ଅର୍ଚ୍ଚନାର ତାଲା ବନ୍ଦ ଡ଼ାଏରୀ-୩୦
ଅର୍ଚ୍ଚନାର ତାଲା ବନ୍ଦ ଡ଼ାଏରୀ-୩୦
ଜୀବନରେ କିଏ କେବେ ଆଉ କୋଉ ମୋଡ଼ରେ ପହଞ୍ଚି ଯାଏ କିଏ କହି ପାରିବ ? ମୋ ଦିଦିର ଦିଅର ବାବୁ ମତେ ଭଲ ପାଆନ୍ତି ବୋଲି ଦିଦି ମତେ ଜମା ଫୋନ କରେନି । ଏଥିପାଇଁ ବହୁତ ମନାନ୍ତର ବି ହେଇଛି । ଯେତେ ଯାହା ହେଲେ ବି ସେ ମୋ ଦିଦି । ମୋ ଭଲ ଚାହିଁବ ସେ । କୁହେ ତୁ ପାଠ ପଢ଼ ଆଉ ଏ ସବୁ କିଛି କରନା । ମୁଁ କହେ ଏ ସବୁ ମୁଁ କେତେବେଳେ କଲି ଯେ । ତୁ ଖାଲି ମୋ ଉପରେ ବେକାର ଟାରେ ରଗୁଚୁ ।
କେତେଦିିିନ ଠାରୁ ସେ ଫୋନ କରିନଥିଲା । ଫୋନରେ ହ୍ଵାଟ୍ସଆପ୍ ରେ ଡିିପି ରଖିଥିଲା ସେ । ଗ୍ଲୋବ ପିନ୍ଧା ହାତରେ କିଛିି ଫୁୁୁଲ କରିଛି । ସେ ବି ପୁଣି ପେନରେ । ଲେଖିଛି ହାପି ରଜ ।
ସେ ନର୍ସ ...। ରଜ ଏ ବର୍ଷ ପାଳିନି ସେ..।
ସେ ମୋ ନମ୍ବର କାଟି ଦେଇଥିଲା ତେଣୁ ମୁଁ ତା ସହ କଥା ବି ହେଇପାରୁନଥିଲି । ଏବେ ସେ ମୋ ନମ୍ବରକୁ ପୁଣି ଥରେ ତା' ଫୋନରେ ରଖିଛି ।
ଆରେ ଏବେ ଫୋନ କଲାଣି ସେ, ଅର୍ଚ୍ଚନା ! କ'ଣ କରୁଛୁ ? ଆଉ କେମିତି ଅଛୁ ?
- ହଁ ଦିିଦି ମୁଁ ଭଲରେ ଅଛି । ଆଉ ତୁ କେମିତି ଅଛୁ ?
- ହଁ ମୁଁ ଭଲ ଅଛି ...କ'ଣ କହୁଥିଲି କି ପୁଅକୁ ତୋ ପାଖକୁ ନେଇକି ରଖ ।
- ହଁ ଦିଦି ତୁ ବେସ୍ତ ହ ନା .... ତୁ ପୁଅକୁ ଆମ ଘରେ ଛାଡି ଦେ...
ସେପଟୁ ଦଦରା ସ୍ୱର ଭାସି ଆସୁଥିଲା ,ଗୋଟେ ମାଆଟେ କାନ୍ଦୁ ଥିଲା ବୋଧେ । ଜୀବନ ଏମିତି ଏକ ମୋଡ଼ରେ ଆଣି ଠିଆ କରି ଦେଉଛି ଯୋଉଠି ଗୋଟିଏ ମାଆ ବି ନିିିଜ ପିିଲାକୁ ପାଖରେ ରଖିବାକୁ ଡରୁଛି ।
ସେପଟୁ କିଛି ସମୟ ପରେ ଟିକେ ହସ ଶୁଣା ଗଲା ଦିଦି କହିଲା , ଜାଣିଛୁ ଅର୍ଚ୍ଚନା ! ଏ ବର୍ଷ ରଜ ବହୁତ ମଜାଦାର ଥିଲା । ସବୁ କର୍ମୀ ମାନେ ରୋଗୀ ସେବା କରିି କରି ରଜ ପାଳୁଥିଲେ । କିଛି ଝିିିଅ କର୍ମୀ ମାନେ ଗ୍ଲୋବ ଉପରେ ପେନରେ ମେହେନ୍ଦି କରି ପକେଇଲେ । ଆଉ କିିିଛି ନାଚିଲେ ବି ।
ସେ ବହୁତ ହସିଲା । ମୁଁ କିନ୍ତୁ ହସି ପାରୁ ନଥିଲି । ସେଇ ଖୋଲା ହସ ଭିତରେ ଲୁୁଚିଥିବା କରୁୁଣ ହସକୁ ହସକୁ ଶୁଣି ।