Soumya Shubhadarshinee

Others Thriller

3  

Soumya Shubhadarshinee

Others Thriller

ଅବଶୋଶ

ଅବଶୋଶ

5 mins
2.7K


"ବୁଝିଲ ମିଷ୍ଟର୍ କାହାକୁ ଏତେ ଫୋନ୍ କରନି ଯେ ସେ ନିଜକୁ କଟ୍ରିନା ଆଉ ତୁମକୁ କମିନା ଭାବିବ! ଗୋଟେ ତାମସା ଲାଗିଛି , ଇଡ଼ିଅଟ୍ "

ଧୁମ୍ କି କଚାଡି ଦେଲା ମୋବାଇଲ କୁ ଇରା ଆଉ ତା' ମୁହଁରେ ଅଜଵ ବିରକ୍ତି ଫୁଟି ଉଠିଲା । ସାଥିରେ କାମ କରୁଥିବା ହେନା ପଚାରିଲା , " କଣ ନୂଆ ମୁର୍ଗା ?"

ଇରା ବଡ଼ ବଡ଼ ଆଖି କରି କହିଲା" ନାଇଁ ମଁ ଜୋକ ଟେ , ଚୁସି ସାଇଲାଣି ପୁରା ଗୋଟେ ଦିନ"।

ହସିଲେ ଦୁଇଜଣ ଆଉ ଲାଗିଗଲେ କାମ ରେ ତନିଷ୍କ ଜୁଏଲରୀର ଦୁଇ ସେଲସ୍ ଗାର୍ଲ। ସୁନ୍ଦରୀ ହେବା ପ୍ରଥମ ଅଵଶ୍ୟକତା ଗୋଟେ ସେଲସ୍ ଗାର୍ଲ ର ନହେଲେ ବିଜିନେସ ଅଧା ମାନ୍ଦା ହେଇଯାଏ। ଗ୍ରାହକ ଆଗ ଦେଖେ ଚେହେରା ପରେ ଗହଣା।ଏଇଟା ଏଠିକାର ବିଜିନେସ୍ ସିକ୍ରେଟ୍ ।

ସୁନ୍ଦରୀ ସମାବେଶରେ ଇରା ରାଣୀ । ଦୁଧ ଅଳତା ରଙ୍ଗ ଆଉ ନୀଳ ଆଖି ମିଶ୍ରଣ ରେ ଗୋଟେ ଚମତ୍କାର ପ୍ୟାକେଜ।ଯଦି କେହି ଦେଖେ ତେବେ ଦେଖୁଥାଏ କେବଳ!......

ତାକୁ ଫୋନ୍ କରି ଏମିତି ବିରକ୍ତ କରନ୍ତି ଅନେକ । ତାର ନମ୍ବର ମିଳିଯାଏ ସହଜରେ, କାରଣ କଷ୍ଟମର ନିଜ ସୁବିଧା ଲାଗି ସେମାନଙ୍କୁ ଫୋନ୍ କରିବାର ବନ୍ଦୋବସ୍ତ କରାଯାଏ । ସେମାନେ ଗ୍ରହକକୁ ପ୍ରଲୋଭିତ କରିବାର ଇଏ ଆଉ ଗୋଟେ କାଇଦା।

ଇରା ବିଗିଡି ଯାଏ ଏଇ ଡାହାଣା ଗୁଡାକ ଉପରେ ଆଉ ଗାଳି ବକେ ଏମିତି।

*******

ଗୋଟେ ଫୋନ୍ କୁ କିନ୍ତୁ ଅପେକ୍ଷା କରୁଥାଏ ସବୁବେଳେ। ସେଉ ଇପ୍ସିତ ସ୍ୱର ଶୁଣିବାକୁ କାନ ତରସୁ ଥାଏ ତାର । ସେ ହେଲା ଚନ୍ଦନ। ଇରା ର ପରିଚିତ ପୃଥିବୀ ଘୁରେ ଚନ୍ଦନ ଚାରିପାଖେ ଅହର୍ନିଶୀ। ଚନ୍ଦନ ବ୍ୟସ୍ତ ଲ୍ୟାଣ୍ଡ ବ୍ରୋକର, ଖେଳ ତାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାରେ । ସେ ସୁପୁରୁଷ ରୂପ, ଗୁଣ , ଧନ ସବୁଥିରେ । ସେମିତି ମଣିଷ ଟେ ଇରାର ପସନ୍ଦ। ତାର କୋମଳ ଚଞ୍ଚଳ ହୃଦୟକୁ କେବଳ ଚନ୍ଦନ ପରି ହ୍ୟାଣ୍ଡସମ ହିଁ ସମ୍ଭାଳି ପାରିବ।

***********

ଚନ୍ଦନ କୁହେ ," ଛାଡି ଦିଅ ଏ ସେଲସ୍ ଚାକିରୀ ଡାର୍ଲିଂ, ମୋ ସହ ଆସି ଏଇ ଲ୍ୟାଣ୍ଡ ଡ଼ିଲିଙ୍ଗ ରେ ସାମିଲ ହୁଅ , ଦେଖିବ ମୋ ବୁଦ୍ଧି ଆଉ ତୁମ ରୂପ ମିଶି କମାଲ କରିଦେବ"!!

ଇରା ହସେ ଆଉ ଭାବେ ଥାଉ ମୋ ସ୍ଵାଧିନତା ମୋତେ ପସନ୍ଦ। ମୋତେ ନେଇ ବିଜନେସ୍ ବଢେଇବାର ଅଛି ତ ବାହା ହେଇଯାଅ। କିନ୍ତୁ କୁହେନି କିଛି କେବଳ ହସି ଦିଏ।..........

ମିଠା ସ୍ୱପ୍ନ ବୁଣେ ମନ ନେଇ ଚନ୍ଦନ ର ସହାରା । ଆଉ ସେଇସ୍ୱପ୍ନ ରେ ରଙ୍ଗ ଭରିବାକୁ ଲୋଡ଼ା ହୁଏ ଖୁବ୍ ଟଙ୍କା ଆଉ ଟଙ୍କା । ସେଥିପାଇଁ ଦୁହେଁ ମାତିଯାନ୍ତି ନିଜ ନିଜ କାମରେ। ବେଳେବେଳେ ଏଇ କାମର

ଚାପ ରେ ସମୟ ଦେଇ ପରନ୍ତିନି ଉଭୟ। ପ୍ରେମ କିନ୍ତୁ ଫଲ୍ଗୁ ହେଇ ବୋହୁ ଥାଏ ନିରବରେ।

**********

'' ହ୍ୟାଲୋ ଚନ୍ଦନ , ତୁମ ପାଖେ ଅଛି କି ଇରା ? ସେ କଣ ତୁମକୁ ଜଏନ୍ କରିଛି ବିଜିନେସ୍ ପାର୍ଟନର୍ ଭାବେ?"

ଫୋନ୍ ଥିଲା ତନିଷ୍କରୁ ଇରା ର ବାନ୍ଧବୀ ହେନାର।

ଚନ୍ଦନ ଅଶ୍ୱର୍ଯ୍ୟ ହେଲା ଏଇ ଫୋନ୍ ରେ ," କାହିଁ ଇରା ତ ଆସିନି??".......

ଇରା କୁଆଡେ ଗଲା ତେବେ?

ପନ୍ଦର ଦିନ ହେବ ଚନ୍ଦନ ବାହାରେ ଅଛି ଗୋଟେ ବଡ଼ ପାର୍ଟି ପଛରେ । ଇରା କୁ ଫୋନ୍ ବି କରିନି ଆଉ । ଇରା ବି ନିରବ ରହିଛି ଅସମ୍ଭବ ଭାବେ। ସେ ଭାବୁଥିଲା ରାଗି ଯାଇଛି ସୁନ୍ଦରୀ। ବେଳେବେଳେ ଏମିତି ଛୋଟ ମୋଟ ଅଝଟ ହୁଏ ପ୍ରେମ।କିନ୍ତୁ ସେ ଯେ ଚାକିରୀ ଛାଡି ଦେଇଛି ଏ କଥା ଜଣା ନଥିଲା।ବ୍ୟସ୍ତତା ପାରା ଚଢୁଥିଲା ଅସମ୍ଭବ ଭାବେ । ଚନ୍ଦନ ଆଉ ରହିପାରିଲା ନାହିଁ ଫୋନ୍ କଲା । କିନ୍ତୁ ଫୋନ୍ ବନ୍ଦ। ଓଃ ! ମୁଣ୍ଡ ଖରାପ ହେଇଗଲା ତାର । କାଳ ବିଳମ୍ବ ନକରି ସେ ଫ୍ଲାଇଟ ଟିକେଟ କରି ଉଡ଼ିଆସିଲା ପ୍ରେମ ଲାଗି।.......

*******

ସହର ଟା ଅପରିଚିତ ଲାଗୁଥିଲା ଇରାର ଅନୁପସ୍ଥିତି

ରେ । ଇରା ଥିଲେ ମେଞ୍ଚେ ଗୋଲାପର ବାସ୍ନା ବୁଣି ଅପେକ୍ଷା କରିଥାନ୍ତା , ଫୁଲେଇ ହେଇ ବେକରେ ଝୁଲି ପଡ଼ିଥାନ୍ତା ଆଉ କହି ଥାନ୍ତା,

" ହନି , ଆଇ ହେଟ୍ ୟୁ "। ଆଉ ସେ ନିଜ ବାହୁ ରେ ବନ୍ଦୀ କରିଦେଇଥାନ୍ତା ଇରାକୁ। କିନ୍ତୁ ନଥିଲା ଗୋଲାପ, ମିଠା ରଙ୍ଗ, ଅଭିମାନିନୀ ଆଖି କି ମିଛ ରାଗ ର ଫେଣ୍ଟା ଫେଣ୍ଟି ଇରା କେଉଁଠି ବି ! ଚନ୍ଦନ ହେଉଥିଲା ଅସହାୟ ଆଉ ଅସ୍ତବ୍ୟସ୍ତ।.........

********

ସେଦିନ ଜୁଏଲରୀ ଦୋକାନ ରେ ଥିଲା ଅଜଵ ଗହଳି ଆସିଥିଲେ ଜଣେ ଆଧ୍ୟାତ୍ମିକ ଗୁରୁ , ଶ୍ରଦ୍ଧାନନ୍ଦ ଦିବ୍ୟକୁମାର, ଗୋଟେ ଅପ୍ରତିହତ ଚୁମ୍ବକୀୟ ଆକର୍ଷଣ। ଇରା ଥିଲା ତାଙ୍କ ପାଇଁ ଉଦ୍ଦିଷ୍ଟ ପୁରା ସମୟ । ଗୁରୁ ଆସିଥିଲେ ମାଁ ଙ୍କ ପୂଜା ନିମିତ୍ତ ନେବାକୁ ହୀରା ର ଆଭୂଷଣ । ସତରେ ଧର୍ମ ମାର୍ଗ ରେ ମଣିଷ କୁ ମିଳେ ଅପର୍ଯ୍ୟାପ୍ତ ଅର୍ଥ ଆଉ ଅପରିସୀମ ପ୍ରସିଦ୍ଧି। ବିମୁଗ୍ଧ ଥିଲା ଇରା ଏଇ ଆଧ୍ୟାତ୍ମିକ ପୁରୋଧା ଙ୍କ ବ୍ୟକ୍ତିତ୍ୱର ଆଭା ରେ। ସର୍ଵ ଇପ୍ସିତ ପ୍ରାପ୍ତି ପାଇଁ ସେ ଥିଲା ଏକ ପ୍ରଶସ୍ତ ଓ ଲୋଭନୀୟ ମାର୍ଗ।......

********

ଓଲା ଟେ ବୁକ କରି ଚନ୍ଦନ ଗଲା ଇରାର ଆପାର୍ଟମେଂଟ।

ରାସ୍ତା ସାରା କେବଳ ଦୁଶ୍ଚିନ୍ତା ଘାରୁ ଥିଲା ତାକୁ ଆଉ ଭୟ ର କୁହେଳି ଥିଲା ସବୁଠି।......

ରୁମର କଲିଂ ବେଲ୍ ବଜେଇ ଅପେକ୍ଷା କଲା ସେ ଦ୍ରୁତ ହୃତସ୍ପନ୍ଦନ ସହିତ।ଇରା ଦରଜା ଖୋଲି ଦେଲା ଗୋଟେ ସମ୍ମୋହକ ସ୍ମାଇଲ୍ ଆଉ କହିଲା ," ଆରେ ତୁମେ ଆଜି ଏଠି?"

ହତବମ୍ବ ହେଇ ଅନେଇଲା ଚନ୍ଦନ , ଆଉ ଏକରକମ ବେହୋସ ହେଇଗଲା ଯେବେ ନିରେଖି ଦେଖିଲା ଇରାକୁ । ସେ ପିନ୍ଧିଥିଲା ଶାଢ଼ୀ ଆଉ କଜଳ ଲଗା ଆଖି ଥିଲା ନିଦ୍ରା ଜଡିତ। ସବୁଠୁ ଭୟଙ୍କର ଥିଲା ସିନ୍ଦୁରର ବିରାଟ ଟୋପା।

ଭିତରକୁ ଆସି ସେ ଆହୁରି ଅଶ୍ୱର୍ଯ୍ୟ ହେଇଗଲା । ସାରା ଘରେ ଅପୂର୍ବ ବାସ୍ନା ଥିଲା ପୂଜା ସାମଗ୍ରୀର। କାନ୍ଥ ସାରା ଥିଲା ବିଚିତ୍ର ପେଣ୍ଟିଂ ଜଳୁଥିବା ଅଗ୍ନି ଆଉ ନାରୀ ମୂର୍ତ୍ତି ଭଳି ,ଅଷ୍ଟ୍ରାକ୍ଟ ଟାଇପ୍। ଘରଟି କୌଣସି ରୂପରେ ଇରା ର ଲାଗୁନଥିଲା। ସେଠି ନଥିଲା ଆଧୁନିକତା ର ଛାପ , ବରଂ ଥିଲା ଆଧ୍ୟାତ୍ମିକତାର ରାଜୁତି।

ଚନ୍ଦନ ବସି ପଡ଼ିଲା ଥକା ହେଇ ଆଉ ପଚାରିଲା ,

" ଏସବୁ କଣ ଇରା ତୁ ଏମିତି କଣ ଲାଗୁଛୁ?"

ଇରା ରହସ୍ୟମୟ ହସ ହସି କହିଲା, " ଚନ୍ଦନ ତୁମେ ଫ୍ରେସ ହୁଅ। ତୁମ ଲାଗି ଖାଇବା ରଖିଛି ଖାଇ ନିଅ ।ମୁଁ ପରେ କଥା ହେବି।" ଆଉ ସାବଲୀଳ ଭାବେ ଚାଲିଗଲା ଶୋଇବାକୁ।

ସ୍ଥାଣୁ ହେଇ ବସିଥିଲା ଚନ୍ଦନ ବୁଝୁ ନଥିଲା ମନ କି ସରୁ ନଥିଲା ବ୍ୟସ୍ତତା ।.........

*********

ଇରା ସନ୍ଧ୍ୟାରେ ଉଠି ସ୍ନାନ କଲା ଗୋଟେ ଘଂଟା । ସେ ଘର ପୁରା ମହକିଲା ତା ଦେହ ର ବାସ୍ନା ରେ । ଜଳମଗ୍ନ କେଶ ରାଶି ଲାଗୁଥିଲେ ଅନନ୍ୟ ଆଉ ପ୍ରତି ତନ୍ତ୍ରୀ ରୁ ବିଛୁରିତ ହେଉଥିଲା ଅପୂର୍ବ ଆଭା।

ସେ ଚମତ୍କାର ରୂପରେ ସଜେଇଲା ନିଜକୁ । ଲାଲ ରଙ୍ଗର ଶାଢୀ ରେ ଅନେକ ସୁନ୍ଦର ଗହଣା ପିନ୍ଧି ।ନିଜକୁ ସେ ରୂପାନ୍ତରିତ କରି ନେଲା ଦେବୀ ରୂପରେ । ତାକୁ ଦେଖି ଗୋଟେ ଅଦ୍ଭୁତ ଶିହରଣ ଖେଳି ଗଲା ଚନ୍ଦନ ଭିତରେ ଆଉ ଲାଗିଲା ଭୟ।

ଚନ୍ଦନ କୁ ସେଇ ଅଜଵ ବ୍ୟସ୍ତତା ଭିତରେ ଡୁବେଇ ଇରା ଚାଲିଗଲା , କୁଆଡେ ଜଣା ନଥିଲା କିନ୍ତୁ କହି ଗଲା ସେ ଆସିବାକୁ ଡେରି ହେବ ଅପେକ୍ଷା ନକରି ଚନ୍ଦନ ଖାଇ ନେବ।

ଇରା ର ଏଇ ରହସ୍ୟମୟ ରୂପ ଆଉ ସଜ୍ୟ ହେଉନଥିଲା ଚନ୍ଦନର ସେ ଇରାକୁ ଏସବୁ ସଂକ୍ରାନ୍ତ ରେ ପଚାରିବାକୁ ଚାହୁଁଥିଲା , ସେ କାହିଁକି ଚାକିରୀ ଛାଡିଦେଲା, କାହିଁକି ଏମିତି ବଦଳି ଗଲା, କୁଆଡେ ଯାଉଛି ରାତିରେ ଏମିତି ଅନେକ । କିନ୍ତୁ କିଛି ପ୍ରଶ୍ନ କରିବା ପୂର୍ବରୁ ଇରା ଚାଲିଗଲା।

*********

ସକାଳ ପର୍ଯ୍ୟନ୍ତ ଅନୁପସ୍ଥିତ ରହିଲା ପ୍ରେମ ଆଉ ଜଳିଲା ପ୍ରେମୀ। କିନ୍ତୁ ନଥିଲା କିଛି ଉପାୟ। ଫେରିଲା ଇରା କ୍ଲାନ୍ତ ନିଦ୍ରା ଜଡିତ ପାଦ ରେ ଆଉ ସିଧା ଶୋଇଗଲା ନିଜ ରୁମ ରେ ବିନା ଶବ୍ଦ ରେ।

କିଛି ବି ଖାଉନଥିଲା କି କିଛି ବି କହୁ ନଥିଲା । ଆଣିଥିଲା ଦିବ୍ୟ ଭୋଜନ ସାଥିରେ ଆଉ ସେସବୁ ଥିଲା ଚନ୍ଦନ ପାଇଁ । ସେମିତି ସନ୍ଧାରେ ସେ ହେଇଗଲା ଦେବୀ ଆଉ ଚାଲିଗଲା ବିନା ଉପକ୍ରମ ରେ।

ଚନ୍ଦନ ର କୌଣସି ପ୍ରଶ୍ନ ର ଉତ୍ତର ନଥିଲା ଇରା ପାଖରେ। ସେ ଥିଲା ଅଜଵ ରହସ୍ୟ ଭିତରେ।

ଆଉ ନୁହେଁ ! ଚନ୍ଦନ ଇରା କୁ ଅନୁସରଣ କଲା ତାର ଅଦୃଷ୍ଟରେ । ଆଉ ପହଁଚିଲା ଗୋଟେ ସୁଦୃଶ୍ୟ ମନ୍ଦିରରେ । ସେଠି ପୂଜାର୍ଚ୍ଚନା ହେଉଥିଲା।ହତବୁଦ୍ଧି ହେଇଗଲା ଚନ୍ଦନ ଯେବେ ଦେଖିଲା ଦେବୀ ଙ୍କ ଆସ୍ଥାନ ରେ ଥିଲା ଇରା।ସତରେ ସମ୍ପୂର୍ଣ୍ଣ ନିଥର ହେଇ ବସିଥିଲା ସେ ଗୋଟେ ବିରାଟ ଯଜ୍ଞ କୁଣ୍ଡ ଆଗରେ ଆଉ ସବୁ ନୈବେଦ୍ୟ ଅର୍ପଣ କରାଯାଉଥିଲା ତାକୁ। ଏ ରୂପ ଓ ପରିବେଶ ଦେଖି ସତରେ ଭୟ ଲାଗିଲା ଚନ୍ଦନ କୁ। ମୁହୂର୍ତ୍ତକ ପାଇଁ ଲାଗିଲି ଇରା ନାହିଁ ଆଉ ପରିଚିତ ପୃଥିବୀରେ ବରଂ ସେଠି ଅଛନ୍ତି ଜଣେ ଶକ୍ତି ସ୍ୱରୂପା ମା'। ସେଠୁ ଦ୍ରୁତ ଗତିରେ ଏକଦମ ଦୌଡ଼ି ପଳେଇ ଗଲା ଚନ୍ଦନ ଭୟ ଓ ଭ୍ରାନ୍ତି ର ସମ୍ମିଳିତ ପ୍ରଭାବ ରେ।......

**********

ସକାଳର ଖବରକାଗଜ ରେ ଗୋଟେ ସମ୍ବାଦ ଥିଲା ନଦୀ ପଠାରେ ମିଳିଛି ଲାଲ ଶାଢ଼ୀ ପରିହିତା ଜଣେ ମହିଳାଙ୍କ ମୃତ ଦେହ ଓ ତନ୍ତ୍ର ସାଧନା ସମ୍ପର୍କିତ କିଛି ସୁରାକ।........

ଚନ୍ଦନ ଥିଲା ଗଭୀର ଯନ୍ତ୍ରଣାରେ ଆଉ ନିଜ ଉପରେ ଭୟଙ୍କର ଭାବେ ଖୁବ୍ଧ। ଅଜସ୍ର ଲୁହରେ ଭିଜୁଥିଲା ତାର ସମଗ୍ର ସତ୍ତା । ଇରା ସାଜିଥିଲା ବାକି ଜୀଵନର ଅବଶୋଷ ........

ସୌମ୍ୟା


Rate this content
Log in