Pramod Kumar Jena

Others

3  

Pramod Kumar Jena

Others

ବଡ ଚୋର

ବଡ ଚୋର

1 min
14.4K


 

ବଡ ଚୋର

                ଆଜି ପରୀକ୍ଷା l ବାବା ନୂଆ କଲମ, ନୂଆ ପେନସିଲ୍ ଆଉ ନୂଆ ବୋର୍ଡ୍ ଆଣିଦେଇଛନ୍ତି l ଜଲଦି ଜଲଦି ସ୍କୁଲରେ ପହଞ୍ଚିବାର ଅଛି l ବାବାଙ୍କୁ ମୁଣ୍ଡିଆ ମାରିବାକୁ ଗଲା
ବୁଲୁ
l ବୋଉ କହୁଥିଲା ପରୀକ୍ଷାକୁ ଯିବା ପୂର୍ବରୁ ବାବା ବୋଉଙ୍କୁ ମୁଣ୍ଡିଆ ମାରି ଗଲେ ସବୁ ଭଲ ହୁଏ l କାଲି ରାତିରୁ ବାବାଙ୍କୁ ଜ୍ଜ୍ୱର l କିଛି ନ କହି ଖାଲି ମୁଣ୍ଡ ଉପରେ ହାତ ବୁଲେଇ ଦେଲେ l ହଠାତ୍ ବୋଉ କହିଲା, ରହ ଟିକିଏ”l ଗୋଟେ ଗିନାରେ ଦହି ଆଣି ତା ମୁହଁରେ ଚାମଚଟିଏ ଖୁଆଇଦେଇ କହିଲା, ଯା l ସବୁ ପ୍ରଶ୍ନ ଠିକ୍ ଠିକ୍ ପଢି ଉତ୍ତର ଲେଖିବୁ l” ଝଟ୍ କରି ବୋଉକୁ ମୁଣ୍ଡିଆ ମାରି ବୁଲୁ ଚାଲିଲା ସ୍କୁଲକୁ l ବାଟରେ କାହାକୁ ନ ଅନାଇଁ ସିଧା ସିଧା ଯାଇ ସ୍କୁଲରେ ପହଞ୍ଚିଗଲା l ହଠାତ୍ ତା ସାଙ୍ଗ ସୁଦୀପ୍ ତା ବାବାଙ୍କ ଗାଡିରେ ଆସି ପହଞ୍ଚିଲା l ଆଜି ସୁଦୀପର ବାବା ତାଙ୍କ ନିଜ ଗାଡିରେ ଛାଡିବାକୁ ଆସିଥିଲେ l ବୁଲୁର ବାବା ତାଙ୍କ ଅଫିସରେ ଡ୍ରାଇଭର୍ ଚାକିରି କରନ୍ତି l କିଛି ସମୟ ପରେ ସୁଦୀପ୍ ବୁଲୁକୁ କହିଲା, ଆଜି ଡାଡି ତୋ ବାବାଙ୍କୁ ଗାଳି ଦେଉଥିଲେ l କହିଲେ, ଚୋରଟାକୁ ଆଜି ଛୁଟି ନେବାକୁ ଥିଲା ?” ବୁଲୁ ଟିକେ ମୁରୁକି ହସିବାରୁ ସୁଦୀପ୍ ପଚାରିଲା, ତୋତେ ଖରାପ ଲାଗିଲାନି ? ତୁ ଓଲଟା ହସୁଛୁ ?” ବୁଲୁ କହିଲା,ବାବା କହୁଥିଲେ, ଯେଉଁମାନେ ସରକାରୀ ଗାଡି ନିଜ କାମରେ ଲଗାନ୍ତି ସେମାନେ ସବୁଠାରୁ ବଡ
ଚୋର
l”

ପ୍ରମୋଦ କୁମାର ଜେନା ©

 

 

 

 

 

 


Rate this content
Log in