STORYMIRROR

Nibedita Mishra

Others

2  

Nibedita Mishra

Others

ଅବୁଝା

ଅବୁଝା

1 min
3.2K


ଏଇ ଦୁଇଦିନ ହେବ ଟିକିଏ ସୁସ୍ଥ ହେଇ ଘରକୁ ଫେରିଛି। ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ମାନିନୀ।

ତାକୁ ବାହାର ପିଣ୍ଡାରେ ବସିଥିବାର ଦେଖି ତା' ସାଙ୍ଗ ମାନେ ସାଙ୍ଗେ ସାଙ୍ଗେ ଦଉଡି ଆସିଲେ। କିନ୍ତୁ ତାଙ୍କ ମା'ମାନେ କେଉଁଠି ଥିଲେ କେଜାଣି?ଚିଲ ପରି ମାଡି ଆସି ଗୋଟା ଗୋଟାକୁ ଟାଣି ନେଇଗଲେ। ମାନିନୀ ତା'ମାକୁ ଡାକି ପଚାରିଲା-ଏମାନେ ଏମିତି କାହିଁକି କଲେ?

ତା'ମା କହିଲେ-ତୋ ସହିତ ଯାହା କିଛି ହେଇଛି। ଏମାନେ ସବୁ ଜାଣିଛନ୍ତି ରେ ମା’----।

ହେଲେ ମାନିନୀ ବୁଝିପାରୁ ନ ଥିଲା ଯେ---ତା ସହିତ ଯାହା କିଛି ହେଇ ଥିଲା। ସେ ତ ସେଇଟା ଠିକ୍ ସେ କହି ବି ପାରୁ ନ ଥିଲା । ହେଲେ ଏମାନେ ସବୁ କେମିତି ବୁଝିଯାଇ ଥିଲେ ଯେ?????

ନିବେଦିତା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍