Bhagyashree Nanda

Others

3  

Bhagyashree Nanda

Others

ଅନିବାର୍ଯ୍ୟ ନିୟତି। (ଭାଗ-୧)

ଅନିବାର୍ଯ୍ୟ ନିୟତି। (ଭାଗ-୧)

3 mins
158



        ଜୀବନ କେତେବେଳେ ଛାଇ ପୁଣି କେତେବେଳେ ଆଲୁଅର ଛକାପଞ୍ଝା ଭିତରର ଖେଳଟିଏ । ମଣିଷ ପାଖରେ ସବୁ କରିବାର ସାମର୍ଥ୍ୟ ଥାଇ ମଧ୍ୟ୍ୟ ଜୀବନର କିଛି ମୋଡ଼ରେ ସେ ଉପାୟ ଶୂନ୍ୟ ହେଇଯାଇଥାଏ । ସୃଷ୍ଟିର ନିୟମ ଆଗରେ ଏ ଜୀବଜଗତ ଚିରଦିନ ବନ୍ଧା । କେବେ ହାତରେ କର୍ତ୍ତବ୍ୟର ବେଡି,ଆଉ ପୁଣି କେବେ ପାଦରେ ଦ୍ୱୟୀତ୍ୱର ଶିକୁଳି । କିଛି ନିୟମକୁ ଆମେ ଚେଷ୍ଟାକରି ମଧ୍ୟ୍ୟ ବ୍ୟତିକ୍ରମ କରିପାରିନଥାଉ । ଯାହା ଘଟିବା ଅଭିପ୍ରାୟ ତାହା ଅବଶ୍ୟ ଘଟିଥାଏ ।

ସେଇ ସୃଷ୍ଟିର ଅପରିକଳ୍ପନିୟ ନିୟମରେ ବନ୍ଧା ପଡିଥିବା ଗୋଟେ ପରିବାରର ଏ ଗଳ୍ପଟି ।

   ଅନେକ ବର୍ଷ ତଳର କଥା । ସୋମପୁର ନାମକ ଏକ ଗ୍ରାମଟିଏ ଥିଲା । ସେ ଗ୍ରାମରେ ନାରାୟଣଦେବ ନାମକ ଜଣେ ପ୍ରତ୍ତିପତ୍ତଶିଳ ବ୍ୟକ୍ତିଟିଏ ଥିଲେ । ସେ ସୋମପୁର ଗ୍ରାମର ଅଭିଜାତ୍ୟପୂର୍ଣ୍ଣ କିଛି ବ୍ୟକ୍ତିଙ୍କ ମଧ୍ୟ୍ୟରେ ସବୁଠାରୁ ଉଚ୍ଚ ଶ୍ରେଣୀରେ ଥିଲେ । ନାରାୟଣଦେବ ଅଚଳାଚଳ ଧନସମ୍ପତ୍ତିର ଅଧିକାରୀ ଥିଲେ । ତାଙ୍କ ପ୍ରସାଦଟି କେଉଁ ରାଜପ୍ରସାଦ ଠୁ କମ ନଥିଲା ।ଆକାଶକୁ ସ୍ପର୍ଶ କରୁଥିବା ଉଚ୍ଚ ଅଟ୍ଟାଳିକାଟି ଶଙ୍ଖ ପଥରର ଚଟ୍ଟାଣରେ ନିର୍ମିତ୍ତ ହେଇଥିଲା,ବହୁ ସୂକ୍ଷ୍ମାଦିସୁକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ହୋଇଥିଲା ।ଯାହାର କାରୁକାର୍ଯ୍ୟ ଗୁଡିକ ସୁବର୍ଣ୍ଣ ରଙ୍ଗରେ ରଙ୍ଗାୟିତ ହୋଇ ନିବାସଟିକୁ ଅଧିକ ଆକର୍ଷଣୀୟ କରୁଥିଲା । ପ୍ରସାଦର ପରିସରରେ ଏକ ପୁଷ୍କରିଣୀ ଏବଂ ଉଦ୍ୟାନଟିଏ ରହିଥିଲା ।ଯେଉଁଠାରେ ନାନାଦିପ୍ରକାରର ଫୁଲ ଓ ଫଳର ଗଛ ଗୁଡିକ ଶୋଭା ପାଉଥିଲେ । ଉଦ୍ୟାନ ମଧ୍ୟ୍ୟରେ କିଛି ପାଳିତ ପକ୍ଷୀ,ଠେକୁଆ ଓ ତନ୍ମଧ୍ୟ୍ୟରେ ସବୁଠୁ ଆକର୍ଷଣୀୟ ଥିଲେ କିଛି ମୟୁର । ଯେ କେହି ବି ପ୍ରସାଦ ଦେଇ ଅତିକ୍ରମ କରୁଥିଲେ ଘଡ଼ିଏ ଅଟକିଯାଇ ପ୍ରସାଦର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ । ନାରାୟଣଦେବ ସମସ୍ତ ଲୋକଙ୍କୁ ସମଦୃଷ୍ଟିରେ ଦେଖୁଥିଲେ । ଧନୀ ଓ ଗରିବର ସଂଜ୍ଞା ତାଙ୍କପାଖେ ସମାନ ଥିଲା । ସେ ସ୍ଵଭାଵରେ ନିତାନ୍ତ ଦୟାଳୁ ଥିଲେ । କେହି ଭିକ୍ଷୁକ କେବେ ମଧ୍ୟ୍ୟ ତାଙ୍କ ଦ୍ୱାରରୁ ଖାଲି ହାତରେ ଫେରିଯାଉନଥିଲେ । ଗ୍ରାମକୁ କେହି ସାଧୁ କିମ୍ବା ସନ୍ୟାସୀ ଯଦି ଆସୁଥିଲେ,ନାରାୟଣଦେବ ସେମାନଙ୍କୁ ସସମ୍ମାନେ ତାଙ୍କ ଗୃହରେ ଆତିଥ୍ୟ ଗ୍ରହଣ କରିବା ନିମନ୍ତେ ପାଛୋଟି ଆଣୁଥିଲେ । ଗ୍ରାମର ଲୋକେ ନାରାୟଣଦେବଙ୍କୁ ଗ୍ରାମର ମୁଖିଆ ରୂପରେ ମାନିଆସୁଥିଲେ । ଗ୍ରାମର ସମସ୍ତ ପ୍ରକାରର ଅସୁବିଧା, ସୁବିଧା ଏବଂ ନ୍ୟାୟ କାର୍ଯ୍ୟ ନିମନ୍ତେ ଗ୍ରାମବାସୀ ସଦାସର୍ବଦା ନାରାୟଣଦେବଙ୍କର ଉପଦେଶ ଓ ନ୍ୟାୟ ବିଚାରକୁ ହିଁ ଲୋଡୁଥିଲେ । ସେ ମଧ୍ୟ୍ୟ ସର୍ବଦା ନିରପେକ୍ଷ ବିଚାର କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ତାଙ୍କର ଏତେସବୁ ଉତ୍ତମ ଗୁଣହେତୁ କେବଳ ସୋମପୁର କାହିଁକି,ଆଖପାଖ ସମସ୍ତ ଗ୍ରାମରେ ନାରାୟଣଦେବ ପ୍ରସିଦ୍ଧି ଲାଭ କରିଥିଲେ ।

    ଏତେସବୁ ସଦଗୁଣ ଓ ଧନସମ୍ପତ୍ତିର ଅଧିକାରୀ ହୋଇଥାଇ ମଧ୍ୟ୍ୟ ସୃଷ୍ଟିର ବିଚାର ସମ୍ମୁଖରେ ସମସ୍ତଙ୍କ ପରି ନାରାୟଣଦେବ ମଧ୍ୟ୍ୟ ଉପାୟଶୂନ୍ୟ ଥିଲେ । କଥାରେ କୁହାଯାଏ ନାଁ, ଭଗବାନ କେବେ ସମସ୍ତଙ୍କୁ ସବୁ ଦୃଷ୍ଟିରୁ ସମ୍ପୂର୍ଣ୍ଣ କରି ନଥାନ୍ତି, ସମସ୍ତଙ୍କ ନିକଟରେ କିଛି ନାଁ କିଛି ସର୍ବଦା ଅସମ୍ପୂର୍ଣ୍ଣ ହୋଇ ରହିଥାଏ ।ଏତେ ସବୁର ଅଧିକାରୀ ନାରାୟଣଦେବଙ୍କର ମଧ୍ୟ୍ୟ କିଛି ଅଭାବ ରହିଥାଏ । ପନ୍ଦରବର୍ଷ ତଳେ ନାରାୟଣଦେବ ପାଖ ଗ୍ରାମ ସୁବର୍ଣ୍ଣପୁରର ମୁଖିଆଙ୍କ ଏକମାତ୍ର ଝିଅ ଲୀଳାବତୀଙ୍କୁ ବିବାହ କରିଥିଲେ । ଲୀଳାବତୀ ରୂପରେ ଯେପରି ଗୁଣରେ ମଧ୍ୟ୍ୟ ସେପରି ଥିଲେ ।ନାରାୟଣଦେବ ଓ ଲୀଳାବତୀଙ୍କ ଯୋଡି କୁ ସମସ୍ତେ ସ୍ୱୟଂ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କର ଯୋଡି ବୋଲି କହୁଥିଲେ । ବିଧିର ବିଧାନ ଏପରି ଥିଲା ମାତା ଲକ୍ଷ୍ମୀଙ୍କ ସଦୃଶ ଲୀଳାବତୀଙ୍କର ମଧ୍ୟ୍ୟ କୌଣସି ପିଲା ଛୁଆ ନଥିଲେ ।ସେଇ ଦୁଃଖ ସର୍ବଦା ନାରାୟଣଦେବ ଓ ଲୀଳାବତୀଙ୍କୁ ମାନସିକ ଦୁଃଖ ଦେଇଚାଲିଥିଲା । ବହୁ ବୈଦ୍ୟ ଓ କବିରାଜଙ୍କ ସାହାଯ୍ୟ ନେଇ, ସମସ୍ତ ଦେବାଦେବୀଙ୍କ ପୂଜା ଆରାଧନା ଓ ହୋମ ଯଜ୍ଞ ସତ୍ୱେ ମଧ୍ୟ୍ୟ କିଛି ଫଳପ୍ରଦ ହେଉନଥାଏ । ବହୁ ସାଧୁ ସନ୍ୟାସୀ ବହୁ ଉପଚାରର ବିଧି ବତାଇସାରିଥିଲେ ହେଲେ ସବୁକିଛି ନିଷ୍ଫଳ ପ୍ରାୟ ଥିଲା ।

     ଦିନେ ନାରାୟଣଦେବ ଜାଣିବାକୁ ପାଇଲେ ବହୁଦୂର କାଶୀରୁ ଜଣେ ସାଧୁ କେଉଁ ଏକ ଯଜ୍ଞର ଆୟୋଜନରେ ନିକଟ ଗ୍ରାମ ସୁବର୍ଣ୍ଣପୁରକୁ ଆସିଛନ୍ତି । ସେ କାଳେ ତ୍ରିକାଳଦର୍ଶୀ ସାଧକ ।ନାରାୟଣଦେବ ମନସ୍ଥ କଲେ ଧର୍ମପତ୍ନୀ ଲୀଳାବତୀଙ୍କ ସହ ତାଙ୍କ ନିକଟକୁ ଯାଇ ଭେଟିବେ । କାଳେ ତାଙ୍କ ଦୁଃଖ ଦୂର କରିବାରେ ସାଧୁଙ୍କ ଠାରୁ କିଛି ପରାମର୍ଶ ମିଳିପାରିବ । ସମସ୍ତ ଆୟୋଜନ ସହକାରେ ନାରାୟଣଦେବ ନିଜ ସହଧର୍ମିଣୀ ଓ କିଛି ସହଚାରୀଙ୍କୁ ସାଙ୍ଗରେ ନେଇ ବାହାରିପଡିଲେ ସୁବର୍ଣ୍ଣପୁର ଗ୍ରାମ ଅଭିମୁଖେ ।ସୋମପୁରରୁ ସୁବର୍ଣ୍ଣପୂର ପ୍ରାୟ ଦୁଇଦିନର ଯାତ୍ରା ଥିଲା । ଦୁଇଦିନ ଯାତ୍ରା ସମାପ୍ତ କରି ନାରାୟଣଦେବ ପଂହଁଚିଯାଇଥିଲେ ସୁବର୍ଣ୍ଣପୁର ଗ୍ରାମରେ । ସେଠିଯାଇ କିଛିସମୟ ବିଶ୍ରାମ ନେଇ ବାହାରିପଡ଼ିଥିଲେ ସାଧୁଙ୍କୁ ଭେଟିବାକୁ । ସାଧୁ ଜଣକ ସେ ଗ୍ରାମର ମୁଖିଆଙ୍କ ଦ୍ୱାରା, କେବଳ ସେହି ସାଧୁଙ୍କ ରହିବା ନିମନ୍ତେ ଉଦ୍ଦିଷ୍ଟ, ନବନିର୍ମିତ ଏକ ନିବାସରେ, ନିଜର କିଛି ଶିଷ୍ୟ ଏବଂ ସହଚାରିଙ୍କ ସହ ଅବସ୍ଥାନ କରୁଥିଲେ । ସାଧୁଙ୍କୁ ଭେଟିବା ନିମନ୍ତେ କାହିଁ କେଉଁ ଦୂରଦୁରାନ୍ତରୁ ଲୋକମାନେ ଛୁଟି ଆସୁଥିଲେ ।ସାଧୁଙ୍କର ଅଲୌକିକ ରୂପ ନିକଟରେ ଆପେ ଆପେ ସମସ୍ତେ ନତମସ୍ତକ, ନତନୟନ ହୋଇ ଛିଡା ହୋଇ ରହୁଥିଲେ । ନାରାୟଣଦେବ ଓ ଲୀଳାବତୀଙ୍କ ଉପସ୍ଥିତି ହବାକ୍ଷଣି ଗ୍ରାମ ମୁଖିଆ ସେମାନଙ୍କୁ ବାଟ କଢାଇ ନେଇଥିଲେ ସାଧୁଙ୍କ ନିକଟକୁ ଭେଟିବା ନିମନ୍ତେ ।      

           (କ୍ରମଶଃ)


                    

                    


Rate this content
Log in