ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୧୬
ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୧୬
ଆଜି ରଜର ଶେଷ ଦିନ । ଚାରିଆଡେ ଏବେ ମାଛ ମାଂସରେ ଲୋକ ମାନେ ଭାସୁଛନ୍ତି । ଭଲ ମନ୍ଦ କରି ଖାଉଛନ୍ତି । ନୂଆ ପୋଷାକ ପିନ୍ଧିଛନ୍ତି । ଗାଁ ଠୁ ସହର ଯାଏଁ ଏବେ ବେଶ୍ ଖୁସି ବାସିର ଦିନ । ହେଲେ ରାମେଶ୍ୱର ଆଜି ମନ ଦୁଃଖରେ ବସିଛି । ତାକୁ ମୁଁ ପଚାରିଲି କ'ଣ ହେଇଛି ଲୋ ମୋ ଭାଇ ? ସେ କହିଲା ନାନୀ ମୁଁ ଏତେ କଷ୍ଟରେ ରାତି ଅନିଦ୍ରା ହେଇ ପଢିଲି । ରାତିରେ ଦୁଇ ଘଣ୍ଟା ଶୋଇ ସକାଳ ହେବାଯାଏ ପଢିଲି । କେହି ନ ହେଲେ ବି ମୋର ସେଇ କାନ୍ଥ ଘଣ୍ଟା ଦେଖିଚି ମୋର ପରିଶ୍ରମକୁ । ରାତିରେ ବଲ ଜାଳି ପଢିଲା ବେଳେ ସେଇ ଆଲୁଅ ମୋର ସାକ୍ଷୀ ଅଛି । ରାତିରେ ନିଦ ଲାଗିବ ବୋଲି ଫ୍ୟାନକୁ ବନ୍ଦ କରି ଗରମ ଝାଳରେ ପଢ଼ିଛି । ବହିକୁ ତିନି ଚାରି ଥର ଶେଷ କରି ଦେଇଛି । ହେଲେ ମୋ ପରିଶ୍ରମ ସବୁ ମାଟିରେ ମିଶିଗଲା । ଶେଷ ବେଳକୁ ପରୀକ୍ଷା ଦେଇପାରିଲିନି । ଜୀବନରେ ଏମିତି ମୁଁ କେବେ ବି ଭାବି ନଥିଲି । ବର୍ଷ ସାରା ପଢି ପଢି ଶେଷରେ ଏପରି ଅବସ୍ଥା ........।
ସେ ରାମେଶ୍ୱର ଏମିତି ଗପୁଥିଲା । ମୁଁ ଭାବୁଥିଲି ସତରେ ଏ କେତେ ପଢିଥିଲା ।
"ଆଉ କ'ଣ ବା ବାକି ? " ରାମେଶ୍ୱର କହିଲା ବେଳେ ମୁଁ ହଟାତ ଚମକି ପଡିଲି । ନିଜ ଭାବନାରୁ ବାହାରି ଆସିଲି । ତାକୁ ପଚାରିଲି କ'ଣ କିରେ କ'ଣ ବାକି କଥା କହୁଛୁ ?
ସେ କହିଲା ସେ ଚାଇନା ବେଙ୍ଗ, ମାଙ୍କଡ଼, ବାଦୁଡି, କୁକୁୁୁର, ପୋକ, ଜୋକ, ତ ସବୁ ଖାଇଲା । ସେ ଲାଟିନ ଖାଉନି ଆଉ ସେଇଟା କାଇଁ ବାକି ରଖିଛି । ମୁଁ ଟିକେ ହସିି ଦେଇ କହିିଲି , ହେ ବାଇଆଟା । ପୁଣି ସେ କହିଲା , ଦିିଦି ମୁଁ ବାଇଆ ନୁହେଁ ସେଇ ଚାଇନା ବାଇଆ । ସେ ବାଇଆ ହେଇଥିଲେ କ'ଣ ଏମିିିତି ପୋକ ଜୋକ ଖାଇବା ଖାଇ ମୋ
ଦେଶ ତଥା ମୋ ପୃୃୃଥିବୀକୁୁ ଏମିତି ହଇରାଣ କରିଥାନ୍ତେ ?
ମୋ ପଢ଼ା ଖରାପ ହେଲା । ମୋ ବନ୍ଧୁ ଜଣେ ମରିଗଲେ । କହି ଭେଁ ଭେଁ ହେଇ କାନ୍ଦିଲା । ମୁଁ କହିଲି କୋଉ ବନ୍ଧୁ । ସେ କହିଲା , ମୋ ଅଜା ......
ସତରେ ମୋ ଆଖିରେ ବି ଲୁହ ଆସିିିଗଲା ତା' କଥା ଶୁଣି । ସେ ଚାଇନା ଦେଶ ଖୁବ୍ ଗାଳି ଦେଉଥିଲା । ପୋଡା ମୁହାଁ । ତା'ର ଦଶମ ଶ୍ରେଣୀ । ଗୋଟେ କୋମଳମତି ପିଲା ଏବଂ ଶିକ୍ଷିତ ପିଲା ଗାଳି ଦେଉଥିଲା । ଏମିତି ବହୁତ ମନ ଦୁୁଃଖ କରି ସେ ଗାଳି ଦେଉଥିଲା ଚାଇନାକୁ ଆଉ ମୁଁ ତାକୁ ଖୁଆଇ ଦେଉଥିଲି ଭାତ ......।
