Sunanda Mohanty

Others

3  

Sunanda Mohanty

Others

ବହି ପ୍ରେମ

ବହି ପ୍ରେମ

2 mins
231



ନୂଆ ନୂଆ ଫୁଲ ଫୁଟୁଥିବା ରଜନୀଗନ୍ଧା ଡାଳଟାକୁ ମାଙ୍କଡ଼ କବଳରୁ ରକ୍ଷା କରିବାକୁ ଯାଇ କେତେ କଷ୍ଟରେ ବଞ୍ଚାଇ ରଖିଲା ବେଳକୁ ପଡିଶା ଘର କ୍ରିକେଟ ଖେଳୁଥିବା ବଲଟି ସିଧା ଆସି ବାଜିଲା ଡାଳରେ ଆଉ ନଇଁ ପଡିଲା କଢ଼ଭର୍ତ୍ତି ଡାଳଟି, ଅକାରଣରେ ମନଟା ଦୁଃଖ ହୋଇଗଲା ତ ଝିଅ ଛାତ ଉପରକୁ ଆସି କହୁଥିଲା ବ୍ୟସ୍ତ କାହିଁ ହେଉଛୁ ପୁଣି ହେବ, ତା କଥା ଶୁଣି ନିଆଁରେ ପାଣି ପଡିଲା ଭଳି ମନରୁ ଉଠୁଥିବା ଧୂଆଁକୁ ସିନା ଚାପିନେଲି ହେଲେ ପଡିଶା ଘର ବୁଲୁ ଯେବେ ମାଉସୀ ବଲଟା ପଡ଼ିଲାକି?, ତା ଉତ୍ତରରେ ଝିଅ ସିଧା ବଲଟି ବଢ଼େଇ ଦେଉଥିଲା ତ ମନରୁ ହୃଦୟ ଯାଏଁ ଲିଭିଥିବା ନିଆଁ ର କିଛି ଧୂଆଁ ଯେପରି ପୁଣି କୁହୁଳି ଗଲା ତ କହିଲି ଦେଖିଚାହିଁ ଖେଳ ପିଲାଏ ରଜନୀଗନ୍ଧା ଡାଳଟା ଭାଙ୍ଗିଗଲା ଆଜି ପରା ଦିନରେ l

  ବୁଲୁ ତ ଦାନ୍ତ ନିକୁଟେଇ ଚାଲିଗଲା ହେଲେ ଝିଅର ଆକଟରେ ମୁଁ ସ୍ତମ୍ଭୀଭୂତ, କାଲିକା ପିଲା ମତେ ଶାସନ କରୁଛି, ତୁ ଏମିତି କଣ କହିଲୁ ମାଆ, ବୁଲୁ ଭାଇ କଣ ଜାଣିକି ବଲ ପକାଇଛି, ଏମିତି ହୁଏ, ହଁ କହିବୁନି କାହିଁକି, ରଜନୀଗନ୍ଧା ଫୁଲ ଗଛ ପୁଣି ବଢ଼ି ଫୁଲ ଫୁଟିବା କଣ ସହଜ କଥା, ତ ଝିଅ ପୁଣି କହୁଥିଲା ହଁ ସହଜ ହେଲେ ବୁଲୁ ଭାଇ ମତେ ଲାଇବ୍ରେରୀରୁ ବହି ନଆଣିଦେଲେ ମୁଁ ନୋଟ କରିବା ଭାରି ଅସହଜ, କହି ଝିଅ ଚାଲିଗଲା, ଆଉ ତଳକୁ ଯାଇ ଦେଖିଲା ବେଳକୁ ତା ରୁମ ସାରା ବହି ପତ୍ର ଖେଳେଇ ହୋଇ ପଡିଛି, ବିରକ୍ତରେ ଥୁଆ ରଖା କରୁ କରୁ ନଜର ପଡିଲା ଖୋଲା ବହି ଭିତରେ ଆଉ ଗୋଟେ ଖୋଲା ବହି, ପୁଣି ସେ ବହି ଭିତରେ ଶୁଖିଲା ଗୋଲାପ ଭରା ଡାଳ ଖଣ୍ଡିଏ, ମୁଣ୍ଡକୁ ପିତ୍ତ ଚଢ଼ିଗଲା, କୁଆଡେ ଗଲା ଆସୁ ତା ବହି ପ୍ରେମ ଛଡଉଛି କହି ତମତମରେ ଝିଅକୁ ଡାକିଲା ବେଳକୁ ଝିଅ ଆସି କାହିଁ ପାଟି କରୁଛୁ ମାଆ କହିବାରେ ରାଗ ଆହୁରି ବଢିଯାଇଥିଲା ତ ଶୁଖିଲା ଗୋଲାପ ଡାଳ ଦେଖାଇ ଯେବେ ମାଆ ମିନତି ଗର୍ଜ୍ଜି ଉଠିଲେ ବହି ପ୍ରେମ ଚାଲିଛି ନାଇଁ, ସେଇ ବୁଲୁ ତତେ ନିଶ୍ଚୟ ଏ ଗୋଲାପ ଫୁଲ ଭରା ଡାଳ ବହି ଭିତରେ ଦେଇଛି, ତୁ ସେଇଥିପାଇଁ ତା ପାଇଁ ଓକିଲାତି କରୁଛୁ, ତ ଝିଅ ମୁଁହ ଶୁଖିଗଲା ମତେ ଏମିତି ଭୁଲ ବୁଝୁନା ମାଆ କହୁଥିଲା କାନ୍ଦି କାନ୍ଦି l

  ମନେ ପଡିଲା ମିନତିଙ୍କର ସେଦିନ ଝିଅ ପାଇଁ ବହି ଆଣି ଆସିଥିବା ବୁଲୁ ଝଙ୍କାଳିଆ ଗୋଲାପ ଗଛଟିକୁ ଦେଖି ଡାଳ ଖଣ୍ଡେ ମାଗି ଚାଲିଯାଇଥିଲା, ତା ପାଇଁ ଡାଳ ଖଣ୍ଡେ ଭାଙ୍ଗି ଝିଅ ତାକୁ ଦେବାକୁ ଯାଉଥିବା ବେଳେ ସେ ଛଡେଇ ରଖି ଝିଅକୁ ଆକଟ କରିଥିଲେ, ତ ଏଇଟା ସେଇ ଡାଳ, ଝିଅ ବହିରେ ଚିହ୍ନ ଦେବାପାଇଁ ବ୍ୟବହାର କରୁଛି ମାତ୍ର l

 ଲଜ୍ଜିତ ହେଲେ ମାଆ ମିନତି, ଏମିତି ଭୁଲ ବୁଝାମଣାରେ କେତେ ଜୀବନ ଧ୍ବଂସ ହେଇଯାଇଛି, ତ କୋଳେଇ ନେଲେ ଝିଅକୁ ମିନତି, ମୋ ମାଆ କହି ଭିଡି ନେଲେ ଗୋଲାପ ବଗିଚା ନିକଟକୁ ଆଉ ଭାଙ୍ଗିଲେ ଅନେକ ଡାଳ କହିଲେ ଯା ବୁଲୁ ଭାଇକୁ ଦେଇଆସିବୁ, ଆଜି ପରା ବିଶ୍ୱ ପରିବେଶ ଦିବସ, ସଭିଙ୍କ ଘରେ ଫୁଟୁ ଗୋଲାପ, ମୋ ଗୋଲାପ ତ ତୁ, ଝିଅ ଖୁସିରେ ଗୋଲାପ ଡାଳ ନେଇ ଗଲା ପରେ ତା ବହି ସବୁ ଝାଡ଼ିଝୁଡ଼ି ଥୋଇବାରେ ଲାଗିଗଲେ ମିନତି, ଦୂରରୁ ବାପା ପୁଅ ସବୁ ଦେଖି ଶୁଣି ମୁରୁକି ହସୁଥିଲେ ଆଉ ସ୍ୱାମୀ କହୁଥିଲେ, ଯା ହେଉ ଏତେ ଦିନେ ବହିର ମୂଲ୍ୟ ବୁଝିଲ, ମିନତି ଉତ୍ତର ନଦେଇ ଲାଗିଥିଲେ କାମରେ l



Rate this content
Log in