ଆୟତର ଜନ୍ମଦିନ
ଆୟତର ଜନ୍ମଦିନ
ବଣଜଙ୍ଗଲ ଘେରା ଏଇ ଗାଁଟିର ନାମ ହେଉଛି ଫକିରସାହି । ଏଇଟି ହେଉଛି ଆୟତର ଗାଁ । ଗାଁଟିର ପରିବେଶ ଓ ପ୍ରାକୃତିକ ଶୋଭା ଦେଖି ସମସ୍ତେ ମୁଗଧ ହୋଇ ଯାଆନ୍ତି । ପଶୁମାନେ କଥା କହିପାରନ୍ତି ନାହିଁ । କଥା କହି ପାରୁଥିବା ଜୀବଟି ହେଉଛି ମଣିଷ । ମଣିଷ ପଶୁମାନଙ୍କ ପ୍ରତି ଦୟାଭାବ ଦେଖେଇବା ଉଚିତ । ଅନେକ ସିଦ୍ଧ ପୁଋଷଙ୍କ ଏଇ କଥାଟି ଆୟତ ଓ ତା ସାଙ୍ଗ ସୀମାର ଜୀବନରେ ବହୁତ ପ୍ରଭାବ ପକେଇ ଥିଲା । ଯାହାର ଫଳସ୍ବଋପ ଏଇ ବଣ ଜଙ୍ଗଲ ଘେରା ଗାଆଁଟିରେ ଥିବା ପଶୁ ପକ୍ଷୀମାନେ ଦିନକୁ ଦିନ ଆୟତ ଓ ସୀମାର ବନ୍ଧୁ ପାଲଟିବାରେ ଲାଗିଥିଲେ । ଗତ ମାସରେ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ମୋହନା ଭଳି ପଶୁ(କୁକୁର) ଆୟତ ଓ ସୀମାର ପ୍ରଚେଷ୍ଟାରେ ଚିକିତ୍ସିତ ହୋଇ ସେମାନଙ୍କର ଚୀର ବନ୍ଧୁ ପାଲଟି ଥିଲା ।ଏ ସପ୍ତାହରେ ବଣ ଭୂଆ (ଓଧ)ଟି ପାଖ ପୋଖରୀରେ ବୁଡି ମାଛ ଧରୁଥିବା ସମୟରେ ଗାଁର ଦୃଷ୍ଟ ପିଲାଙ୍କ ହାବୁଡରେ ପଡିଯାଇ ଖଣ୍ଡ ିଆ ଖାବରା ହୋଇ ଯାଇଥିଲା । ଆୟତ ଓ ସୀମା ଠିକ ସମୟରେ ପହଞ୍ଚ ି ଏହି ଜୀବଟିକୁ ପିଲାଙ୍କ କବଳରୁ ଉଦ୍ଧାର କରି ତା'ର ଘରୋଇ ଚିକିତ୍ସା କରିଥିଲେ । ସେମାନେ ଭୂଆଟିର ନାମ ମୋହିନୀ ରଖିଥିଲେ । ମୋହିନୀ ଯେତେ ଦିନ ଘରେ ରହିଲା ଆୟତର ବାବା ମୋହିନୀର ପ୍ରିୟ ଖାଦ୍ୟ ମାଛ ପୁଟି ଆଣୁ ଦେଉଥିଲେ ।ଆୟତ ଓ ସୀମା ତା'ର ଯତ୍ନ ନେଉଥିଲେ । ଏମିତିରେ ଆମେ ଶୁଣିଥାଉ କି କୁକୁର ସହ ବିଲେଇମାନଙ୍କ ପ୍ରାକୃତିଗତ ଶତ୍ରୁତା ଥାଏ । କିନ୍ତୁ ଏଠି ମୋହନା ସହ ମୋହିନୀର ସ୍ନେହଭରା ସମ୍ପର୍କ ଦେଖି ଆୟତ ଓ ସୀମା ବହୁତ ଖୁସି ହେଉଥିଲେ ।
ଜଙ୍ଗଲ ମଝି ଘାସ ପଡିଆରେ ଆୟତ ଓ ସୀମାର ଫୁଟବଲ୍ ଖେଳରେ ମୋହନା ଓ ମୋହିନୀ ମଧ୍ୟ ସାମିଲ ହେଉଥିଲେ । ବଣ ମୁଲକର ପଶୁପକ୍ଷୀ ଏହି ଖେଳକୁ ଖୁବ ଉପଭୋଗ କରୁଥିଲେ । ଶେଷରେ ମୋହିନୀ ସୁସ୍ଥ ହୋଇ ଯିବା ପରେ, ତାକୁ ଗଭୀର ବଣରେ ଛାଡି ଦିଆଗଲା । ଏମିତି ଆୟତ ଓ ସୀମାର ପଶୁପକ୍ଷୀଙ୍କ ସହ ବନ୍ଧୁତାର ତାଲିକା ଦିନକୁ ଦିନ ଲମ୍ବିବାକୁ ଲାଗିଲା ।ଏଇ ତାଲିକାରେ ପାରା,ବଣୀ, ଶୁଆ ,ଗୁଣ୍ଡୁଚି ମୂଷା,ଶାଗୁଣା, ମାଙ୍କଡ, ହାତୀ ଇତ୍ୟାଦି ଅନେକ ପଶୁ ପକ୍ଷୀ ଆୟତ ଓ ସୀମାର ସ୍ନେହ ଓ ପ୍ରେମର ବନ୍ଧନରେ ଯୋଡି ହୋଇଗଲେ । ମୋହନାକୁ ଯେତେବେଳେ ମୋହନୀ କଥା ମନେ ପଡେ ,ସେ ପୋଖରି ହୁଡାରେ ବିଚିତ୍ର ସ୍ବର ସୃଷ୍ଟିକରେ । ସେ ସ୍ବରର ଭାବକୁ ଆମଭଳି ମଣିଷମାନେ ବୁଝି ପାରୁନେ । ସେଇ ସ୍ବର ସାରା ଜଙ୍ଗଲରେ ଭାସିଯାଏ । ବଣଭୂଆ ମୋହନୀ ତା ପାଖକୁ ଛୁଟି ଆସେ । ଏସବୁ ଦୃଶ୍ୟ ଦେଖି ଆୟତ ,ସୀମା ଓ ଗାଁ ଲୋକେ ବହୁତ ଖୁସି ହୁଅନ୍ତି ।
,ସେଦିନ ଥାଏ ସେପ୍ଟେମ୍ବର ପହିଲା। ଆୟତ ପାଇଁ ତା'ର ଏକ ବିଶେଷ ଦିନ । ତା'ର ଜନ୍ମ ଦିନ । ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରିବା ପାଇଁ ଆୟତ ଓ ସୀମା ବହୁ ଆଗରୁ ଯୋଜନା କରିଥିଲେ ।ସେଦିନ ଜଙ୍ଗଲ ମଝି ସଦଭାବନା ପଡିଆରେ ବଣଭୋଜି ହେବ । ଜଙ୍ଗଲର ସମସ୍ତ ପଶୁ ପକ୍ଷୀଙ୍କ ସହ ପ୍ରକୃତି ପ୍ରେମୀ ମଣିଷମାନେ ମଧ୍ୟ ଏଥିରେ ସାମିଲ ହେବେ । ଯୋଜନା ଅନୁଯାଇ ସୀମା ତା ନନାଙ୍କୁ କହି ମାଙ୍କଡ ମାନଙ୍କ ପାଇଁ ପିଜୁଳି, କଦଳୀ , ହାତୀଙ୍କ ପାଇଁ ଆଖୁ , ବଣୀ,ଗୁଣ୍ଡୁଚି ମୂଷା ଓ ପାରାଙ୍କ ପାଇଁ ବିଭିନ୍ନ କିସମର ଧାନ ଓ ଚାଉଳ ବ୍ୟବସ୍ଥା କରିଥାଏ ।ଆୟତ ମଧ୍ୟ ତା ବାବାଙ୍କୁ କହି ବଣ ଭୂଆ ପାଇଁ ପ୍ରଚୁର ମାଛ ପୁଟି ଓ ଶାଗୁଣା ଆଦିଙ୍କ ବ୍ୟବସ୍ଥା କରିଥାଏ । ସେ ଦିନ ଗାଁ ଲୋକମାନେ ଆୟତର ଜନ୍ମଦିନ ପାଳନ ଖୁସିରେ ଏକ ବଣ ଭୋଜିର ବ୍ୟବସ୍ଥା ମଧ୍ୟ କରିଥାନ୍ତି । ଏଇ ଭୋଜିରେ ମଣିଷମାନଙ୍କ ପାଇଁ ନିରାମିଷ ଖାଦ୍ୟର ବ୍ୟବସ୍ଥା ଥାଏ ।
ପଶୁପକ୍ଷୀ ଓ ଗାଁ ଲୋକମାନେ ଏହି ଜନ୍ମଦିନକୁ ଖୁବ ଉପଭୋଗ କରୁଥାନ୍ତି ।
କିଛି ଆମିଷ ପ୍ରିୟ ଲୋକଙ୍କ ମନରେ ମାଛ ତରକାରି ଖାଇବାକୁ ଭାରି ଇଚ୍ଛା ହେଉଥାଏ । ସେମାନେ ଏ ବିଷୟରେ ପରଷ୍ପର ମଧ୍ୟରେ କଥା ହେଉଥାନ୍ତି ।ସେମାନଙ୍କ କଥା ମୋହିନୀର କାନରେ ପଡିଲା । ସେ ଡେରି ନକରି ତା'ର ଅନ୍ୟ ସାଙ୍ଗମାନଙ୍କୁ ନେଇ ଚଟାପଟ ପାଖ ଝରଣାକୁ କୁଦି ପଡିଲା । ପାଞ୍ଚଟି ମଧୁରମାଛ ପାଟିରେ ଧରି ମଝି ଘାସ ପଡିଆରେ ପକେଇ ଜଙ୍କଲ ମଧ୍ୟକୁ ମାଛ ପୁଟି ଖାଇବାକୁ ପଳେଇ ଗଲା । ଗାଁ ଲୋକେ ଏ ଦୃଶ୍ୟ ଦେଖି ଆବାକ ହୋଇଗଲେ ।ମଝି ଘାସ ପଡିଆରେ ମାଛମାନେ ଖପ ଖପ ଡେଉଁ ଥାନ୍ତି ।ଆମିଷ ପ୍ରିୟ ଲୋକଙ୍କ ଖୁସି କହିଲେ ନସରେ ।ସତରେ ମଣିଷମାନଙ୍କ କଥା ମୋହିନୀ ଭଳି ଓଧ ଜୀବଟିଏ ବୁଝି ତାର ବ୍ୟବସ୍ଥା କରିଦେଲା । ଆମେ ମଣିଷମାନେ ଯଦି ପଶୁମାନଙ୍କ ମନ କଥା ବୁଝି ତାଙ୍କ ରହିବା ସ୍ଥାନ ଜଙ୍ଗଲକୁ କାଟି ନଷ୍ଟ ନକରିବାର ଶପଥ ନେବା ,ତେବେ ହାତୀ ଭଳି ପଶୁମାନେ ଗାଁରେ ପଶି ମଣିଷର ଘର ଓ ଫସଲ ନଷ୍ଟ କରିବେ ନାହିଁ କି ପଶୁମାନଙ୍କ ସହ ମଣିଷର ସଂଘର୍ଷର ଦୁଃଖଦ ଖବର ପ୍ରକାଶ ପାଇବ ନାହିଁ ।
