Bauribandhu Lenka

Others

3.8  

Bauribandhu Lenka

Others

ଅଚିହ୍ନାରୁ ଚିହ୍ନା

ଅଚିହ୍ନାରୁ ଚିହ୍ନା

3 mins
264



ଅବିନାଶ ବାବୁ ରାଜଧାନୀ express ଟ୍ରେନ୍ ରେ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥାନ୍ତି । ସଙ୍ଗରେ ତାଙ୍କର ପତ୍ନୀ ଶକୁନ୍ତଳା ବି ଥା'ନ୍ତି । ଉଭୟଙ୍କର ବୟସ ଷାଠିଏ ପରେ । ଏସି ସେକେଣ୍ଡ୍ କ୍ଳାସ୍ କୋଚରେ ଉଭୟ କିଛି ସମୟ ବସିବା ପରେ ,ଏଲିନା ତାଙ୍କ ପାଖ ସିଟରେ ଆସି ବସିଥିଲା । ବୟସ ୨୦ରୁ ୨୨ ବର୍ଷ ଭିତରେ ହେବ । ଦେଖିବାକୁ ବହୁତ ସୁନ୍ଦର । ଅନ୍ୟ ପାଖାପାଖି ସିଟ୍ ସବୁ ଖାଲି ପଡିଥାଏ । ଟ୍ରେନ୍ ଠିକ୍ ସମୟରେ ଷ୍ଟେସନ୍ ଛାଡିଦେଲା । ଏଲିନା ଦିଲ୍ଲୀ ୟୁନିଭରସିଟିରେ ଏମ୍ବିଏ କରୁଥିଲା । ହଷ୍ଟେଲ୍ ରେ ରୁହେ । ମାଆଙ୍କ ଦେହ ଖରାପ ଖବର ପାଇ ସେ ଭୁବନେଶ୍ୱର ଯାଉଛି । କିଛି ସମୟ ଅତିବାହିତ ହୋଇ ସାରିଥିଲା । ସନ୍ଧ୍ୟା ପ୍ରାୟ ଛଅଟା ବାଜିବାକୁ ଯାଉଥାଏ । ଆଉ କେହି ଯାତ୍ରୀ ନ ଉଠିବା ଦେଖି ଅବିନାଶ ବାବୁ ତାଙ୍କ ସିଟ୍ ରେ ଗୋଡ ଲମ୍ବେଇ ଫ୍ଳାଟ ହୋଇଗଲେ । ପତ୍ନୀ ଶକୁନ୍ତଳା ଏତେ ସମୟ ଚୁପ୍ ହୋଇ ବସିବା ପରେ ଏଲିନାକୁ ପଚାରିଲେ,"

ଆରେ ମାଆ ତମେ କେଉଁଯାଏ ଯିବ ?" ଭୁବନେଶ୍ୱର ଯିବ ବୋଲି ଉତ୍ତର ଦେଇଥିଲା ଏଲିନା । କଥାବାର୍ତ୍ତା ମଧ୍ୟରେ ସେ ତା'ର ନାଆଁ, ଭୁବନେଶ୍ୱରରେ କେଉଁଠି ରୁହନ୍ତି , ଦିଲ୍ଲୀରେ କଣ କରେ, ଏ ସବୁ ବିଷୟରେ କହିଥିଲା। ଘରେ ମାଆଙ୍କ ଦେହ ଖରାପ ବିଷୟ ଜାଣି ଘରକୁ ଯାଉଛି ବୋଲି କହିଥିଲା । ମାଆର ଦେହ ଖରାପ କଥା ଶୁଣି ଶକୁନ୍ତଳା ଦୁଃଖ ପ୍ରକାଶ କରିଥିଲେ । ପ୍ରାୟ ସାଢେ ଆଠଟା ବେଳକୁ ରାତ୍ରି ଭୋଜନ ଆସି ଯାଇଥିଲା । ଭୋଜନକୁ ଥଣ୍ଡା ହେବାକୁ ନଦେଇ ନିଜ ନିଜର ଖାଦ୍ୟ ଖାଇବା ଆରମ୍ଭ କରିଥିଲେ । ଶକୁନ୍ତଳା ଓ ଏଲିନା କଥାବାର୍ତ୍ତା ହୋଇ ଖାଉ ଥା'ନ୍ତି । ତମେ ତ ଏ ଝିଅ ସହିତ ଆଗରୁ ପରିଚୟ ଥିଲା ପରି କଥା ହେଉଛ ବୋଲି କହିଲେ ଅବିନାଶବାବୁ । ସଙ୍ଗେ ସଙ୍ଗେ ଶକୁନ୍ତଳା କହିଥିଲେ ," ଆରେ କଥାବାର୍ତ୍ତା ହେବା ପାଇଁ କଣ ଗୋଟେ ତିଥି ବାର ଧରାହେବ । ଆମେ ସ୍ତ୍ରୀଲୋକମାନେ ପୁରୁଷମାନଙ୍କ ପରି ନୁହନ୍ତି । ଅବିନାଶ ବାବୁ କହିଲେ ଠିକ୍ ଅଛି ଖାଇବା ସରିଲା ଏବେ ଶୋଇବା ବ୍ୟବସ୍ଥା କରିବା । ବେଡ୍-ସିଟ୍ ଓ କମ୍ବଳ ସଜାଡିଲା ବେଳକୁ ଅବିନାଶ ବାବୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ । ପତ୍ନୀ ଶକୁନ୍ତଳା ତାଙ୍କ ଭ୍ୟାନିଟିରୁ ଟାବ୍ଲେଟ୍ ବାହାର କରି ଦେଲେ । ସେ ଅସ୍ୱସ୍ତିକର ଅନୁଭବ କରୁଥାନ୍ତି । ଏଲିନା ମଧ୍ୟ ତାଙ୍କର ଛାତି ଓ ପିଠି ଘଷାଷଷି କରୁଥାନ୍ତି । କିଛି ସମୟ ପରେ ତାଙ୍କୁ ଭଲ ଲାଗିଲା ଆଉ ସେ ଶୋଇଗଲେ । ପରେ ପରେ ଶକୁନ୍ତଳା ଓ ଏଲିନା ମଧ୍ୟ ଶୋଇଯାଇଥିଲେ । ସକାଳେ ସମସ୍ତେ ଉଠି ନିଜ ନିଜର ନିତ୍ୟକର୍ମ ସାରିଲା ପରେ ଜଳଖିଆ ଖାଇଥିଲେ । ଜଳଖିଆ ଖାଇସାରିବା ପରେ ଏଲିନା ପଚାରିଥିଲା, ଅଙ୍କଲ୍ ଆପଣ କଣ ଦିଲ୍ଲୀ ବୁଲିବାକୁ ଯାଇଥିଲେ ? ଅବିନାଶବାବୁ କହିଲେ , " ପୁଅ ପାଖକୁ ଯାଇଥିଲୁ । ପୁଅ ଦିଲ୍ଲୀରେ ଏକ ସଫ୍ଟୱେୟାର୍ କମ୍ପାନୀରେ ଇଂଜିନିୟର୍ ଅଛି । ପୁଅର ଗୋଟିଏ ବିବାହ ପ୍ରସ୍ତାବ ଆସିଛି । ଆମେ ଆଗ ଟ୍ରେନ୍ ରେ ଯାଉଛୁ । ପୁଅ ଦୁଇଦିନ ପରେ ଫ୍ଳାଇଟ୍ ରେ ଆସିବ । ଆମେ ସାଥିହୋଇ ଦେଖିବାକୁ ଯିବୁ । ସେ ଦେଖିସାରି ପଳେଇଯିବ । ଆମେ ଭୂବନେଶ୍ୱରରେ ନିଜ ଘରେ ରହିବୁ । ଏଲିନା ତାଙ୍କୁ ଶୁଭ କାମନା ଜଣାଇଥିଲା ।


କଥା ପ୍ରସଙ୍ଗରେ ଏଲିନା କହିଥିଲା ," ଅଙ୍କଲ୍ ମୁଁ ଆପଣଙ୍କ ବିଷୟରେ ଭଲ ଭାବେ ଜାଣେ । ଆପଣଙ୍କ ଫେସ୍ ବୁକ୍ friend list ରେ ମୁଁ ଅଛି ଅବଶ୍ୟ ଏକ ଅନ୍ୟ ନାମରେ । ମୋ ପ୍ରୋଫାଇଲ୍ ରେ ଫଟୋ ନଥିବାରୁ ଆପଣ ମତେ ଜାଣିପାରିଲେ ନାହିଁ । ମୁଁ ଆପଣଙ୍କ କବିତାର ଏକ great fan. everyday day morning ରେ ମୁଁ ଆପଣଙ୍କ କବିତା ପଢିବାକୁ ଅପେକ୍ଷା କରିଥାଏ ଓ like ଦେଇଥାଏ । ଆପଣଙ୍କୁ ମୋ ସିଟ୍ ପାଖରେ ଦେଖି ମୁଁ ଖୁସି ହୋଇଗଲି ଓ ନଜକୁ ନିରାପଦ ବୋଲି ଭାବିଥିଲି । ଅବିନାଶ ବାବୁ ଏ ସବୁ କଥା ଶୁଣି ବହୁତ ଖୁସି ହୋଇ ଯାଇଥିଲେ । 

ପ୍ରକୃତରେ ଯେତେ ଅଜଣା ହେଲେ ବି ଚିହ୍ନା ହେବାକୁ ଚାହିଁଲେ କେତେ ବା ସମୟ ଲାଗିବ ?

କିଛି ସମୟ ପରେ ଟ୍ରେନ୍ ଭୁବନେଶ୍ୱରରେ ପହଞ୍ଚିଥିଲା । ପରସ୍ପର ଠାରୁ ବିଦାୟ ନେଇ ନିଜ ନିଜ ଘରକୁ ଚାଲିଯାଇଥିଲେ ।


ରବିବାର ଦିନ ଅବିନାଶ ବାବୁ ପତ୍ନୀ ଓ ପୁଅ ସହିତ ଝିଅ ଦେଖିବାକୁ ଯାଇଥିଲେ । ସେଠାରେ ଜଳଖିଆ ଖାଇସାରିବା ପରେ ଝିଅ ଆସି ସମସ୍ତଙ୍କୁ ନମସ୍କାର କରିଥିଲା । ଶକୁନ୍ତଳା ଝିଅକୁ ଦେଖି ହଠାତ୍ କହିପକେଇଥିଲେ , " ଆରେ ଏଲିନା ତୁ ଏଠି । ଏଲିନା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । 

ଏଲିନା ବିଭାଘର ସମ୍ବନ୍ଧରେ କିଛି ଜାଣିନାହିଁ ବୋଲି ଅବିନାଶ ବାବୁ ଜାଣିବାକୁ ପାଇଥିଲେ । ସେ ଆଉ ଡେରି ନକରି କହିଥିଲେ ," ଆମେ ଏ ପ୍ରସ୍ତାବରେ ସମ୍ପୂର୍ଣ୍ଣ ରାଜି ଆଉ ବାହାଘର ଶୀଘ୍ର ହେବ । ଏଲିନାର ପାଠ ପଢାରେ କିଛି ବି ବ୍ୟାଘାତ ଘଟିବ ନାହିଁ । ବିଭାଘର ପରେ ସେ ଦିଲ୍ଲୀରେ ତାର MBA course complete କରିବ । ଏଲିନା ମୁହଁରେ ସ୍ମିତହସ ଆସିଯାଇଥିଲା ।

କାହାକୁ ଅଚିହ୍ନା ବୋଲି କହିବା । ଅଚିହ୍ନାରୁ ଚିହ୍ନା ହେବାକୁ କେତେ ସମୟ ଆବଶ୍ୟକ ?

****


Rate this content
Log in