The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Nibedita Mishra

Others

5.0  

Nibedita Mishra

Others

ଭାଗ

ଭାଗ

2 mins
587



ବାପା,ମା,ଭାଇ ଓ ମାନିନୀ। ବାସ୍ ଛୋଟିଆ ପରିବାର ଟିଏ। ସମ୍ପର୍କୀୟ କହିଲେ ମାନିନୀ ବୁଝେ ତା'ର ଏକମାତ୍ର ପିଉସୀକୁ। ଯିଏକି ବେଳେ ବେଳେ ତାଙ୍କ ଘରକୁ ଆସନ୍ତି।

ଆଉ ମାନିନୀର ମା'ତାଙ୍କ ଘରେ ଏକମାତ୍ର ଝିଅ ଥିବାରୁ ଅଜା ଆଈ ଗଲାପରେ ମାନିନୀ ଲାଗି ମାମୁଁ ଘର ବୋଲି କିଛି ଗୋଟାଏ ନ ଥାଏ। ତେଣୁ ପିଉସୀ ହିଁ ତାର ଅତିପ୍ରିୟ । ସବୁଥର ପିଉସୀ ଆସିବା ଖବରଟା ପହଞ୍ଚିଲେ ମାନିନୀର ପରିବାର ଚାତକ ପ୍ରାୟ ଚାହିଁ ରହିଥାନ୍ତି।କାରଣ-ପିଉସୀ ର ଆଗମନ ମାନେ ମାନିନୀ ପରିବାରରେ ଏକରକମର ଉତ୍ସବ ଚାଲେ। ଆଉ ପିଉସୀର ଫେରିବାଟା ଝିଅ ବିଦାୟ ଠାରୁ କମ୍ ଦୁଃଖଦ ନଥାଏ।


ହେଲେ ଏଥର ର କଥାଟା ଟିକିଏ ଅଲଗା ଅଲଗା ଲାଗୁଥିଲା ମାନିନୀକୁ।ଯେବେଠୁ ପିଉସୀ ଆସିବ ବୋଲି ଫୋନ୍ କରିଦେଇଚି।ସେବେଠାରୁ ମାନିନୀ ପରିବାରରେ ଗୋଟେ ଅଜବ ଗୁଳୁଗୁଳି ମୟ ପରିବେଶ ଅନୁଭୂତ ହେଉଛି।ହେଲେ ମାନିନୀ ଏହାର ଅଗ କି ମୂଳ କିଛି ପାଉ ନ ଥାଏ।ଦିନେ ମାନିନୀ ସଂଧ୍ଯାରେ ପାଠ ପଢୁଥିବା ସମୟରେ ପାଖ ରୁମ୍ ରେ ବାପା ଓ ମା ଙ୍କ ଭିତରେ ହେଉଥିବା କଥା ଶୁଣିବାକୁ ପାଇଲା।

- ନାନୀ ଆସିବ ବୋଲି ଫୋନ୍ କରିଛି।ଜାଣିଲଣି ତ!

- ଦେଖିବ,ଆସିଲେ ନିଶ୍ଚୟ ଗାଁ ଜମିରେ ଭାଗ କଥା ଉଠେଇବେ।

- ସରକାର ଝିଅଙ୍କୁ ପୈତୃକ ସମ୍ପତ୍ତିରେ ଭାଗ ଦେଇକି ବଡ ଅଡୁଆ କରିଦେଲା।

-ମୁଁ ବୁଝି ପାରୁନି ନାନୀଙ୍କର ଭାଗ କ'ଣ ଦରକାର ଯେ?ବୟସ ତ ହେଲାଣି।ଦି ପୁଅ ତ ବାହାଚୁଡା ହେଇକି ବିଦେଶରେ।ପେନସନ୍ ଭି ମିଳୁଛି।

-ହଁ ପରା ସେଇକଥା ତ ମୁଁ ବି ଭାବୁଛି।ଆମର ଛୁଆ ଛୋଟ ଅଛନ୍ତି।ମୁଣ୍ଡ ଉପରେ ଛାତଟିଏ ନାହିଁ।ଆମର ଭାଗଟା ଯେତିକି ଦରକାର।ତା'ର ସେତିକି ଜରୁରୀ ନୂହେଁ।

-ତାହେଲେ କ'ଣ କରିବା ଭାବୁଛ?

-ତୁମେ ଯଦି ନାନୀକୁ ବୁଝେଇ ଶୁଝେଇ N.O.C ପେପର୍ ରେ ଦସ୍ତଖତଟା କରେଇ ପାରନ୍ତ ।ତେବେ ଭଲ ହୁଅନ୍ତା।ତାକୁ ଆଉ ଭାଗ ଦବାକୁ ପଡନ୍ତାନି।ହଁ ତାଙ୍କ ପୁଅ ମାନେ ଛୁଟିରେ ଆସିବା ଆଗରୁ କାମ ସବୁ ସରିଯାଆନ୍ତା।

- ବାକି ନାନୀ ଯେମିତି ଭାଗ କଥାଟି ନଉଠାଏ ।ସେଥିପ୍ରତି ଧ୍ଯାନ ଦେବ।

- ହଉ ତେବେ........।

ଠିକ୍ ଏତିକି ବେଳକୁ ମାନିନୀ ରୁମ ଭିତରକୁ ପଶି ଆସିଲା।କିଛି ସମୟ ବାପା ମାଙ୍କୁ ନିରବ ହୋଇ ଚାହିଁ ରହିଲା ପରେ ଅତି ଭୟଭୀତ ଓ ସଂକୁଚିତ ହୋଇ କହିଲା"ବାପା,ଭାଇ ବି କଣ ମୁଁ ବଡ ହେଇଗଲା ପରେ ଭାଗ ଲାଗି ମୋ ସହିତ ଏମିତି କରିବ?"

ଏ.ସି ରୁମ୍ ରେ ଭି ମାନିନୀର ମା ବାପା ଝାଳର ଶ୍ରାବଣ ଧାରାରେ ଭିଜି ଯାଉଥିଲେ। ମାନିନୀକୁ କି ଉତ୍ତର ଦେବେ ବୋଲି ଶବ୍ଦ ଖୋଜିବୁଲୁଥିଲେ।


ଖାଲି ଗୋଟିଏ ଶବ୍ଦ ରୁମରେ ଗୁଞ୍ଜରିତ ହେଉଥିଲା-"ଭାଗ"।


Rate this content
Log in