Maheswar sahoo

Children Stories Inspirational

3  

Maheswar sahoo

Children Stories Inspirational

ଅମାନିଆ

ଅମାନିଆ

3 mins
222


ସାଇ ବାବାଙ୍କ କୃପାରୁ ଜନ୍ମ ହୋଇଥିବାରୁ ପିଲାଟିର ନାଁ ବାପା ସାଇ ରଖିଥିଲେ । ବହୁତ ଭଲ ପାଉଥିଲେ ପିଲାଟିକୁ । ପିଲାଟି ବହୁତ ଅଝଟିଆ ଅମାନିଆ ଥିଲା । କେତେବେଳେ ବି କାହାରି କଥା ମାନେନି । ବହୁତ ଜିଦଖୋର ହୋଇ ଯାଇଥିଲା। ଶ୍ରେଣୀ ଗୃହରେ ପଛ ଧାଡିରେ ବସେ। ଗୁରୁଜୀ ପଢ଼ାଉ ଥିବା ପାଠ୍ୟ ପୁସ୍ତକ ରେ ଆଦୌ ଧ୍ୟାନ ଦିଏ ନାହିଁ। ପରୀକ୍ଷା ରେ ସବୁବେଳେ ଶେଷ ମାର୍କ ରଖେ। ବାପା ବହୁତ ବିରକ୍ତି ପାଉଥାନ୍ତି ପିଲାଟିର ଆଚରଣରେ ତେଣୁ କିପରି ବଦଳିବ ପିଲାଟିର ଆଚରଣ ଆଉ ବ୍ୟବହାର । ଦିନେ ଜଣେ ବାବା ତାଙ୍କର ଗାଁ କୁ ଆସିଥିଲେ । ସେ ସାଇର ଘରକୁ ଗଲେ ଆଉ ତାଙ୍କୁ ଦେଖି ସାଇ ତାଙ୍କ ସହ ବହୁତ ନଖରା ଆରମ୍ଭ କଲା। ବାବାଙ୍କ ଝୁଲାକୁ ଟାଣି ନେଉଥାଏ ଆଉ ବାବା ଧରିଥିବା ବାଡିକୁ ବି ଟାଣି ନେଉଥାଏ ସାଇ।


ବାବା ବହୁତ କ୍ଷ୍ୟୁବ୍ଧ ହୋଇଯାଇଥିଲେ ଆଉ ରାଗରେ ସାଇକୁ ଗୋଟେ ପାନ ଦେବାକୁ ଭାବିଲେ। ସାଇକୁ ବହୁତ ଖରାପ ଭାଷା ରେ ଗାଳି ଗୁଲଜ କରିବା ମଧ୍ୟ ଆସୁଥିଲା। ବାବା କିଛି କହିବା ପୂର୍ବରୁ ସାଇ ଭାଷା ପ୍ରୟୋଗ କରୁଥିଲା। ଏମିତିରେ ବାବା ତାଙ୍କ ଘରେ ଯାଇ ତାଙ୍କ ବାପା ମା ଙ୍କୁ ସାଇର ସୈତାନି ହରକତ ବିଷୟରେ ଜଣାଇଲେ କିନ୍ତୁ ବାପା ମା ମଧ୍ୟ କ୍ଷୁବ୍ଦ ହୋଇ ବାବା ଙ୍କୁ ପ୍ରତିକାର ସ୍ୱରୂପ ସାହାର୍ଯ୍ୟ ପ୍ରାଥନା କଲେ।

ବାବା କହିଲେ ଠିକ ଅଛି ତମେ ଏଇ ଫଳଟି ନେଇ ତାକୁ ଖୁଆଓ ତାପରେ ଦେଖିବା ସେ କଣ କରୁଛି। କିନ୍ତୁ ଏ ଏକ ଏମିତି ଫଳ ବହୁତ ବଡ଼ ବଡ଼ ବଦିୟାଙ୍କୁ ବି ଠିକ ରାସ୍ତାକୁ ଆଣି ପାରିଛି କିନ୍ତୁ ଏହାର ଅସର ମୁଁ ପୁଣି ଏଠା କୁ ନ ଆସିବା ଯାଏ ରହିବ। ଏମିତି କହି ବାବା ଗୋଟେ ଫଳ ଦେଇ ଚାଲିଗଲେ। ଏଥର ସାଇ ଘରକୁ ଆସି ଖାଇବାକୁ ମାଗିଲା ମା ତାକୁ ଖାଦ୍ୟ ସହ ଫଳଟି ଦେଇଦେଲେ। ସାଇ ଫଳଟି ମିଠା ଲାଗିବାରୁ ଆଗ୍ରହରେ ଖାଇଦେଲେ। ଓ ଖାଇ ଶୋଇଗଲା ମଧ୍ୟ। ରାତି ପାହି ସକାଳ ହେଲା। ଉଠିପଡ଼ି ଆଗରୁ ଗୋଟେ ଘଡଘଡି ପରି ଚିତ୍କାର ଛାଡେ ହେଲେ ଇଏ କଣ ସେ ଏବେ ଆଉ କଥା କହିପାରୁନି। ପୁରା ମୁକ ପାଲଟି ଯାଇଛି। ଉଠି ବାହାରକୁ ଆସିଲା ନିଜ ମାଆଙ୍କୁ ବି କଥା କହିବାକୁ ଅକ୍ଷମ। ମନେ ମନେ ବଦମାସି ବି କରିପାରିବନି କାରଣ କଥା ସିନା କହିପାରିଲେ। ଗାଳିବି ଦେଇ ପାରୁନି ।


ସେ ମନେ ମନେ ବହୁତ ଦୁଃଖ ଅନୁଭବ କଲା। ଭାବିଲା ମୋର ଏମିତି ଦଶା କାହିଁକି ହେଲା। ସାଙ୍ଗମାନେ ତାକୁ ପରିହାସ କଲେ। ବସି କାନ୍ଦିବାରେ ଲାଗିଲା । ଲୁହ ଧାର ଧାର ବୋହି ଯାଉଥାଏ । ମାଆ ଆସି ଖାଇବାକୁ ଡାକିଲେ। ମାଆ ପିଲାର ପରିବର୍ତ୍ତନ କୁ ବୁଝି ପାରୁଥିଲେ ଆଉ ଟିକେ ମନକୁ ବୁଝେଇ କହିଲେ ଧନରେ ତୁ ସିନା କଥା କହିପାରୁନୁ ହେଲେ ତୁ ଜଣେ ଭଲ ମଣିଷରେ ଗଣା ହେଲା ପରି କାମ କର। ଏମିତି ବୁଝେଇ ଖାଇବାକୁ ଦେଲେ। ସାଇ ଏଇନେ ବୁଝିପାରୁଥାଏ ଭଗବାନ ଦେଇଥିବା କୌଣସି ଅଙ୍ଗ ଯଦି ଖରାପ ହେଇଯାଏ ତାହାହେଲେ ଜୀବନର ମୂଲ୍ୟ କମିଯାଏ। ମନେ ମନେ ସ୍ଥିର କଲା ମୁଁ ଭଲ କାମ କରିବି ଭଲ ପାଠ ପଢିବି ଆଉ ଗୁରୁଜନଙ୍କୁ ଭକ୍ତି କରିବି ଏମିତି ଏମିତି କେତେ କେତେ ଚିନ୍ତା କରୁଥାଏ।

ଖାଇବା ଠାରୁ ବସିବା ଯାଏ ସେ ଖାଲି କାନ୍ଧୁ ଥାଏ। ଦିନଟି ଖାଲି ଶୁଣି ଶୁଣି କଟିଯାଇଥିଲା ତାର । ଏମିତି ଦିନ ଯାଇ ରାତିହେଲା । ରାତିରେ ଖାଇ ଶୋଇଲା । ସଖାଳ ହେବାରୁ ଉଠି ଦେଖେତ ସେଇ ବାବା ଜଣଙ୍କ ତାଙ୍କ ଘରେ ବସିଛନ୍ତି। ବାବା ଙ୍କୁ ଦେଖି କାନ୍ଦ କାନ୍ଦ ହୋଇ ଗୋଟିଏ ମୁଣ୍ଡିଆ ମାରିଲା । ବାପା ଆଉ ମାଆ ଙ୍କୁ ମଧ୍ୟ ମୁଣ୍ଡିଆ ମାରିଲା ଆଉ ଖାଲି କାନ୍ଦିବାରେ ଲାଗିଲା। ବାବା ଏଥର ସାଇର ପରିବର୍ତ୍ତନ ରେ ଖୁସି ହୋଇ ତାକୁ ନିଜର ଅଲୌକିକ ଫଳ ଦ୍ୱାରା ପୂର୍ବ ଅବସ୍ଥା କୁ ଫେରେଇ ଆଣିଲେ। ସାଇ ବର୍ତ୍ତମାନ କହିପାରୁଛି ଆଉ ଯାହା ବି କହୁଛି ଖାଲି ସତ କହୁଛି ଭକ୍ତି ଆଉ ଶିକ୍ଷାର ଆକର୍ଷକ ହୋଇ ଜୀବନରେ କିଛି କରିବାର ଲକ୍ଷ୍ୟ ନେଇ ଆଗକୁ ଆଗକୁ ଗତି କରୁଛି ।

Hints: ଭଗବାନ ଦେଇଥିବା ଅଙ୍ଗରୁ ଗୋଟେ ଅଙ୍ଗ ଅକାମି ହେଇଗଲେ ଜୀବନର ବହୁତ ପରିବର୍ତ୍ତନ ଆସି ଯାଏ....



Rate this content
Log in