BISWESWAR MAJHI

Others

5.0  

BISWESWAR MAJHI

Others

ଭାଗ୍ୟହୀନ

ଭାଗ୍ୟହୀନ

2 mins
465


ଶିବରାତ୍ରିରେ ଶିବ ପାର୍ବତୀଙ୍କ ମନୋମାଳିନ୍ୟ ଚରମ ସୀମାରେ । ଅକର୍ମା ଦାନୀ ନାମ ପାଇ ଯଦି ଆପଣଙ୍କ ନିଷ୍ଠାବାନ ଭକ୍ତ ଚୀର ଦରିଦ୍ର, ଭକ୍ତ ମାନେ ଆପଣଙ୍କୁ ଆଉ ଡାକିବେ କାହିଁକି ? ମା ଙ୍କର ଅକାଟ୍ୟ ଯୁକ୍ତି, ଶିବ କିନ୍ତୁ ତାଙ୍କ ନିଷ୍ପତ୍ତିରେ ସ୍ଥିର ନିଶ୍ଚଳ ।

ଭଗବାନ ମାଙ୍କୁ ବୁଝାଇ ଚାଲି ଥାନ୍ତି ଭାଗ୍ୟ ଦୋଷରୁ ପ୍ରବଳ ପରାକ୍ରମୀ ପାଣ୍ଡବ ବାର ବର୍ଷ ବନବାସ ତଥା ବର୍ଷେ ଅଜ୍ଞାତ ବାସ କଲେ । ନଳ ରାଜା ଘାସ କାଟିଲେ, ରାଣା ପ୍ରତାପ ଜଂଗଲରେ ଘାସ ଖାଇଲେ । ଯାହା ଭାଗ୍ୟରେ ଦାରିଦ୍ର୍ଯ ଯୋଗ ଅଛି, ତାକୁ ମୁଁ ଦାନ ଦେବା ଅପାତ୍ରରେ ଦାନ ହେବ । ମାତା ପାର୍ବତୀ କିନ୍ତୁ ତାଙ୍କ ଜିଦରେ ଅଟଳ ଅଚଳ । କାରଣ ମା ହୋଇ ଏକନିଷ୍ଠ ଭକ୍ତର ଦୈନ୍ଯ ତାଙ୍କ ପାଇଁ ଗ୍ରହଣୀୟ ନୁହେଁ । ଦେବାଧିଦେବ ଙ୍କ ନିଷ୍ଠା ଉପରେ ପାର୍ବତୀଙ୍କ ସନ୍ଦେହ ଘନୀଭୂତ ହେଉଥାଏ । ଶିବ ଜାଣିଶୁଣି ତାଙ୍କ ଭକ୍ତ ପ୍ରତି ଏପରି ପାତର ଅନ୍ତର କରୁ ନାହାନ୍ତି ତ !

ଶିବ ଶେଷରେ କହିଲେ ଠିକ୍ ଅଛି, ତୁମେ ଜଗତ ଜନନୀ ବୋଲି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ ଚାହୁଁଛ । ସୃଷ୍ଟି କିନ୍ତୁ ବିଷମ । ସମସ୍ତେ ଚାହିଁଲେ ବି ସମାନ ହୋଇ ପାରିବେନି । ତା ଛଡା ଭକ୍ତି ସହିତ ଧନୀ ଦରିଦ୍ରର କୌଣସି ସମ୍ପର୍କ ନାହିଁ । ତୁମ କଥା ରଖି ମୁଁ ସେ ନିଷ୍ଠାବାନ ଦରିଦ୍ର ଭକ୍ତକୁ ଉପଯୁକ୍ତ ଦାନ ଦେବି । ଏଥର ଲକ୍ଷ ରଖ ସେ ଭକ୍ତ ପ୍ରତି ।

ମହାଦେବ ବେଶ୍ କିଛି ଧନ ଧାନ୍ୟ ସୁବର୍ଣ୍ଣ ପୁଟୁଳି ଟିଏ କରି ସେ ଦରିଦ୍ର ଭକ୍ତ ଯାଉଥିବା ରାସ୍ତାରେ କିଛି ବାଟ ଆଗରେ ପକାଇ ଦେଲେ । ଭକ୍ତ ଟିର ମନକୁ ଠିକ୍ ସେତିକି ବେଳକୁ ଏକ ଅଦ୍ଭୁତ ଚିନ୍ତା ଧାରା ଆବିଷ୍ଟ କଲା । ମନ୍ଦିର ବାହାରେ ଭିକ୍ଷା ମାଗୁଥିବା ବିଚରା ଅନ୍ଧଟି କଥା ମନେ ପଡିଗଲା । ବିଚରା ଅନ୍ଧଟି ଘରଠାରୁ ମନ୍ଦିର ପର୍ଯ୍ୟନ୍ତ ଆସେ କିପରି ? ଅନ୍ଧର ଦୁଃଖରେ ସମଦୁଃଖୀ ହୋଇ ସେ ଭାବିଲେ ମୁଁ ଥରେ ଚେଷ୍ଟା କରି ଦେଖେ ଅନ୍ଧମାନେ ବାଟ ଚାଲିବାରେ କି କଷ୍ଟ ଅନୁଭବ କରନ୍ତି । ତେଣୁ ସେ ନିଜର ଆଖି ଦୁଇଟି ବନ୍ଦ କରି ବହୁ ବାଧା ବିଘ୍ନରେ କିଛି ରାସ୍ତା ଅତିକ୍ରମ କଲେ । ସେତିକି ଭିତରେ ସେ ସୁନା ପୁଟୁଳି ପଡିଥିବା ରାସ୍ତାକୁ ଅତିକ୍ରମ କରିଗଲେ ।

ଜଣେ ଧନୀକ ରାସ୍ତାରେ ଗଲାବେଳେ କେବେ ଅନ୍ୟ ମନସ୍କ ହୁଅନ୍ତି ନାହିଁ, କାରଣ ତାଙ୍କର ଧାରଣା ରାସ୍ତାରେ କେବେ କିଛି ଯଦି ଦୁର୍ଘଟଣା ହୁଏ । ସେଥିପାଇଁ ସେ ଖୁବ୍ ସତର୍କତାର ସହ ବାଟ ଚାଲୁଥାନ୍ତି, ସୁନା ପୁଟୁଳିଟି ତାଙ୍କୁ ପ୍ରାପ୍ତ ହେଲା । ଏଥର ଦେବୀ ପାର୍ବତୀ ନିଜର ଭୁଲ ବୁଝି ପାରିଲେ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in