ABhimanyu Panda

Inspirational Children Stories

3  

ABhimanyu Panda

Inspirational Children Stories

ଭାବ

ଭାବ

3 mins
541



ଯୋଗୀ ଭୋଗୀ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ଭାବ ହିଁ ପ୍ରତ୍ୟେକ କର୍ମରେ ସବୁ କ୍ଷେତ୍ରରେ ଶ୍ରେଷ୍ଠ ବା ସାର । ପ୍ରଶ୍ନ ଉଠୁଛି ଏ ଭାବ କଣ ଓ କେମିତିକା ତାର ରୂପ ରଙ୍ଗ ? ମଣିଷ ନିଜର ସମସ୍ତ କର୍ମକୁ ଭାବ ସହିତ ଯୋଡିବାକୁ ସର୍ବଦା ଚେଷ୍ଟିତ ! ଯଦିଓ ସେ ନିର୍ଦ୍ଦିଷ୍ଟ କର୍ମର ଅନ୍ୟ ଏକ ସରଳ ସଂଜ୍ଞା ଦିଆଯାଇପାରେ ଯାହା ସେ କର୍ମ ଲାଗି ପ୍ରଯୁଜ୍ୟ ତଥାପି ଆମେ ତାକୁ ଗ୍ରହଣ କରିବାକୁ ଅପ୍ରସ୍ତୁତ । କଥାରେ ଅଛି ଭାବରେ ଭଗବାନ । ତାହେଲେ ଏତେ ଦିଶାହୀନ ଭାବନା ଶୁନ୍ୟତା ସମାଜରେ ନିଜର କାୟା ବିସ୍ତାରିଲା କେମିତି ? ସଂସାର ତ ପୁରା ବ୍ରହ୍ମ ମୟ ହେଇଯିବା କଥା । ଅସୁବିଧା ରହିଲା କେଉଁଠି ? ଯଦି ସମସ୍ତେ ଏକମତ ଆଉ ସମବେତ ଭାବେ ଈଶ୍ୱର ଏକ ବୋଲି କହୁଛନ୍ତି ତାହେଲେ ଈଶ୍ୱରଙ୍କ ଅନୁଗ୍ରହର ଏତେ ଅଭାବ କାହିଁକି ? ଭାବକୁ ପୁଣି କିଏ ସମୁଦ୍ର ସହିତ ତୁଳନା କରୁଛି ତ କିଏ ପୁଣି ଭାବକୁ ଅମୃତ ସହିତ ତୁଳନା କରୁଛି ! ଯଦି ଏ ଦୁଇଟି ଭିତରୁ ଭାବର ସଂଜ୍ଞା ଗୋଟିଏ ଅଥବା ଦୁଇଟି ଯାକ ହୁଏ  ଏତେବଡ଼ ସମୁଦ୍ର ଆମ ଜିଜ୍ଞାସା ବାହାରେ ରହିଲା କେମିତି ? ଆରଟି ହେଲା ସମସ୍ତେ ଭାବରେ ବୁଡ଼ି ରହି ସେ ଅମୃତର ସ୍ଵାଦରୁ ବଞ୍ଚିତ ରହିଲେ କେମିତି ? 


       ଯେମିତି ଜଣେ କୃଷକର ଧୈର୍ଯ୍ୟ ଓ ନିଷ୍ଠାକୁ ଭାବ କହିବା , ଜଣେ ବିଦ୍ୟାର୍ଥୀର ସାଧନାକୁ ବି ଭାବ ସହ ଯୋଡ଼ିବା ! ମନର ଅତି ସାଧାରଣ କ୍ରିୟା କାମର ଲାଳସାକୁ ବି ଭାବ ସହିତ ଯୋଡ଼ିବା ! ଜଣେ ବନ୍ଧ୍ୟା ନାରୀର ଜନନୀ ହେବାର ବ୍ୟାକୁଳତାକୁ ମଧ୍ୟ ଭାବ ସହିତ ଯୋଡ଼ିବା ? ସ୍ତ୍ରୀ ହଉ ବା ପୁରୁଷ ହେଉ ନିଜର ପରିବାର ପ୍ରତି ଥିବା ସମର୍ପଣକୁ ଭାବର ସଂଜ୍ଞା ଦେବା କେତେ ଦୂର ଯଥାର୍ଥ ? ଉପର ବର୍ଣ୍ଣିତ ସମସ୍ତ କ୍ରିୟା ଭାବ ସମୁଦ୍ରକୁ ନିଜର ଲକ୍ଷ୍ୟ ସ୍ଥଳ କରି ଅବିରତ ଭାବେ ବହି ଯାଉଥିବା ନଦୀ ମାନ । ନା କି ଏ ମାନେ ଭାବ।


        ତେବେ ଭାବର ସଂଜ୍ଞା କଣ ? ଭକ୍ତର ସମର୍ପଣକୁ କଣ ଭାବର ସଂଜ୍ଞା ଦେଇହେବ ? 


    ....ମନୁଆ ନାମରେ ଗଉଡ଼ଟି ଥିଲା । ଦିନେ ତାର ଦୁଧିଆଳି ଗାଈଟି ଜଙ୍ଗଲକୁ ଚରିବାକୁ ଯାଇ ଫେରି ନଥିଲା । ବହୁତ ଖୋଜା ଖୋଜି ପରେବି ମନୁଆ ତାର ଗାଈକୁ ପାଉନଥିଲା । ଶେଷରେ ମନୁଆ ଗାଈ ଖୋଜୁ ଖୋଜୁ ନୈମିଶା ଅରଣ୍ୟରେ ପହଞ୍ଚିଲା । ସେ ଜଙ୍ଗଲରେ ମନୁଆ ଦେଖିଲା ଯେ ଅନେକ ମୁନୀ ଋଷି ତପସ୍ୟା ରତ  ସେମାନଙ୍କ ଆଖିରେ ମୋତି ପରି କିଛି ଚମକୁଥିଲା । ମନୁଆ ଭାବିଲା ବୋଧହୁଏ ଏମାନଙ୍କର ବି ଦୁଧିଆଳି ଗାଈ ହଜିଛି ଆଉ ଏମାନେ ଗାଈକୁ ନପାଇ ଏଠି ହତାଶ ହେଇ ବସି କାନ୍ଦୁଛନ୍ତି । ମନୁଆର ଗାଇଟି ନ ମିଳିବାର ଦୁଃଖରେ ମନୁଆ ବି ସେଠି ବସି କାନ୍ଦିବାକୁ ଲାଗିଲା । ଦିନ ମାସ ବର୍ଷ ଏମିତି ବିତି ଚାଲିଲା ନା ସେଠାର ମୁନୀ ଋଷି ମାନଙ୍କ କର୍ମରେ କିଛି ପରିବର୍ତ୍ତନ ଅଛି ନା ମନୁଆର ମନୋଦଶାରେ କିଛି ପରିବର୍ତ୍ତନ ଅଛି । ବହୁଦିନ ଉପରାନ୍ତେ ମନୁଆ ମନରୁ ନିଜ ଦୁଧିଆଳି ଗାଈ ହଜିବା କଥା ଲିଭି ଯାଇଥିଲା । ମନୁଆ ମନରେ ଦ୍ଵନ୍ଦରେ ଭରି ଯାଇଥିଲା । ଅନେକ ପ୍ରଶ୍ନ ତା ମନରେ ? ଯଦି ଏମାନଙ୍କର ଗାଈ ନ ହଜିଛି ତାହେଲେ ଏମାନେ ଏଠି କଣ ପାଇଁ ବସିଛନ୍ତି । ଏମାନେ ତ ବାହାରର ଦୁନିଆରୁ ସମୂର୍ଣ୍ଣ ରୂପେ କାଟି ଦେଇଛନ୍ତି ନିଜକୁ । ତାହେଲେ ଖୋଲା ଆଉ ଭିଜା ଆଖିରେ ଏମାନେ କଣ ଦେଖୁଛନ୍ତି ? କଣ ଖୋଜୁଛନ୍ତି ? ଏମିତି ଭାବୁ ଭାବୁ ଜଣେ ମନିସୀଙ୍କର ଧ୍ୟାନ ଭଙ୍ଗ ହେଲା  । ମନୁଆ ନିଜର ଜିଜ୍ଞାସାକୁ ସେ ମନିସୀଙ୍କୁ ପଚାରିଲା । ମୁନୀ ଜଣକ କହିଲେକି ସେ ଭାବରେ ଥିଲେ । ଉପର ବର୍ଣ୍ଣିତ ସମସ୍ତ କର୍ମକୁ ମନୁଆ ଭାବର ସଂଜ୍ଞା ଦେଇ ଋଷି ମହାରାଜଙ୍କ ଉତ୍ତର ଜାଣିବାକୁ ଚାହିଁଲା । ଅଳ୍ପ ହସିଦେଇ ତପସ୍ୱୀ କହୁଛନ୍ତି.....


         ଆରେ ବାବୁ ଏତେଦିନ ଏଠି ବସି କଣ ଏଇଆ ପାଇଲୁ ଭାବର ଅର୍ଥ ? ବାଇଆଟା ପୁରା । ତୁ ଯାହାସବୁ କହୁଛୁ ଯେମିତି ଧୈର୍ଯ୍ୟ,ନିଷ୍ଠା, ସାଧନା ,ଲାଳସା ଆଉ ସମର୍ପଣ ଏ ସବୁ ଭାବ ସମୁଦ୍ରରେ ମିଶି ଯାଇଥିବା ନଦୀ ସବୁ । ଭାବ ଏ ସବୁର ବହୁତ ଉର୍ଦ୍ଧରେ । ଭାବ ସମୁଦ୍ର ହୋଇଥିଲେ ବି ଏହାକୁ ମନ୍ଥନ କରି ଏଥିରୁ ଦୁଇବୁନ୍ଦା ଅମୃତ ନିଜ ଭିତରେ ସ୍ଥାପିତ କରିପାରିଲେ ଭାବ ଶବ୍ଦ ସାର୍ଥକ ଆଉ ତାକୁ ଆଚରଣରେ ଆଣୁଥିବା ଜୀବର ଜନ୍ମ ସାର୍ଥକ । ଋଷି ,ତପସ୍ୱୀ ମାନଙ୍କ ଗହଣରେ ରହି ମନୁଆର ଜ୍ଞାନ ଉଦୟ ହେଇସାରିଥିଲା ଦରକାର ଥିଲା ତ ସଠିକ ମାର୍ଗଦର୍ଶନର । ମନୁଆ ପୁଣି ପଚାରୁଛି ହେ ମହାଭାଗ ଆପଣ କହୁଥିବା ଭାବାମୃତକୁ ସଠିକ କାମରେ କେମିତି ଲଗେଇବି ଓ ଭାବର କାମ କଣ ?


     ଆରେ ବାବୁ ଭାବ ସମୁଦ୍ର ମନ୍ଥନରୁ ପାଇଥିବା ଅମୃତର ଦୁଇବୁନ୍ଦାକୁ ଯଦି ସ୍ଥିର ଭାବେ ସୂର୍ଯ୍ୟ ଓ ଚନ୍ଦ୍ରରେ ସ୍ଥାପିତ କରିପାରିବୁ ତେବେ ଯାଇ ଭାବର ମୁଲ ପାଇବୁ । ସେ ଦୁଇବୁନ୍ଦା ଅମୃତ ମଧ୍ୟରେ ....ଧୈର୍ଯ୍ୟ,ନିଷ୍ଠା, ସାଧନା, ଲାଳସା,ବ୍ୟାକୁଳତା ଓ ସମର୍ପଣ ରୂପୀ ନଦୀ ମାନେ ଆପେ ଆପେ ପ୍ରବାହିତ ହେବେ । ଏଠି ଲାଳସାକୁ ପାଇବାରେ ନୁହେଁ ,ନିଜକୁ ହରେଇ ବାରେ ରୂପାନ୍ତରିତ କରିବାକୁ ପଡ଼ିବ । ସ୍ଥିର ଲକ୍ଷ୍ୟରେ ଭାବ ମଧ୍ୟ ଦେଇ ଅନୁଧ୍ୟାନ କରିପାରିଲେ କାମଧେନୁ ପ୍ରତିବିମ୍ବିତ ହେବ । 

  

      ମହାତ୍ମାଙ୍କ କଥାର ସାର ନେଇ ମନୁଆ ଭାବାମୃତକୁ ତାର ପ୍ରକୃତ ସ୍ଥାନରେ ରଖି । ଏକ ଲୟରେ ଦୃଢ଼ ବିଶ୍ୱାସରେ କାମଧେନୁ ଆଗମନର ସ୍ୱାଗତରେ ଲାଗି ପଡ଼ିଲା । 


      ଆମେ ସମସ୍ତେ ମନୁଆ । ଅସଲ ଭାବକୁ ନ ବୁଝି ପ୍ରତିଟି କ୍ରିୟାକୁ ଭାବ ସହିତ ଯୋଡ଼ି ଭବ ସମୁଦ୍ରରେ ଅଣନିଶ୍ୱାସୀ ହଉଛେ ।

    


Rate this content
Log in

Similar oriya story from Inspirational