ବଳରାମ ବାରିକ

Others

3  

ବଳରାମ ବାରିକ

Others

ଆମେରିକାରେ ପୋଡ଼ ପିଠାର ମହକ

ଆମେରିକାରେ ପୋଡ଼ ପିଠାର ମହକ

4 mins
687


ଭାରତୀୟ ସେନାରୁ ଅବସର ନେଇ ସାରିଥିବା ବ୍ରିଗେଡିୟର ବିଶ୍ବମ୍ବର ପାଇକରାୟ ଙ୍କ ଦୁଇ ନାତୁଣୀ "ଆଶା" ଓ "ଦିଶା" ।ଦିଶା,ବ୍ରିଗେଡିୟର ବିଶ୍ବମ୍ବର ବାବୁଙ୍କ ସାନ ପୁଅର ଝିଅ।

ବିଶ୍ବମ୍ବର ବାବୁଙ୍କ ସାନ ପୁଅ ରୋହିତ୍ ଆମେରିକାର କାର୍ଲିଫର୍ନିଆ ସହରର ଜଣେ ପ୍ରତିଷ୍ଠିତ ସର୍ଜନ।ଡାକ୍ତର ରୋହିତ୍ ସେହି ଆମେରିକା ରେ ହିଁ ଜଣେ ବିଦେଶୀ ଝିଅ କୁ ବାହା ହୋଇଛନ୍ତି।ସେ ବି ପେଷାରେ ଜଣେ ଡାକ୍ତର।ସ୍ତ୍ରୀ ଓ ପ୍ରସୂତୀ ବିଭାଗର।ଦିଶାର ମମି ଡକ୍ଟର ଏଲି ଜଣେ ମିଷ୍ଟଭାସିନୀ ମହିଳା।ନିଜ ଶାଶୁ ଘର କୁ ବୁଲିଯିବାକୁ ସେ ରୋହିତ୍ ଙ୍କୁ ଅନେକ ଥର କହିଲେଣି।କିନ୍ତୁ ରୋହିତ୍ ବାବୁ ପ୍ଲାନ କରି ପାରୁନାହାନ୍ତି କେବେ ଯିବେ।ପରିବାରର ଅଧା ସଦସ୍ୟଙ୍କ ସହମତି କ୍ରମେ ରୋହିତ ଓ ଏଲିନାଙ୍କ ବିବାହ ହୋଇଥିଲା।ବିଶ୍ଵମ୍ବର ବାବୁ ଜଣେ ଖୋଲା ହୃଦୟ ଓ ଆଧୁନିକ ଚେତନାର ଆର୍ମି ଅଫିସର ଥିଲେ।ତାଙ୍କ ଧର୍ମ ପତ୍ନୀଙ୍କ ବିରୋଧ ସତେ ସେ ସାନ ପୁଅ କୁ ଏଲିନା ସଙ୍ଗେ ବାହା ଦେବାକୁ ଅନାୟାସରେ ରାଜି ହୋଇଯାଇଥିଲେ।ରୋହିତ ବାବୁଙ୍କ ଉପରେ ଏବେବି ତାଙ୍କ ମା ରାଗିଛନ୍ତି।ରୋହିତ ବାବୁ ଜଣେ ସଂସ୍କାରୀ ମଣିଷ।ହିନ୍ଦୁ ଧର୍ମ ,ସଂସ୍କୃତି ତଥା ଓଡ଼ିଆ କଳା ,ସଂସ୍କୃତି ,ପର୍ବ ପର୍ବାଣି ଉପରେ ତାଙ୍କର ଯଥେଷ୍ଟ ଜ୍ଞାନ।ସେ ଦିଶା କୁ ସବୁବେଳେ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ବୁଝାନ୍ତି।ଅବଶ୍ୟ ଦିଶା ଓଡ଼ିଆ ବୁଝିଯାଏ କିନ୍ତୁ ଖଣ୍ଡି ଖଣ୍ଡି ଓଡ଼ିଆ କହେ।କାରଣ ସେ ଓଡିଆ ରେ କାହା ସହିତ କଥା ହେବାକୁ ସୁଯୋଗ ପାଏନା।ସୁଦୁର ଆମେରିକାରେ ସେ ଓଡ଼ିଆ ଭାଷା ଶିଖିକି କରିବ ବା କଣ ??

କିନ୍ତୁ ଦିଶା ଓଡ଼ିଆ ଭାଷା କୁ ବହୁତ ଭଲ ପାଏ।ତାର ପଢା ରୁମ ରେ ଓଡିଶା ମାନଚିତ୍ରରେ ତାଙ୍କ ଗାଁ କୁ ଗୁଗୁଲ ମ୍ୟାପ୍ ରେ ଖୋଜି ତାର ଫଟୋ ବାହାର କରି ଟାଙ୍ଗିଛି।ଗୋପବନ୍ଧୁ, ମଧୁସୂଦନ ଦାସ,ବୀର ସୁରେନ୍ଦ୍ର ସାଏ ଏମାନଙ୍କୁ ସେ ପଢା ବହିରେ ନପଢିଲେ ବି ଭଲ ସେ ଜଣିଛି।ଜଗନ୍ନାଥଙ୍କ ଫଟୋ ବି ତାର ପଢା ଘରେ ଲାଗିଛି।ଓଡିଶା ତା ହୃଦୟରେ କେଉଁଠି ନା କେଉଁଠି ଗଭୀର ଭାବରେ ଉଜ୍ଜୀବିତ ହୋଇଅଛି।ବିଦେଶୀ ସଭ୍ୟତା ଓ ସଂସ୍କୃତି ଦିଶା କୁ ଦିଶାହିନ କରି ପାରିନାହିଁ।ଦିଶା ଇଲେଭେନ୍ତ କ୍ଲାସରେ ପଢୁଛି।ପାଠରେ ,ସାଠରେ ସବୁଥିରେ ସେ ଏକ ନମ୍ବର।ସ୍କୁଲର ଗୁଡିକରେ ସେ ଫଙ୍କସନ୍ ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ।

ବିଶ୍ବମ୍ବର ବାବୁ ଙ୍କ ବଡ଼ ପୁଅ ରାଜେଶ ଏକ କର୍ପୋରେଟ କମ୍ପାନୀରେ ମ୍ୟାନେଜର ସପରିବାରେ ଭୁବନେଶ୍ୱର ର ସହିଦନଗର ରେ ବାସ କରନ୍ତି।ରାଜେଶ ବାବୁଙ୍କ ପତ୍ନୀ ଋତୁପର୍ଣ୍ଣା ଦେବୀ ଭୁବନେଶ୍ୱର ର ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରିନ୍ସପାଲ।ଘରେ ତାଙ୍କର ଚାକର ପୂଜାରୀ ର ଅଭାଵ ନାହିଁ।ବିଶାଳ ଘର।ରାଜେଶ ବାବୁ ଙ୍କ ଏକ ମାତ୍ର ଝିଅ ଆଶା ଗୋଟେ ରେସିଡେଣ୍ଟ।ଲ ସ୍କୁଲ ରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଛି।ଏଇଟା ତାର ସେକେଣ୍ଡ ଇୟର।କଥା କଥା କେ ଖଣ୍ଡି ଇଂରାଜୀ ଝାଡିଦିଏ।ଓଡ଼ିଆ କହିବାକୁ ତାକୁ ଯେମିତି ଘୃଣା ଲାଗେ।ଉଗ୍ର ଆଉ ଆଧୁନିକା।ଆଖିରେ "ରେ ବ୍ୟାଣ୍ଡ" କମ୍ପାନୀର କଳା ଚଷମା ପିନ୍ଧି ହାଇ ସ୍ପୀଡ଼ ରେ ଯେବେ ସ୍କୁଟି ଚଳାଏ ଦେଖିଲା ଵାଲା ଟେରା ହୋଇଯାଏ।ବିନାହେଲମେଟରେ ସ୍କୁଟି ଚଳାଏ ।ଅନେକ ଥର ଟ୍ରାଫିକ ପୋଲିସ ହାତରେ ଧରା ପଡ଼ିଛି।ଲାଞ୍ଚ ଘୁସ ଦେଇ ଖସି ଯାଇଛି।ସରି ସରି କହି ସେ ସମସ୍ତଙ୍କ ମନ କିଣିନିଏ।

ଗାଁକୁ ଯିବାକୁ ଆଶାର ଯମାରୁ ଇଚ୍ଛା ନାହିଁ।ତାର ସକଳ ଆଶା ଯେମିତି ରାଜଧାନୀ ବୁକୁରେ ପୂରଣ ହେଇଯିବ!!!!

ବିଶ୍ବମ୍ବର ବାବୁ ଓ ତାଙ୍କ ଧର୍ମ ପତ୍ନୀ ସନ୍ଧ୍ୟା ଦେବୀ ମଝିର ମଝିରେ ବଡ଼ ପୁଅ ପାଖକୁ ଆସନ୍ତି।ସନ୍ଧ୍ୟା ଦେବୀଙ୍କର ଭାରି ଇଚ୍ଛା ବଡ଼ ପୁଅ ଓ ବହୁ ପାଖରେ ରହିବାକୁ।ଆଶା କୁ ବି ଜେଜେ ମା ଆସିଲେ ବହୁତ୍ ଭଲ ଲାଗେ।କିନ୍ତୁ ବିଶ୍ବମ୍ବର ବାବୁଙ୍କୁ ଭୁବନେଶ୍ୱର ଆଦୌ ଭଲ ଲାଗେନି।ତାଙ୍କୁ ଏଠି ଅଣନିଶ୍ୱାସୀ ଲାଗେ।ଖୋଲା ପଡିଆରେ ବିଚରଣ କରିବା ଲୋକ ଶାରୀରିକ ଶ୍ରମ କରିବା ଲୋକ ତାଙ୍କୁ ଭୁବନେଶ୍ୱରରେ ବସି ଗଲେ ଭଲ ଲାଗେନି।କୁହନ୍ତି ମୋ ଦେହ ହାତ ଦରଜ ହୋଇଯାଏ।

ଜେଜେ ମା ଓ ଜେଜେ ବାପା ଯେବେ ଭୁବନେଶ୍ୱର ଆସନ୍ତି "ଦିଶା " ଆଶାର ଲାପଟପ ରେ ଭିଡ଼ିଓ କଲ ଜରିଆ ରେ ଜେଜେ ମା ,ଜେଜେ ବାପା,ବଡ଼ ପାପା ଓ ବଡ଼ ମମିଙ୍କୁ ଦେଖେ।ଭିଡ଼ିଓ କଲ ଚାଲିଥିବା ବେଳେ ବିଶ୍ବମ୍ବର ବାବୁ ଦିଶା ସହ କଥା ହୋଇ ହସି ହସି ଗଡି ଯାନ୍ତି।ଲାଗେ ଯେମିତି ବିଶ୍ବମ୍ବର ବାବୁ ଦିଶା କୁ ଆଶା ଲାପଟପରେ ଦେଖିବାକୁ ହିଁ ଗାଁରୁ ଭୁବନେଶ୍ୱର ଧାଇଁ ଆସନ୍ତି।ଏହା ଭିତରେ ଆଶା ବାରମ୍ବାର ଭିଡ଼ିଓ କଲ ବନ୍ଦ କରିବାକୁ ଇଚ୍ଛା କରୁଥାଏ।

-ବାଏ ଆଶା।ମୁଁ ଟିକେ ମାର୍କେଟ ଯିବି।

ସଙ୍ଗେ ସଙ୍ଗେ ଲାପଟପକୁ ବନ୍ଦ କରିଦିଏ।ଜେଜେ ବାପା ହାତ ଉଠାଇ ଦିଶା କୁ ଆର୍ଶୀବାଦ ଦେଉ ଦେଉ ଦିଶା ସ୍କ୍ରିନରୁ ଉଭେଇ ଯାଏ।

ଆଶା ଓ ଦିଶା ଦୁଇ ଭଉଣୀ କିନ୍ତୁ ସାଙ୍ଗ ପରି ।କେହି କାହାର ପାଖରେ ସିନା ନାହାଁନ୍ତି।କିନ୍ତୁ ଦୁଇ ଜଣଙ୍କ ଭିତରେ ଭାରି ମିଳାପୀ ପଣିଆ।ଆଶା ବହୁଥର କହିଲାଣି ,ମୁଁ ଡ୍ୟାଡ଼ଙ୍କୁ କହିଛି ଆମେ ଆମେରିକା ବହୁତ ଜଲ୍ଦି ଯିବୁ ତୁମ ଘରକୁ ବୁଲିବାକୁ।

ଦିଶା ବହୁତ ଖୁସି ହୋଇ ମମି କୁ କୁଣ୍ଢେଇ ପକାଏ।

ଦିନେ ଦିଶା ତା ପଟରୁ ଭିଡ଼ିଓ କଲ କରିଛି ଆଶା କୁ।

ଆଶା :-ହାଏ ମାଇଁ ସ୍ୱିଟ ସିଷ୍ଟର ।ହାଉ ଅର ଇଉ?

ଦିଶା :-ମୁଁ ଭଲୋ ଅଛେ ଡିଡି ।,ଆଉ ଟୁମେ ?

ଆଶା -ଆବେ ଟୁମେ ନୁହେଁ।ତୁମେ କହ ତୁମେ ବୋକି ।

ଦିଶା -ହୁଆଟ୍ ଇଜ ବୋକି ??

ଆଶା -ହା ହା ହା ...ତୁ ଓଡ଼ିଆ କହନି ।ଇଂଲିଶ ରେ ହିଁ କହ।

ଦିଶା -ଆଶା ଡିଡି ।ଆମେ ସବୁ ଏଥର ରଜରେ ଓରିଶାଆ ଅସୁଛି।

ଆଶା -ଉୱା.....ଅଙ୍କଲ ଆଉ ଆଣ୍ଟି ବି ଆସୁଛନ୍ତି ନା !!!!

ଦିଶା -ୟସ ଡିଡି ।

ଆଶା -ଅଙ୍କଲ ମୋ ପାଇଁ କଣ ଗିଫ୍ଟ ଆଣିବେ ??

ଦିଶା :ଡ୍ୟାଟ୍ ଇଜ୍ ସର୍ପରାଇଜ ।ଆମେ ରଜ ରେ କଣ ସବୁ କରିବା ?

ଆଶା -କଣ କରିବା ମାନେ ।ମୋଭି ଦେଖିବା ,ଭୁବନେଶ୍ୱର ବୁଲିବା ,ମୋର ସାଙ୍ଗ ମାନଙ୍କ ସହ ଡିନର ରେ ଯିବା।

ଦିଶା -ଓଃ ନୋ ।।ଆଇ ମିନ ରଜ ରେ ଆମେ କଣ କରିବା ।ଦିଜ୍ ଅର ନଟ୍ ସ୍ପେସିଅଲ।ମୁଁ ଭାବୁଛି ଆମେ ସବୁ ଗାଁକୁ ଯିବା।ସେଠି ରଜରେ ସଜ ବାଜ ହେବା,ନୂଆ ଡ୍ରେସ ପିନ୍ଧିବା ଡୋଲି ଖେଲିବା,ପୋଡ଼ ପିଠା ଖାଇବା।ରଜ ପାନ ଖାଇବା।ସଂକ୍ରାନ୍ତି ପାଲନ୍ କରିବା।ଭୂମି ଡାହଁନ କରିବା।ବାସୁମାଟି ଗାଢୋଇ ଦେବା।

ଆଶା -ଆରେ ୱା ଦିଶା ।ହାଉ କୁଡ଼୍ ଇଉ ନୋ ଅଲ୍ ଦିସ୍ ଥିଙ୍ଗ ?

ଦିଶା -ଡ୍ୟାଡ୍ ମୋତେ ଶିଖାଇଛଣ୍ଟି।

ଆଶା-ଆଉ କଣ ଜାଣିଛୁ ରଜ ବିଷୟ ରେ ?

ଦିଶା -ମମ୍ କହୁଠିଲେ ।ଲାଇକ ଉଇ ଓମ୍ୟାନ ଅଣ୍ଡର ଗୋଜ୍ ମ୍ୟାଟୁରିଟି ଏଣ୍ଡ ଉଇ ଆର ହାଭିଂ ମଂଥ୍ଲି ପିରିଓଡ୍ସ ଲାଇକ ଦିସ "ମଦର ଅର୍ଥ" ଟେକ ରେଷ୍ଟ ଫର ଥ୍ରୀ ଡେଜ୍ ।ଲାଇକ ଆୱାର ପିରିଓଡ୍ସ ଡେଜ୍।

ଅନ ଲାଷ୍ଟ ଡେ "ମଦର ଅର୍ଥ" ଟୁକ ବାଥ୍ ଲାଇକ ଉଇ ।

ସି ବିକେମ୍ ଫରଟାଇଲ ।ଆଫ୍ଟର ଡ୍ୟାଟ୍ ଉଇ କ୍ୟାନ ଷ୍ଟାର୍ଟ କଲ୍ଟିଭେସନ।ସମସ୍ତେଙ୍କ ଘରକୁ ଗେଷ୍ଟ ଆସନ୍ତି।ଭିଲେଜ ପୁରା ମଉଜ ରେ କମ୍ପଲିଟ୍ କମ୍ପଲିଟ୍ ଲାଗେ।ଏମ୍ ଆଇ ରାଇଟ୍ ଡିଡି ?

ରଜ ରେ ଲୁଡୁ ଖେଲ ଓ କବଡୀ ଖେଲ ବି ହୁଏ।

ଆଶା:ଓଃ ମାଇଁ ଗଡ଼୍ ଦିଶା।ଇଉ ଆର ରିଅଲି ଅମେଜିଙ୍ଗ ୟାର ।ମୁଁ ଓଡିଶାରେ ରହି ଏତେ କଥା ଜାଣିନି ବଟ୍ ତୁ ଆମେରିକା ରହି ଏତେ ସବୁ ଜାଣିଛୁ।ମୋତେ ନିଜକୁ ଭି ଓଡ଼ିଆ କହିବାକୁ ଲାଜ ଲାଗୁଛି ଦିଶା ।ଆଇ ଏମ୍ ରିଅଲି ସରି ।ତୁ ରଜ ପର୍ବ ବିଷୟରେ ଯେତିକି ଜାଣିଛୁ ଆମ ଓଡିଶାରେ ଆମ ବୟସର ଝିଅ ଭୁବନେଶ୍ୱର ନିଜକୁ ସ୍ମାର୍ଟ ଭାବୁଛନ୍ତି ଜାଣି ନଥିବେ।ଆଇ ଏମ୍ ପ୍ରାଉଡ଼ ଅଫ୍ ଇଉ ମାଇଁ ସିଷ୍ଟର।

ଦିଶା-ଡିଡି ପ୍ଲିଜ ଡୋଣ୍ଟ ମାଇଁଣ୍ଡ ।ଦିସ ଇଜ ଆୱାର କଲଚର।ଡୋଣ୍ଟ ଫିଲ ସରି ମାଇଁ ସିସ୍ ।ମୁଁ ବି ଥ ବେଶୀ କିଛି ଜାନିନି।ମମ୍ ଆଉ ଡ୍ୟାଡି ମୋତେ ବେଲେ ବେଲେ ଓଡିଶା ବିଷୟରେ ଶିଖାଣ୍ଟି ,ମୁଁ ମନ ଡେଇ ଶୁନେ।

ଆଶା-ହଉ ଦିଶା ।ଆମେ ଏଥର ରଜ ଗାଁରେ ହିଁ ପାଳନ କରିବା ।ବହୁତ ମଜା କରିବା।ମୁଁ ତୋ ଆସିବା ବାଟକୁ ଅନାଇ ରହିଲି ଦିଶା।

✍️ବଳରାମ ବାରିକ।


Rate this content
Log in