STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଅକୁହା କଥା

ଅକୁହା କଥା

2 mins
162


ମୁଁ ଅଳ୍ପ ବୟସରୁ ହିଁ ଖେଳକୁ ଭଲ ପାଉଥିଲି। ଏହି ଖେଳ ମୋତେ ଅନେକ ଆନନ୍ଦ ଦେଉଥିଲା। ଜୀବନରେ କ୍ରିକେଟକୁ ଅଧିକ ଭଲ ପାଇ ସେହି ଖେଳରେ ନିଜକୁ ହଜେଇ ଦେଇଥିଲି। ଯଦିଓ ମୁଁ ନିଜର ଜିଲ୍ଲା,ଓଡି଼ଶା କି ଦେଶ ପାଇଁ ଖେଳିନି କିନ୍ତୁ ନିଜ ଗାଁ' ପାଇଁ ଖେଳିଛି ଓ ଗୌରବ ଆଣିଛି। ମୋର ବାର ବୟସରୁ ପଇଁତିରିଶ ବର୍ଷ ଯାଏ ଗାଁ' ସଙ୍ଗଠନ ସହ ଚାରିଥର ଚମ୍ପିୟାନ ଓ ଦୁଇଥର ଫାଇନାଲରେ ହାରି ନିଜ ଦେହ ଓ ମନକୁ ସୁସ୍ଥ,ଶବଳ ଓ ନିରାମୟ ଜୀବନ ବିତାଇ ଦେଇଛି। 

      ଯେଉଁଦିନ ମୁଁ ଚାକିରି କଲି କୌଣସି ଖେଳକୁଦ ଠାରୁ ଦୂରରେ ରହିଲି। ରାତି ପାହିଲେ ସେହି ଗୋଟିଏ କର୍ମ ଯାହା ବସିବା ଦ୍ବାରା ହିଁ ହୋଇଥାଏ ଫଳତଃ ଶାରୀରିକ ବିକାଶ ଦିଗରେ ବାଧା ପ୍ରାପ୍ତ ହେଲା। ଏକା ବେଳକେ ତିନୋଟି ରୋଗର ଶିକାର ହେଲି ଯାଥା ଅର୍ଶ,ଡାଏବେଟିସ ଓ ଟିବି। ମୁଁ ଅର୍ଶକୁ ଲୁଚାଇ ରଖିଲି। ଏହା ମୋ ପାଇଁ ଅକୁହା କଥା ହୋଇକି ରହିଗଲା।

     ଏହି ରୋଗର ଲକ୍ଷଣ ଯଦିଓ ମତେ ଜଣେଇ ଦେଉଥିଲା କି ଅର୍ଶ ଭଲ ହିଁ ହୋଇ ପାରିବ ହେଲେ ଅଜାଗା ଏ ଘାଆ। ଦେଖେଇ ହୋଇ ପାରୁଛି ନା ନିଜେ ଭଲକି ଦେଖି ପାରୁଛି? ରୋଗଟି ଭିତରେ ଭିତରେ ନିଜର ସାମ୍ରାଜ୍ଯ ବିସ୍ତାର କଲା। ପ୍ରଥମେ ତ ମଳଦ୍ବାରକୁ ରୁଦ୍ଧ ପରେ ପରେ ଭୀଷଣ ଆକାର ଧାରଣ କରି ବାହାରକୁ ବାହାରି ଆସିଲା। ମୁଁ ଦିନେ ଝାଡା଼ ପୋଖରୀକୁ ଯାଇଥାଏ। ମଳ ଦ୍ବାରଟି ଭିତରକୁ ନ ପଶିବାରୁ ବଡ଼ ଭାଳେଣି ପଡି଼ଗଲି। ପାଣି ସାରିବା ସମୟରେ ପୋଖରୀ ବାହାରେ କିଏ ଅଛନ୍ତି କି ବୋଲି ଭଲକି ନିରୀକ୍ଷଣ କଲି ଓ ଲଙ୍ଗଳା ପ୍ରାୟ ହୋଇ ନିଜର ଗୁହ୍ଯ ପଥକୁ ଦେଖିଲି ତ ବଡ଼ ଡର ମାଡିଲା। ଭୀଷଣ ମାଂସ ପେଣ୍ଡୁଟିଏ ପଦାକୁ ବାହାରି ଆସିଛି। ଲାଲ ଟକଟକ ମାଂସ ପିଣ୍ଡୁଳାଟିକୁ ନିଜ ହାତରେ ଭିତରକୁ ଠେଲିଦେଇ ସଫା ହୋଇ ଘରକୁ ଫେରି ଆସିଲି। ହୃଦୟ କନ୍ଦରେ ଭୟର ବାତ୍ତାବରଣ ଖେଳି ଯାଉଥାଏ। କାହାକୁ କହିବି ଏ ଅକୁହା କଥାକୁ। ଲୁହ ଓ କୋହରେ ଆଉ ଦୁଇଦିନ କଟେଇ ଦେଲି।

     ଦିନେ କୁମୁଟିଆ ନଦୀ କୂଳକୁ ଝାଡା଼ ଯାଇଥିଲି। ଝାଡାଟା ଥିଲା କେବଳ ହିଁ ରକ୍ତ। ପ୍ରାୟତଃ ଏକ ଲିଟର ହେବ ରକ୍ତ ଗୁଡା଼କ ବହିଗଲା। ଭଗ୍ନ ମନୋରଥରେ ଘରକୁ ଫେରି ଆଖିରେ ଆଖିଏ ଲୁହ ଢାଳି ବିଛଣାରେ ଶୋଇଥାଏ ।ମୋର ପୁତୁରା ଘର ପରିବାରର ସଭିଙ୍କ ସାମ୍ନାରେ ଆସି କହିଲା କି ଆଜି କାକା କେବଳ ରକ୍ତ ଗୁଡି଼ଏ ଝାଡା ଫେରିଛନ୍ତି। ମୋତେ ମୋର ଭାଇ ଓ ଭାଉଜ ପ୍ରଶ୍ନ କଲେ କି ସତେ ନା ମିଛେ? ମୁଁ ନାହିଁ ନ କହି ହଁ ଭରିଲି। ସଙ୍ଗେସଙ୍ଗେ ଡାକ୍ତର ଚିକିତ୍ସା କରି ଭଲ ହୋଇଗଲି। ଏ କଥା ଯେବେ ମୋର ପତ୍ନୀ ଜାଣିଲେ କହିଲେ କି ତୁମେ ମୋତେ ବି ଲୁଚାଇଥିଲ କାହିଁକି? 

     ଏ କଥା ଶୁଣି ମୋର ଆଖିରୁ ଲୁହ ବାହାରି ପଡି଼ଲା ଯିଏ ଅଜାଗା ଘାଆ ତାକୁ ଦେଖେଇବା କି ଦେଖିବା କାଠିକର ପାଠ ଥିଲା। ଏଣୁ ଲୁଚାଇଥିଲି ଏବେ ତ ଜାଣିଲ ସନ୍ତୁଷ୍ଟ ହୋଇକି ରୁହନ୍ତୁ। ମୋର କଥାରେ ସେ ଆଉ କହିବେ କଣ? ଛାତିରେ ଆଉଜି ଦୁଇଧାର ଲୁହ ବୁହାଇ ଦେଲେ। ସତରେ ! ଅକୁହା କଥାକୁ ଯଦିଓ କହି ହୁଏନି ହେଲେ କହିବା ନିହାତି ଦରକାର ଅନ୍ଯଥା ମୋର ପରି ଲୁଚେଇବ ତ ଅନେକ ଦୁଃଖ ଓ କଷ୍ଟ ପାଇବ।

           


Rate this content
Log in