେଇଠାରେ ଓଲ୍ହାଇ ଦେଲେ |ଦୁହେଁ ରିକ୍ସାରେ ଆସି ଶେଷରେ ପହଁଚିଲେ ପୁରୀରେ |ପୁରୀରେ ପାଦ ଦଉ ଦଉ ସବୁ କ୍ଲାନ୍ତି ମେଣ୍ଟି ଯାଇଥିଲା ସତ୍ୟର |ମୁନା କହିଥିଲା ପ୍ରଥମେ ସମୁଦ୍ର କୂଳରେ ଗାଧୋଇବା ତା ପରେ ଯାଇ, ଜଗା ଦର୍ଶନ କରିବା କିନ୍ତୁ ସତ୍ୟର ଇଚ୍ଛା ଥାଏ ଆଗ ସେ ନୀଳାଚଳିଆ କୁ ଦର୍ଶନ କରିବ ହେଲେ ସେ ତ ଆସିଛି ମୁନା ସାହାଯ୍ୟରେ ତାରି କଥା ହିଁ ରଖିବାକୁ ପଡିବ | ଏମିତିରେ ବି ଯେତେ ଅପେକ୍ଷା କରିବ ତାକୁ ଦର୍ଶନ କରିବାରେ ସେତିକି ମଜା ଆସିବ |ସତ୍ୟର ସମୁଦ୍ର ପାଣିକୁ ଭାରି ଭୟ ସେ କୂଳରେ ବସିରହିଲା ଆଉ ମୁନା ଚାଲିଗଲା ସମୁଦ୍ରପାଣିର ମଜା ଉଠାଇବାକୁ ହଁ ! ଯିବା ପୂର୍ଵରୁ ସତ୍ୟକୁ ତା ମନିପର୍ସଟି ଧରେଇ ଦେଇ ଯାଇଥିଲା |ମୁନା ମନ ଭରି ସମୁଦ୍ରକୁ ଉପଭୋଗ କରିବା ପରେ ଦୁହେଁ ଚାଲିଥିଲେ ବଡ଼ଦାଣ୍ଡ ଆଡେ, ସେତେବେଳକୁ ବାରଟା ବାଜିସାରିଥିଲା ଲମ୍ବା ଧାଡିରେ ଠିଆହୋଇଥିଲେ ଦୁହେଁ ଦର୍ଶନ ପାଇଁ କିନ୍ତୁ ଠିକ ସିଂହଦ୍ୱାରରେ ପହଁଚିଲା ବେଳକୁ ସାହାଣ ବନ୍ଦ ହୋଇଯାଇଥିଲା |ସତ୍ୟର ମନେ ମନେ ବହୁତ ଦୁଃଖ କଲା, ଅଭିମାନ ହେଲା କାଳିଆ ଉପରେ ଏତେ ବାଟ ପ୍ରଭୁ ଧାଇଁ ଧାଇଁ ଆସିଥିଲି ତମରି ଦର୍ଶନ ପାଇଁ ସବୁ କଷ୍ଟକୁ ଫୁ କରି ଉଡେଇଦେଇଥିଲି ଆଉ ଶେଷରେ ଟିକିଏ ଦର୍ଶନ ବି ଦେଲେ ନାହିଁ |ଠିକ ଅଛି ପ୍ରଭୁ ମୁଁ ଫେରିଯାଉଛି ଆଉ ଥରେ ତମେ ଡାକିଲେ ବି ଆସିବିନି |ତମେ ନାଟୁଆ ଠାକୁର ବୋଲି ନିଜ ଇଚ୍ଛାରେ ହିଁ ସବୁ କରିଥାଅ, ଥରେ ବି ମୋ ପ୍ରତି ତମର ଦୟା ହେଲାନି ।


   ମୁନା ଓ ସତ୍ୟ କିଛି ସମୟ ମନ୍ଦିର ଭିତରେ ଥିବା ନୀଳଚକ୍ର ପତାକାକୁ ସାମ୍ନା କରି ଛାଇରେ ଟିକିଏ ବସି ଥକା ମାରୁଥିଲେ |ସକାଳୁ ବାହାରି ଆସିଛନ୍ତି ଯେ ପାଟିରେ ପାଣି ଟିକିଏ ବି ପଡିନି ଦୁହିଁଙ୍କ ପ୍ରବଳ ଭୋକ |ହଉ ଦିଅଁ ଦର୍ଶନ ସିନା ହେଲାନି ଚାଲ ଅଭଡ଼ା ଖାଇ ତାପରେ ବାହାରିଯିବା, ମୁନା ସେହିସମୟରେ ସତ୍ୟକୁ ତା ମନିପର୍ସଟି ମାଗିଥିଲା, ଦିଅଁ ଦର୍ଶନ ମଜ଼ାରେ ସତ୍ୟ ମଧ୍ୟ ଭୁଲି ଯାଇଥିଲା ସତ୍ୟ ପର୍ସ ତା ପାଖରେ ଅଛି ସେ ଯେତେବେଳେ ପକେଟ୍ ରେ ହାତମାରିଛୀ ଦେଖିଲା ପର୍ସ ନାହିଁ |ସବୁଆଡେ ଖୋଜିଥିଲେ ଦୁହେଁ ହେଲେ କିଛି ଫଳ ମିଳିନଥିଲା ହୁଏତ ସେ ଧାଡିର ଠେଲାପେଲାରେ କୁଆଡେ ପଡିଯାଇଛି ନହେଲେ କିଏ ପକେଟ ମାରି ନେଇଛି |ସତ୍ୟର ରାଗ ଆହୁରି ବଡ଼ିଯାଇଥିଲା କାଳିଆ ଉପରେ ତ ମନ ଏଥର ଶାନ୍ତି ତ ! ପ୍ରଥମେ ଦର୍ଶନ ଦେଲୁନି ଆଉ ତାପରେ ଏଇ କଥା ଆଉ କେବେବି ଆସିବିନି ପୁରୀ! ଦୁହେଁ ଶେଷରେ ଭୋକ ପେଟରେ ବାହାରିଯାଉଥିଲେ |ବାଇଶି ପାହାଚରେ ଓଲ୍ହାଇ ଯାଉଥିବା ବେଳେ ହଠାତ କିଏ ଜଣେ ତାଙ୍କୁ ପଛରୁ ଡାକିଥିଲେ, ସତ୍ୟ ବୁଲିପଡ଼ିଦେଖିଥିଲା କଳା ଚେହେରା ସହ ଚନ୍ଦନ ମାଖିଛି, ପେଟରେ ପଇତା ପଡିଛି ଆଉ ଆଖି ଦୁଇଟି ଗୋଲ ଗୋଲ |ସେମାନେ ତାଙ୍କ ପାଖକୁ ଯାଇଥିଲେ ଏବଂ ସେ ତାଙ୍କୁ ଗୋଟିଏ ପର୍ସଟିଏ ବଢ଼େଇଦେଇ କହିଲେ ଏ ପର୍ସଟି ସିଂହଦ୍ୱାର ପାଖରେ ପଡିଯାଇଥିଲା |ପର୍ସଟି ଦେଖି ଜାଣିବାକୁ ପାଇଲେ ପାଇଲେ ପର୍ସଟି ମୁନାର ଦୁହିଁଙ୍କ ସୁଖ ମଣ୍ଡଳ ହଠାତ ପ୍ରସନ୍ନ ଦିଶିଲା |ସେମାନେ ଚାହିଁଦେଲା ବେଳକୁ ସେ ଲୋକଟି ଆଉ ନଥିଲେ |ଏ କଣ ସତରେ କାଳିଆ ଠାକୁର ସତ୍ୟର ଅଭିମାନ ରଖିଲେ |ସତ୍ୟ ବାଇଶି ପାହାଚରେ ତଳକୁ ଓହ୍ଲାଇ ଯେତେବେଳେ ପଛକୁ ଚାହିଁ ଦେଖିଲା ତାକୁ ଯେମିତି ଲାଗିଲା ସ୍ୱୟଂ ଜଗନ୍ନାଥ ସେ ବାଇଶି ପାହାଚରେ ଛିଡା ହୋଇଛନ୍ତି | ଇଏ କଣ କୁହୁକ ନା ମୋ ଠାକୁରଙ୍କର ମାୟା ଜାଲ ତା ଆଖି ଲୁହରେ ଛଳ ଛଳ ହୋଇଗଲା, କଣ ଟିକିଏ ରାଗିକି କହିଦେଲି ବୋଲି ରତ୍ନସିଂହାସନରୁ ମୋ ଠାକୁର ଉଠି ଚାଲି ଆସିଲେ | ଖୁସିରେ ଆତ୍ମ ବିଭୋର ହୋଇ ସତ୍ୟ ନାଚି ନାଚି କହୁଥାଏ ବାଇଶି ପାହାଚେ ମୋ ଦିଅଁ | ସେଇଥି ପାଇଁ ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ ନିଶ୍ଚୟ ଡାକ ଶୁଣିବେ ଥରେ ଖାଲି ସଫା ମନରେ ଡ଼ାକିବା କଥା |



Rate this content
Log in