STORYMIRROR

Anuradha Nath

Children Stories Drama Inspirational

3  

Anuradha Nath

Children Stories Drama Inspirational

ଅତୀତ ର ପ୍ରତିଛବି

ଅତୀତ ର ପ୍ରତିଛବି

2 mins
154


ବାହାଘର ଅଧାରୁ ସୋନାଲିକୁ ମଣ୍ଡପରେ ଏକୁଟିଆ ଛାଡ଼ି ପଳାୟନ କରିଥିବା ଅନୁରାଗକୁ ଲୋକ ଭୟାଳୁ କହୁଥିବେ ନା କାପୁରୁଷ ଯଣା ନାହିଁ। ତଥାପି ଲାଗୁଛି ସୋନାଲି ପରି ବୁଦ୍ଧିମତି ଝିଅ ମୋ ମନର କୋଳାହଳକୁ ଵୁଝି ପାରିଵ। ଵୋଧେ ସେଇଥି ପାଇଁ ବାହା ବେଦୀରେ ମତେ ସେ କହିଥିଲା, ଯଦି ବିବାହ ପାଇଁ ତମେ ପ୍ରସ୍ତୁତ ନୁହେଁ ତମେ ଯାଇପାର।

ମନ ଭିତରେ ଥିବା ପ୍ରଶ୍ନ ଗୁଡିକର ଉତ୍ତର ନପାଇବା ଯାଏଁ ନୂତନ ସମ୍ପର୍କ ଭିତରେ ପଶିବା ମୋ ପାଇଁ କଷ୍ଟକର ଥିଲା। କିନ୍ତୁ ମୋ ମନର କୋଳାହଳ ପାଇଁ ସୋନାଲିକୁ ଶାସ୍ତି ଦେବା ଵି କଉଠିକାର ନ୍ୟାୟ ଥିଲା। ଏଥିରେ ତାର ବି ଦୋଷ କଣ ? ସେ ନୀରିହ ଠିକ୍ ମୋ ଅତୀତର ପ୍ରତିଛବି ପରି। ମୋର ମା ବାପା କମ୍ ବୟସରେ ପ୍ରେମ ବିବାହ କରିଥିଲେ। ମୋର ଜନ୍ମର ତିନିମାସ ପର୍ଯ୍ୟନ୍ତ ଠିକ୍ ଥିଲା, କିନ୍ତୁ ସମସ୍ୟା ସୃଷ୍ଟି ସେଇଠୁ ହେଲା ଯେତେବେଳେ ମୋର ମା ତିନି ମାସର ଛୁଆକୁ ନେଇ ବାପାଙ୍କ ପାଖକୁ ଆସିଲା। ସେତେବେଳେ ମା ଦେଖିଥିଲା ବାପାଙ୍କ ଭିନ୍ନ ରୂପ। ଵାପା ଅଫିସ୍ ନା କହି ରାତି ରାତି ସାଙ୍ଗ ମାନଙ୍କ ସହ ରହୁଥିଲେ। ଘରକୁ ମଦ୍ୟପାନ କରି ଫେରୁଥିଲେ। ମା ଏକୁଟିଆ ମତେ ରଖି ଘରକାମ କରି ବ୍ୟସ୍ତ ହୋଇ ପଡୁଥିଲା। ଆଉ ଵାପା ଆସିଲା ପରେ ଦୁହେଁ ଦୁହିଁଙ୍କ ଗର୍ଜନରେ ମୋ ନିଦ ଭାଙ୍ଗି ଯାଉଥିଲା, ଆଉ ମୁଁ କାନ୍ଦୁଥିଲି। ସେତେବେଳେ ମୋ ଲୁହର ମୂଲ୍ୟ ତାଙ୍କ ଗର୍ଜନ ଆଗରେ ମୂଲ୍ୟହୀନ ଥିଲା। ସେହି ଝଗଡ଼ା ଭିତରେ 12 ବର୍ଷ ଵିତିଗଲା, ଏହି ଭିତରେ ମା ର ଚାକିରି ଜୀବନ ଆରମ୍ଭ ହୋଇସାରିଥିଲା।

ଯଉ ଆଠ ଦଶ ଘଣ୍ଟା ସେମାନେ ଅଫିସ୍ ଯାଉଥିଲେ ମୁଁ ନିଜକୁ ସୁରକ୍ଷିତ ମନେ କରୁଥିଲି। କିଛିଦିନ ଗଲା ବାପା ମା ଙ୍କ ଛାଡପତ୍ର ହୋଇଗଲା। ଆଉ କାଠଗଡା ଭିତରେ ମତେ ପ୍ରଶ୍ନକରା ଯାଇ ଥିଲା ତମେ ମା ଆଉ ବାପା ମଧ୍ୟରୁ କାହା ସହ ରହିବ। ସେତେବେଳେ କଣ ଏହି 12 ବର୍ଷର ଅନୁରାଗ ନିରିହ ନଥିଲା। କିନ୍ତୁ ମୋ ଉତ୍ତର ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ଯେତେବେଳେ ମୁଁ କହିଥିଲି ମୁଁ ହଷ୍ଟେଲରେ ରହିଵି।

ଛୋଟ ଵେଳୁ ବାପାଙ୍କ ଠାରୁ ଶୁଣିଛି ମା ପରି ହେଵୁନି। ମା ଠାରୁ ଶୁଣିଛି ଵାପା ପରି ହେଵୁନି। ନିଜ ପରି ହେବାକୁ ସମୟ ଲାଗିଥିଲା। ସୋନାଲିକୁ ଭଲ ପାଇ ଭାବି ନେଇ ଥିଲି ହଁ ମୁଁ ନିଜ ପରି ହୋଇ ସାରିଛି। କିନ୍ତୁ ଆଜି ବାହା ଵେଦୀରେ ନିଜ ଅତୀତର ପ୍ରତିଛବି ଦେଖି ବାହାଘରର ଧର୍ମ ମନ୍ତ୍ରକୁ ଉଚ୍ଚାରଣ କରି ପାରିଲିନି। ସତରେ କଣ ମୁଁ ତାର ସାତ ଜନ୍ମର ସାଥି ହୋଇ ପାରିଵି।

ଵାହା ମୁକୁଟକୁ ସମୁଦ୍ରକୁ ଫୋପାଡି ଦେଲି। ଆଉ ସମୁଦ୍ରର ଢେଉ ସେହି ମୁକୁଟକୁ ମୋ ପାଖକୁ ଫେରାଇ ଦେଲା। ଆଉ ଢେଉର ଇସାରା ମୁଁ ବୁଝି ସାରିଥିଲି। ଦଉଡିଲି ବାହା ମଣ୍ଡପକୁ। ସୋନାଲି ଆଉ ସବୁ ବନ୍ଧୁ ପରିଜନ ସେମିତି ଅପେକ୍ଷା କରିଥାନ୍ତି। ସତରେ ଯେମିତି ସୋନାଲି ଵୁଝି ସାରିଥିଲା ମୁଁ ଫେରିଵି ଵୋଲି।

ଵାପା ମା ଏକାଠି ଠିଆ ହୋଇଥିଲେ ।ବହୁତ୍ ବର୍ଷ ପରେ ତାଙ୍କୁ ଏକାଠି ଦେଖୁଥିଲି। ଲାଗୁଥିଲା ଜୀବନରେ ଏକା ରହି ଦିଜଣ ଦିଜଣଙ୍କର ମହତ୍ତ୍ୱ ବୁଝି ସାରିଥିଲେ। ଆଉ ସେଦିନ ଗୋଟାଏ ଵେଦୀ ନୁହେଁ, ଦୁଇଟି ଵେଦୀରେ ବିବାହ ହୋଇଥିଲା । ସୋନାଲି ଆଉ ମୋର ଓ ମୋ ଵାପା ମାଙ୍କର ପୂର୍ଣ୍ଣବିବାହ।

କିଛି ଦିନ ପରେ ପରେ ଵାପା ମା ଙ୍କୁ ଵିଦେଶ ଭ୍ରମଣର ଦୁଇଟି ଟିକଟ ଦେଲି। ସେମାନେ ଵୁଲିବାକୁ ଗଲେ। ଆଉ ମୁଁ ମୋ ନିଜ ଉପରେ ସମ୍ପୂର୍ଣ୍ଣ ଭରଷା ରଖିଥିଲି, ଫେରିଲା ଵେଳେ ନିଜ ଅତୀତର ର ପ୍ରତିଛବି କୁ ସେଠାରେ ହଜାଇ ଭବିଷ୍ୟତ ର ପ୍ରତିଛବିଟିଏ ଵନେଇଵେ। ଆଉ ଆଗକୁ ବଢି ଚାଲିଵେ...।



Rate this content
Log in