ଅଭିଷିକ୍ତାର ଆଭିଜାତ୍ୟ
ଅଭିଷିକ୍ତାର ଆଭିଜାତ୍ୟ


ଜନ୍ମ ଦିନକୁ ମନେଇବା ପାଇଁ ଅଭିଷିକ୍ତାର ପରିବାରର ଲୋକେ ଗୋଟିଏ ବଡ ପାର୍ଟିର ଆୟୋଜନ କରିଥା'ନ୍ତି। ଅଭିଷିକ୍ତାରାୟଚୌଧୁରୀ ବଂଶର ଏକମାତ୍ର କନ୍ଯା ସନ୍ତାନ। କୋଉଥିରେ ଅଭାବ ନାହିଁ। ପରିବାରର ଲୋକେ ମୁଣ୍ଡ ଉପରେ ବସେଇରଖନ୍ତି। କୋଉ ପରୀରାଇଜରରାଜକୁମାରୀ ଠୁ କମ୍ ନୁହେଁ ସେରୂପରେ। ସେଥିପାଇଁ ସେ ବହୁତ ଗର୍ବୀ। ଗରିବ ଲୋକମାନଙ୍କୁ ବିଲକୁଲ ପସନ୍ଦ କରେନା। କଲେଜ ସବୁବେଳେ ବଡ ଗାଡିରେ ଆଉ ସୁରକ୍ଷା କର୍ମୀମାନଙ୍କୁ ନେଇ ଯାଏ। ଆଭିଜାତ୍ୟରରଙ୍ଗ ତା'ର ପୋଷାକ ପରିଧାନ ଆଉ ବଞ୍ଚିବାର ଶୈଳୀରୁ ବେଶ୍ ବାରିହୁଏ।
ବାପାମାଆ ତା'ର ସବୁବେଳେ ଚାହାଁନ୍ତି ଝିଅ ସରଳ ହେଉ। ପାଶ୍ଚାତ୍ୟ ସଭ୍ଯତାକୁ ନଆପଣେଇ ଆମ ନିଜ ସଂସ୍କୃତିକୁ ମାନୁ। ସମସ୍ତଙ୍କୁ ସ୍ନେହପୂର୍ଣ୍ଣ ଦ୍ରୁଷ୍ଟିରେ ଦେଖୁ। ଆଉ ଝିଅ ପାଇଁ ତାଙ୍କୁ ଗୋଟିଏ ସରଳ, ଶକ୍ତ ଆଉ ଭଲ ସ୍ୱଭାବର ପିଲାଟିଏ ଦରକାର ଯିଏ ପରିବାରକୁ ବେଶୀ ଭଲପାଇବା ଦେଉଥିବ ଆଉ ସେମାନଙ୍କୁ ସମ୍ମାନ କରୁଥିବ। ସେ ଆଭିଜାତ୍ୟରୁ କିଛି ଯାଏ ଆସେ ନାହିଁ। ଜୀବନରେ ଶାନ୍ତିର ଆବଶ୍ଯକତା ଯେ କେତେ ଯିଏ ସାରା ଜୀବନ ଆଭିଜାତ୍ୟର ସେ ମୋଟା ଆବରଣଟି ତଳେ ଅଣନିଶ୍ୱାସୀ ହୋଇଛି ସିଏ ହିଁ ବୁଝିଛି। ଖୋଲା ଆକାଶ ତଳେ ବସିବାର ସେ ଅଧିକାର, ମନ ସହ ମନ ମିଶୁଥିବା ସାଥି ସହ ପ୍ରେମାଳପ,ରାସ୍ତା କଡର ସେ ଆକର୍ଷଣୀୟ ଠେଲା ଖାଦ୍ୟ ଆଉ ମନଭରି ସମୟକୁ ଉପଭୋଗ କରିବାରୁ ବଞ୍ଚିତ ଏହି ଆଭିଜାତ୍ୟର ନାଆଁରେ। କଥାକଥାରେରୋକଟୋକ,ରାୟଚୌଧୁରୀ ବଂଶରେ ଏସବୁ ହୁଏନି କି ଶୋଭାପାଏ ନାହିଁ ମଧ୍ଯ। ଅଭିଷିକ୍ତାର ବାପାମାଆ ଙ୍କର ବାପା ଦୁହେଁ ଆଭିଜାତ୍ୟକୁ ବହୁତ ମାନନ୍ତି। ସାରା ଜୀବନ ସେମାନେ ଆଭିଜାତ୍ୟର ସେ ମିଥ୍ଯା ଆବରଣ ତଳେ ନିଜ ସ୍ୱାଧୀନତାକୁ ହରେଇବାର ଅନୁଭବ କରିଛନ୍ତି। ଦୁଇ ଜଣଙ୍କ ବାପାଙ୍କ ମ୍ରୃତ୍ୟୁ ପରେ ସେ ଚାହିଁଛନ୍ତି ଯେ ଗୋଟିଏ ସରଳ ଜୀବନ ଶୈଳୀରେ ବଞ୍ଚିବା ପାଇଁ। ହେଲେ ଝିଅ ପୁରା ଓଲଟା।
କଲେଜର ପ୍ରଥମ ଦିନରେ ଅଙ୍କୁଶର ଗାଡିକୁ ଅଭିଷିକ୍ତାର ଗାଡି ଘଷି ଦେଇଥିବାରୁ ଅଙ୍କୁଶରାଗରେ ଅଭିଷିକ୍ତାର ଗାଡିର କାଚ ଭାଙ୍ଗି ଦେଇଥିଲା। ତା'ର ପରେ ମହାରାଣୀ ଯେତେବେଳେ ଜାଣିଲେରାଗ ପୁରା ତା'ର ମୁଣ୍ଡକୁ ଚଢିଗଲା।ଅଙ୍କୁଶକୁରାଗରେ ଗୋଟିଏ ଶକ୍ତ ଚାପୁଡ଼ା ଦେଇଥିଲା।ଅଙ୍କୁଶ ତା'ର ହାତକୁ ମୋଡି କହିଥିଲା ଝିଅଟିଏ ହେଲେ କମ୍ ସାହାସ ତ ନୁହେଁ ତୁମର। ତୁମ ଭୁଲ ଯେ ତମେ ଆଗ ଆଣି ମୋ ଗାଡିରେ ଘଷିଲ ନିଜ ଗାଡି। ମୁଁରାଗରେ ଗାଡି କାଚ ଭାଙ୍ଗିଦେଲି। କ'ଣ ହେଲା ସେଇଠୁ?
ଅଭିଷିକ୍ତା କହିଲା ଏ ମିଷ୍ଟର ମୁଁ ବୋଧହୁଏ କିଏ ତୁମେ ଜାଣିନ? ନହେଲେ ଏସବୁ କରିବାକୁ ତୁମର ସାହାସ କେମିତି ହେଇଥା'ନ୍ତା? ଅଙ୍କୁଶ କହିଲା ତୁମେ ଯିଏ ହୁଅ ବା। ଆଇ ଡୋଣ୍ଟ କେୟାର। ଏହି କଲେଜରେ ପଢୁଛ ତେଣୁ ସବୁ ଷ୍ଟୁଡେଣ୍ଟସ ମାନଙ୍କ ପରି ତୁମେ ବି ଗୋଟିଏ ଷ୍ଟୁଡେଣ୍ଟ। ଆଉ ଏଇ ଯୋଉ ଡ୍ରେସ୍ରେ ଆସୁଛ କଲେଜ ,ପାତି ମାଙ୍କଡ଼ ଭଳି ଦେଖାଯାଉଛ। ଅନ୍ୟ ଝିଅମାନଙ୍କଠୁ ଦେଖି କିଛି ଶିଖ। କହିଲା କ'ଣ ନା ଏ ମିଷ୍ଟର ମୁଁ କିଏ ବୋଧହୁଏ ତୁମେ ଜାଣିନ? ତୁମେ କିଏ ମେନକା ନା ଉର୍ବଶୀ। ଝିଅମାନଙ୍କର ଗୋଟିଏ ବି ଗୁଣ ନାହିଁ, ନାଁ ପୋଷାକ ପରିଧାନରେ ନା ଆଭିଜାତ୍ୟ ଆଉ ବ୍ୟବହାରରେ। ଏତେଦିନ ଧରି ଆଭିଜାତ୍ୟକୁ ମୁଳଦୁଆ କରି ବଞ୍ଚିଥିବା ଅଭିଷିକ୍ତାର ଆଭିଜାତ୍ୟର ସେ ସ୍ତମ୍ଭ ଯେମିତି କେଉଁ ଏକ ଅଜଣା ଘୂର୍ଣ୍ଣିଝଡ଼ରେ ଘୁଷୁଡି ପଡୁଥିଲା।
ଅଭିଷିକ୍ତା କିଛି ନକହି କାନ୍ଦି କାନ୍ଦି ପଳାଇଲା। ତା'ର ପରେ ଅଙ୍କୁଶର ସାଙ୍ଗମାନେ କହୁଥିଲେ କଲେଜର ସବୁଠାରୁ ସୁନ୍ଦର ଝିଅକୁ ପାତି ମାଙ୍କେଡି କହି କନ୍ଦେଇଦେଲୁନା। ଅଙ୍କୁଶ କିଛି ନକହି ସେଠୁ ଚାଲିଗଲା।
ସେହି କଲେଜର ମାଲିକ ହେଉଛନ୍ତି ଅଭିଷିକ୍ତାର ବାପା। ଅଭିଷିକ୍ତା ଯାଇ ବାପାଙ୍କୁ ଘଟିଥିବା ଘଟଣା ବିଷୟରେ ସବୁ କହୁଥିଲା। ବାପା ଉପରେରାଗିବାର ଅଭିନୟ କରୁଥିଲେ ସିନା ହେଲେ ମନେ ମନେ ଅଙ୍କୁଶ ଉପରେ ବେଶୀ ଖୁସି ହେଉଥିଲେ ଆଉ ଭଗବାନଙ୍କୁ ଧନ୍ଯବାଦ ଜଣଉଥିଲେ କି ଏତେ ଦିନରେ ତାଙ୍କ ଝିଅ ସହ ଟକ୍କର ଦେଲାଭଳି କେହି ଜଣେ ଆସିଛି। ଏହି ପିଲା ହିଁ ତାଙ୍କ କନ୍ଯାରତ୍ନକୁ ଠିକ୍ କରିପାରିବ।
ତା'ର ପରଦିନ ଅଭିଷିକ୍ତା କଲେଜ ବାହାରିଲା ହେଲେ ସାଲୱାର ସୁଟ୍ରେ ସ୍କୁଟି ଧରି। ବାପାମାଆ ତା'ର ଏଇ ପରିବର୍ତ୍ତନ ଦେଖି ଯେତିକି ପରିମାଣରେ ଖୁସି ହେଉଥିଲେ ଠିକ୍ ସେତିକି ପରିମାଣରେ ଆଶ୍ଚର୍ଯ୍ୟ ହେଉଥିଲେ। ସିଏ ଯାହା ଅନେକ ଦିନରୁ ଚାହିଁକି କରିପାରିନଥିଲେ ଅଙ୍କୁଶ ଗୋଟିଏ ଦିନରେ କରିକି ଦେଖେଇଲା। ସିଏ ପିଲା କିଏ ତାକୁ ଗୁପ୍ତରେ ଯାଇ ଦେଖା କରିବାକୁ ପଡିବ ବୋଲି ଅଭିଷିକ୍ତାର ବାପା ଭାବିଲେ।
ଅଭିଷିକ୍ତା କଲେଜ ଗଲା। ଆଗ ବେଞ୍ଚରେ ବସିଥାଏ। ହେଲେ ମନେ ମନେ ଅଙ୍କୁଶକୁ ଖୋଜୁଥାଏ, କାହିଁ ଅଙ୍କୁଶ ତ ଆସିନି।ସେଦିନଠାରୁ ଦୁଇ ଦିନ ଯାଏଁ ଅଙ୍କୁଶ ଆସିଲାନି କି ତା'ର ସାଙ୍ଗମାନଙ୍କୁ ବି ଦେଖିବାକୁ ପାଇଲାନି ଅଭିଷିକ୍ତା କଲେଜ କ୍ୟାମ୍ପସରେ। ତା'ର ପରେ ତା'ର ବାପାଙ୍କୁ ଯାଇ ପଚାରିଲା ଅଙ୍କୁଶକୁ କଲେଜରୁ କାଢିଦେଲକି ପାପା?ତା'ର ପାପା ନଜାଣିଲା ପରି କହିଲେ ଅଙ୍କୁଶ କିଏ? ଆଉ ମୁଁ କାହିଁକି ତାକୁ କଲେଜରୁ କାଢିବି?ଅଭିଷିକ୍ତା ଏସବୁ ଶୁଣି ଦୀର୍ଘ ନିଶ୍ବାସ ନେଲା କହିଲା ଓହୋ। ନାଁ ସେ କେହି ନୁହେଁ କହି ଚାଲିଗଲା। ପାପା ତା'ର ଏସବୁ ଶୁଣି ମନେ ମନେ ଖୁସି ହେଉଥିଲେ।
ଘଟଣାର ତ୍ରୁତୀୟ ଦିନ। ଆଜି କିନ୍ତୁ ଅଙ୍କୁଶ ଆସିଥିଲା। ହେଲେ ଏ କ'ଣ? ଅଭିଷିକ୍ତାକୁ ବିଲକୁଲ ବି ଦେଖୁନି।ଅଙ୍କୁଶର ମୁହଁ ଶୁଖିଯାଇଛି ଆଉ ସେ ବହୁତ ଜୋର୍ରେ କାଶୁଛି। ଖାଇବା ବ୍ରେକ ହେଲା, ଯିଏ ଯାହାର ଚାଲିଗଲେ। ଅଭିଷିକ୍ତା ଆଉ ଅଙ୍କୁଶ କ୍ଲାସ୍ରୁମରେ ବସିଥା'ନ୍ତି। ଅଙ୍କୁଶ ମୁଣ୍ଡ ତଳକୁ କରି ଶୋଇଥାଏ।
ଅଭିଷିକ୍ତା, ଅଙ୍କୁଶର ଏ ଅବସ୍ଥା ଦେଖି ଚାଲିକି ତା'ର ପାଖକୁ ଆସିଲା। ପାଣି ବୋତଲ ଟା ଦେଇ କହିଲା ପିଇ ନିଅ ପାଣି। ଆଉ ସେଦିନ ପାଇଁ ଆଇ ଆମ୍ ସରି। ଅଙ୍କୁଶ ପାଣି ପିଇ ଧନ୍ଯବାଦ ଜଣେଇଲା ଆଉ କହିଲା ମୁଁ ବି ତୁମକୁ ଅନେକ କଥା କହିଛି ସେଦିନ, ସେଥିପାଇଁ ଆଇ ଆମ୍ ଅଲସୋ ସରି। ଅଙ୍କୁଶ କହିଲା ,ବାଇ ଦ ୱେ ଟୁଡେ ୟୁ ଆର୍ ଲୁକିଂ ବିୟୁଟିଫୁଲ୍।ଅଭିଷିକ୍ତା କହିଲା ଥ୍ୟାଙ୍କ ୟୁ।କ୍ଲାସ୍ ଆରମ୍ଭ ହେବା ସମୟ ହେଇଯାଇଥିଲା। ତେଣୁ ସେମାନେ ନିଜ ନିଜ ଜାଗାରେ ବସି ପଡିଥିଲେ।
ଅଭିଷିକ୍ତାର ବାପା ତା'ର ଅଜ୍ଞାତରେ ଅଙ୍କୁଶକୁ ଦେଖାହେଲେ ଆଉ ତା'ର ବିଷୟରେ ସବୁକଥା କହିଲେ। ଝିଅର ପରିବର୍ତ୍ତନ ପାଇଁ ତାକୁ ଧନ୍ଯବାଦ ଦେଲେ। ପଛରେ ଜାଣିବାକୁ ପାଇଲେ ସେ ତାଙ୍କର କଲେଜ ସାଙ୍ଗ ଦୟାନିଧି ସିଂହସାମନ୍ତ ଙ୍କ ଏକମାତ୍ର ସନ୍ତାନ ହେଉଛି ଅଙ୍କୁଶ।
ଅଙ୍କୁଶ ପୁଣି କଲେଜ ନଆସିବା ଦେଖି ବ୍ୟସ୍ତ ହୋଇ ଅଭିଷିକ୍ତା ତା'ରରୁମ୍ ଠିକଣା ପଚାରି ତା'ର ପାଖକୁ ଯାଇଛି। ଅଙ୍କୁଶ ସାଙ୍ଗମାନଙ୍କ ସହ ମେସ୍ରେ ପ୍ରାୟ ସମୟରୁହେ। ଅଭିଷିକ୍ତା ମନେ ମନେ ଅଙ୍କୁଶକୁ ଭଲପାଇ ବସିଛି। ଅଭିଷିକ୍ତା ଯାଇ ଦେଖୁଛି ପୁରା ଜରରେ ଥରୁଛି ଅଙ୍କୁଶ।ଅଙ୍କୁଶ ତାକୁ ଦେଖି ପଚାରିଲା ତୁମେକୁଆଡେ ଆସିଛ? ସେ କିଛି ନକହି ପାଣି ପଟି ପକେଇଲା ଅଙ୍କୁଶର ମୁଣ୍ତରେ, ଯାହା ଟିଫିନ ନେଇଥିଲା ନିଜ ହାତରେ ଖୁଆଇ ଔଷଧ ଦେଲା। ଅଙ୍କୁଶକୁ ଟିକିଏ ଭଲ ଲାଗିବାରୁ ସେ କହିଲା ତୁମେ ମୋ ପାଇଁ ଏତେସବୁ କରୁଛ କ'ଣ ପାଇଁ। ଗୋଟିଏ ସପ୍ତାହ ବି ହେଇନି ତୁମେ ମୋତେ ଚିହ୍ନିବାର। କଲେଜ ସମୟ ଓଭର୍ ହେବା ଦେଖି ସେ କହିଲା ମୁଁ ଜାଣିନି, ଯାଉଛି ମୁଁ। ଟେକ୍ କେୟାର। କାଗଜରେ ନିଜ ନମ୍ବର ଲେଖି କହିଲା, ଏହିଥିରେ ମୋ ନମ୍ବର ଅଛି। ବେଶୀ ଦେହ ଖରାପ ହେଲେ ମୋତେ ଫୋନ୍ କରି ଡାକିବା।
ଅଙ୍କୁଶ ମନେ ମନେ ଭାବୁଥିଲା ଉପରୁ କଠିନ ଦେଖାଯାଉଥିବା ଏ ଝିଅ ଟି ଭିତରୁ କେତେ ନରମ। ଅଙ୍କୁଶ ବି ଅଭିଷିକ୍ତାକୁ ମନେ ମନେ ଭାରି ପସନ୍ଦ କରୁଥିଲା।
ଆଜି ଅଭିଷିକ୍ତାର ଜନ୍ମ ଦିନ। ସେ କହିଛି ଅଙ୍କୁଶକୁ ଯିବା ପାଇଁ। କ'ଣ ନେବ ବୋଲି ଭାବୁଛି। ସଂଧ୍ଯାରେ ପାର୍ଟି ଅଛି ହେଲେ ବଡ ପାର୍ଟି ନୁହେଁ। ବହୁତ କମ୍ ସାଙ୍ଗ ଙ୍କୁ ଡାକିଛି।ଅଙ୍କୁଶ ଗୋଟିଏ ଗୋଲାପ ଫୁଲ ଆଉ ଚକୋଲେଟ୍ ପକେଟ୍ରେ ନେଇ ଯାଇଛି। ଅଙ୍କୁଶକୁ ମନେମନେ ଅଭିଷିକ୍ତା ଭାରି ଖୋଜୁଛି। ଭାବୁଛି ଅଙ୍କୁଶ ଆଜି କହିଦିଅନ୍ତେ କି ସେ ମୋତେ ଭଲ ପାଆନ୍ତି ବୋଲି, ଏଇଟା ତା'ର ଜନ୍ମ ଦିନର ବେଷ୍ଟ୍ ବର୍ଥ ଡେ ଗିଫ୍ଟ ହେଇଯାଆନ୍ତା। ଦୀର୍ଘ ୨ ବର୍ଷ ହେଲାଣି ଦି ଜଣ ଯାକ ମନେ ମନେ ଭଲ ପାଉଛନ୍ତି ହେଲେ କେହି କାହାକୁ କହୁନାହାଁନ୍ତି। ଅଭିଷିକ୍ତା ବି ପୁରା ବଦଳି ଗଲାଣି ଅଙ୍କୁଶ ପାଇଁ।
ଅଙ୍କୁଶ ଆସିଲା, ଅଭିଷିକ୍ତାର ଖୁସି କହିଲେ ନସରେ। ଅଭିଷିକ୍ତାର ବାପାମାଆ ଦେଖି ତାକୁ ବହୁତ ଖୁସି ହେଲେ କାରଣ ଝିଅର ଅବିଶ୍ୱସନୀୟ ପରିବର୍ତ୍ତନର କାରଣ ହେଉଛି ସିଏ। କେକ୍ କଟା ହେଲା, ସମସ୍ତେ ଡିନର କଲେ। ଯିଏ ଯାହା ଉପହାର ଆଣିଥିଲେ ଦେଲେ। ଆଉ ଅଙ୍କୁଶ ,ସେ ଖାଲି ବର୍ଥ ଡେ ଉଇସ୍ କରି ଚାଲିଗଲେ, ଉପହାର ଲୋଡା ନାହିଁ ଖାଲି କହି ଦେଇଥାନ୍ତେ ଭଲ ପାଆନ୍ତି ବୋଲି। ସେତିକି ଯଥେଷ୍ଟ ହୋଇଥାନ୍ତା ତା'ର ପାଇଁ।
ଅଭିଷିକ୍ତାର ବାପାମାଆ ସବୁ ଜାଣିଛନ୍ତି। ଛାତ ଉପରେ ଅଙ୍କୁଶର ସରପ୍ରାଇଜ ବର୍ଥ ଡେ ସେଲିବ୍ରେସନ। ଅଭିଷିକ୍ତାର ମା' କହିଲେ ଅଭି ଛାତ ଉପରୁ ଲୁଗା ସୁଖା ହେଇଛି ଟିକିଏ ଆଣିଦେ।କେହି ନାହାଁନ୍ତି ଆଜି ଆଉ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଛି। ସେ ମନଦୁଃଖରେ କହିଲା ମାମା ମୁଁ ଆଣି ଦେଉଛି ବ୍ୟସ୍ତ ହୁଅନାହିଁ। ତା'ର ପରେ ମା' ଅଙ୍କୁଶକୁ ଫୋନ୍ କରି କହିଲେ ଯେ ଅଭିଷିକ୍ତା ଛାତ ଉପରକୁ ଗଲା ବୋଲି।
ଅଭିଷିକ୍ତା ଯାଇ ଛାତଉପରେ ଅଙ୍କୁଶକୁ ଦେଖି ଆଉ କୋହ ସମ୍ଭାଳି ନପାରି କାନ୍ଦି ପକାଇଲା। ଅଙ୍କୁଶ ତାକୁ ଟାଣି ଆଣି ଆଲିଙ୍ଗନ କଲା। ପକେଟରୁ ଗୋଲାପ ଫୁଲ ଧରି ଆଣ୍ଠେଇ କହିଲା ଅଭିଷିକ୍ତା ଆଇ ଲଭ୍ ୟୁ। ଆଇ ୱାଣ୍ଟ ଟୁ ମ୍ୟାରି ୟୁ। ଚକୋଲେଟ୍ ଦେଇ କହିଲା ଆଇ ୱାଣ୍ଟ ଟୁ ଫିଲ୍ ସୁଇଟନେସ୍ ଇନ୍ ଇଓର ଲାଇଫ୍ ଲାଇକ୍ ଦିସ୍ ଚକୋଲେଟ୍। ଆଉ ଅଭିଷିକ୍ତା ପ୍ରତି ବଦଳରେ ଅଙ୍କୁଶକୁ ନିବିଡ଼ ଆଲିଙ୍ଗନ, ସଂଧ୍ଯାକୁରୋମାଣ୍ଟିକ କରିଦେଉଥିଲା। ଅଙ୍କୁଶ କହିଲା ମୁଁ ତୁମ ପରି ବଡ ଘରର ପୁଅ ନୁହେଁ, ଆଭିଜାତ୍ୟ ବି ମୋର ନାହିଁ। ତୁମେ ଏସବୁଥିରେ କ'ଣ ଆଡଜଷ୍ଟ କରିପାରିବ। ସେ କହିଲା ମୁଁ କ'ଣ ଆଉ ଆଗଭଳି ଅଛି। ହଁ ମୁଁ ସବୁଥିରେ ଆଡଜଷ୍ଟ କରିବି।
ଅଭିଷିକ୍ତା କହୁଥିଲା ପାପା, ମାମା ତଳେ ଅଛନ୍ତି। ସେ ଖରାପ ଭାବିବେ, ଚାଲ ଯାଇ ସବୁ କହିଦେବା। ଅଙ୍କୁଶ କହିଲା ପାପା, ମାମା ସବୁ ଜାଣିଛନ୍ତି। ତୁମେ କିଛି ବ୍ୟସ୍ତ ହେବା ଦରକାର ନାହିଁ। ଅଭିଷିକ୍ତା କହୁଥିଲା ଅଙ୍କୁଶ ତୁମେ ବେଷ୍ଟ ବର୍ଥ ଡେ ଗିଫ୍ଟ ଦେଇଛ ମୋତେ। ତା'ର ପରେ ଦୁହେଁ କେକ୍ କାଟି ସେଲିବ୍ରେଟ୍ କରୁଥିଲେ। ଅଙ୍କୁଶ କାନରେ କହିଲାରାଗିଛ? ଅଭିଷିକ୍ତା କହିଲାରାଗିବିନି, ତୁମେ ପୁରା ଦୁଇ ବର୍ଷ ନେଇଗଲ କହିବା ପାଇଁ। ଅଙ୍କୁଶ କହିଲା ଅପେକ୍ଷାର ଫଳ ମିଠା କହି ଅଭିଷିକ୍ତାର ଗାଲରେ ଚୁମ୍ବନ ଟିଏ ଆଙ୍କିଦେଲା।
ସତରେ ପ୍ରେମର ଶକ୍ତି ଅମାପ। ପ୍ରେମରେ ଅନେକ ପରିବର୍ତ୍ତନ ହୁଏ ହେଲେ ସକରାତ୍ମକ ପରିବର୍ତ୍ତନ ଗ୍ରହଣୀୟ।