The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pradipta Sundar Rath

Children Stories Inspirational

3  

Pradipta Sundar Rath

Children Stories Inspirational

ବାପାଙ୍କ ପ୍ରିୟ ସମ୍ପତ୍ତି

ବାପାଙ୍କ ପ୍ରିୟ ସମ୍ପତ୍ତି

3 mins
10


ଏବେ ସଜ ସଜ ତ ହରି ମଉସାର ଦଶ ଯାଇଛି ଆଉ ଏବେ କଣ ପୁଣି ହେଲା କି ତାଙ୍କ ଦୁଆରେ କଣ ଏତେ ଗହଳି ! କଣ ହୋଇଛି ଭାବି ସତ୍ୟ ଚାଲିଗଲା ବେଳକୁ ଭେଟିଲା ସୁବ୍ରତ ଭାଇ କୁ । ସୁବ୍ରତ ଭାଇ ...ବୋଧହୁଏ ଗାଁର ଅଧାରୁ ଅଧିକ ନାଁ ଜାଣିନଥିବେ ତାର ,କେବଳ କେତେକ ପାଖ ପଡୋଶୀଙ୍କୁ ଛାଡିଦେଲେ କିଏ ବା ତା ନାଁ ଜାଣିଛି। ସଭିଙ୍କ ଆଗରେ ପରିଚୟ ଗୋଟିଏ ହରିପୁଅ ଅବା ପ୍ରଦ୍ଯୁମ୍ନ ର ଭାଇ। 

  ସତ୍ୟ ପଚାରିଲା ,ଆରେ ସୁବ୍ରତ ଭାଇ ଏବେ ତ ଯାଇଥିଲ ଭୁବନେଶ୍ବର ପୁଣି ଆଜି ଗାଁ କୁ କଣ ହେଇଛି କି ଘରେ ?

 ଆରେ ନା ସତ୍ୟ ମୁଁ ବି ଜାଣେନି ଏତେ ଗହଳି କାହିଁକି ହେଇଛି ,ଭାଇ ଅର୍ ଜେଣ୍ଟଲି କାହିଁକି ଡକେଇଲେ...ସେଥିପାଇଁ ଆସିଲି। 

  ଉଭୟ ସାଙ୍ଗହୋଇ ଗଲାବେଳକୁ ଗାଁର କିଛି ଜଣାଶୁଣା ଲୋକ ସେଠାରେ ଥିଲେ ସେମାନଙ୍କ ମଧ୍ୟରୁ ଜଣେ ସୁବ୍ରତକୁ କହିଲେ-ପୁଅ ଆମେ ସମସ୍ତେ ଏଠାକୁ ଆଜି ଆସିଛୁ ତୁମ ବାପାଙ୍କ ସମ୍ପତ୍ତି ତୁମ ଦୁଇ ଭାଇ ଙ୍କ ଭିତରେ ବାଣ୍ଟିଦେବା ପାଇଁ। 

 ସୁବ୍ରତ କହିଲା-ମଉସା ଆପଣ କିଛି କହିବା ଆଗରୁ ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ ।

ମଉସା କହିଲେ "ହଁ ପୁଅ କହ ...ତୋରି ମତାମତ ପାଇଁ ଆମେ ତ ଅପେକ୍ଷା କରିଛୁ ।

ସୁବ୍ରତ-ମଉସା ମୁଁ ମୋ ବାପାଙ୍କ ସାନପୁଅ ଆଉ ଅତି ଗେହ୍ଲା ଥିଲି। ଏଣୁ ବାପାଙ୍କ ସବୁ ପ୍ରିୟ ଜିନିଷ ଉପରେ ଅଧିକାର ଆଗ ମୋର ଅଛି। 

 (ସୁବ୍ରତର ବଡ ଭାଇ ସହ ସମସ୍ତେ ଭାବୁଥିଲେ ବୋଧେ ଈଏ ଅଧିକ କିଛି ଚାହିଁବ ।)

ସୁବ୍ରତ କିଛି କହିବା ଆଗରୁ ପ୍ରଦ୍ଯୁମ୍ନ ଭାଇ କହିଲେ 

ପ୍ରଦ୍ଯୁମ୍ନ ଭାଇ -ଦେଖ ମୁଁ ବି ବଡ ପୁଅ। ମୋତେ ବି ବାପା ଭଲ ପାଉଥିଲେ ଆଉ ଏତେ ଦିନ ଯାଏଁ ବାପାଙ୍କ ସବୁ ସମ୍ପତ୍ତିର ରକ୍ଷଣାବେକ୍ଷଣ ମୁଁ କରିଆସୁଛି। 


ସୁବ୍ରତ -ଦେଖ ମଉସା ମୁଁ ସେସବୁ କିଛି ଜାଣେନି ..ଜାଣିବାକୁ ବି ଚାହୁଁନି। ମୋର ବାସ୍ ଗୋଟେ ଜିନିଷ ଦରକାର ଆଉ ସବୁକିଛି ଭାଇ ରଖିଦିଅନ୍ତୁ ମୋର। ମମୁଁ ତାର ସବୁକିଛି ଆଗରୁ ବୁଝୁଥିଲି,ଏବେ ବି ବୁଝୁଛି,ଆଉ ଆଗକୁ ବୁଝିବି ମଧ୍ୟ। ସେଥିରୁ ନା ଭାଇ ନା ତୁମେ ନାଁ ଗାଁର ଆଉ କିଏ ଚାହିଁଲେ ବଞ୍ଚିତ କରିପାରିବନି। 

(ସମସ୍ତେ ଆଶ୍ଚର୍ଯ୍ୟ ...କାହିଁ କେହି ତ ଜାଣିନୁ ସହରରେ କେଉଁଠି କିଛି ହରି ପଟ୍ଟନାୟକର କିଛି ଥିଲା ବୋଲି ।ତେବେ ଇଏ କେଉଁ ସମ୍ପତ୍ତି କଥା କହୁଛି)

ମଉସା-ହଉ ବାବା ସେଇଟା ତୋର ଯେ ହେଲେ କଣ ସେଇଟା ଆଗ ତ କହ। ଦେଖ ବାବା,ଆମେ ଜାଣିବାରେ ତୋ ବାପା ର ବାହାରେ ସେମିତି କିଛି ନାହିଁ ଆଉ ଆମେ ସମସ୍ତେ ଦେଖିଆସୁଛୁ ସବୁ ସମ୍ପତ୍ତିର କଥା ପ୍ରଦ୍ଯୁମ୍ନ ବୁଝୁଛି ଆଉ ତୁ ବାହାରେ ରହି ପଢିବା ପରେ ଏବେ ବାହାରେ ଚାକିରି କରୁଛୁ। 


  ସମସ୍ତଙ୍କ ନୀରବତା କୁ ଭାଙ୍ଗିଦେଇ ସୁବ୍ରତ ଗୋଟିଏ ଶବ୍ଦ କହିଲା- ପ୍ରଦ୍ଯୁମ୍ନ ଭାଇ...ପ୍ରଦ୍ଯୁମ୍ନ ଭାଇ-କଣ କହୁଛୁ ତୁ ...କଣ କହିବାକୁ ଚାହୁଁଛୁ ...।


ସୁବ୍ରତ-ହଁ ଭାଇ ମୁଁ ସେଇଆ କହିବାକୁ ଚାହୁଁଛି ଯାହା ତୁମେ ଶୁଣିଲ ...ତୁମେ ଆଉ ମୁଁ କଣ ବାପାଙ୍କ ସମ୍ପତ୍ତି ନୁହେଁ ?ବାପା ତ କହୁଥିଲେ ଆମେ ଦୁଇଜଣ ହିଁ ସବୁଠୁ ବଡ ସମ୍ପତ୍ତି। ଆଉ ସବୁ ସମ୍ପତ୍ତି ଭିତରୁ ମୋର ତୁମେ ଦରକାର।  ଆଛା କହିଲ ଭାଇ ପଢାପଢି ଭିତରେ ବାହାରେ ଚାକିରି କରିବା ଭିତରେ ମୁଁ ସବୁଦିନ ତୁମକୁ ଫୋନ କରିଛି କି ନାହିଁ। ତୁମର ଭଲ ମନ୍ଦ ବୁଝିଛି କି ନାହିଁ। ଆଗକୁ ମଧ୍ୟ ସେମିତି ତୁମ କଥା ବୁଝିବି ଭାଇ...ମୋର ବାସ୍ ତୁମେ ଦରକାର ଆଉ କିଛି ଚାହେଁ ନାହିଁ। 

  ପ୍ରଦ୍ଯୁମ୍ନର ଆଖିରୁ ଠପ ଠପ ଲୁହ ଝରିଗଲା। ନିଜ ଭାଇକୁ ଯାଇ କୁଣ୍ଠାଇ ପକାଇଲା ଆଉ କହିଲା-ମୁଁ ଭୁଲ୍ ଥିଲି ରେ ...ମୁଁ ଭାବିଲି ମୁଁ ଏବେ ସବୁ ଜମିବାଡି କଥା ବୁଝିବି ଆଉ ତୁ ପଛରେ ଆସି ଭାଗ ମାଗିବୁ ।

 ନା ମଉସା ମୁଁ ଆଉ ସମ୍ପତ୍ତି ର ଭାଗ ଚାହୁଁନି ...ମଉସା ଇଏ ଭାଇ ନୁହେଁ ଇଏ ମୋ ପୁଅ। ଆଉ ବାପ ପୁଅ ଭିତରେ କେବେ କଣ କୋଉଠି ଭାଗ ହେଲାଣି। 


  ଗାଁ ର କିଛି ଲୋକ ଆଉ ସତ୍ୟ ତାଙ୍କ ଦୁଆରୁ ଫେରୁଥିଲେ ହଠାତ୍ ସତ୍ୟ ଶୁଣିବାକୁ ପାଇଲା ଦୁଇଜଣ ଲୋକ କଥା ହେଉଛନ୍ତି "ଆରେ ଏସବୁ ସିନେମାରେ ସୁନ୍ଦର ଲାଗେ ସତରେ କଣ ଏମିତି ହୁଏ ଦେଖିବୁ ଆଉ କିଛି ଦିନ ଗଲା ପରେ ଏମାନେ ଅଲଗା ହୋଇଯିବେ। 

  ସତ୍ୟ ସେମାନଙ୍କ ପାଖକୁ ଯାଇ କହିଲା-ମଉସା ସିନେମା କୋଉ ଏଲିଆନ ମାନେ ଆସି କରୁନାହାଁନ୍ତି। ସେ କାହାଣୀ ବି କାହାର ଭାବନା । ସେ ଅଭିନୟ ବି କାହାର ଅନୁଭବ। ଆଉ ଯଦି କିଏ ଭାବିପାରେ ଯଦି କିଏ ଅନୁଭବ କରିବାରେ ତେବେ ତାହା ବାସ୍ତବରେ କରିବାରେ ଅସୁବିଧା କେଉଁଠି। ଆଉ ମଉସା ସମାଜକୁ ଦେଖି ସମାଜ ପାଇଁ ସିନେମା ବନାଯାଇଥାଏ ଆଉ ଯଦି ସିନେମାରେ କିଛି ଭଲ ହେଇପାରୁଛି ତେବେ ସମାଜରେ କାହିଁ ନୁହେଁ ।


Rate this content
Log in