ଅନାମିକା
ଅନାମିକା
ଦଶମ ଶ୍ରେଣୀରେ ଖାତା ଦେଖା ପରେ ମନିଟର ଖାତାଗୁଡିକ ସହପାଠିନୀ ମାନଙ୍କୁ ଫେରେଇବା କୁ ଯାଇ କହୁଥିଲା ଏ ଖାତାରେ ନା ନାହିଁ ଏଟା କଣ ଅନାମିକା ର ଖାତା କି? ପିଲାଏ ହସୁଥିଲେ ମୁଁ କିନ୍ତୁ ଚମକି ପଡ଼ିଥିଲି. ଖାଲି ସମୟରେ ଲେଖାଲେଖି କରେ ଆଉ ପୋଷ୍ଟ କରେ ଫେସବୁକ ରେ. ମୋ ନିଜ ଲେଖା ମତେ କେତେ ଭଲ ଲାଗେ ସେଇଟା ତ ଅଲଗା କଥା କିନ୍ତୁ କିଏ କେବେ ଲାଇକ କଲେ ବା କମେଣ୍ଟ ଦେଲେ ଭଲଲାଗେ. ଆଜି ମୋ ନିଜ ଲେଖାରେ କମେଣ୍ଟ ଟିଏ ଥିଲା ଅନାମିକା, ଭଲ ଅଛ? ଚମକି ପଡିଲି କମେଣ୍ଟ କରିଥିବା ବେକ୍ତି ଙ୍କ ନିଜସ୍ୱ ଆକାଉଣ୍ଟକୁ ଯାଇ ଦେଖେତ ଚିହ୍ନି ପାରିଲିନି କେବଳ ଜାଣିଲି ଏକା କଲେଜ ରେ ଏକା ବ୍ୟାଚର କେହି ! କିଏ ହେଇପାରେ ବୋଲି ଯେତେ ମନେପକାଇଲେ ବି ପାରିଲିନି ସ୍କୁଲରେ ବର୍ତମାନ ନବମ ପିଲାଙ୍କର ଏନରୋଲମେଣ୍ଟ,, ସମସ୍ତଙ୍କ ଫୋଟୋ ଆଦାୟ ଚାଲିଛି. ପ୍ରତ୍ୟେକ ଝିଅ ଫୋଟୋ ପଛପଟେ ନିଜ ନା ଲେଖିବାକୁ ନିର୍ଦ୍ଦେଶ ଦେଇ ଦେଖେ ଜଣଙ୍କର ନା ନଥିଲା ତ ମୋ ପାଟିରୁ ଆପେ ଅନାମିକା କିଏ ଇଏ ବାହାରିଯାଇଥିଲା ତ ମୁଁ ପୁଣି ଚମକି ପଡ଼ିଥିଲି ସ୍ମୃତିଟି ମନେପଡିଯାଇଥିଲା. କଲ
େଜ ଲାଇବ୍ରେରୀରେ ଫୋଟୋଟିଏ ଖସାଇଦେଇ ଖୋଜିହେଉଥିଲି ତ ବାଳିକା କମନ ରୁମରେ ବସିଥିଲା ବେଳେ ପୁଅଟିଏ ଦୁଆର ନିକଟକୁ ଆସି ମୋ ଫୋଟୋଟି ଦେଖାଇ ଏଇଟା କାହାର ପଚାରିଥିଲେ ତ ମୁଁ ମୋର ଜାଣି ବି କିଛି କହିନଥିଲି, ସେ ପୁଣି କହୁଥିଲେ କି କିଏ ଏହି ଅନାମିକା ତଥାପି ମୁଁ ମୋର ବୋଲି ଠିଆ ହୋଇ କହିନଥିଲି, ଅନ୍ୟମାନେ ବି କଥାଟାକୁ ହାଲକାରେ ନେଇଥିଲେ, ମୋ କାନରେ ଚୁପି ଚୁପି ଗୌରୀ କହୁଥିଲା ତୋର ବୋଧେ କହିଲୁନି, ଦେଖିଲୁନି, ମାଗିଲୁନି ମୁଁ କିଛି କହିନଥିଲି ତାକୁ. କ୍ଲାସ ଥିଲା ତ ଚାଲିଯାଇଥିଲି. ଦୁଇ ଚାରିଦିନ ପରେ ତରତରରେ କଲେଜକୁ ପଶିଯିବା ବେଳେ କେହିଜଣେ ମୋ ଆଗରେ, ଚାହିଁ ଦେଖିଲି ସେଇ ପୁଅଟି ଏବଂ ଫୋଟୋତି କାଢି ମୋ ଆଗରେ ଧରି କହୁଥିଲେ ନିଅନ୍ତୁ ଅନାମିକା. ତରତରେରେ ଫୋଟୋ ଟି ନେଇ ଚାଲିଗଲି ଥ୍ୟାଙ୍କ ନକହି, ଆଉ ସେଇଦିନପରଠୁ କେବେ କେମିତି ବାଟଘାଟ ରେ ପୁଅଟି ସଙ୍ଗେ ଦେଖା ହେଲେ ବିଜୁଳି ଭଳି ଚାଲିଯାଏ ଅନ୍ୟ ଆଡେ, ପରେ ଦିନେ ଜେନେରାଲ କ୍ଲାସ ରେ ଦେଖି ଜାଣିଥିଲି ମୋ କ୍ଳାସମେଟ. ସବୁକଥା ମନେପଡିଯାଇଥିଲା ତ ଖୁସି ଲାଗୁଥିଲା ଯେତିକି ଦୁଃଖ ବି ଲାଗୁଥିଲା ସେତିକି, ସେଦିନ ସ୍କୁଲରୁ ଯାଇ ଘରେ ପହଂଚି ଫେସବୁକ ଖୋଲି ତାଙ୍କ ମେସେଜରେ ଧନ୍ୟବାଦ ଲେଖିଲା ବେଳେ ଦୀର୍ଘନିଃଶ୍ବାସଟିଏ ବାହାରିଆସୁଥିଲା ଆପେ ଆପେ, ଯାହାର କୌଣସି ମାନେ ହିଁ ନଥିଲା.