ଅତିଥି ଦେବୋ ଭବଃ
ଅତିଥି ଦେବୋ ଭବଃ
ଅତିଥିଙ୍କୁ ଆମ ସଂସ୍କୃତିରେ ଦେବତାର ସ୍ଥାନରେ ରଖାଯାଇଛି । ଏହି ଭାରତୀୟ ସଂସ୍କୃତି ବହୁତ ବିଚିତ୍ର ଓ ସଂସ୍କାରପୂର୍ଣ୍ଣ ହୋଇଥାଏ ମଧ୍ୟ । ଦେବତା କହିଲେ ଆମେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ସହିତ ଅନ୍ୟ କେତେକ ପ୍ରାକୃତିକ ବସ୍ତୁକୁ ମଧ୍ୟ ମାନିଥାନ୍ତି ଯେପରି ପବନ, ଅଗ୍ନି, ଭୂମି ଆଦି ଅନ୍ୟତମ । ଏହି ଦେବା ଦେବୀ ରୂପରେ ଆମେ ମଧ୍ୟ ସର୍ପ, ହସ୍ତୀ, ମତ୍ସ୍ୟ, ଆଦି ପଶୁ ଓ ମୟୁର, ହଂସ, ଆଦି ପକ୍ଷୀ ମାନଙ୍କୁ ମଧ୍ୟ ପୂଜା କରିଥାନ୍ତି । ଆମେ ପୂଜା କରୁଥିବା ପଶୁ ହୁଅନ୍ତୁ କି ପକ୍ଷୀ ସମସ୍ତ ଜୀଵ ଏହି ସୃଷ୍ଟିରେ ବଞ୍ଚିବାର ଅଧିକାର ପାଇଥାନ୍ତି । ହେଲେ ଏହି ମାନଙ୍କ ମଧ୍ୟରେ ଦେବତ୍ୱର ସତ୍ତା ମଣିଷ ଅନୁଭବ କରିପାରେ ଯେତେବେଳେ ଏଇ ମାନଙ୍କ ଠାରୁ ସ୍ୱାର୍ଥ ହାସଲ କରିଥାଏ କିମ୍ବା ଏଇ ମାନଙ୍କୁ ମଧ୍ୟରୁ କିଛି ପ୍ରଳୟର କାରଣ ହୋଇଥାନ୍ତି ମଧ୍ୟ, ଆଉ କିଛି ଘାତକ ହୋଇଥାନ୍ତି ମଧ୍ୟ ତେଣୁ ମଣିଷ ଏମାନଙ୍କୁ ଦେବତାର ଆସନ ଦେଇ ଉଚ୍ଚ ପରିଧିର ଆଖ୍ୟା ଦେଇ ପୂଜ୍ୟର କାରଣ କରିଥାଏ ।
ଅତିଥି ମଣିଷ ପାଇଁ ବା ତାର ପରିବାର ପାଇଁ ଦେବତାର ଆସନରେ ଅଳଙ୍କୃତ ହୋଇ ନିଜକୁ ଧନ୍ୟ ମଣିଥାଏ । ପୁରାଣରେ ଆଖ୍ୟା ଅନୁସାରେ ଜଣେ ଅତିଥି ଭୋଜନ ସମୟରେ ଘରୁ ଫେରିଗଲେ ପାପ ହୋଇଥାଏ । ତେବେ ଏହି ପାପ ଶବ୍ଦକୁ ଜଣେ ସାଧାରଣ ମଣିଷ ମାନି ନେଇଥାଏ । ଭାବିଥାଏ ତାର ଅନର୍ଥ ହେବ, ସେ ନିର୍ଦ୍ଧନ ହେଇଯିବ, ତା ଘରକୁ ଲକ୍ଷ୍ମୀ ଛଡା ଦଶା ପଡିଯିବ। ସତରେ କଣ ଲକ୍ଷ୍ମୀ ଛଡା, ନିର୍ଦ୍ଧନ ଓ ଅନର୍ଥ ହେବା ପାଇଁ ଆମେ ଅତିଥି ସତ୍କାର କରିଥାନ୍ତି । ପ୍ରକୃତରେ ଅନାହାରରେ ଥିବା ଲୋକ ଯେତେବେଳେ ଖାଦ୍ୟ ପାଇଁ ବିକଳ ହୋଇଥାଏ ସେମାନଙ୍କର ଚର୍ଚ୍ଚା ହିଁ ପ୍ରକୃତ ଅତିଥି ସତ୍କାର ।
ଆଜି କାଲି ଦେଖା ଯାଏ ଯିଏ ଭଲ ପୋଷାକ ପରିଚ୍ଛଦ ଓ ବେଶ ଭୁଷା ରେ ଥାଏ ଓ ବଡ଼ ଲୋକି ଲୋକ ହେଇଥିବ ଗାଡ଼ି ଘୁଡା ଚଳାଉଥିବା, କୋଠା ବାଡ଼ି ଥିବ ସେଇ ଲୋକକୁ ମଧ୍ୟ ଅତିଥି ବା ବଡ଼ ଅତିଥି କହି ଆଦର ଚର୍ଚ୍ଚା କରିଥାନ୍ତି । କିଛି ଲୋକ ମଧ୍ୟ ରାଜନୀତିରେ ଥିବା ଲୋକଙ୍କୁ ଆତିଥ୍ୟ ପ୍ରାପ୍ତିର ଯୋଗ୍ୟ ବିବେଚିତ କରିଥାନ୍ତି । ସତରେ ଏଇ ଅତିଥି ସତ୍କାର ଭୟରେ ନା ଲାଳସାରେ ?
ଦିନେ ଏକ ଲୋକର ଘରୋଇ ଭୋଜିରେ ଯାଇଥିଲି । ସେଠି ବହୁତ ଲୋକଙ୍କର ସମାଗମ ହେଉଥାଏ । ମୁଁ ମଧ୍ୟ ଗହଳି ମଧ୍ୟରେ ଭୋଜନ କଲି । କିଛି ସମୟ ଅନ୍ତରେ କିଛି ଲୋକ ଆସି ପହଁଚିଲେ । ସମସ୍ତେ ମୋଟର ଗାଡ଼ିରେ ଆସିଥାନ୍ତି । ଭୋଜି ଦେଉଥିବା ଲୋକଟି ଅତ୍ୟନ୍ତ ଆନନ୍ଦିତ ହୋଇ ଯାଇଥିଲା । ସଙ୍ଗେ ସଙ୍ଗେ ସେମାନଙ୍କର ଗୋଡ଼ ହାତ ଧୋଇ ଦେଇ ଘରେ ପଙ୍ଖାରେ ବସାଇ ବହୁତ ସ୍ଵସ୍ଵାଦୁ ଭୋଜନ ଦେଇଥିଲା । ସେମାନେ ଖାଇ ସାରିବା ପରେ ସେମାନଙ୍କୁ ନେଇ ଅଧା ରାସ୍ତାରେ ଛାଡି ଆସିଲେ । ମୁଁ ଖାଇ ସାରି ସେଇ ଠାରେ ବିଶ୍ରାମ ନେଉଥାଏ । ଜାଣିଲି କୁଆଡେ ସେମାନେ ନେତା ଶ୍ରେଣୀୟ ଲୋକ । ଆଉ କିଛି କହିବାର ନ
ଥିଲା ପଳେଇ ଆସିଲି । ତା ପରେ ସେଇ ଭୋଜନ ସଭାକୁ ଜଣେ ରୁଗ୍ଣ, ଜୀର୍ଣ୍ଣଶୀର୍ଣ୍ଣ ଓ ମଇଳା ଛିଣ୍ଡା ଗୁନ୍ଥା କପଡା ପିନ୍ଧିଥିବା ଲୋକ ଆସି ପହଁଚିଲେ ! ଓ କହିଲେ ବାବୁ ଗଣ୍ଡେ ଖାଇବାକୁ ମିଳିବ ? ଭୋଜି ଦେଉଥିବା ଲୋକ ସଙ୍ଗେ ସଙ୍ଗେ କହି ପକେଇଲେ କୁଆଡୁ କୁଆଡୁ ଆସିଯାଉଛନ୍ତି କେ ଜାଣି । ଅପରିଷ୍କାର ମ୍ଳେଚ୍ଛ ଲୋକ ଗୁଡାକ କହିଦେଇ ଭିତରକୁ ଚାଲି ଯାଇଥିଲେ । ମୁଁ ଦେଖି ଦେଇ ଏହି ଦୃଶ୍ୟ ମୋ ଆଖିରୁ ଦୁଇ ଟୋପା ଲୁହ ଝରି ପଡିଲା । ମୋ ମନରେ ପ୍ରଶ୍ନ ଆସିଲା ଏହି ବୈଶାଖ ମାସର ଝାଞ୍ଜିର ବୁକୁଚିରି ଆସିଥିବା ଏହି ଭୋକିଲା, ରୁଗୁଣା ଓ ଅକ୍ଷମ ବୟସ୍କ ଲୋକଟା କଣ ଜଣେ ଅତିଥି ନୁହେଁ ? କେମିତି ଦୁନିଆ ! ଏମାନେ ବି ମଣିଷ, ଏମାନଙ୍କର ବି ବଞ୍ଚିବାର ଅଧିକାର ଅଛି, ଏମାନଙ୍କର ମଧ୍ୟ ଆମ ଭଳି ରକ୍ତ ମାଂସର ଶରୀର । ଏତିକି ଫରକ ଏମାନଙ୍କର ଅର୍ଥର ଅଭାବ । ଆମ ଭଳି ସାବୁନ ତେଲ କିଣି ଦେହକୁ ଚିକ୍କଣ କରିବାର ସାମର୍ଥ୍ୟ ନାହିଁ । ଭଲ ପୋଷାକଟିଏ ପିନ୍ଧିବାର ମଧ୍ୟ ସାମର୍ଥ୍ୟର ଅଭାବ ତେଣୁ ଆମକୁ ବୋଧହୁଏ ଅତିଥିର ତୁଳନାରେ ଯୋଗ୍ୟ ବିବେଚିତ କରିହୁଏ ନାହିଁ !
ବହୁତ ବାର ଦେଖିଛି ମାଗି ଖାଉଥିବା ଲୋକଟିଏ ଯେତେବେଳେ ଧନାଢ୍ୟ ହୋଇଯାଏ ସେତେବେଳେ ସେ ପଛକୁ ଚାହେଁ ନାହିଁ । କାହାରିକୁ ଦେଖିଲେ ଅଜଣା ଲୋକ ପରି ବ୍ୟବହାର କରିଥାଏ । ସତରେ ଏହି ଦୁନିଆ ବଡ଼ ବିଚିତ୍ର ଲୋକ ସଜ ମାଛରେ ପୋକ ପକେଇବା ଜାଣନ୍ତି ହେଲେ ଲୁଚେଇ ଲୁଚେଇ ମାଛଟିକୁ ଖାଇବାର ବାହାନା କରନ୍ତି । ଦୁଃଖକୁ ଆଦରି ସୁଖକୁ ଆହ୍ୱାନ କରୁଥିବା ଲୋକଟି ଦୁନିଆରେ ସୁଖୀର ଆସନ ନେଇଥାଏ । ଅତିଥି ସତ୍କାର ପୁଣ୍ୟ ଅଟେ ଏହି ମନ୍ତବ୍ୟ ଆମେ ପୁରାଣ, ଗୀତା ଓ ଭାଗବତରୁ ଶିକ୍ଷା ଲାଭ କରିଥାନ୍ତି ହେଲେ ଏହି ମନ୍ତବ୍ୟ ଓ ଦିଗ୍ଦର୍ଶନ ଦେଇ ଥିବା ଲୋକଟି ମହାନ ଓ ଦେଵ ଯୋଗ୍ୟ।
ଆମେ ସାଧାରଣତଃ ବ୍ରାହ୍ମଣ ଅତିଥି କହି ଚର୍ଚ୍ଚା କରନ୍ତି । ବ୍ରାହ୍ମଣ ଘରକୁ ଆସିଲେ ଭଗବାନର ଦର୍ଜା ଦେଇ ଅତିଥି ସତ୍କାରରେ ନିଜକୁ ଅର୍ପଣ କରିଥାନ୍ତି । ସେମାନଙ୍କର ଭୋଜନରେ କୌଣସି ତୃଟି ନ ହେଉ ସେଥି ପ୍ରତି ସଦା ସର୍ବଦା ତତ୍ପର ରୁହନ୍ତି । ହେଲେ ସେଇ ବ୍ରାହ୍ମଣ ପୂଜାରୀ ଘରକୁ ଅନ୍ୟ କେହି ନିଚ୍ଚ ଜାତିର ଲୋକ ଗଲେ ସେମାନେ କାହିଁକି ହାତେ ନାକ ଟେକନ୍ତି । ଅଛୁଆଁ ଅଜାତି କହି କାହିଁକି ପଶୁ ବ୍ୟବହାର କରନ୍ତି । ସେମାନେ ତ କୁହନ୍ତି ଅତିଥି ଦେବତା ହେଲେ କଣ ଜଣେ ନିଚ୍ଚ ଜାତିର ଲୋକ ବ୍ରହ୍ମଣ ଘରରେ ଅତିଥି ନୁହେଁ ? ସେ କଣ ଚର୍ଚ୍ଚାର ଯୋଗ୍ୟ ନୁହେଁ । ସତ କହିବାକୁ ଗଲେ ପରମ୍ପରା ବନେଇଥିବା ଲୋକ ନିଜେ ପରମ୍ପରାକୁ ଭାଙ୍ଗିଦେଇ ଆଧିପତ୍ୟ ବିସ୍ତାର କରିଥାନ୍ତି ଅତିଥି ଦେବତା ବୋଲି କହି । ତେବେ କ'ଣ ଅତିଥି ଦେବତା ନୁହେଁ ? ଯଦି ଜଣେ ବଡ ଜାତିର ଘରକୁ ଜଣେ ସାନ ଜାତିର ଲୋକ ଭୋକ ବିକଳରେ ଛିଣ୍ଡା ଓ ଗୁନ୍ଥା ପିନ୍ଧି ଯାଏ ତେବେ କଣ ସାନ ଜାତିର ଲୋକଟି ଅତିଥି ଦେବତାର ଆସନ ମିଳି ପାରିବ ?