Gopal Das

Others

2  

Gopal Das

Others

ବାଇଶି ଇଞ୍ଚିଆ ସାଇକେଲ

ବାଇଶି ଇଞ୍ଚିଆ ସାଇକେଲ

10 mins
3.0K



ଜୀବନର ଷାଠି ଏ ତମ୍ ବୟସର ଅପରାହ୍ନରେ ବାଲକୋନିରେ ବସି ଗ୍ୟାରେଜ ଘର କାନ୍ଥକୁ ଡେରି ହୋଇରହିଥିବା ପୁରୁଣା ସାଇକେଲ ଟାକୁ ଅନାଇ ଭାବି ଚାଲିଛନ୍ତି ଶଙ୍କର ବାବୁ।

ତାଙ୍କ ଜୀବନ ଇତିହାସର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିବା ଏହି ବାଇଶି ଇଞ୍ଚିଆ ସାଇକେଲର କାହାଣୀକୁ।


ଆଉ ମନେ ମନେ କେତେ ବେଳେ ହସୁଛନ୍ତି ତ୍ କେତେ ବେଳେ କାନ୍ଦୁଛନ୍ତି। ପୁଅ,ବୋହୂ,ପଡ଼ା,ପଡିଶି ଠାରୁ ଆରମ୍ଭ କରି ସମସ୍ତେ ଆଗରେ ନ କହିଲେ ଭି ପଛରେକୁହନ୍ତି, "ବୁଢ଼ା ଟା ପାଗଳ ହୋଇଯାଇଛି"।  ଆଉ କେହି କେହି ତ କହନ୍ତି, ପୁଅ ବୋହୁଙ୍କ ସହିତ ଚଳିନପାରିବାରୁ ସମସ୍ତେ ଛାଡି ଚାଲିଗଲେ! ଆଉ କେହି କେହି କହନ୍ତି, ଏ ଟିଙ୍ଗା ବୁଢ଼ାର ଜାଳାରେ କେହିରହି ପାରିବେନି ହାର୍ଟ ଆଟାକ୍ରେ ତା ସ୍ତ୍ରୀ ଭି ଚାଲିଗଲା।ଏବେ ବୁଢ଼ା ନାମ ନେଉ!?


ପୁଅ(ସତ୍ୟ) ସଫ୍ଟୱେର ଇଞ୍ଜିନିୟରରୁ ହୋଇଥିବାରୁ ତା ସ୍ତ୍ରୀକୁ ନେଇ ଆମେରିକାରେରୁହେ, ଆଉ ଝିଅ(ସବିତା) ତା ସ୍ବାମୀକୁ ନେଇ ଲଣ୍ଡନରେ। ଆଉ ଗତ ବର୍ଷ ପ୍ରଭାତୀ(ଶଙ୍କର ବାବୁ ଙ୍କ ଧର୍ମପତ୍ନୀ) ଭି ଏକା କରି ହୃଦ୍ରୋଗରେ ଚାଲିଗଲେ। ମାର ମୃତ୍ୟୁ ଖବର ପାଇଲେ ଭି ପୁଅ ନା ଝିଅ କେହି ଆସି ପାରିଲେନି। ପୁଅ କହିଲା ଗ୍ରୀନ କାର୍ଡ ପାଇଁ ଆବେଦନ କରିଛି, ଆସିଲେରିଜେକ୍ଟ ହୋଇଯିବ, ଆଉ ଝିଅ ଉତ୍ତର ଦେଇଥିଲା ନାତି ଟୋକାର କଣ ପରୀକ୍ଷା ଥିବାରୁ ତାକୁ ଡିଷ୍ଟର୍ବ ହେବ।


ଶଙ୍କର ବାବୁ ନିଜେ ଆମ୍ବୁଲାନ୍ସ ଡାକି ସତ୍ୟନଗରରେ ଶବଦାହ କରିଥିଲେ ନିଜ ସ୍ତ୍ରୀର ଆଉ ଏକାଦଶ ଦିନ ଅନାଥ ଆଶ୍ରମରେ ଭୋଜି ଦେଇ ଏକାଦଶ କ୍ରିୟା ସମ୍ପାଦନ କରିଥିଲେ ନିଜ ଧର୍ମପତ୍ନୀର। ଶଙ୍କର ବାବୁ ଭାବି ଚାଲିଛନ୍ତି କଣ୍ ସେ ଭୁଲ୍ କରିଛନ୍ତି ତାଙ୍କ ଜୀବନରେ?

ପିଲାଙ୍କୁ ପାଠ ପଢ଼ାଇ ଉଚ୍ଚ ଶିକ୍ଷିତ କରିବା ଭୁଲ୍? ନା ପିଲାଙ୍କ ବାପା ହୋଇ ସ୍ନେହ କରିବା ଭୁଲ୍? ଆଜି ଭୁବନେଶ୍ୱର ତିନି ତାଲା କୋଠା ଘରେ ମାତ୍ର ଦୁଇ ଜଣ ସେ ଆଉ ତାଙ୍କର ସେହି ଚାଳିଶି ବର୍ଷର ବାଇଶି ଇଞ୍ଚିଆ ସାଇକେଲ।


କିଏ ଜାଣୁ କି ନ ଜାଣୁ! ଏହି ବାଇଶି ଇଞ୍ଚିଆ ସାଇକେଲଟି ତାଙ୍କ ଦୁଃଖଦ ଇତିହାସର ପ୍ରଥମ ପୃଷ୍ଠା ମଣ୍ଡନ କରିଛି।

X


ଆଜି ଭି ମନେ ପଡେ ଶଙ୍କର ବାବୁଙ୍କ ଦୁଃଖଦ ସତାବନ ବର୍ଷ ଅଭିଶପ୍ତ ଦୁଃଖଦ ଇତିହାସ। ଆଉ ଲେଖି ଚାଲିଛନ୍ତି ନିଜ ଡାୟରିରେ।


ମୁଁ ୩ ବର୍ଷର ହୋଇଥାଏ! ସେଦିନ ଥାଏ ପ୍ରଥମାଷ୍ଟମୀ। ବୋଉରାତିରୁ ଉଠି ହଳଦୀ ପତ୍ରରେ ଏଣ୍ଡୁରି ପିଠା କରି ସାରି ଆମ ଗାଆଁ ଠାକୁରାଣୀ ମୂଳକୁଅକୁ ପାଣି ଆଣିବାକୁ ଜାଇ ଆଉ ଫେରିନି! ବାପା ତାର କାନ୍ଦ କାନ୍ଦ ହୋଇ ଆସି କହିଲେ,ତୋ ମାକୁ ଠାକୁରାଣୀ ନେଇଗଲେ ଶଙ୍କର ! ଆଉ ମୁଁ ଏସବୁ ସହିତ ବହୁତ୍ ଜୋରରେ ଭିଡିଧରି କାନ୍ଦି ଚାଲିଥିଲି ବୋଉର ମର ଶରୀର ସହିତ। ହେଲେ ଜାଣି ନ ଥିଲି କଣ ପାଇଁ କାନ୍ଦୁଛି!ବାପା ଟି ମୋର ମୂଲିଆ ଲୋକ । ପ୍ରତି ଦିନ ଦିନ ମୁଲ ଲାଗି ଗଲେ ଆମ ଚୁଲି ଜଳେ ନହେଲେ ନାଇଁ। ମୋର କେବଳ ଏତିକି ମନେ ଅଛି ପ୍ରଥମାଷ୍ଟମୀ ଦିନ ୧୨ ଟାରେ ବୋଉ ପାଣି ପାଇଁ ଯାଇଥିଲା ରସ ଗରା ସହିତ ଵାଲିତ୍ ଟିଏ ଧରି, ମୁଁ ଖେଳୁଥାଏ ଦାଣ୍ଡ ପିଣ୍ଡାରେ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି। ଆଉ ଠିକ୍ ଘଣ୍ଟାକ ପରେ ଲୋକ କହିଲେ, ବାସୁଆ ମାଇକିନାକୁ ବଡ଼ ସାପ କାମୁଡିଛି! ସେ ଦନେଇ ଦଳେଇ(ଗୁଣିଆ) ବହୁତ୍ ଚେଷ୍ଟା କରି ଭି ବିଫଳ ହେଲାଣି!କୁଆଡେ ପାଖ ଗାଆଁ ବଡ଼ ଗୁଣିଆ ପାଖକୁ ଟୋକେଇରେ ଭାର କରି ନେଉ ନେଉରାସ୍ତାରେ ପାଟିରୁ ହଳଦିଆ ବଚ୍ଚ ବାହାର କରି ମରିଗଲା!! ଦିନ ଦିପହରେ ବୋଉର ଶବ ସତ୍କାର ହେଲା।ସେତେବେଳେ ମୁଁ କେବଳ ଏତିକି ବୁଝିଥିଲି କି କାଲି ଠୁଁ ତା ବୋଉ ଆଉ ତା ପାଖରେ ସୋଇବନି। ସାଇ ପଡ଼ିଶାରେ ସମସ୍ତେ ମାଇପେ କାନ୍ଦୁଥିବାର ଦେଖି ମୁଁ ଭି ବହୁତ୍ କାନ୍ଦିଥିଲି ହେଲେ ଜାଣି ନଥିଲି ପ୍ରକୃତରେ ଦୁଃଖ କଣ? ଆଉ କାହିଁକି କାନ୍ଦୁଛି ?


ଆଉ ସେଦିନରାତିରେ ଯେତେ ବେଳେ ବୋଉକୁ ଖୋଜି ନ ପାଇ ବାପାକୁ ପଚାରିବାରୁ ବାପା କହିଥିଲା , ବୋଉ ମାମୁଁ ଘରକୁ ଯାଇଛି। ଆଉ ମୋ ମୁଣ୍ଡରେ ଭି ସେତିକି ପସି ନଥିଲା ମାମୁଁ, ଆଈ ସମସ୍ତେ ଆମ ଘରେ ହେଲେ ବୋଉ ଯାଇଁ ମାମୁଁ ଘରେ? କେବଳ ଏତିକି ଅନୁଭବ କରିଥିଲି ଯେତେ ବେଳେ ମୁଁ କାନ୍ଦେ କେହି ଆସୁ କି ନ ଆସୁ ମୋ ବୋଉ ଦୋୖଡି ଆସି ତାର ସେହି ମଇଳା ଲୁଗାକାନିରେ ମୋ ମୁହଁ ପୋଛି ଦେଇ କହେ,ମୋ ପୁଅକୁ କିଏ ମାଇଲା ଲୋ? ଆଉ କାଖେଇ ନେଇ ଯାଏ! ଆଉ ମୁଁ ଭି ସକେଇ ସକେଇ କାନ୍ଦିଲା ବେଳେ ଆଗରେ ଯିଏ ପଡେ ତା ଆଡକୁ ଆଙ୍ଗୁଠି ଦେଖାଇଦିଏ। ବୋଉ ମିଛଟାରେ ମୋ ମନକୁ ବୁଝାଇବାକୁ ଯାଇ ତାକୁ ମାରି ଗୋଡାଏ। ଆଉ ମୁଁ ବି ଖୁସିରେ ହସି ପକାଇଥାଏ । ମୋ ଖୁସିରେ ମୋ ବୋଉ ଭି ଖୁସି ଥାଏ ଯେମିତି!!


ବୋଉ ମଲାର ଆଠ ଦିନ ପରେ ମାମୁଁ ମୋତେ ନେଇ ଆସିଲେ ମାମୁଁ ଘରକୁ। ମୋର ମାମୁଁ ଘରେ ଚାଲିଲା ପାଠପଢା। ବୋଉ ମୋର ଗୋଟିଏ ବୋଲି ଝିଅ ଥିବାରୁ ମୋର କେହି ମାଉସୀ ଭି ନଥାନ୍ତି । ଏପଟେ ମାମୁଁ ଟିକେ ଭକ୍ତିଆ ଲୋକ ସେଭି ଅଲେଖ ବାବାଙ୍କ ଆଶ୍ରମରେ ରହିବାକୁ ଲାଗିଲେ। ସ୍କୁଲ୍ ପାଠପଢ଼ା ଚାଲିଲା ମାମୁଁ ଘର ଗାଆଁ ସ୍କୁଲରେ। ବାପା ମୋର ସବୁ ସପ୍ତାହରେ ଯାଆନ୍ତି ମାମୁଁ ଘରକୁ ମୋ ସହିତ ଦେଖା କରିବାକୁ। ଆଈ ମା ସବୁ ଦିନେ ଗପ କହି ଶୁଣାଇ ଶୁଆଇ ଦିଏ।


୧୯୭୫ ମସିହା କଥା, ସେତେ ବେଳେ ଗାଆଁରେ ଶଗଡ଼ ବ୍ୟତୀତ ବୋଧେ ଆଉ କିଛି ଜାନ ବାହାନର ସୁବିଧା ନ ଥାଏ। ମୁଁ ମାମୁ ଘର ଗାଆଁ ସ୍କୁଲରେ ପଢୁଥାଏ, ହଟାତ୍ ମୋ ସାଙ୍ଗ ମୋହନ ଆସି କହିଲା--- ଶଙ୍କର, ଆରେ ଜାଣିଛୁ ସେ ପ୍ରଧାନ ଘର ପୁଅ ଗୋଟିଏ ଶୁନୁଗାଡ଼ି ଆଣିଛି!! ତାପରେ ଆମେ ଦୁହେଁ ଶ୍ରେଣୀ କକ୍ଷରେ ବ୍ୟାଗ୍ ବସ୍ତାନି ପକାଇ ଦଉଡ଼ି ଯାଇଥିଲୁ ଶୁନୁଗାଡ଼ିଟି ଦେଖିବାକୁ। ପ୍ରଧାନ ଘର ଦାଣ୍ଡରେ ଦାଣ୍ଡେ ଲୋକ। ଆମେ ସାହୁ ଘର ଘଷିଗଦା ଉପରେ ଚଡ଼ି ଦେଖିବାକୁ ଲାଗିଲୁ।


ଇଂରେଜୀ ବହି ଚିତ୍ରରେ ଦେଖିଥିବା ସାଇକେଲଟି ଆଜି ନିଜ ଆଖିରେ ଦେଖି ଭାରି ଇଚ୍ଛା ହେଉଥିଲା ଟିକେ ଛୁଇଁବାକୁ। ହେଲେ ପ୍ରଧାନ ବାବୁଙ୍କ ମୋଟା ମୋଟା ନିଷକୁ ମୋର ଭାରି ଭୟ । ମନରେ ଗୋଟିଏ ଅତୃପ୍ତ ଅବଶୋଷ ନେଇ ଫେରି ଆସିଥିଲୁ ସ୍କୁଲ୍ କୁ, ଏପଟେ ପ୍ରଧାନ ଶିକ୍ଷକ ମୋତେ ଆଉ ମୋହନର ଗୋଡ଼ ତଳେ ଝାଉଁମଞ୍ଜି ଦେଇ ସ୍କୁଲ୍ ବାରଣ୍ଡାରେ ଆଣ୍ଠେଇ ଦେଇଥିଲେ ପୁରା ଅଧଘଣ୍ଟା। ହେଲେ ଭି ମନ ଭିତରେ ସେହି ସାଇକେଲର ଦୃଶ୍ୟ ସବୁ ଉଙ୍କି ମାରୁଥାଏ ପ୍ରତିମୁହୂର୍ତ୍ତରେ।


ସେହିଦିନରୁ ମୁଁ ପ୍ରାୟ ସବୁଦିନେରାତିରେ ସ୍ବପ୍ନ ଦେଖିବାକୁ ଲାଗିଲି ସାଇକେଲଟିକୁ, ସବୁ ଦିନରାତିରେ ସ୍ବପ୍ନ ଦେଖେ ସାଇକେଲ ଟି ମୋ ସହିତ କଥା ହେଉଛି! ମୋତେ ଯେମିତି ଡାକୁଛି, ଆଉ କହୁଛି ଶଙ୍କର ଆସେ ଆମେ ଖେଳିବା! ଆଉ କେବେ କେବେ ମୋତେ ସାଇକେଲ ତା ପିଠି ଉପରେ ବସାଇ ବୁଲେ। କେବେ କେବେ ସାଇକେଲଟି ଥକିଗଲେ ମୁଁ ସାଇକେଲକୁ କାନ୍ଧରେ କାନ୍ଧେଇ ବୁଲେ।


ଯେଉଁଦିନ ମୁଁ ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ପାଇଲି ମୋତେ ମୋ ମାମୁଁ ଖୁସି ହୋଇ ପଚାରିଲେ, ଶଙ୍କର ତୋର କଣ ଦରକାର୍? ଆଉ ମୋ ପାଟିରୁ ଅଚାନକ୍ ବହାରି ପଡିଥିଲ--- ମାମୁଁ ମୋତେ ଗୋଟିଏ ସାଇକେଲ କିଣି ଦିଅ। ତା ପରଦିନ ମୋ ମାମୁଁ ଦିନରେ କଂସେଇକୁ ଡାକି ଦୁଇଟି ଖାସି ବିକି ମୋ ପାଇଁ ଗୋଟିଏ ବାଇଶି ଇଞ୍ଚିଆ ସାଇକେଲ ଟିଏ କିଣି ଆଣିଥିଲେ।


ତା ପଛରେ କେତେ କିଏ ଆସି ଗଲେଣି ହେଲେ ଆଜି ଭି ସେବେ ଠୁଁ ମୋ ସହିତ ଏହି ସାଇକେଲ ଟି ଅଛି! ଯେମିତି ଆଜି ଭି ମୋ ସହିତ କଥା ହେଉଛି ବେଳେବେଳେ ଥଟା ମଜ୍ଜା କରୁଛି କେତେ କଣ୍ ?


    ଯେଉଁ ଦିନ ସାଇକେଲଟି ଆସିଲା ସେଦିନ ମୋ ଖୁସି କହିଲେ ନସରେ । ଯେମିତି କୋଟିନିଧି ପାଇଲା ପରି ଲାଗିଥିଲା ମୋତେ। ଆଉ ଲାଗୁଥିଲା କି ଏହି ସାଇକେଲଟି ମୋ ଜୀବନର ପ୍ରକୃତ ବନ୍ଧୁଟିଏ।  ନୂଆ ସାଇକେଲରେ ଲାଗିଥିବା କାଗଜ ପେଟିକୁ ପ୍ରାୟ ୨ ସପ୍ତାହ ଚଡ଼ାଇ ନଥିଲି, କାରଣ କାଳେ ମୋ ସାଇକେଲ ଉପରେ କାହାର ଡାହାଣୀ ନଜର ପଡ଼ିଯିବ?

ପଛ ମଡ୍ ଗାର୍ଡରେ ଗୋଟିଏ ଛିଣ୍ଡା ଚପଲଟିଏ ବାନ୍ଧିଥାଏ କାଳେ ସାଇକେଲକୁ ରାତିରେ ଡର ମାଡ଼ିବ। ଏମିତି କି ମୁଁ ତାକୁ ମୋ ଶୋଇବା ବିଛଣା ପାଖରେ ଷ୍ଟାଣ୍ଡ ମାରି ରଖେ ସବୁଦିନ ରାତିରେ। ଆଉ ଦିନକୁ ପ୍ରାୟ ୫/୬ ଥର ତେଲ କପଡାରେ ପୋଛୁଥିଲି,ଆଜି ପୋଛିଲା ପରି।


      ପ୍ରାୟ ୨ ସପ୍ତାହ ପରେ ସାଇକେଲକୁ ବାହାର କରିଥିଲି ଗାଆଁରାସ୍ତାକୁ, ଆଉ ଗାଆଁରାସ୍ତାର ଆବଡା ଖବଡାରାସ୍ତା ଥିବାରୁ ଗଡ଼ାଇ ଗଡ଼ାଇ ଯାଉଥାଏ କାଳେ ଲାଜ ଲାଗିବ, ଯିଏ ପଚାରେ ମୁଁ ଉତ୍ତର ଦେଇ ଥାଏ ପଡିଜିବାର ଭୟ ଯୋଗୁ ଚଲାଇ ପାରୁନି ବୋଲି ଗଡାଇ ନେଉଛି। ପ୍ରକୃତରେ ମୋତେ ସାଇକେଲ ଚଢି ଆସେନା ବୋଲି ନୁହେଁ ବରଂ ସାଇକେଲକୁ କଷ୍ଟ ହେବ ବୋଲି ଏ ସବୁ ବାହାନା କରୁଥାଏ। ମୋହନର ସାହାଯ୍ୟରେ ପ୍ରଥମେ ଗୋଡ଼ଗଳା ସିଖିଲି ଆଉ ସବୁ ବେଳେ ମୁଁ ଚେଷ୍ଟା କରୁଥାଏ ଯେ ମୁଁ ବରଂ ତଳେ ପଡି ଖଣ୍ଡିଆ ଖାବରା ହୁଏ ହେଲେ ମୋ ସାଇକେଲ ନ ପଡୁ। ଥରେ ତ ଗୋଡ଼ଗଳା ଚଲାଉ ଚଲାଉ, ସାଇକେଲ ସହିତ ମୁଁ ଯାଇ କିଆ ବୁଦାରେ।  ମୋ ଗୋଡ଼ ଛିଡିରକ୍ତ ବହିବାରେ ଲାଗିଥାଏ ହେଲେ ମୁଁ କାନ୍ଦୁ ଥାଏ ସାଇକେଲ ପଡି ଆଗ ଚକାରେ କଣ୍ଟାଫୁଟି ଲିକ୍ ହେଇଗଲା ବୋଲି।!!


ମୋତେ ଭାରି କଷ୍ଟ ହେଉଥାଏ ଆଉ ମୁଁ ଠାକୁରଙ୍କୁ ଡାକିଲି, ହେ ଠାକୁର ମୋ ସାଇକେଲର କିଛି ନହେଉ?ମୋ ଗୋଡ଼ରୁରକ୍ତ ବହିବା ଠାରୁ ସାଇକେଲର ଆଗ ଚକାଟି ଲିକ୍ ହେଇଥିବାରୁ ମନ ବେଶୀ ଦୁଃଖ ହେଉଥାଏ। ବହୁତ୍ କଷ୍ଟରେ ଛୋଟେଇ ଛୋଟେଇ ପାଖବଜାରକୁ ଗଲି ସାଇକେଲ ଲିକ୍ ମାରିବା ପାଇଁ।


ସାଇକେଲ ଦୋକାନିର ସାଇକେଲ ମିସ୍ତ୍ରୀ ଯେତେବେଳେ ସାଇକେଲ ଆଗ ଚକାର ଟାୟାର ଆଉ ଟିୟୁବ୍ ଲୁହ ପେଞ୍ଚକସ୍ ସାହାଯ୍ୟରେ ଖୋଲିବାକୁ ଲାଗିଲା ମୋତେ ଲାଗିଲାକୁ ଯେମିତି ମୋ ପେଟରେ କେହିଜଣେ ଛୁରୀରେ ଫୁଟାଇ ଚାଲିଛି! ଆଉ ଯନ୍ତ୍ରଣାରେ ଛଟ ପଟ ହୋଇ କହିଥିଲି, ଭାଇନା ଟିକେ ଆସ୍ତେ ଆସ୍ତେ ଖୋଲ! ଆଉ ଲୋକଟି ହସି ଦେଇ କହିଲା, ଆରେ ବାବୁ ଏଇଟା ଲୁହରିମ୍ ଟା କିଛି ହେବନି। ଆଉ ମୁଁ ଲଜ୍ୟାରେ ମୁହଁ ତଳକୁ ପୋତି କହିଥିଲି ହେଲେ ବି ଭାଇନା ଆସ୍ତେ ଆସ୍ତେ କର ନହେଲେରଙ୍ଗ ଉଡ଼ିଯିବ ଯେ। ତାପରେ ସାଇକେଲ ଠିକ୍ କରି ଆଣିଥିଲି ବଜାରରୁ। ଆଉ ସେଦିନରାତିରେ ନଖାଇ ସୋଇ ପଡିଥିଲି, ସାଇକେଲର ଏଭଳି ଯନ୍ତ୍ରଣାକୁ ନିଜେ ଅନୁଭବ କରି। ମୋ ଗୋଡ଼ରକ୍ତ ବୋହି ବୋହି ଶୁଖି ଯାଇଥିଲା ଆପେ ଆପେ।


ଆଉ ସେହି ଦିନରାତିରେ ସ୍ବପ୍ନ ଦେଖିଲି, ମୋ ସାଇକେଲଟି ଯନ୍ତ୍ରଣାରେ ଛାଟି ପିଟି ହେଉଛି ହଟାତ୍ ନିଦ ଭାଙ୍ଗି ଗଲା ଆଉ ଉଠିବସି ସାଇକେଲର ପେଡ଼ାଲକୁ ଆଉଁସି ଥିଲି ଅଧଘଣ୍ଟା ଯାଏଁ ।


ପରଦିନ ଆଈ ବୁଢ଼ୀର ଲୁଗା ନେଇ ସିଲେଇ କରି ଆଣିଥିଲି ଖୋଳଟିଏ ସାଇକେଲକୁ ଶୀତ ଖରା ଓ ବର୍ଷାରୁ ରକ୍ଷା କରିବାକୁ। ଯେଉଁ ଦିନ +୨ ଆମ ପାଖ ଗାଆଁ କଲେଜରେ ନା ଲେଖାଇଲି ସେଦିନ ବହୁତ୍ ଖୁସୀ ହୋଇ ମୋ ସାଇକେଲ ସିଟ୍ର ଗୋଟିଏ ନେଳିଆ କଭର କିଣି ଆଣିଥାଏ, ବହୁତ୍ ମାନୁଥାଏ ମୋ ସାଇକେଲକୁ। ଆଉ ସବୁଦିନେ ସାଇକେଲରେ କଲେଜ ଯାଏ କଲେଜ୍ ସାଇକେଲ ଷ୍ଟାଣ୍ଡରେ ଏମିତି ଭାବରେରଖେ ଯେମିତି କି ଝରକା ପାଖରେ ବସିଲେ ପୁରା ଭଲ ଭାବରେ ଦେଖିପାରିବି ମୋ ସାଇକେଲ ଟିକୁ। ଅନ୍ୟ ସାଇକେଲ ଗୁଡା ସେମିତି ଖରା ବର୍ଷାରେରହିଥିଲା ବେଳେ ମୋ ସାଇକେଲ ଉପରେ ବେଶ୍ ମାନୁଥାଏ ମୋ ଆଇ ବୁଢ଼ୀ ଲୁଗାରେ ତିଆରି ଖୋଳ୍ ଟି।


କଲେଜର ସହପାଠୀ ପ୍ରଭାତୀ ସେଦିନ ଦରଦୀ ବନ୍ଧୁ ଭାବରେ ମୋ ସାଙ୍ଗରେ ପଢୁଥିବା ସମସ୍ତ ସହପାଠୀ ମୋ ସାଇକେଲ ପ୍ରତି ପ୍ରେମ ଦେଖି ବାଇଆ ପାଗଳା ବୋଲି ଆକ୍ଷେପକୁ ପ୍ରତିବାଦ କରି ମୋର ଅଧିକ ନିକଟ ବର୍ତ୍ତି ହୋଇଥିଲା, ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରେମରେ ପଡି ଯାଇଥିଲୁ ଦୁହେଁ। ଏହି ସାଇକେଲ ହେଉଛି ମୋ ପ୍ରେମର ମୂକ ସାକ୍ଷୀ।


ମୋ ସାଇକେଲର ପଛ ସିଟରେ ବସିବା ପାଇଁ ପ୍ରଭାତୀ ସବୁ ଦିନେ ନଈ ବନ୍ଧରେ ପ୍ରାୟ ୩/୪ କିଲୋମିଟର ଚାଲି ଚାଲି ଯାଇ ଥାଏ ଏକା ଏକା। ଅନ୍ୟ ଝିଅ ମାନେରିକ୍ସା ନହେଲେ ବସରେ ଗଲା ବେଳେ, ପ୍ରଭାତୀ ବାହାନା କରିରହି ଯାଇଥାଏ ଫିଜିକ୍ସ ଲ୍ୟାବ୍ ସରିଲା ପଯ୍ୟନ୍ତ। ଆଉ ମୁଁ ମଧ୍ୟ ସାଇକେଲ ନେଇ ତା ପାଖରେ ପହଞ୍ଚି ଯାଇଥାଏ ଠିକ୍ ଅନ୍ୟ ସାଙ୍ଗମାନେ ଗଲାପରେ। ତା ପରେ ଦୁହେଁ ଯାଇ ଥାଉଁ କଲେଜର ଆର୍ସ ବ୍ଲକ୍କୁ , କାହିଁକି ନା ଦିନ ୩ ଟା ପରେ ଆର୍ସ ବ୍ଲକ୍ରେ କେହି ନଥାନ୍ତି, ଆଉ ଆମେ ଦୁହେଁ ଗପିଥାଉ ମନଭରି। ତାପରେ ମୁଁ ତାକୁ ମୋ ସାଇକେଲର ପଛ କ୍ୟାରିୟରରେ ବସାଇ ନେଇ ଯାଇଥାଏ ତା ଘରପାଖକୁ। ତାକୁ ତା ଘର ପାଖରେ ଛାଡି ପୁଣି ଆସିଥାଏ ମାମୁଁ ଘରକୁ। 


ଯେଉଁ ଦିନ ପ୍ରଭାତୀ ମୋତେ କହିଲା , ଶଙ୍କର ଆମ ଘରେ ମୋ ବାହାଘର ଠିକ୍ କରିବାରେ ଲାଗିଛନ୍ତି ଭାରି କଷ୍ଟ ହୋଇଥିଲା ସେଦିନ। ଏହି ସାଇକେଲରେ ମୁଁ ପ୍ରଭାତୀକୁ ନେଇ ତାଙ୍କ ବାପାଙ୍କ ପାଖକୁ ଯାଇଥିଲି ଆଉ ମନରେ ଅସମ୍ଭବ ସାହସ ଯୁଟାଇ ହାତଯୋଡ଼ି କହିଥିଲି, ମଉସା ଯଦି ଆପଣ ଅପେକ୍ଷା କରିବେ ତାହେଲେ ମୁଁ ପ୍ରଭାତୀକୁ ବିବାହ କରିବି।


  ପ୍ରଭାତୀର ବାପା ଥିଲେ ଜଣେ ପାନ ଦୋକାନୀ ହେଲେ ବହୁତ୍ ଭଲ ଲୋକ। ପ୍ରଭାତୀର ମା ଚାଲି ଯାଇଥିବାରୁ,ସାବତ ମା ଚାହୁଁଥିଲା କେମିତି କମ୍ ଖର୍ଚ୍ଚରେ ପ୍ରଭାତୀର ବାହାଘର ହୋଇଯାଉ। ଆଉ ପ୍ରଭାତୀର ସାବତ ମା ମୋ କଥାରେରାଜି ହୋଇ ତା ବାପାକୁ ବୁଝାଇ ଦେଇଥିଲେ। ଆଉ ମୋର BSc ପରୀକ୍ଷା ଫଳ ବାହାରିଲା ପରଦିନ ମୁଁ ମୋ ସାଇକେଲ ନେଇ ପଳାଇ ଆସିଥିଲି ସୁଦୂର ଯାଜପୁରରୁ ଭୁବନେଶ୍ୱରକୁ ଚାକିରି ଅନ୍ୱେଷଣରେ।


ମୋର ଏହି ବାଇଶି ଇଞ୍ଚିଆ ସାଇକେଲରେ ଭୁବନେଶ୍ୱରର ଗଳି କନ୍ଦି ବୁଲୁଛି!! ପ୍ରଥମେ ତ ଚାକିରି ନ ମିଳିବାରୁ ଟିଉସନ୍ କଲି ହେଲେ ପରେ ପଇସାର ଅଭାବ ଦେଖାଦେବାରୁ ସାଇକେଲରେ ଏକ ନମ୍ୱର ହାଟରୁ ପରିବା କିଣି ଭୁବନେଶ୍ୱରର ଗଳି କନ୍ଦିରେ ପରିବା ବିକିଛି। ଏମିତିକି ଥରେ ଭୁଲ୍ ବଶତ୍ ଭୁଲରାସ୍ତାରେ ଆସୁଥିବାରୁ ଜଣେ ଟ୍ରାଫିକ ପୋଲିସ ମୋ ସାଇକେଲକୁ ନେଇ ଥାନାରେ ରଖି ଦେଇଥିଲେ। ଆଉ ବହୁତ୍ କାକୁତି ମିନତି ପରେ ଜୋରିମାନା ଦେଇ ସାଇକେଲକୁ ମୁକୁଳାଇ ନେବାକୁ କହିଥିଲେ। ମୁଁ ଚାହିଁ ଥିଲେ ସାଇକେଲକୁ ଛାଡି ଆସି ପାରିଥାନ୍ତି! କାରଣ ସେତେବେଳେ ନୂଆ ସାଇକେଲର ଦାମ୍ ସେହି ୧୫୦୦/୧୬୦୦ ଟଙ୍କା ପଡୁଥାଏ। ହେଲେ ମୁଁ ୧୫୦୦ ଟଙ୍କା ଜୋରିମାନା ଦେଇ ମୁକୁଳାଇ ଥିଲି ମୋ ସାଇକେଲକୁ। ଜଣେ କନେଷ୍ଟବଳ ଥଟା କରି କହିଥିଲେ, ଏ ପିଲା ତୁ ୧୫୦୦ ଟଙ୍କାରେ ପରା ନୂଆ ଅଟଲାସ୍ ସାଇକେଲ କିଣି ପାରିବୁ, ଏ ପୁରୁଣା ସାଇକେଲକୁ କଣ ନେଉଛୁ?

ଆଉ ମୁଁ ଅତି ନମ୍ରତା ସହକାରେ ଉତ୍ତର ଦେଇଥିଲି ସାର୍ ନୂଆ ସାଇକେଲ କିଣିପାରିବି, ହେଲେ ପୁରୁଣା ସ୍ମୃତିକୁ ନୁହେଁ!


 ମୋ କଥା ଶୁଣି ଅଟହାସ୍ୟ କରି କହିଥିଲେ କନେଷ୍ଟବଳଟି, ଆରେ ଏଇଟା ପୁରା ପାଗଳ ଟାରେ। ବହୁତ୍ ବାଧିଥିଲା ସେଦିନ । ମୋତେ ପାଗଳ କହିବା ପାଇଁ ନୁହେଁ ବରଂ ମୋ ସାଇକେଲ ଟିକୁ ଖରା ତରାରେ ପକାଇ ଦେଇଥିବାରୁ। ମୋତେ ଲାଗୁଥିଲା ଯେମିତି ସାଇକେଲ ଟି କାନ୍ଦି କାନ୍ଦି କହୁଛି, ସାଙ୍ଗ ମୋତେ ଏଠୁ ଉଦ୍ଧାର କର୍!! ଆଉ କିଛି ନଭାବି ୧୫୦୦ ଟଙ୍କା ଦେଇ ଉଦ୍ଧାର କରିଥିଲି ମୋ ପ୍ରିୟ ସାଇକେଲକୁ। ସବୁ ପଇସା ଦେଇ ଦେଇ ଥିବାରୁ ଭଡ଼ାଘର ଛାଡ଼ିବାକୁ ପଡ଼ିଥିଲା ମୋତେ। ପୁଣି ସାତଦିନ ଫୁଟଫାତରେ ଶୋଇଲା ପରେ ଆଉ ଗୋଟିଏ ଛୋଟ ଘରଟିଏ ନେଇଥିଲି ସାଲିଆ ସାହି ବସ୍ତିରେ।


ଆପଣ ମାନେ ଭାବୁଥିବେ ଏ ସାଇକେଲ ପ୍ରତି ଏତେ ମମତା କାହିଁକି? କଣ ପ୍ରଭାତୀ ବସିଥିବାରୁ? ନା ସେ କଥା ନୁହେଁ? ଏ ସାଇକେଲ ଟି ନିର୍ଜୀବ ହେଲେ ବି ମୋର ଗୋଟିଏ ଅନ୍ତରଙ୍ଗ ବନ୍ଧୁ ଟିଏ ପରି। ଏହି ସାଇକେଲ ମୋତେ ସେକ୍ରେଟାରିୟେଟ୍ରେ ସିନିୟର୍ କିରାଣୀ ଭାବେ ନିଯୁକ୍ତି ଦେଇଛି କହିଲେ କିଛି ଆତ୍ରୁକ୍ତୀ ହେବନି? 


ସେ ଦିନ ଥାଏ ଗହ୍ମାପୂର୍ଣ୍ଣମୀ ମୋର କେହି ଭଉଣୀ ନଥିବାରୁ ମୋତେ ଜଣା ପଡେନି ଗହ୍ମାପୂର୍ଣ୍ଣମୀର ମହାତ୍ମ୍ୟ। ତେଣୁ ସଖାଳୁ ଉଠି ପ୍ରସୂତ ହେଇ ପରିବା କିଣିବାକୁ ଯାଉଥାଏ ଏକ ନଂଵର ହାଟକୁ, ହଟାତ ନଜର ପଡିଲା ଜଣେ ବୁଢ଼ା ଲୋକଙ୍କ ଉପରେ ଆଇଜି ପାର୍କର ବାହାରେ ବସିଛନ୍ତି ମୁଣ୍ଡରେ ହାତ ଦେଇ! ସଖାଳ ୬ ଟା ବୋଧେ ମର୍ଣିଂ ୱାକରେ ଆସିଥିବେ ବୋଲି ଭାବିଲି, ତାପରେ ଦେଖିଲି ବୁଢ଼ା ଜଣକ ତାଙ୍କ ଛାତିକୁ ଧରି ବହୁତ୍ ଜୋରରେ ଚାପୁଛନ୍ତି ଯେମିତି ଲାଗୁଥାଏ ବହୁତ୍ ଜୋରରେ ସାହାଯ୍ୟ ପାଇଁ ଡାକିବାକୁ ଚାହିଁଲେ ବି ଛାତିର ଯନ୍ତ୍ରଣା ଯେମିତି ତାଙ୍କୁ କହିବାକୁ ଦେଉନଥାଏ, କିଛି ନ ଭାବି ସାଇକେଲଟିକୁ ଷ୍ଟାଣ୍ଡ ମାରି ଦଉଡ଼ିଗଲି ତାଙ୍କ ପାଖକୁ। ଆଉ ସେ ମୋତେ ଦେଖି ଅସ୍ପଷ୍ଟ ସ୍ୱରରେ ବିକଳରେ କହିଲେ ହସ୍ପିଟାଲ୍ ନେଇଚାଲ, ମୁଁ କିଛି ନ ଭାବି ମୋ ଏହି ସାଇକେଲର ପଛ କ୍ୟାରିୟରରେ ବସାଇ ନେଇ ଯାଇଥିଲି କ୍ୟାପିଟାଲ ହସ୍ପଟାଲକୁ, ସେଇଠି ଜଣା ପଡିଥିଲା ଯେ ବୁଢ଼ା ବାବୁଙ୍କର ହୃଦରୋଗ ଆରମ୍ଭ ହୋଇଥିବାରୁ ସେ ଏମିତି ଭାବରେ ବ୍ୟବହାର କରୁଥିଲେ। ଆଉ ଠିକ୍ ସମୟରେ ହସ୍ପିଟାଲ୍ ରେ ନପହଞ୍ଚି ଥିଲେ ବୋଧେ ବହୁତ୍ କିଛି ଅସୁବିଧା ହୋଇ ଥାନ୍ତା। ଆଉ ତା ପରେ ଭଲ ହୋଇ ଯାଇଥିଲେ ବୃଦ୍ଧ ଜଣକ। ପରେ ମୋ ଠରୁ ସବୁକଥା ଶୁଣିଲା ପରେ, ସେକ୍ରେଟାରିୟେଟରେ ଜୁନିୟର କିରାଣୀ ଭାବରେ ନିଯୁକ୍ତି ଦେଇଥିଲେ ସେ ମୋତେ।


ତାପରେ ପ୍ରଭାତୀ ସହିତ ବାହାଘର ଓ ପରେ ପରେ ମୋର ବଡ଼ ପୁଅ ସତ୍ୟ ଆଉ ସାନ ଝିଅ ସବିତାର ଜନ୍ମ। ମୋ ବଡ଼ ପୁଅ ଯେତେବେଳେ କଲେଜରେ ପଢିଲା ମୁଁ ତାକୁ ଥରେ ମୋ ସାଇକେଲ ଦେଇଥିଲି ଚଲାଇବାକୁ ହେଲେ ତାର ଅନ୍ୟମନସ୍କତା ଯୋଗୁ ସାଇକେଲକୁ ଛାଡି ଦେଇ ଆସିଥିଲା କଲେଜ ସାଇକେଲ ଷ୍ଟାଣ୍ଡରେ ଆଉ ସେଦିନ ରାତିରେ ମୁଁ ନଖାଇ ଶୋଇଥିଲି।

ପରଦିନ ସଖାଳୁ ନିଜେ ଜାଇ ସାଇକେଲକୁ ଖୋଜି ଆଣିଥିଲି ତାଙ୍କ କଲେଜ ସାଇକେଲ ଷ୍ଟାଣ୍ଡରୁ। ତା ପରଦିନ ସତ୍ୟ ପସନ୍ଦର ହିରୋ ଫୋର୍ଟନ ସାଇକେଲଟିଏ କିଣି ଆଣିଥିଲି ମୁଁ।


 ବେଳେ ବେଳେ ସତ୍ୟର ସାଇକେଲ ସହିତ ତୁଳନା କରେ, ମୋତେ ଲାଗେ ମୋ ଏହି ୨୨ ଇଂଚିଆ ସାଇକେଲ, ଯେ ସତ୍ୟ ସାଇକେଲ ଠୁଁ ବହୁତ ଭଲ।


ଏମିତି କି ପ୍ରଭାତୀର ଜିଦ୍ ଯୋଗୁଁ LML Vespa ସ୍କୁଟର ଟିଏ କିଣିଥିଲି। ସ୍କୁଟର ଥିଲେ ଭି କେବେ ମୋ ସାଇକେଲକୁ ହତାଦର କରିନି ଆଜି ଯାଏଁ! ଆଜି ଭି ଏହି ସାଇକେଲଟି ମୋ ସହିତ କଥା ହୁଏ!, ବେଳେ ବେଳେ ଲୁଚ କାଳୀ ଭି ଖେଲେ।


ଆଜି ଭି ପ୍ରଭାତୀ ସେ ପୁରରେ ଥାଇ ବି ସବୁଦିନ ସ୍ୱପ୍ନରେ ଆସି ଏହି ସାଇକେଲରେ ବସିବାକୁ ଜିଦ୍ ଧରନ୍ତି। ଆଉ ତା ପରଦିନ ନିଦ ଭାଙ୍ଗି ଯେତେବେଳେ ସାଇକେଲ ଟିକୁ ନେଇରାସ୍ତାକୁ ବାହାରି ପଡେ, ମୋତେ ଯେମିତି ଲାଗେ କିଏ ଜଣେ ମୋ ପଛ କ୍ୟାରିୟରରେ କେହି ବସିଛି! ଆଉ ସାଇକେଲଟି ଭାରି ଭାରି ଲାଗେ ବହୁତ୍ କଷ୍ଟ ହୁଏ ପେଡାଲ୍ ମାରିବାକୁ। ମନେ ହୁଏ ଯେମିତି ପ୍ରଭାତୀ ଏହି ସାଇକେଲରେ ବସି ମୋ କାନ୍ଧରେ ହାତ ପକାଇଛି। ମନ ଖୁସିରେ ଭରି ଯାଏ ଆଉ ଜୋର ଜୋରରେ ପେଡ଼ାଲ୍ ମାରି ଭୁବନେଶ୍ୱରର ଉଠାଣିରାସ୍ତା ସବୁକୁ ଏକା ନିଶ୍ଵାସରେ ପାରି ହୋଇଯାଏ।


ସତ୍ୟ ସଫ୍ଟୱେର ଇଞ୍ଜିିନୀୟର ହୋଇଥିବାରୁ ଦାମୀ କାର୍ ଟିଏ କିଣିଛି ଆଉ ତା ସହିତ ଘରେ ବୁଲ୍ଲେଟ୍ ଟିଏ ଭି ଅଛି ହେଲେ ମୋ ସାଇକେଲ ଏମାନଙ୍କ ତୁଳନାରେ ଯେ କେତେ ମୂଲ୍ୟବାନ ସେ କଥା କେହି ନ ଜାଣିଲେ ଭି ମୁଁ ଜାଣିଛି। ଆଜି ଗ୍ୟାରେଜରେ ସତ୍ୟର କାର ଆଉ ବୁଳେଟ୍ ଥିବାରୁ ସାଇକେଲ ଟି ମୋର ଗ୍ୟାରେଜ କାନ୍ଥକୁ ଡେରା ହୋଇଛି ଠିକ୍ ମୋରି ପରି। ବୃଦ୍ଧ ବୟସରେ ମୋ ପୁଅ ସତ୍ୟ ଆଉ ସବିତା ନିଜ ନିଜ ପରିବାରକୁ ଧରି ବିଦେଶରେରହିଲା ପରି।


ହେଲେ ଆଜି ଭି ମୋର ସେହି ବାଇଶି ଇଞ୍ଚିଆ ସାଇକେଲ ମୋ ସହିତ କଥା ହୋଇ ମୋର ଏକାନ୍ତକୁ ଦୂରକରେ।ଏବେ ଭି ସବୁ ଦିନେ ସ୍ଵପ୍ନରେ ଆସି ଭଲମନ୍ଦ ବୁଝିଥାଏ ସେ ଏବେ ବି ମୋ ସହିତ ଥଟ୍ଟାମଜା କରେ ମୋ ସାଇକେଲଟି । ଆଉ ପ୍ରତିବର୍ଷ ଖରା, ବର୍ଷା ଓ ଶୀତରୁରକ୍ଷା ପାଇବା ପାଇଁ ଲୁଗାରେ ଖୋଳ ଟିଏ ସିଲେଇ କରି ଆଣେ ପାଖ ବଜାରରୁ, ସବୁ ବର୍ଷର ପ୍ରଥମାଷ୍ଟମୀରେ ମୋ ପ୍ରିୟ ବାଇଶି ଇଞ୍ଚିଆ ସାଇକେଲ ପାଇଁ। 


Rate this content
Log in