ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୨୫
ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୨୫
ଜୀବନକୁ ପୁରା ନର୍କ କରି ସାରିଲାଣୁ । କାଇଁ ମତେ ଖେଳିବାକୁ ଛାଡୁନୁ ? ଘରେ ବସି ବସି ଭାରି ବିରକ୍ତି ଲାଗିଲାଣି ପରା । ଜୀବନ ଛାଡି ଗଲା ଭଳି ଲାଗୁଛି । କେଜାଣି କେବେ ଏ ଯନ୍ତା ରୁ ମୁକ୍ତି ? ଏ ମାମା ବି ଗାଳି କରି କରି ମାରି ସାରିଲାଣି । ଖେଳିବି ଖେଳିବି ଖେଳିବି .....
ଗୁୁଡୁ ଏମିତି ଚିଲ୍ଲଉଥିଲା । ଆଉ ତା'ର ମାମା କହୁଥିଲେ , ଚୁପ କରି ଘରେ ରହ । କରୋନା ର ତୃତୀୟ ଲହର ଯେ ଆସୁଛି । ଆଉ ସେ ଯେ ପିଲା ମାନ ଙ୍କ ପାଇଁ ମାରାତ୍ମକ ।
ଗୁଡୁ କାନ୍ଦି କାନ୍ଦି ସେ ଖେଳନାକୁ ଭାଙ୍ଗି ସାରିଲାନି । ପୁୁଣି ତା'ର ମାମା ପିଟିବା ଆରମ୍ଭ ବି କରି ସାରିିଲାଣି । କହୁଛନ୍ତି, ଏ କରୋନା ଆସିଲା ଯେ ପାଠ ସବୁ ଚୂଲି ଗଲା । ପାଠ ନାହିଁ ଶାଠ ନାହିଁଁ କୁଆଁରୀ ସାହି ନାଟ କରୁଛି ।
କେବେ ଏ ସରିବ ? ଆଉ ଏ ପିଲା ଟାକୁ ମୁଁ ନିିଜ ଆୟତ୍ତ ରେ ରଖି ପାରୁନି ପରା। ଏଇ ନେ ଫୋନ । ତୁ
ଚୁପ ହଅ ଭଲା ।
ଆଶ୍ଚର୍ଯ୍ୟ ଫୋନ ପାାଇଲା ପରେ ଗୁୁଡୁ ପୁୁୁରା ଚୁପ । ବସିିିକି ଗେମ ଖେଳିଲା । ସେ ପପଜି ଆଉ ଲୁଡୁ ଆହୁରି କେତେ କ'ଣ ? ମତେ ଦେଖେଇ କି ଝରକା ପଟେ କହିିିଲା
ଦେଖେ ଲୋ ଜେଜି ( ମତେ ସେ ଚିଡ଼େଇ ବାକୁ ଜେଜି କୁହେ ଆଉ କାନ୍ଦୁରି କୁୁହେ ।)ତୋ ପରି ଫୋନ ଧରିଛି । ତୁ କଣ ମୋ ପରିି ଗେମ ଖେଳି ପାରିବୁ ? ନାଇଁ ତୁ ଖାଲି କ'ଣ ଗୋଡା ଲେଖି ପକା ।
ଗୁୁଡୁ ବହୁତ ଖତେଇ କାଢୁ ଥିଲା ମତେ । ପୁୁଣି ସେ ଖେଳ ରେ ମନ ଦେଲା । ସତରେ ସେ ତା'ର ପିଲାଳିିିଆମିି
ରେ ବହୁତ ସୁୁନ୍ଦର ,ହେଲେ ସେଇ ଫୋନ ରେ ସେ ତା'ର
ପିଲା ଦିିିନ ହଜଉଥିଲା ବୋଧେ । ହଁ ଏ ସମୟ ତ ସୁଯୋଗ ଦେଇଛି ନା ।
ଯାହା ର ଯାହା ହେଉ ପଛେ ଏ ଫୋନ ର ଚାହିଦା ବାଢ଼ି ଗଲା । ଫୋନ ବହୁତ ସାହାର୍ଯ୍ୟ ବି କରୁଛି ଆମକୁ ।
ଏହା ତ ଏକ ଯନ୍ତ୍ର ଟିଏ । ଆମେ ଯେମିତି ଏହାର ଉପଯୋଗ କରିବା ସେମିତି ଏହା ଆମର ଉପକାର ରେ ଆସିବ । ହେଇ ଯେମିତି ମୁଁ ଲେଖିବା ରେ ବ୍ୟବହାର
କରୁଛି । ଆଉ କିିିଛି ଭଲ କାମ ରେ ବ୍ୟବହାର କରନ୍ତି ।
ମୁଁ ଲିଲିି ଭାଉଜ ଙ୍କୁ କହିିିଲି । ଭାଉଜ ! ତମେ ଗୁଡୁ ସହ ଖେଳ । ତମେ ତା'ର ସାଙ୍ଗ ହେଇ ଯାଅ । ଫୋନ ଦିିିଅନି ବେଶି । ଖାଲି ପଢିିିିବାକୁୁ ଫୋନ ଦିଅ ।
ସେ ବୋଧେ କିଛି ବୁଝିଲେ ତେଣୁ ଭାଉଜ ଟିକେ ହସି ଦେଇ ହଁ କହିଲେ ......