ଆମ୍ବ ଖଟା
ଆମ୍ବ ଖଟା


ଏବେ ସେ ଖେଳିକି ଆସି କହୁଛି – “ମା’, ମା’ ଭାରି ହାଲିଆ ଲାଗୁଛି । ମୁଁ ଟିକେ ଶୋଇପଡେ, ଉଠିଲେ ଖାଇବି ।” ଆଲୋ ଆଲୋ ତୋତେ ଗୋଟେ କଥା କହିବାକୁ ଭୂଲି ଯାଇଛି । ମୁଁ ତା ପାଇଁ କ’ଣ ରାନ୍ଧିଛି ଜାଣିଛୁ ? ଭାତ, ଡାଲି, ମାଛ ଭଜା, ଶାଗ ଭଜା ଆଉ ଆମ୍ବ ଖଟା । ସେ ଆମ୍ବ ଖଟାକୁ ଟିକେ ବେଶୀ ଭଲପାଏ ତ, ସେଥିପାଇଁ ... । ତୁ ଯାଆ । ମୁଁ ଆଉ ଦି’ଟା ଉକୁଣୀ ତା ମୁଣ୍ଡରୁ ଦେଖିନିଏ ।
ସାରିଆ ନାନୀ ଘରେ ପହଂଚିବା ଉଛୁର ହେଇଯିବ ଭାବି ବଡ ବଡ ପାହୁଣ୍ଡ ପକାଇ ଫେରୁଥିଲାବେଳେ ମନେ ମନେ ଭାବୁଥାଏ – “ଜୀବନଟା ଏଇ ଅଛି, ଏଇ ନାହିଁ । ସୁଖ ଆସେ, ପୁ’ଣି ଚାଲିଯାଏ । ଚାଲିଗଲା ପରେ ଦେଇଯାଏ ଖାଲି ଦୁଃଖ ଆଉ ଯନ୍ତ୍ରଣା । ଶେଷରେ ପରିସ୍ଥିତି ଚକ୍ରରେ ପଡି ମଣିଷ ଦୁଃଖକୁ ଆପଣେଇ ନିଏ । ସତରେ, ଏଇ ସୁନୀ ଯେମିତି ... ।”