Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Kanan Bala Nayak

Others

5.0  

Kanan Bala Nayak

Others

ଅନୁଶୋଚନା

ଅନୁଶୋଚନା

3 mins
377



 ଆଶୁତୋଷ ବାବୁ ତାଙ୍କ ଅଫିସରେ ବସି କିଛି କ୍ଲାଏଣ୍ଟଙ୍କ ସହ କଥା ହେଉଥାଆନ୍ତି, ସେଇ ସମୟରେ ଅନୁପ୍ ହଷ୍ଟେଲରୁ ଫୋନ୍ ଆସିଲା । ହେଲେ ଏ ଅସମୟରେ ଅନୁପ୍ ହଷ୍ଟେଲରୁ ଫୋନ୍ କାହିଁକି? ହଷ୍ଟେଲ ସୁପରିଟେଣ୍ଡେଣ୍ଟ ବ୍ଯସ୍ତ ହୋଇ କହୁ ଥାଆନ୍ତି ଆପଣଙ୍କ ପୁଅର ଏକ୍ସିଟେଣ୍ଟ ହୋଇ ଯାଇଛି । ଆମେ ତାକୁ ହସ୍ପିଟାଲ ନେଇ ଯାଉଛୁ । ଆପଣ ଶୀଘ୍ର ଆସନ୍ତୁ ।


 ଅନୁପ୍, ଆଶୁତୋଷ ବାବୁଙ୍କର ଏକମାତ୍ର ସନ୍ତାନ । ଅନେକ ପୂଜା, ପାର୍ବଣ ପରେ ପିଲାଟି ହୋଇଥିଲା ବୋଲି ସମସ୍ତେ ତାକୁ ଭାରୀ ଭଲ ପାଆନ୍ତି. ପୁଅଟି ଦେଖିବାକୁ ମଧ୍ୟ ଭାରୀ ସୁନ୍ଦର । ଏକ ମାତ୍ର ପୁଅ ବୋଲି ଆଶୁତୋଷ ବାବୁ ତାକୁ ସହରର ସବୁ ଠାରୁ ନାମି ସ୍କୁଲରେ ପଢାଇଲେ । ତାର ସମସ୍ତ ଅଳି ଅର୍ଦ୍ଦଳିକୁ ଅଚିରେ ପୁରଣ କରୁଥିଲେ । ପରିବାର ସଦସ୍ୟ ଙ୍କର ଅତ୍ଯଧିକ ଆଦର ସ୍ନେହ ଯୋଗୁଁ ଅନୁପ୍ ଦିନକୁ ଦିନ ବିଗିବାରେ ଲାଗିଲା । ସବୁ ବେଳେ ଦୁଷ୍ଟ ପିଲାମାନଙ୍କ ସହ ମିଶିଲା । ଘରୁ ସ୍କୁଲ ଯିବ ବୋଲି କହି ବାହାରି ଯାଏ କିନ୍ତୁ ସ୍କୁଲକୁ ନ ଯାଇ ସାଙ୍ଗ ପିଲାମାନଙ୍କ ସହ ଦୁନିଆ ଖରାପ କାମରେ ମାତି ରହେ । ସ୍କୁଲର ଶିକ୍ଷକ ଯଦି କିଛି କହନ୍ତି ତା ବାପା କହନ୍ତି ଛୋଟ ପିଲାଟା କଣ ଟିକେ ଦୁଷ୍ଟାମି କରୁଛି । ବଡ଼ ହେଲେ ସୁଧୁରି ଯିବନି।


 ଆଶୁତୋଷ ବାବୁଙ୍କ ବାପା ମଧ୍ୟ ତାଙ୍କ ଅନେକ ଥର କହିଛନ୍ତି ଆରେ ଆଶୁ, ଅନୁପ୍ ର ଚାଲି ଚଲଣ ମୋତେ କାହିଁକି ଠିକ୍ ଲାଗୁନି । ତୁ ଟିକେ ତା ପ୍ରତି ନଜର ଦେ। ତା ବୟସଟା ଏବେ ଏମିତି। ଏ ବୟସରେ ଥରେ ପାଦ ତଳକୁ ଖସିଗଲେ ତାକୁ ଆଉ ସମ୍ଭାଳିବା ସମ୍ଭବ ନୁହଁ। ବଢୁଥିବା ବୟସ ଓ ଗଡି ଯାଉଥିବା ପାଣି ଭୟଙ୍କର ହୋଇ ଥାଆନ୍ତି । ଠିକ୍ ସମୟରେ ତାକୁ ବନ୍ଧ ପକାଇ ଆକଟ ନ କଲେ ସେମାନେ ପ୍ରଳୟ ସୃଷ୍ଟି କରି ଥାଆନ୍ତି । ଆଉ ତା ସହିତ ଅନେକ କିଛି ଭସାଇ ନେଇ ଥାଆନ୍ତି । ତେଣୁ ତୁ ସବୁବେଳେ ତୋ ବ୍ୟବସାୟ କାମରେ ବ୍ଯସ୍ତ ନ ରହି ତା ପ୍ରତି ଟିକେ ଧ୍ୟାନ ଦେ ।


 ହେଲେ ଆଶୁତୋଷ ବାବୁ ବାପାଙ୍କ କଥାକୁ ମାନିବା ପରିବର୍ତ୍ତେ ତାଙ୍କୁ ଓଲଟା ଜବାବ ଦିଅନ୍ତି । ବାପା ଅନୁପ୍ ପିଲା ଲୋକ ଏବେ ଦୁଷ୍ଟାମି କରିବନି ତ ଆଉ କଣ ତୁମ ଆମ ବୟସରେ କରିବ?ତା ଛଡ଼ା ସେ ଇଣ୍ଡଷ୍ଟ୍ରିଆଲିଷ୍ଟ ଆଶୁତୋଷ ସାମନ୍ତରାୟ ଙ୍କ ପୁଅ ବୋଲି ସମସ୍ତେ ଜାଣିବା ଉଚିତ୍ ନାଁ । ଆଶୁତୋଷ ବାବୁଙ୍କ ବାପା କହନ୍ତି ତୁ ଏବେ ମୋ କଥା ଶୁଣୁନୁ କିନ୍ତୁ ଦିନ ଆସିବ ତୁ ତୋ ଭୁଲ୍ ପାଇଁ ଅନୁଶୋଚନା କରିବୁ । ମୁଁ ସେତେବେଳକୁ ତୋ ପାଖରେ ନ ଥିବି । ତୁ କିନ୍ତୁ ମୋ କଥା ନିହାତି ଭାବିବୁ ।


 ଅନୁପ୍ ଯାହୁଁ ଯାହୁଁ ବଡ଼ ହେଲା ତା ଦୁଷ୍ଟାମି କମିବା ପରିବର୍ତ୍ତେ ଦିନ କୁ ଦିନ ବଢିବାରେ ଲାଗିଲା । ସମୟ କ୍ରମେ ଡ୍ରଗସ୍ ମାଫିଆଙ୍କ ହାବୁଡରେ ପଡି ଡ୍ରଗସ୍ କବଳରେ କବଳିତ ହୋଇ ଡ୍ରଗସ୍ ନେବାକୁ ଲାଗିଲା । ଆଜି ସେଇ ମାଫିଆ ମାନଙ୍କ ସହ ଗଣ୍ଡଗୋଳ ହେବାରୁ ସେମାନେ ତାକୁ ବାଡେଇ ତାର ଏଇ ଅବସ୍ଥା କରିଛନ୍ତି ।ଡକ୍ଟରଙ୍କ ଆପ୍ରାଣ ଚେଷ୍ଟା ଓ ଆତ୍ମୀୟ ସ୍ବଜନଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ଫଳରେ ଅନୁପ୍ ର ଜୀବନ ସିନା ବଞ୍ଚି ଗଲା ହେଲେ ତା ଅଣ୍ଟାରୁ ତଳକୁ କାମ କରିବା ବନ୍ଦ କରିଦେଲା । ଆଉ ସେ ପାଲଟି ଗଲା ଜଣେ ପକ୍ଷାଘାତ ରୋଗୀ ।


 ସେଇ ଦିନ ଠାରୁ ଦୀର୍ଘ ସାତ ବର୍ଷ ହେଲାଣି ପକ୍ଷାଘାତ ରୋଗରେ ପୀଡିତ ହୋଇ ବିଛଣାରେ ଶୋଇ ରହିଛି ଅନୁପ୍ । ଦେଶ ବିଦେଶର ଅନେକ ବିଖ୍ୟାତ ଡାକ୍ତର ଙ୍କ ପରାମର୍ଶ ନେଇ ସାରିଲେଣି ଆଶୁତୋଷ ବାବୁ । ତଥାପି କିଛି ଫଳ ହେଉନି । ଯେଉଁ ଆଶୁତୋଷ ବାବୁ କ୍ଷମତା ଓ ଅର୍ଥ ଲୋଭରେ ଘରକୁ ଆସୁଥିବା ଭିକାରୀ ଟିକୁ ମଧ୍ୟ ରକ୍ତ ହସ୍ତରେ ଫେରାଇ ଦେଉଥିଲେ, ଆଜି ମୁକ୍ତ ହସ୍ତରେ ଦାନ ଦକ୍ଷିଣା ଦେଉଛନ୍ତି । କାଳେ କାହା ଆଶୀର୍ବାଦରୁ ଅନୁପ୍ ପୁଣି ଥରେ ଉଠି ବସିବ ।

 

 ଅନୁଶୋଚନା ଅଗ୍ନିରେ ସେ ଅହରହ ଜଳୁଛନ୍ତି । ତାଙ୍କରି ଭୁଲ୍ ପାଇଁ ଆଜି ଅନୁପ୍ ର ଏଇ ଅବସ୍ଥା । ଅନୁପ୍ ର ଶିକ୍ଷକ ମାନେ ଓ ଆଶୁତୋଷ ବାବୁଙ୍କ ବାପା ଯେତେବେଳେ ଅନୁପ୍ ଖରାପ ରାସ୍ତାରେ ପାଦ ଦେଉଥିବା କଥା ଆଶୁତୋଷ ବାବୁଙ୍କୁ କହୁଥିଲେ, ଆଶୁତୋଷ ବାବୁ ଯଦି ସେତେବେଳେ ତାଙ୍କ କଥା ମାନି ନିଜେ ଅର୍ଥ ଓ ପ୍ରତିପତ୍ତି ପଛରେ ନ ଦଉଡ଼ି ନିଜ ପୁଅ ପାଇଁ କିଛି ସମୟ ଦେଇ ଥାଆନ୍ତେ । ତେବେ ଆଜି ହୁଏତ ତାଙ୍କୁ ଏ ଦିନ ଦେଖିବାକୁ ପଡ଼ି ନଥାନ୍ତା ।


 ଆଶୁତୋଷ ବାବୁଙ୍କର ଆଜି ବାପାଙ୍କ କଥା ମନେ ପଡୁଥିଲା । ଟଙ୍କା ପଇସା ଦ୍ବାରା ଯନ୍ତ୍ର ମଣିଷ ତିଆରି ହୁଏ କିନ୍ତୁ ପ୍ରକୃତ ମଣିଷ ଗଢ଼ିବା ପାଇଁ ସ୍ନେହ, ମମତା ଓ ଭଲପାଇବା ଦରକାର । ଆଉ ସେଥିପାଇଁ ନିଜ ପିଲାଙ୍କୁ ସମୟ ଦେବା ଦରକାର । ସତକୁ ସତ ବାପା ଆଜି ନାହାଁନ୍ତି କିନ୍ତୁ ତାଙ୍କ କଥା ସତ ପ୍ରମାଣିତ ହୋଇ ଯାଇଛି।ଆଉ ସେ ଯେତେ ଅନୁଶୋଚନା କଲେ ବି ଅନୁପ୍ ବିଛଣାରୁ ଉଠୁନି, ଆଉ ଭବିଷ୍ୟତରେ ଉଠିବ କି ନାହିଁ ମଧ୍ୟ କହି ହେଉନି ।


Rate this content
Log in