jyotsna mayee panda

Others

3  

jyotsna mayee panda

Others

ଅନ୍ତିମ ଚିଟାଉ

ଅନ୍ତିମ ଚିଟାଉ

5 mins
235


a letter to god... 

ଲେଖିବାକୁ ତ ଅନେକ ଚେତନା ଅନେକ ଭାବନା ଏ ଲେଖକ ଲେଖିକା ମାନଙ୍କ ଭଙ୍ଗା ହୃଦୟ ରେ.... ହେଲେ ସମୟ.. ସେ.. ତ ସବୁବେଳେ ଲୁଚକାଳି ଖେଳେ ମୁଁ ଭାବେ ଏ ସବୁ ଲେଖକ ଆଉ ଲେଖିକା ସେ ଦୁଃଖର ସମୁଦ୍ରର ଗୋଟେ ଗୋଟେ ନିଆରା ଶାମୁକା.. କାରଣ ଏ ସାଧନା କେବେ ବିନା ଅଶ୍ରୁରେ ପ୍ରାପ୍ତ ହୁଏ ନା... ସେଥିପାଇଁ ତ ବନ୍ଧୁ ଲେଖକଙ୍କୁ ବେଳେ ବେଳେ ଏ ସମାଜ ପାଗଳର ଆଖ୍ୟା ଦିଏ... ସବୁ ଲେଖକ ପାଗଳ ସେ ଲେଖନୀ ପାଇଁ, ସେ ସୃଜନୀ ପାଇଁ l ହେଲେ ସବୁ ପାଗଳ କେବେ ବି ଲେଖକ ହୋଇ ପାରିବେନି... ମୋ ଅନୁମାନଟା ବୋଧହୁଏ ଠିକ ହୋଇଥାଇପାରେ..

ଗୋଟେ ସୁନ୍ଦର ଚେତନାଟେ ଲେଖିବା ପାଇଁ ବୋଧହୁଏ ତାର ନିଦ ବି ହଜିଯାଏ l ଗୋଟେ ସତ କଥା..

ମୁଁ ବି ଆଉ ନ ପଢି ଶୋଇ ପାରେନି... ମୁଁ ଭାବେ ରାତ୍ରିଚର ହୋଇ ଲେଖି ପାରିଲେ ମୁଁ କାହିଁକି ରାତ୍ରିଚର ହୋଇ ପଢି ପାରିବିନି ? ହେଲେ ବେଳେ ବେଳେ ଏ ରାତ୍ରି ଜାଗରଣଟା ମୋ ବିପି ପାଇଁ କାଳ ହୁଏ.... ଏହା ନିରାଟ ସତ କଥାଟେ କେହି ନିଜ ଦେହକୁ ନେବେନି... ମୁଁ ସବୁବେଳେ ବାସ୍ତବ ଓ ସତ୍ୟ ଲେଖନୀକୁ ଭଲପାଏ ସେଥିପାଇଁ ଯଦି କିଛି ଲେଖିକି କାହା ମନରେ କଷ୍ଟ ଦେଉଛି ତେତେ କ୍ଷମା କରିବେ l

    .......... ନାରୀ ଏକ ଅସଂଖ୍ୟ ଭାବନାର ସମ୍ଭାର... ପୁଣି କେବେ ସେ ସୁନ୍ଦର ଫଗୁଣର ଅବିର.. ପୁଣି କେତେବେଳେ ସେ କଣ୍ଟକିତ ରାସ୍ତାର ଏକାକୀ ପଥିକ ତ କେତେବେଳେ ସେ ପ୍ରେମିକର ଭାବନା ରଜ୍ୟରେ ନୀଳ ପରି... ସେଥିପାଇଁ ବନ୍ଧୁ ସେ ଭଗବାନଙ୍କ ନିଆରା ସୃଷ୍ଟି ସମ୍ଭାର.. ମୋ ମତରେ.... ସେ ତ୍ରେତେୟା ଯୁଗରପା ଷାଣୀ ଅହଲ୍ୟା ନୁହଁ...ମୁଁ ଯେ ଶ୍ରୀରାମ ଚନ୍ଦ୍ରଙ୍କ ଆସିବା ପଥକୁ ଅପେକ୍ଷା କରିବି... ଏ ଜୀବନର ଦୁର୍ବୋଧ୍ୟ ଶବ୍ଦ ସମ୍ଭାରକୁ ଟିକେ ପ୍ରାଞ୍ଜଳ ଭାବେ କିଏ ବୁଝଇ ଦେବ l ମୋ ପାଖରେ ତ ସେ ଶବରୀର ସମୟ ଆୟୁଷ ବି ନାହିଁ ଅପେକ୍ଷା କରିବା ପାଇଁ ସେ ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କୁ...ଏ ଜୀର୍ଣ୍ଣ କୁଟୀରରେ.. ମୁଁ ସେ ହସ୍ତୀନାପୁର ରାଜମାତା କୁନ୍ତୀ ନୁହଁ ଯେ କୌମାରୀ ମାତୃତ୍ୱ ଲାଭ କଲା ପରେ ବି ମହା ସତୀର ମାନ୍ୟତା ପାଇବି... ଏ ପୁରୁଷ ପ୍ରଧାନ ସମାଜ ରେl ମୁଁ ସେ କ୍ରିଷ୍ଣା ନୁହଁ ଯେ କର୍ଣ୍ଣକୁ ଭଲ ପାଇ ଅର୍ଜୁନଙ୍କୁ ବିବାହ କରି ପାଞ୍ଚାଳୀ ନାମରେ ଅଭିହିତା ହେବି... ଆଉ ନିତି ସେ ଅଗ୍ନିର ପ୍ରଖର ନିଆଁରେ ନିଜକୁ ପବିତ୍ର କରିବି l ମୁଁ ସେ କୃଷ୍ଣା ନୁହଁ ଯେ ମଧୁସୂଦନ ଭଳି ନିଆରା ସଖାଟେ ପାଇବି l ଏ ସମାଜ ରୂପକ କୁରୁସଭା ତଳେ କୋଟି ବସ୍ତ୍ର ଦେଇ ଏକ ନାରୀର ସତୀତ୍ୱକୁ ରାକ୍ଷl କରିବା ପାଇଁ ଆସିବେ ସ୍ୱୟଂ ସେ କେଶବ l କାରଣ ମୁଁ ଜାଣିଛି ଗୋଟେ ସାଧାରଣ ନାରୀ ପାଇଁ ଏ ସବୁ ଅସମ୍ଭବ l ପୁଣି ସୀତା ନୁହେଁ ସେ ରାମାୟଣର ଯେ ମୁଁ ଅଗ୍ନିପରୀକ୍ଷା ଦେଇ ପାରିବି ବାରମ୍ବାର l ଏ ଅଯୋଧ୍ୟା ନଗରୀର ନର ନାରୀ କେତେ ବିଚିତ୍ର l

ସେ ପବିତ୍ର ସୀତାଙ୍କୁ ବି ବେଳେ ବେଳେ କଳଙ୍କିନିର ଆଖ୍ୟାଟେ ଦେଇ ସେ ଶ୍ରୀରାମଙ୍କ ମନରେ ସନ୍ଦେହର ମଞ୍ଜିଟେ ବୁଣି ଦିଅନ୍ତି l କିନ୍ତୁ ଆକାଶର ଭଲ ପାଇବା ଯେମିତି ସୀମାହୀନ... ସମୁଦ୍ରର ଭଲ ପାଇବା ଯେମିତି ଅନ୍ତହୀନ... ଚନ୍ଦ୍ରର ଅପେକ୍ଷା ଯେମିତି ସୁବିସ୍ତୀର୍ଣ୍ଣ ସେଇପରି ଏକ ପବିତ୍ର ନାରୀର ମନ l ଆଉ ବୋଧହୁଏ ଏ ଭୌତିକ ପୃଥିବୀରେ ଏ ହେଉଛି ଗୋଟେ ନାରୀର ଭଲ ପାଇବାର ସଂଜ୍ଞା... ସେଥିପାଇଁ ଏକ ନାରୀ ହୋଇ ବଂଚିବା ସେତେ ସହଜ ନୁହଁ l ଖାଲି ଯେ ନାରୀ ଚରିତ୍ର ସଂହାର କରିବାରେ ପୁରୁଷର ମହାନତା ନଥାଏ... ମହାନତା ଥାଏ ସେ ନାରୀ ହୃଦୟକୁ ସମ୍ମାନ ଦେବାରେ... କାଦୁଅ ପଙ୍କ ତ ସଭିଏଁ ଫିଙ୍ଗି ପାରନ୍ତି ସେ ନିରୀହ ଉପରେ କିନ୍ତୁ କେତେ ଜଣ ତାକୁ ସେ ପଙ୍କରୁ ବାହାର କରିବା ପାଇଁ ଚେଷ୍ଟା କରନ୍ତି ବନ୍ଧୁ.. ସେ ପବିତ୍ର ପଙ୍କଜକୁ ଗଙ୍ଗାଜଳ ଭାବି ଅଭିଷିକ୍ତ କରନ୍ତି ପ୍ରଭୁଙ୍କର ପାଦ ପଙ୍କଜରେ l ଏପରି କାମ କରିବାକୁ ଖୁବ କମ ଲୋକ ଜନ୍ମି ଥାନ୍ତି ଏ ସମାଜରେ ବୋଧହୁଏ ହୁଏ ସେମାନେ ସେ ଉତ୍ତମ ପୁରୁଷର ପଦବାଚ୍ୟ l କାରଣ ଏ ପୃଥିବୀବାସୀ ତ ସେ ଚନ୍ଦ୍ର ଚକୋରର ସମ୍ପର୍କକୁ ବି କଳଙ୍କର କାଳିମାରେ ସୁଶୋଭିତ କରନ୍ତି l ତାକୁ କଳଙ୍କିନିର ଆଖ୍ୟା ଦେବାରେ ବି ପଛାନ୍ତି ନି... ସେଥିପାଇଁ ହେ ବୁଦ୍ଧି, ବିବେକଧାରି ମଣିଷ ଏ ନାରୀ କେବେ ଅପବିତ୍ର ନୁହଁ ତାର ଆତ୍ମା ସବୁବେଳେ ଶାଶ୍ୱତ.. 

ଠିକ ସେ ପଦ୍ମ ପତ୍ରରେ ଥିବା ଜଳ ପରି ନିର୍ମଳ ଓ ସ୍ୱଚ୍ଛ l ନାହିଁ ସେ କଳଙ୍କର କାଳିମା ତାର ସେ ସ୍ୱର୍ଣ୍ଣାଭ ଶରୀରରେ l ମୋତି ଝଟକେ ସମସ୍ତଙ୍କ ପାଇଁ ତାର ପବିତ୍ର ହସରେ l କେବେ ଜାଣିବାକୁ ଚାହିଁଛ କେତେ ଜନ୍ମର ଦରଦ ଭରିଛି ନାରୀର ହସରେ l ପୁରୁଷ ଫିଙ୍ଗୁଥିବା କଳଙ୍କରେ ଆଜି କେତେ କଷ୍ଟ ପାଏ ସେ ତୁମେ କେମିତି ବୁଝିବ..ଗୋଟେ ସୁନ୍ଦର ଗୋଲାପ ସମସ୍ତଙ୍କୁ ପ୍ରେରଣା ଦିଏ କବିତା ଲେଖିବାକୁ l ହେଲେ ସେ କେବେ କଳଙ୍କିନି ହୋଇ ପାରେନା l ସେ ନାରୀ ମନ ଭଗବାନ ସେ ପୁରୁଷକୁ ଦିଅନ୍ତିନି... କାରଣ ଆଜିର ନାରୀ ସେ ପୁରୁଷ ପାଇଁ ଗୋଟେ ଭୋଗ୍ୟ ବସ୍ତୁ... ଗୋଟେ ଚାଏନିଜ ଖେଳଣା ଥରେ ଭାଙ୍ଗିଗଲେ ଆଉ ତାକୁ ସଜାଡି ହୁଏ ନା l ବୁଝିବାକୁ ଚେଷ୍ଟା କରେନି ଏ ମଣିଷ ସମାଜ ତାର ପବିତ୍ର ଆତ୍ମାର ସତ୍ୟତାକୁ... ପରିସ୍ଥିତିରେ ପଡି ଦିନେ ସେ ନିଜ ପରିବାର ପ୍ରତିପୋଷଣ ପାଇଁ ସାଜେ ସଞ୍ଜ ନାୟିକା ହେଲେ ତାର ଏ ସୁନ୍ଦର ପରିଚୟ ପାଇଁ ଦାୟୀ କାହାକୁ କରିବ... ଏ ଭଦ୍ର ମୁଖା ପିନ୍ଧା ପୁରୁଷ ନl???ଯେ ସେ ରାତ୍ରିର ଅନ୍ଧକାରରେ ପାପ ସବୁ ବିସର୍ଜନ କରି ନିଜକୁ ଗୋଟେ ପବିତ୍ର ମଣିଷର ସଂଜ୍ଞାରେ ଭୂଷିତ କରେ l ଆଉ ସେ ଅଭାବୀ, ପରିସ୍ଥିତିର ଦାସ ନିରୀହ ନାରୀକୁ ଦୋଚାରୁଣୀ, କଳଙ୍କିନି, ବରଙ୍ଗନାର ଆଖ୍ୟା ଦିଏ l

ପ୍ରକୃତରେ ନାରୀ ପାଇଁ ଏ ଅଳଙ୍କାରିକ ଶବ୍ଦ କିଏ ଦିଏ.... ସେ ନାରୀ ନିଜେ ନା ସେ ପୁରୁଷ??? ବେଳେ ବେଳେ ଛନ୍ଦି ହୋଇଯାଏ ଏ ପ୍ରଶ୍ନରେ l 

ଆନ୍ଦୋଳିତ ହୁଏ ମନଟା.... ଗୋଟେ ଦୁଷ୍କର୍ମ ପୀଡିତା, ଗୋଟେ ଏସିଡ ଅlଟାକ, ଗୋଟେ ସଞ୍ଜ ନାୟିକା ଏମାନଙ୍କ ଆତ୍ମା, ଜୀବନ, ଇଚ୍ଛା, ନାହିଁ କି??? ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ.... ହେଲେ ଏମାନଙ୍କୁ ସେ ସେ ଖୋଖଲା ଆଦର୍ଶରେ ପୂର୍ଣ୍ଣ ସମାଜ କେବେ ସ୍ୱୀକୃତି ଦିଏନି.. l ତା ଇଚ୍ଛା ବିରୁଦ୍ଧରେ ଚରିତ୍ର ସଂହାର କରିଥିବା ପୁରୁଷକୁ ପିତ୍ତଳ ହାଣ୍ଡିର ଆଖ୍ୟା ଦେଉ ଥିବା ସ୍ଥଳେ ସେ ନିରୀହl ନାରୀକୁ ମାଟି ହାଣ୍ଡିର ଆଖ୍ୟା ଦିଅନ୍ତି... 

ବାଃ... କେତେ ବିଚିତ୍ର ନିୟମ ଏ ଭଦ୍ର ସମାଜ ରl ତାକୁ ଘୃଣା, ତିରସ୍କାରର ଏକ ସୁଦୀର୍ଘ ମାଳା ପିନ୍ଧାଇ ଦିଏ ସମାଜ l ଯାହାର ଓଜନରେ ସେ ନାରୀର ସୁନ୍ଦର ଗଲାରେ ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ତ୍ୟାଗ କରେ l ଭୁଲି ଯାଏ ସେ ଅତୀତର କ୍ରିଷ୍ଣା ଓ ସୀତାଙ୍କ ଲୁହକୁ l ଯାହାର ପରିନାମ ରେ... 

ସୃଷ୍ଟି ହୋଇଥିଲା ସେ ମହାଭାରତ ଓ ରାମାୟଣ ଯୁଦ୍ଧ l ଶେଷରେ ସେ ସୁନ୍ଦର କୁରୁବଂଶ ଓ ସ୍ୱର୍ଣ୍ଣ ଲଙ୍କା ସମ୍ପୂର୍ଣ ରୂପେ ଧ୍ୱଂସ ପାଇଲା l କାରଣ ଜାଣି ରଖିବା କଥା ଯେଉଁ ନାରୀ ଚରିତ୍ର ସଂହାର କରେ ସେ ନାରୀର ପଙ୍କିଳ ଗର୍ଭରୁ ଦିନେ ତାର ଜନ୍ମ... ସେ କେତେ ବେଳେ ଭଉଣୀ ହୋଇ ରାକ୍ଷୀର ମର୍ଯ୍ୟାଦା ରଖେ, କେତେ ବେଳେ ଜାୟା ହୋଇ ପୁରୁଷର ଉନ୍ନତି କାମନା କରେ, ଏକ ବନ୍ଧୁ ହିସାବରେ ପ୍ରେରଣାର ଉତ୍ସ ପାଲଟି ଯାଏ... 

ଏ ପୁରୁଷ ପ୍ରଧାନ ସମାଜରେ ନାରୀର ଉପସ୍ଥିତି ନିହାତି ଜରୁରୀ l 

ହୋଇପାରେ ସେ ନାରୀ ବେଳେ ବେଳେ ମନ୍ଥରl, ସୁର୍ପଣକ୍ଷ୍ l ପୁଣି ଅଯୋଧ୍ୟାର ରାଜ ମାତା କୈକେଇ... କିନ୍ତୁ କେଇ ଜଣଙ୍କ ଦୋଷ ପାଇଁ ସମସ୍ତ ନାରୀ ଜାତିକୁ ଦାୟୀ କରିବା କେତେଦୂର ଯୁକ୍ତି ଯୁକ୍ତ l ମୁଁ ଭାବୁଛି ସବୁ ନାରୀ ସତୀ କି ଭଲ ନୁହନ୍ତି କିନ୍ତୁ ଗୋଟେ ନାରୀର ଅନ୍ତର ବେଦନାକୁ ବୁଝିବା ଗୋଟେ ପୁରୁଷର ଦାୟିତ୍ୱ ନୁହଁ କି??? କାମ, କ୍ରୋଧ, ଲୋଭ, ମୋହ ନର୍କର ଦ୍ୱାର ଅଟେ l କିନ୍ତୁ ମୃତ୍ୟୁ ଯେ ଧ୍ରୁବ ସତ୍ୟ ଏହା ମଣିଷ ଭୁଲିଯାଏ l ଦିନେ ନା ଦିନେ ଏ ସତ୍ୟ ବିଲୀନ ହୋଇଯିବ ସେ ଅନ୍ତରୀକ୍ଷରେ l କାରଣ ସେ ଅଗ୍ନିରୁ ବଂଚିବା କଲା ସୀତାଙ୍କୁ ଓ କ୍ରିଷ୍ଣାଙ୍କୁ ଭଗବାନ ଦେଇଥିଲେ l ଯାହା ପାଇଁ କ୍ରିଷ୍ଣା ସବୁଦିନ ଅଗ୍ନି ସ୍ନାନ କରୁଥିଲେ ତାଙ୍କ ସତୀତ୍ୱ ପାଇଁ.. କିନ୍ତୁ ଆଜିର ଏସିଡ ପୀଡିତା ନାରୀର ଶରୀର ସବୁବେଳେ ଜଳୁଛି ହୁତୁ ହୁତୁ ହୋଇ... ହେ କୃଷ୍ଣ ତୁମେ ତ କହିଥିଲ ସେ ମହାଭାରତ ଯୁଦ୍ଧ... ପରିତ୍ରାଣୟ ସାଧୁନମ୍ ବିନାଶୟ ଚ ଦୁଃସ୍କୃତମ୍......କଣ ଭୁଲି ଗଲ ଏ ନିୟମ l ଯଦି ମନେ ଅଛି ଆଜି କାହିଁକି ନାରୀ ଭାଙ୍ଗି ପଡିଛିକାହିଁକି ତାର ଭଙ୍ଗା ହୃଦୟ l ସେ ନାରୀର ଜନ୍ମ କଣ ପୃଥିବୀରେ ଅଭିଶାପ??? ତୁମର ସୁନ୍ଦର ସୃଷ୍ଟିର ଏ..

କି ନିୟମ ବାସୁଦେବ??? ଶେଷରେ ମୋର ଏତିକି ଅନୁରୋଧ ଏ ଅଧମ ନାରୀ ତୁମର ଅନନ୍ତ ଠିକଣା ଜାଣିନି... ସେଥିପାଇଁ ମୋ ଚିଟାଉ (ଚିଠି)ର ଉତ୍ତର ଅପେକ୍ଷାରେ ରହିଲି.. ମଧୁସୂଦନ l ଏ ଦୁଃଖିନୀ ନାରୀର ଅଶ୍ରୁରେ ଅଭିଷିକ୍ତ ଏ ମୋର ପବିତ୍ର ଚିଠି ଦିନେ ଧରାକୁ ତୁମକୁ ଆଣିବ 

ସେତେବେଳେ ମୁଁ ଏ ସୁନ୍ଦର ଧାରାରେ ଆଉ ବୋଧହୁଏ ନ ଥିବି l ସେ ଅନ୍ତରରୀକ୍ଷରେ ବିଲୀନ ହୋଇ ଯାଇଥିବ ମୋର ପାର୍ଥିବ ଶରୀର l ଆତ୍ମା ଚାଲିଯିବ ତୁମ ପାଖକୁ.. ସେଥିପାଇଁ ମୋର ଏ ଚିଠି ତୁମେ ନିଶ୍ଚୟ ପଢିବ ହେ ବିଶ୍ୱ ନିୟନ୍ତା.... 

   ....      ଇତି 

ତୁମେ ସୃଷ୍ଟି କରିଥିବା ଏକ ଅଭାଗିନୀ ନାରୀ.. 



Rate this content
Log in